India and Mauritius are united by history, ancestry, culture, language and the shared waters of the Indian Ocean: PM Modi
Under our Vaccine Maitri programme, Mauritius was one of the first countries we were able to send COVID vaccines to: PM Modi
Mauritius is integral to our approach to the Indian Ocean: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  ଓ ମରିସସ୍‌ର ପ୍ରଧାନମନ୍ତ୍ରୀ ଶ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥ ଆଜି ମିଳିତିଭାବେ ଆଭାସୀ ବ୍ୟବସ୍ଥାରେ ମରିସସ୍‌ରେ ନବନିର୍ମିତ ଏକ ସାମାଜିକ ଆବାସ ପ୍ରକଳ୍ପକୁ ଉଦ୍‌ଘାଟନ କରିଛନ୍ତି  । ଭାରତର ଅଂଶୀଦାରୀରେ ମରିସସ୍‌ରେ ଏହି ପ୍ରକଳ୍ପଟି କାର୍ଯ୍ୟକାରୀ ହୋଇଛି । ଏହି ଅବସରରେ ଦୁଇ ପ୍ରଧାନମନ୍ତ୍ରୀ ମଧ୍ୟ ଆଭାସୀ ବ୍ୟବସ୍ଥାରେ ମରିସସ୍‌ରେ ଏକ ସିଭିଲି ସର୍ଭିସ କଲେଜ ଓ ଆଠ ମେଗାୱାଟ କ୍ଷମତା ବିଶିଷ୍ଟ ଏକ ସୋଲାର  ପିଭି ପ୍ରକଳ୍ପର ଶିଳାନ୍ୟାସ ମିଳିତଭାବେ କରିଛନ୍ତି ।

 ଭାରତର ସହଯୋଗରେ ମରିସସ୍‌ରେ ଏକ ଅତ୍ୟାଧୁନିକ  ସିଭିଲ୍ ସର୍ଭିସ କଲେଜ ନିର୍ମାଣହେବ । ଏହାଛଡା ଆଠ ମେଗାୱାଟ ସୌରଶକ୍ତି ଉତ୍ପାଦନ କରିପାରୁଥିବା ଏକ ପ୍ରକଳ୍ପ ନିର୍ମାଣରେ ମଧ୍ୟ ଭାରତ ସାହାଯ୍ୟ ସହଯୋଗ କରିବ ।

ମରିସସ୍ ପିଏମ୍‌ଓ ପରିସରରେ ଆୟୋଜିତ ଏହି ଆଭାସୀ କାର୍ଯ୍ୟକ୍ରମରେ ସେଠାକାର ବରିଷ୍ଠ ମନ୍ତ୍ରୀ, ଅଧିକାରୀ ଓ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇଥିଲେ ।

କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ଭାରତ ନିଜର ବନ୍ଧୁ ରାଷ୍ଟ୍ରମାନଙ୍କର ଆବଶ୍ୟକତା ପୂରଣକୁ ଅଗ୍ରାଧିକାର ଦେଇ ବିକାଶମୂଳକ ସହାୟତା ରାଶି ଯୋଗାଇ ଦେଉଛି । ଏ କ୍ଷେତ୍ରରେ ମିତ୍ରରାଷ୍ଟ୍ରମାନଙ୍କର ସାର୍ବଭୌମତ୍ୱକୁ ଭାରତ ଯଥୋଚିତ ସମ୍ମାନ ଦେଉଛି । ମିତ୍ର ରାଷ୍ଟ୍ରମାନଙ୍କର ଦକ୍ଷତା ଓ ସାମର୍ଥ୍ୟ  ବୃଦ୍ଧି କରି ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ କରିଯିବା ସହିତ ସମ୍ପୃକ୍ତ ଦେଶର ଲୋକଙ୍କ କଲ୍ୟାଣକୁ ଗୁରୁତ୍ୱପ୍ରଦାନ କରାଯାଉଛି ।

 ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରାଷ୍ଟ୍ରନିର୍ମାଣରେ ସିଭିଲି ସେବା ଓ ଏହାର ଅଧିକାରୀମାନଙ୍କର ଗୁରୁଦାୟିତ୍ୱ ରହିଛି । ତେଣୁ ସେହି ଅଧିକାରୀମାନଙ୍କୁ ତାଲିମ ଦେବା ପାଇଁ ଏକ ଅତ୍ୟାଧୁନିକ କଲେଜର ଆବଶ୍ୟକତା ଅପରିହାର୍ଯ୍ୟ । ଭାରତ ତାହାର ମିଶନ କର୍ମଯୋଗୀର ଅଭିଜ୍ଞତା ଓ ଶିକ୍ଷା୍‌କୁ ମରିସସ୍‌କୁ ଯୋଗାଇା ଦେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରଥମ ବିଶ୍ୱ ସୌରମୈତ୍ରୀରେ କହିଥିବା ‘ଏକ ସୂର୍ଯ୍ୟ, ଏକ ପୃଥିବୀ, ଏକ ଗ୍ରୀଡ’(ଓସୋୱୋଗ) କଥା ମନେପକାଇ କହିଛନ୍ତି ଯେ ମରିସସ୍‌ରେ ଭାରତ ସହାୟତାରେ ଆଠ ମେଗାୱାଟର ଯେଉଁ  ସୋଲାର ପିଭି ୟୁନିଟ୍ ସ୍ଥାପନ ହେବ ତାହା ଦ୍ୱାରା ସେ ଦେଶ ସମ୍ମୁଖୀନ ହେଉଥିବା ଜଳବାୟୁ ପରିବର୍ତ୍ତନ ଜନିତ ସ୍ଥିତିର ମୁକାବିଲା କରିପାରିବ । ଏହା ଫଳରେ କୋଇଲା ପୋଡି ବିଦ୍ୟୁତ ଉତ୍ପାଦନ କରିବାର ଆବଶ୍ୟକତା ହ୍ରାସ ପାଇବ ଏବଂ ମରିସସ୍ ୧୩ହଜାରଟନ୍ ଅଙ୍ଗାରକାମ୍ଳ ନିର୍ଗମନକୁ ରୋକିପାରିବ ।

ମରିସସ୍ ପ୍ରଧାନମନ୍ତ୍ରୀ ଶ୍ରୀ ପ୍ରବିନ୍ଦ ଜଗନ୍ନାଥ ତାଙ୍କ  ଉଦ୍‌ବୋଧନରେ ଭାରତ ତାଙ୍କ ଦେଶକୁ ଆର୍ଥିକ ସହାୟତା ସହିତ ବିଭିନ୍ନ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଉଥିବାରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ । ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ-ମରିସସ୍ ସମ୍ପର୍କ ଆହୁରି ଅଧିକ ନିବିଡ ହୋଇଛି।

ଭାରତ ସରକାର ୨୦୧୬ ମେ ମାସରେ ଅର୍ଥନୀତିକ ପ୍ୟାକେଜରେ ମରିସସ୍‌କୁ ୩୫୩ ନିୟୁତ ଡଲାର ଅର୍ଥ ଯୋଗାଇ ଦେଉଥିଲେ ।  ଏହି ଅର୍ଥରେ ପାଞ୍ଚଟି ପ୍ରକଳ୍ପ ନିର୍ମାଣର ବ୍ୟବସ୍ଥା କରାଯାଇଥିଲା । ସେଗୁଡିକ ହେଲା -ମେଟ୍ରୋ ଏକ୍ସପ୍ରେସ ପ୍ରୋଜେକ୍ଟ, ସୁପ୍ରିମକୋର୍ଟ ବିଲ୍ଡିଂ, ନୂଆ ଇଏନ୍‌ଟି ହସ୍‌ପିଟାଲ, ପ୍ରାଥମିକ ବିଦ୍ୟାଳୟର ପିଲାଙ୍କୁ ଡିଜିଟାଲ ଟାବଲେଟ୍ ବଣ୍ଟନ ଓ ସାମାଜିକ ଆବାସ ପ୍ରକଳ୍ପ ନିର୍ମାଣ । ଏହି ଆବାସ ପ୍ରକଳ୍ପର ଉଦ୍‌ଘାଟନ ସହିତ ସ୍ୱତନ୍ତ୍ର ଅର୍ଥନୀତିକ ସହାୟତା ପ୍ୟାକେଜରେ ସମସ୍ତ ପାଞ୍ଚଟି ଯାକ କାର୍ଯ୍ୟ ଶେଷ ହୋଇଛି

 ମରିସସ୍‌ର ରେଡଉଇଟଠାରେ ନୂଆ ସିଭିଲ ସର୍ଭିସ କଲେଜ ନିର୍ମିତ ହେବ । ଭାରତ ଏଥିପାଇଁ ୪.୭୪ନିୟୁତ ଡଲାର ଅନୁଦାନ ସହାୟତା ଯୋଗାଇ ଦେଇଛି । ୨୦୧୭ରେ ମରିସସ୍ ପ୍ରଧାନମନ୍ତ୍ରୀ ଶ୍ରୀ ଜଗନ୍ନାଥ ଭାରତ ଗସ୍ତରେ ଆସିଥିବାବେଳେ ଦୁଇ ଦେଶ ମଧ୍ୟରେ ଏଥିପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଏହି କଲେଜ ଭବନ ନିର୍ମାଣ ହେଲେ ସେ ଦେଶର ସିଭିଲ ସେବା ଅଧିକାରୀଙ୍କୁ ଏଥିରେ ତାଲିମ ଓ କୌଶଳ ବିକାଶ ପାଇଁ ସବୁ ଅତ୍ୟାଧୁନିକ ସୁବିଧା ସୁଯୋଗ ମିଳିବ  ଓ  ଭାରତ ସହ ଅନୁଷ୍ଠାନଗତ ସମ୍ପର୍କ ରକ୍ଷା କରିବ ।

 ମରିସସ୍‌ରେ ଭାରତ ସହାୟତାରେ ଯେଉଁ ଆଠ ମେଗାୱାଟ  ଉତ୍ପାଦନକ୍ଷମ ସୌର ବିଦ୍ୟୁତ୍ କେନ୍ଦ୍ର ସ୍ଥାପନ ହେବ ସେଥିରେ ୨୫୦୦୦ ପିଭି ସେଲ ଲାଗିବ । ଏଥିରୁ ବାର୍ଷିକପ୍ରାୟ ୧୪ଗିଗାୱାଟ ଆୱାରସ୍ ସବୁଜ ଉର୍ଜ୍ଜା ଉତ୍ପାଦିତ ହେବ । ଏହା ଦ୍ୱାରା ମରିସସ୍‌ର ପ୍ରାୟ ୧୦ହଜାରର ଘରକୁ ବିଜୁଳି ଯୋଗାଇ ଦିଆଯାଇପାରିବ । ଏହାଫଳରେ ମରିସସ୍ ବାର୍ଷିକ ୧୩ହଜାର ଟନ୍ ଅଙ୍ଗାରକାମ୍ଳ ନିର୍ଗମନରୁ ରକ୍ଷା ପାଇବ । ଏହାଦ୍ୱାରା ସେ ଦେଶ ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାର ମୁକାବିଲା କରିବାର ସମର୍ଥ ହେବ ।

ଆଜିର ଉତ୍ସବରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ଚୁକ୍ତିନାମାର ନଥି ଅଦଳବଦଳ କରାଯାଇଛି । ଏଥିରେ ମେଟ୍ରୋ ଏକ୍ସପ୍ରେସ ପାଇଁ ମରିସସ୍‌କୁ ଭାରତ ୧୯୦ ନିୟୁତ ଡଲାର ଆର୍ଥିକ ସହାୟତା ଦେବା ଓ ଅନ୍ୟାନ୍ୟ ଦସ୍ତାବିଜ୍ ରହିଛି ।

 କୋଭିଡ ମହାମାରୀର ପ୍ରଭାବ ସତ୍ୱେ ଭାରତ-ମରିସସ୍ ଅଂଶୀଦାରୀ ନିର୍ମିତ ବିକାଶ ପ୍ରକଳ୍ପମାନ ଦ୍ରୁତଗତିରେ କାର୍ଯ୍ୟକାରୀ ହେଉଛି ।୨୦୧୯ରେ ପ୍ରଧାନମନ୍ତ୍ରୀ  ମୋଦୀ ଓ ତାଙ୍କ ମରିସସ୍ ପ୍ରତିପକ୍ଷ ମିଳିତଭାବେ ମେଟ୍ରୋ ଏକ୍ସପ୍ରେସ ପ୍ରକଳ୍ପ ଓ ନୂଆ ଇଏନ୍‌ଟି ହସ୍‌ପିଟାଲକୁ ଆଭାସୀ ବ୍ୟବସ୍ଥାରେ ଉଦ୍‌ଘାଟନ କରିଥିଲେ । ସେହିଭଳି ୨୦୨୦ ଜୁଲାଇରେ ମରିସସ୍ ସୁପ୍ରିମକୋର୍ଟ ବିଲ୍ଡିଂ ଆଭାସୀ ବ୍ୟବସ୍ଥାରେ ଦୁଇ ପ୍ରଧାନମନ୍ତ୍ରୀ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା ।

ଭାରତ ଓ ମରିସସ୍ ମଧ୍ୟରେ ସମ୍ପର୍କ ଅତି ନିବିଡ । ଉଭୟ ଦେଶର ଇତିହାସ, ବଂଶାବଳୀ, ସଂସ୍କୃତି ଓ ଭାଷାରେ ସମାନତା ରହିଛି । ମରିସସ୍‌ରେ ଭାରତୀୟ ବଂଶୋଦ୍ଭବମାନେ ସଂଖ୍ୟା ଗରିଷ୍ଠ । ତେଣୁ ଉଭୟ ଦେଶ ଅଂଶୀଦାରୀ ଭିତ୍ତିରେ ବିକାଶ ପ୍ରକ୍ରିୟାକୁ ଆଗେଇ ନେଉଛନ୍ତି ।  ଭାରତ ମହାସାଗର ଅଂଚଳରେ ମରିସସ୍ ଭାରତର ଏକ ଗୁରୁ୍‌ତ୍ୱପୂର୍ଣ୍ଣ ବିକାଶ ଅଂଶୀଦାର । ଦୁଇ ଦେଶର କାଳୋତ୍ତୀର୍ଣ୍ଣ ସମ୍ପର୍କ ମଧ୍ୟରେ ଆଜିର କାର୍ଯ୍ୟକ୍ରମ ସବ୍‌କା ସାଥ, ସବକା ବିକାଶ, ସବକା ବିଶ୍ଵାସ, ସବ୍‌କା ପ୍ରୟାସର ଆଉ ଏକ ସଫଳ ଉଦାହରଣ ।

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
IIT Madras incubates 112 startups, files 431 patents in FY26 milestone year

Media Coverage

IIT Madras incubates 112 startups, files 431 patents in FY26 milestone year
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 28, 2026
April 28, 2026

From Orchids to Expressways: PM Modi’s Blueprint for a Self-Reliant, Connected & Proud India