India and Mauritius are united by history, ancestry, culture, language and the shared waters of the Indian Ocean: PM Modi
Under our Vaccine Maitri programme, Mauritius was one of the first countries we were able to send COVID vaccines to: PM Modi
Mauritius is integral to our approach to the Indian Ocean: PM Modi

ନମସ୍ତେ

ମରିସସ୍ ସାଧାରଣତନ୍ତ୍ରର ପ୍ରଧାନମନ୍ତ୍ରୀ ସମ୍ମାନନୀୟ ପ୍ରବିନ୍ଦ କୁମାର ଜୁଗନ୍ନାଥ ମହାଶୟ

ମହାମହିମଗଣ

ଭାରତରେ ସମସ୍ତେ ୧୩୦କୋଟି ଜନସାଧାରଣଙ୍କ ପକ୍ଷରୁ ମରିସସ୍‌ର ସମସ୍ତ ଭାଇ-ଭଉଣୀଙ୍କୁ ନମସ୍କାର ଓ ଥାଇପୁରମ କାବଡିର ଶୁଭକାମନା

ପ୍ରଥମରୁ ଭାରତ-ମରିସସ ସମ୍ପର୍କକୁ ମଜବୁତ କରିଥିବା ସ୍ୱର୍ଗତ ସାର ଅନିରୁଦ୍ଧ ଯୁଗନ୍ନାଥଙ୍କ ଅନବଦ୍ୟ ଅବଦାନକୁ ମୁଁ ସ୍ମରଣ କରିବାକୁ ଚାହୁଁଛି । ଭାରତରେ ବିପୁଳ ସମ୍ମାନର ଅଧିକାରୀ ସେ ଥିଲେ ଜଣେ ଦୂରଦର୍ଶୀ ନେତା । ତାଙ୍କର ତିରୋଧାନରେ ଆମେ ଭାରତରେ ଗୋଟିଏ ଦିନ ଜାତୀୟ ଶୋକ ପାଳନ କରିବା ସହ ଆମ ସଂସଦ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲା । ଆମର ସୌଭାଗ୍ୟ ଯେ ଆମେ ତାଙ୍କୁ ୨୦୨୦ ମସିହାରେ ପଦ୍ମବିଭୂଷଣ ଉପାଧିରେ ସମ୍ମାନୀତ କରିଥିଲୁ । ଦୁର୍ଭାଗ୍ୟବଶତଃ ବୈଶ୍ୱିକ ମହାମାରୀ ଆମକୁ ତାଙ୍କ ଜୀବଦଶାରେ ସମ୍ମାନ ପ୍ରଦାନ ଉତ୍ସବ ନିମନ୍ତେ ଅନୁମତି ପ୍ରଦାନ କଲେ ନାହିଁ । ମାତ୍ର ଗତ ନଭେମ୍ବର ମାସରେ ଭଦ୍ର ମହିଳା ସରୋଜିନୀ  ଯୁଗନ୍ନାଥ ଉପସ୍ଥିତ ରହି ସମ୍ମାନଗ୍ରହଣ କରିବା ଆମକୁ ଆମୋଦିତ କରିଥିଲା । ଆମେ ଦୁଇ ଦେଶର ଆଉ ଏକ ବିକାଶ ଯାତ୍ରାର ଉତ୍ସବ ପାଳନ କଲାବେଳେ, ମୁଁ ତାଙ୍କ ପରିବାର ଓ ସମଗ୍ର ମରିସସ୍‌ବାସୀଙ୍କୁ ଅନ୍ତରର ଗଭୀର ସମବେଦନା ଜଣାଉଛି ।



ମହାମହିମଗଣ,

ଭାରତ ଓ ମରିସସ୍ ପରିସ୍ପର ଇତିହାସ, ପୂର୍ବଜ, ସଂସ୍କୃତି, ଭାଷା ଓ ଭାରତ ମହାସାଗର ପାଣି ଯୋଗୁଁ ଏକାଠି ହୋଇଛନ୍ତି । ଆଜି ଆମର ମଜବୁତ ବିକାଶର ଅଂଶୀଦାରିତା ଆମ ନିବିଡ ସମ୍ପର୍କରେ ପ୍ରମୁଖ ସ୍ତମ୍ଭ ହୋଇଛି । ଭାରତର ବିକାଶ ଆଭିମୁଖ୍ୟ ଓ ଉଭୟଦେଶ ପରସ୍ପର ସାର୍ବଭୌମତ୍ୱକୁ ସମ୍ମାନ କରିବା ଦୃଷ୍ଟିରୁ ମରିସସ୍ ଭାରତ ପାଇଁ ଏକ ପ୍ରମୁଖ ଦୃଷ୍ଟାନ୍ତ ଭାବେ ଭଭା ହୋଇଛି ।

ପ୍ରବୀନ୍ଦ ଜୀ, ମୁଁ ଆପଣଙ୍କ ସହିତ ମେଟ୍ରୋ ଏକ୍ସପ୍ରେସ ପ୍ରକଳ୍ପ, ନୂତନ ଇଏନଟି ହସ୍‌ପିଟାଲ ଓ ନୂତନ ସୁପ୍ରିମକୋର୍ଟ ଭବନ ଏକାଠି ଉଦ୍‌ଘାଟନ କରିବା ମୋର ବେଶ ସ୍ମରଣୀୟ ହୋଇରହିଛି । ମେଟ୍ରୋର ଲୋକପ୍ରିୟତା ତଥା ୫.୬ ନିୟୁତ ଜନସାଧାରଣଙ୍କ ନେବା ଆଣିବା କରିବା ନେଇ ମୁଁ ଖୁବ୍ ଖୁସୀ ।

ଆଜି ୧୯୦ନିୟୁତ ଡଲାର ଋଣ ରାଜିନାମା ବଳରେ ଆମେ ମେଟ୍ରୋ ଲାଇନର ସମ୍ପ୍ରସାରଣରେ ସହାୟକ ହେବା ପାଇଁ ଚାହିଁ ବସିଛୁ । କୋଭିଡ-୧୯ ବିରୁଦ୍ଧରେ ସଂଗ୍ରାମରେ  ନୂତନ ଇଏନଟି ହସ୍‌ପିଟାଲ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଆଉ ଏକ ସନ୍ତୋଷର ବିଷୟ ।

 ବାସ୍ତବିକ କହିବାକୁ ଗଲେ କୋଭିଡ ବୈଶ୍ୱିକ ମହାମାରୀ କାଳରେ ଆମର ସହଯୋଗ ବେଶ୍ ଉଦାହରଣୀୟ ଥିଲା । ଆମର ମୈତ୍ରୀ ଟିକା କାର୍ଯ୍ୟକ୍ରମରେ ଆମେ ପ୍ରଥମେ ମରିସସକୁ କୋଭିଡ ଟିକା ପଠାଇଥିଲୁ । ମୁଁ ଖୁସି ଯେ ବିଶ୍ୱର କେତେକ ରାଷ୍ଟ୍ର ମଧ୍ୟରେ ମରିସସ୍ ଦେଶର ତିନି ଚତୁର୍ଥାଂଶ ଜନସାଧାରଣ ସମ୍ପୂର୍ଣ୍ଣ ଟିକାକରଣ ହୋଇଛି । ଭାରତ ମହାସାଗରକୁ ନେଇ ମରିସସ୍ ମଧ୍ୟ ଭାରତ ସହ ସମଭାବାପନ୍ନ ମନୋଭାବ ପ୍ରଦର୍ଶନ କରିଛି । ମୋର ୨୦୧୫ ମରିସସ୍ ପରିଦର୍ଶନ ‌କାଳରେ ମୁଁ ଭାରତର ସାମୁଦ୍ରିକ ସହଯୋଗ ଦୃଶ୍ୟପତ୍ର ସାଗର ସୁରକ୍ଷା ଓ ଆଂଚଳିକ ଅଭିବୃଦ୍ଧି ଉପରେ ମତ ରଖିଥିଲି । ।

ମୁଁ ଖୁସି ଯେ ସାମୁଦ୍ରିକ ସୁରକ୍ଷା ସମେତ ଆମର ଦ୍ୱିପାକ୍ଷିକ ସହଯୋଗ କାର୍ଯ୍ୟକ୍ଷମ ହୋଇଛି । କୋଭିଡର ବାଧ୍ୟବାଧକତା ସତ୍ୱେ ଆମେ ଚୁକ୍ତିଭିତିରେ ଡ୍ରୋନିୟର ଏୟାରକ୍ରାପ୍ଟ ମରିସସ୍ ତଟରକ୍ଷୀ ଜାହାଜ ବାରାକୁଡାଠାରେ ଉଡାଣ ପାଇଁ ଦେଇଥିଲୁ । ୱାକାଦି ଓ ତୈଳପ୍ରବାହ ରୋକିବା ପାଇଁ ଉପକରଣ ଓ ବିଶେଷଜ୍ଞ ସେବା ଆମର ଦ୍ୱୈତ ସାମୁଦ୍ରିକ ଐତିହ୍ୟର ଆଉ ଏକ ସହଯୋଗର ଉଦାହରଣ ବୋଲି ଧରିବାକୁ ହେବ ।

ମହାମହିମଗଣ,

 ଆଜିର ପଦକ୍ଷେପ ଆମ ଜନସାଧାରଣଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ଉଭୟପକ୍ଷର ଅଙ୍ଗୀକାରବଦ୍ଧତାକୁ ପ୍ରମାଣିତ କରିଛି ।ପ୍ରବିନ୍ଦ ଜୀ ସାମାଜିକ ଆବାସ ପ୍ରକଳ୍ପରେ ଆପଣଙ୍କ ସହଯୋଗ ଦେଇଥିବାରୁ ମୁଁ ଆନନ୍ଦିତ । ମରିସସ୍‌ର ସାଧାରଣ ଜନତାକୁ ସ୍ୱଳ୍ପ ବ୍ୟୟସାପେକ୍ଷ ବାସଗୃହ ଯୋଗାଇ ଦେଇପାରିଥିବାରୁ ଆମେ ବିଶେଷ ଖୁସି । ଆମେ ଦେଶଗଠନର ଗୁରୁତ୍ୱପୂର୍ଣ୍ଣ ଦୁଇଟି ଅନ୍ୟାନ୍ୟ ପ୍ରକଳ୍ପ ପାଇଁ ଆଜି ପଦକ୍ଷେପ ନେଇଛେ । ତାହା  ହେଲୋ ଅତ୍ୟାଧୁନିକ ପ୍ରଶାସନିକ ସେବା ମହାବିଦ୍ୟାଳୟ, ଯାହାକି ସରକାରୀ ଅଧିକାରୀଙ୍କୁ କୌଶଳ ବିକାଶ ତାଲିମ ପ୍ରଦାନ କରିବା ଓ ଆଠ ମେଗାୱାଟ ସୋଲାର ପିଭି ଫାର୍ମର୍ ପ୍ରକଳ୍ପ । ପ୍ରଶାସନିକ ମହାବିଦ୍ୟାଳୟରୁ ପ୍ରଶିକ୍ଷିତ ଅଧିକାରୀଙ୍କ ଯୋଗୁଁ ମରିସସ୍‌ର ନିରବଚ୍ଛିନ୍ନ ବିକାଶ ହେବାସହ, ସୋଲାର ପ୍ରକଳ୍ପ ଯୋଗୁଁ ଜଳବାୟୁଜନିତ ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା କରି ହେବ ।

ଆମେ ଭାରତରେ ମଧ୍ୟ ମିଶନ କର୍ମଯୋଗୀ ଅଧୀନରେ ପ୍ରଶାସନିକ ସେବା ସାମର୍ଥ୍ୟରେ ଉନ୍ନତି ଆଣିବା ପାଇଁ ନୂତନ ପଦ୍ଧତି ଗ୍ରହଣ କରିଛୁ । ଆମେ ଏହି ପଦ୍ଧତିରୁ ମିଳୁଥିବା ଅଭିଜ୍ଞତାକୁ ନୂତନ ପ୍ରଶାସନିକ ମହାବିଦ୍ୟାଳୟରେ ଉପଯୋଗ କଲେ ଖୁସି ହେବୁ । ଆମେ ମଧ୍ୟ ଆଠ ମେଗାୱାଟ ସୋଲାର ପିିଭି ଫାର୍ମ ଆରମ୍ଭ କରିଥିବାରୁ ମୁଁ ଗୋଟିଏ ସୂର୍ଯ୍ୟ, ଗୋଟିଏ ବିଶ୍ୱ ଓ ଗୋଟିଏ ଗ୍ରୀଡ ପଦକ୍ଷେପ କଥା ସ୍ମରଣ କରୁଛି, ଯାହା ଗତବର୍ଷ ଗ୍ଲାସଗୋର କପ୍‌-୨୬ ବୈଠକରେ ସ୍ଥିର ହୋଇଥିଲା । ଆନ୍ତର୍ଜାତିକ ସୌର ସମ୍ମିଳନୀର ପ୍ରଥମ ଅଧିବେଶନରେ ୨୦୧୮ ମସିହାରେ ମୁଁ ମଧ୍ୟ ଏହି ଧାରଣା ସମ୍ପର୍କରେ ଅବଗତ କରାଇଥିଲି । ଏହି ପଦକ୍ଷେପ ଯୋଗୁଁ କାର୍ବନ ଷ୍ଟାଟପ୍ରିଂଟ ଓ ଶକ୍ତି ଦର ହ୍ରାସ କରିବା ସହ ବିଭିନ୍ନ ଦେଶ ଓ ଅଂଚଳ ସହ ସହଯୋଗ ମଧ୍ୟ ବୃଦ୍ଧି କରିବ । ମୋର ଆଶା  ଭାରତ ଓ ମରିସସ୍ ମିଶି ସୌରଶକ୍ତି ସହଯୋଗ ନେଇ ଏକ ଦୃଷ୍ଟାନ୍ତ ପ୍ରଦର୍ଶନ କରିବେ।

ଆଜି ଆମେ କରିଥିବା କ୍ଷୁଦ୍ର ବିକାଶ ପ୍ରକଳ୍ପ ଓ ରାଜିନାମା ସମଗ୍ର ମରିସସ୍‌ରେ ଖୁବ ପ୍ରଭାବଶାଳୀ ପ୍ରକଳ୍ପରେ ପରିଣତ ହେବ । ଭବିଷ୍ୟତରେ ଆମେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଉପରେ କାମ ଆରମ୍ଭ କରିବୁ । ତାହା ମଧ୍ୟରେ ବୃକକ୍ ପ୍ରତିରୋପଣ ୟୁନିଟ୍‌, ଅପରାଧ ଅନୁସନ୍ଧାନ ବିଜ୍ଞାନ ପରୀକ୍ଷାଗାର, ଜାତୀୟ ଗ୍ରନ୍ଥାଗାର ଓ ଅଭିଲେଖାଗାର, ମରିସସ୍ ପୁଲିସ ଏକାଡେମୀ ଓ ଅନ୍ୟାନ୍ୟା ଅନ୍ତର୍ଭୁକ୍ତ । ମୁଁ ଆଜି ପୁଣି ଦୋହରାଉଛି ଯେ ଭାରତ ମରିସସ୍‌ର ବିକାଶ ଯାତ୍ରାରେ ସବୁବେଳେ ସାଥୀ ହୋଇ ରହିବ ।

ମୁଁ ମୋର ସମସ୍ତ ମରିସସ୍ ଭାଇ ଓ ଭଉଣୀମାନଙ୍କୁ ଏକ ସୁଖୀ, ସୁସ୍ଥ ଓ ସମୃଦ୍ଧ ୨୦୨୨ ବର୍ଷ କାମନା କରିଛି ।

ଭାରତ ଓ ମରିସସ୍ ମୈତ୍ରୀ ଅମର ହେଉ

 ଜୟହିନ୍ଦ୍ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How PM Modi Turned India's Ordnance Factories Into Atmanirbhar Powerhouse

Media Coverage

How PM Modi Turned India's Ordnance Factories Into Atmanirbhar Powerhouse
NM on the go

Nm on the go

Always be the first to hear from the PM. Get the App Now!
...
Prime Minister meets Trustees of Indira Gandhi National Centre for the Arts
March 19, 2026

Prime Minister Shri Narendra Modi met with the Trustees of the Indira Gandhi National Centre for the Arts (IGNCA) today to discuss various aspects relating to further popularising India’s diverse culture.

The Prime Minister met Trustees of the Indira Gandhi National Centre for the Arts and explored ways to bring more people into the journey of cultural promotion. During the interaction, the Prime Minister and the Trustees discussed strengthening outreach through digital and grassroots initiatives, and emphasized the importance of supporting artists and scholars in preserving and promoting India's rich heritage.

The Prime Minister wrote on X:

"Met Trustees of IGNCA and discussed various aspects relating to further popularising India’s diverse culture. We also explored ways to bring more people into this journey, strengthen outreach through digital and grassroots initiatives and support artists and scholars in preserving and promoting our rich heritage."