ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କ୍ଵାଡ୍‌ ନେତାମାନଙ୍କର ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି । ଏହି ଶିଖର ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ ଏବଂ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡା ଯୋଗ ଦେଇଥିଲେ।

ଏହି ଶିଖର ସମ୍ମିଳନୀରେ ସେପ୍ଟେମ୍ବର ୨୦୨୧ରେ ଅନୁଷ୍ଠିତ କ୍ଵାଡ୍‌ ଶିଖର ସମ୍ମିଳନୀ ପରେ କ୍ଵାଡ ପ୍ରୟାସ ଦିଗରେ ହୋଇଥିବା ଅଗ୍ରଗତି ସମୀକ୍ଷା କରାଯାଇଥିଲା। ସମସ୍ତ ରାଷ୍ଟ୍ରମୁଖ୍ୟମାନେ ଚଳିତ ବର୍ଷ ଶେଷ ଭାଗରେ ଜାପାନରେ ହେବାକୁ ଥିବା ଶିଖର ସମ୍ମିଳନୀ ଆୟୋଜନ ପର୍ଯ୍ୟନ୍ତ ଦୃଢ଼ ପରିଣାମ ପ୍ରାପ୍ତ କରିବା ଉଦ୍ଦେଶ୍ୟରେ ସହଯୋଗ ବଢ଼ାଇବା ଉପରେ ସହମତି ବ୍ୟକ୍ତ କରିଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ, ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧିକୁ ପ୍ରୋତ୍ସାହନ ଦେବାର ମୁଖ୍ୟ ଉଦ୍ଦେଶ୍ୟ ପ୍ରତି କ୍ଵାଡ୍‌ ଧ୍ୟାନ ଦେବା ଉଚିତ୍‌। ସେ ମାନବୀୟ ଏବଂ ବିପର୍ଯ୍ୟୟ ଉଦ୍ଧାର କାର୍ଯ୍ୟ, ଋଣ ସ୍ଥାୟିତ୍ୱ, ଯୋଗାଣ ଶୃଙ୍ଖଳା, ସ୍ୱଚ୍ଛ ଇନ୍ଧନ, ଯୋଗାଯୋଗ ଏବଂ କ୍ଷମତା ନିର୍ମାଣ ଭଳି କ୍ଷେତ୍ରରେ କ୍ଵାଡର ଆନ୍ତରିକ ସହଯୋଗ ପାଇଁ ଦୃଢ଼ ତଥା ବ୍ୟବହାରିକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଆହ୍ୱାନ କରିଥିଲେ।

ବୈଠକରେ ୟୁକ୍ରେନ ପରିସ୍ଥିତି ଉପରେ ମଧ୍ୟ ଆଲୋଚନା ହୋଇଥିଲା, ଯେଉଁଥିରେ ମାନବୀୟ ସଙ୍କଟ ବିଷୟ ସାମିଲ ରହିଥିଲା। ପ୍ରଧାନମନ୍ତ୍ରୀ ଆଲୋଚନା ଓ କୂଟନୈତିକ ମାର୍ଗକୁ ଫେରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ସମସ୍ତ ରାଷ୍ଟ୍ରମୁଖ୍ୟମାନେ ଅନ୍ୟ ପ୍ରମୁଖ ବିଷୟ ଉପରେ ମଧ୍ୟ ଆଲୋଚନା କରିଥିଲେ, ଯେଉଁଥିରେ ଦକ୍ଷିଣ-ପୂର୍ବ ଏସିଆ, ଭାରତ ମହାସାଗର କ୍ଷେତ୍ର ଏବଂ ପ୍ରଶାନ୍ତ ମହାସାଗର ଦ୍ଵୀପସମୂହର ପରିସ୍ଥିତି ସାମିଲ ରହିଥିଲା। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମିଳିତ ଜାତିସଂଘ ଚାର୍ଟର, ଅନ୍ତର୍ଜାତୀୟ ଆଇନ ଏବଂ ରାଷ୍ଟ୍ରମାନଙ୍କର ସାର୍ବଭୌମତ୍ୱ ଓ କ୍ଷେତ୍ରୀୟ ଅଖଣ୍ଡତାକୁ ସମ୍ମାନ ଜଣାଇବାର ଆବଶ୍ୟକତାକୁ ଦୋହରାଇଥିଲେ ।

ସବୁ ରାଷ୍ଟ୍ରମୁଖ୍ୟମାନେ ଜାପାନରେ ହେବାକୁ ଥିବା ଆସନ୍ତା ଶିଖର ସମ୍ମିଳନୀ ପାଇଁ ମହତ୍ୱାକାଂକ୍ଷୀ ଏଜେଣ୍ଡା ଉପରେ କାମ କରିବା ଏବଂ ପରସ୍ପର ସହ ଯୋଗାଯୋଗରେ ରହିବା ନେଇ ସହମତି ବ୍ୟକ୍ତ କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's services exports rise by 12.7 pc in April despite West Asia crisis: RBI

Media Coverage

India's services exports rise by 12.7 pc in April despite West Asia crisis: RBI
NM on the go

Nm on the go

Always be the first to hear from the PM. Get the App Now!
...
Chief Minister of Assam meets Prime Minister
May 30, 2026

Chief Minister of Assam, Shri Himanta Biswa Sarma met Prime Minister, Shri Narendra Modi today in New Delhi.

The Prime Minister’s Office posted on X;

“Chief Minister of Assam, Shri @himantabiswa met Prime Minister @narendramodi.

@CMOfficeAssam”