ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ମରିସସ ପ୍ରଧାନମନ୍ତ୍ରୀ ଶ୍ରୀ ପ୍ରବିନ୍ଦ ଜଗନ୍ନାଥଙ୍କୁ ସାକ୍ଷାତ କରିଛନ୍ତି । ପ୍ରଧାନମନ୍ତ୍ରୀ ଜଗନ୍ନାଥ ତାଙ୍କ ପତ୍ନୀ ଶ୍ରୀମତୀ କବିତା ଜଗନ୍ନାଥଙ୍କ ସହ ବ୍ୟକ୍ତିଗତ ଗସ୍ତରେ ଭାରତ ଆସିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ବିପୁଳ ଜନାଦେଶ ସହ ପୁନର୍ବାର ନିର୍ବାଚିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଜଗନ୍ନାଥଙ୍କୁ ହାର୍ଦ୍ଦିକ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ପ୍ରଧାନମନ୍ତ୍ରୀ ଜଗନ୍ନାଥ ଏଥିପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇବା ସହିତ ଦୁଇ ଦେଶ ମଧ୍ୟରେ ରହିଥିବା ବନ୍ଧୁତ୍ୱପୂର୍ଣ୍ଣ ଓ ସ୍ଥାୟୀ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ ଓ ନିବିଡ଼ କରିବା ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ ।

ମରିସସରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିକାଶମୂଳକ ସହଯୋଗ ପ୍ରକଳ୍ପ ଯଦା ମେଟ୍ରୋ ଏକ୍ସପ୍ରେସ ପ୍ରକଳ୍ପ, ଇଏନଟି ହସପିଟାଲ, ସାମାଜିକ ଆବାସିକ ପ୍ରକଳ୍ପ ପାଇଁ ଭାରତର ସହଯୋଗ ନିମନ୍ତେ ପ୍ରଧାନମନ୍ତ୍ରୀ ଜଗନ୍ନାଥ ଗଭୀର କୃତଜ୍ଞତା ଜ୍ଞାପନ କରିଥିଲେ । ଏସବୁ ପ୍ରକଳ୍ପ ବାସ୍ତବରେ ଏହାର ଲୋକମାନଙ୍କୁ ଲାଭାନ୍ୱିତ କରୁଛି ।

ପ୍ରଧାନମନ୍ତ୍ରୀ ଜଗନ୍ନାଥ କହିଥିଲେ ଯେ ନୂତନ କାର୍ଯ୍ୟକାଳ ସମୟରେ ମରିସସର ସାମଗ୍ରିକ ଉନ୍ନତିକୁ ତ୍ୱରାନ୍ୱିତ କରିବା ଏବଂ ଭାରତ ସହିତ ସହଯୋଗକୁ ଆହୁରି ନିବିଡ଼ କରିବା ହେବ ତାଙ୍କର ପ୍ରାଥମିକତା । ଏ ଦିଗରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଅଧିକ ସୁରକ୍ଷିତ, ସ୍ଥିର ଏବଂ ସମୃଦ୍ଧ ମରିସସ ନିର୍ମାଣ ଲାଗି ସେଠାକାର ସରକାର ଏବଂ ଲୋକମାନଙ୍କ ଆଶାଆକାଂକ୍ଷା ପ୍ରତି ଭାରତ ପକ୍ଷରୁ ହୃଦୟଖୋଲା ସମର୍ଥନ ଜାରି ରହିବ ।

ଆପୋସ ହିତ ଏବଂ ପ୍ରାଥମିକତା ଉପରେ ଆଧାରିତ ବହୁପକ୍ଷୀୟ ନିବିଡ଼ ଦ୍ୱିପାକ୍ଷିକ ସମ୍ପର୍କ ପ୍ରତିଷ୍ଠା କରିବା ଏବଂ ସହଯୋଗର ନୂତନ ସମ୍ଭାବନାକୁ ଉଜାଗର କରିବା ଲାଗି ଉଭୟ ନେତା ଆଶା ବ୍ୟକ୍ତ କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Year Ender 2025: Major Income Tax And GST Reforms Redefine India's Tax Landscape

Media Coverage

Year Ender 2025: Major Income Tax And GST Reforms Redefine India's Tax Landscape
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 29, 2025
December 29, 2025

From Culture to Commerce: Appreciation for PM Modi’s Vision for a Globally Competitive India