ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର ବାରିପଦା ଗସ୍ତ କରିଥିଲେ ।

ସେ ଫଳକ ଉନ୍ମୋଚନ ପୂର୍ବକ ରସିକରାୟ ମନ୍ଦିର ଓ ପ୍ରାଚୀନ ହରିପୁରଗଡ଼ ଦୁର୍ଗର ପ୍ରତ୍ନତାତ୍ୱିକ ଖନନ ଢାଂଚାର ସଂରକ୍ଷଣ, ସୌନ୍ଦର୍ଯ୍ୟବର୍ଦ୍ଧନ ତଥା ବିକାଶ କାର୍ଯ୍ୟକୁ ଶୁଭାରମ୍ଭ କରିଥିଲେ ।

ତିନୋଟି ଜାତୀୟ ରାଜପଥ ପ୍ରକଳ୍ପ ଲାଗି ମଧ୍ୟ ପ୍ରଧାନମନ୍ତ୍ରୀ ଏହି ଅବସରରେ ଆଧାରଶିଳା ରଖିଥିଲେ।

ଆଇଓସିଏଲ ଦ୍ୱାରା ନିର୍ମିତ ପାରଦୀପ-ହଳଦିଆ-ଦୁର୍ଗାପୁର ଏଲପିଜି ପାଇପଲାଇନର ବାଲେଶ୍ୱର-ହଳଦିଆ-ଦୁର୍ଗାପୁର ସେକ୍ସନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସେ ସମର୍ପିତ କରିଥିଲେ । ସେ 6ଟି ପାସପୋର୍ଟ ସେବା କେନ୍ଦ୍ର ଏବଂ ବାଲେଶ୍ୱରଠାରେ ବହୁମୁଖୀ ଲଜିଷ୍ଟିକ ପାର୍କର ଉଦଘାଟନ କରିଥିଲେ ।

ଟାଟାନଗରରୁ ବାଦାମପାହାଡ଼ ପର୍ଯ୍ୟନ୍ତ ଦ୍ୱିତୀୟ ଯାତ୍ରୀବାହୀ ଟ୍ରେନ ଚଳାଚଳକୁ ପ୍ରଧାନମନ୍ତ୍ରୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ଏହି ଅବସରରେ ଉପସ୍ଥିତ ଜନସଭାକୁ ସମ୍ବୋଧିତ କରି ସେ କହିଥିଲେ ଯେ ଆଜି ଉଦଘାଟିତ ତଥା ଶିଳାନ୍ୟାସ ହୋଇଥିବା ପ୍ରକଳ୍ପଗୁଡ଼ିକ ପାଇଁ ମୋଟ 4 ହଜାର କୋଟି ଟଙ୍କାରୁ ଅଧିକ ବ୍ୟୟ କରାଯିବ ।

ସେ କହିଥିଲେ ଯେ, କେନ୍ଦ୍ର ସରକାର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱାରୋପ କରୁଛନ୍ତି, ଯାହା ସାଧାରଣ ଲୋକଙ୍କ ଜୀବନରେ ମୌଳିକ ପରିବର୍ତ୍ତନ ଆଣିବ ।

ସେ କହିଥିଲେ ବାଲେଶ୍ୱର-ହଳଦିଆ-ଦୁର୍ଗାପୁର ଏଲପିଜି ପାଇନଲାଇନ ଦ୍ୱାରା ଓଡ଼ିଶା ଏବଂ ପଶ୍ଚିମବଙ୍ଗର ବିଭିନ୍ନ ଅଂଚଳକୁ ସହଜରେ ଏଲପିଜି ଯୋଗାଣ ସମ୍ଭବ ହେବ, ଯାହା ପରିବହନ ଖର୍ଚ୍ଚ ଏବଂ ସମୟ ସଂଚୟ କରିବ ।

ଏକବିଂଶ ଶତାବ୍ଦୀରେ ଯୋଗାଯୋଗର ମହତ୍ୱ ଉପରେ ସେ ଜୋର ଦେଇଥିଲେ । ସେ କହିଥିଲେ ଭାରତରେ ଅତ୍ୟାଧୁନିକ ଭିତ୍ତିଭୂମି ଏବଂ ଯୋଗାଯୋଗ ବ୍ୟବସ୍ଥାର ସୃଷ୍ଟି ପାଇଁ ଅଭୂତପୂର୍ବ ନିବେଶ କରାଯାଉଛି । ସେ କହିଥିଲେ ଯେ ସଡ଼କ, ରେଳ ଏବଂ ବିମାନ ଯୋଗାଯୋଗ, ବିଶେଷ କରି ଓଡ଼ିଶାର ଭିତ୍ତିଭୂମି ନିର୍ମାଣ ଉପରେ ଗୁରୁତ୍ୱାରୋପ କରାଯାଉଛି । ସେ କହିଥିଲେ ପରିବର୍ଦ୍ଧିତ ରେଳ ଯୋଗାଯୋଗ ଦ୍ୱାରା ଲୋକମାନଙ୍କ ଯାତାୟାତ ସୁବିଧାଜନକ ହେବ ଏବଂ ଉଦ୍ୟୋଗ ନିକଟକୁ ଖଣିଜ ସମ୍ପଦ ଆହୁରି ଶୀଘ୍ର ଉପଲବ୍ଧ ହୋଇପାରିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପରିବର୍ଦ୍ଧିତ ଭିତ୍ତିଭୂମିର ସର୍ବାଧିକ ଲାଭ ଦେଶର ମଧ୍ୟମ ବର୍ଗ ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକୁ ମିଳିପାରିବ । ସେ କହିଥିଲେ ଆଧୁନିକ ସଡ଼କ, ସ୍ୱଚ୍ଛ ରେଳ ଏବଂ ମିତବ୍ୟୟୀ ବିମାନ ଯାତ୍ରା, ଆଦି ମଧ୍ୟମ ବର୍ଗର ସହଜ ଜୀବନଧାରଣରେ ସହାୟକ ହେବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗତ ସାଢ଼େ ଚାରିବର୍ଷରେ ପାସପୋର୍ଟ ହାସଲ ପାଇଁ ଲୋକମାନଙ୍କ ଅସୁବିଧା ଦୂର କରିବା ଲାଗି କେନ୍ଦ୍ର ସରକାର ପ୍ରୟାସ କରିଆସୁଛନ୍ତି । ସେ କହିଥିଲେ ଯେ ଆଜି 6ଟି ପାସପୋର୍ଟ ସେବା କେନ୍ଦ୍ର ଉଦଘାଟିତ ହେବା ଏ ଦିଗରେ ଏକ ପଦକ୍ଷେପ । ଏହା “ସହଜ ଜୀବନଧାରଣ” ଦିଗରେ ଏକ ପ୍ରୟାସ ବୋଲି କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷିତ ରଖିବା ଲାଗି କେନ୍ଦ୍ର ସରକାର ପ୍ରୟାସ କରୁଛନ୍ତି । ସେ କହିଥିଲେ ବିଶ୍ୱାସ, ଆଧ୍ୟାତ୍ମିକତା ଏବଂ ଇତିହାସ ସହ ଜଡ଼ିତ ସ୍ଥାନ,ଯୋଗ ଏବଂ ଆୟୁର୍ବେଦର ଜ୍ଞାନ ଆଦିକୁ ସକ୍ରିୟ ଭାବେ ପ୍ରସାରିତ ଏବଂ ପ୍ରୋତ୍ସାହିତ କରାଯାଉଛି । ଏହି ପରିପ୍ରେକ୍ଷୀରେ, ସେ ଆଜି ଆରମ୍ଭ କରାଯାଇଥିବା ରସିକରାୟ ମନ୍ଦିର ଏବଂ ପ୍ରାଚୀନ ହରିପୁରଗଡ଼ ଦୁର୍ଗ ଖନନ ଢାଂଚା ସଂରକ୍ଷଣ କାର୍ଯ୍ୟ ବିଷୟରେ ଉଲ୍ଲେଖ କରିଥିଲେ । ସରକାରଙ୍କ ଦ୍ୱାରା ଏପରି ପଦକ୍ଷେପ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେଉଛି ବୋଲି ସେ କହିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Technical textiles critical to footwear sector

Media Coverage

Technical textiles critical to footwear sector
NM on the go

Nm on the go

Always be the first to hear from the PM. Get the App Now!
...
PM Modi performs Darshan and Pooja at Baba Vishwanath Temple; prays for the prosperity and good health of all countrymen
April 29, 2026

 

Prime Minister Shri Narendra Modi today performed darshan and pooja at the Baba Vishwanath Temple in Kashi, where he prayed for the happiness, prosperity, and healthy lives of the people of the nation.

"हर हर महादेव !

काशी में बाबा विश्वनाथ मंदिर में दर्शन और पूजन का सौभाग्य मिला। यहां भगवान भोलेनाथ से समस्त देशवासियों के लिए सुख-समृद्धि और आरोग्यपूर्ण जीवन की कामना की।

माँ अन्नपूर्णा एवं माँ गंगा के दर्शन से असीम शांति मिली। उनकी कृपा से हर किसी में सकारात्मक ऊर्जा का संचार हो !

काशी की जनता को पुनः नमन