PM Narendra Modi dedicates multiple development projects in Jharkhand
Development projects in Jharkhand will add to the state’s strength, empower poor and tribal communities: PM
The poor in India wish to lead a life of dignity, and seek opportunities to prove themselves: PM Modi
‘Imandari Ka Yug’ has started in India; youth wants to move ahead with honesty: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଝାଡଖଣ୍ଡର ସାହେବଗଞ୍ଜଠାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । 

ପ୍ରଥମ ଚରଣରେ ପ୍ରଧାନମନ୍ତ୍ରୀ ଗଙ୍ଗା ନଦୀ ଉପରେ ଚାରି ଲେନ ବିଶିଷ୍ଟ ଏକ ସେତୁ ଓ ବହୁମୂଖୀ ଟର୍ମିନାଲର ଆଧାରଶିଳା ରଖିଥିଲେ । ବାରଣାସୀରୁ ହଳଦିଆ ମଧ୍ୟରେ ଜାତୀୟ ଜଳପଥ-1ର ଏକ ପ୍ରମୁଖ ଅଂଶ ହେଉଛି ଏହି ବହୁମୂଖୀ ନଦୀ ଟର୍ମିନାଲ । 

ଦ୍ଵିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଜାତୀୟ ରାଜପଥର ଗୋବିନ୍ଦପୁର-ଜାମତରା-ଦୁମକା-ସାହେବଗଞ୍ଜ ସେକ୍ସନରେ 311 କିଲୋମିଟର ସଡକର ଉଦ୍ଘାଟନ କରିଥିଲେ । ସେହିପରି ସାହେବଗଞ୍ଜ ଜିଲ୍ଲା କୋର୍ଟ ଏବଂ ସଦର ମହକୁମା ହସ୍ପିଟାଲ ପରିସରରେ ସୌରଶକ୍ତି ପ୍ରକଳ୍ପକୁ ଲୋକାର୍ପଣ କରିଥିଲେ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ପାହାଡିଆ ସ୍ଵତନ୍ତ୍ର ଇଣ୍ଡିଆ ରିଜର୍ଭ ବାଟାଲିଅନର ନବ ନିଯୁକ୍ତ କନଷ୍ଟେବଲମାନଙ୍କୁ ଔପଚାରିକ ଭାବେ ନିଯୁକ୍ତି ପତ୍ର ପ୍ରଦାନ ସହ ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ଉଦ୍ୟୋଗୀମାନଙ୍କୁ ସ୍ମାର୍ଟଫୋନ ଆବଣ୍ଟନ କରିଥିଲେ ।
ସମାରୋହରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହିସବୁ ଉନ୍ନୟନ ପ୍ରକଳ୍ପ ସାନ୍ତାଳ ପ୍ରଗଣା ଅଞ୍ଚଳ ପାଇଁ ଉପକାରସିଦ୍ଧ ହେବ ଏବଂ ଏଠାକାର ଆଦିବାସୀ ସମ୍ପ୍ରଦାୟର ସଶକ୍ତିକରଣରେ ସହାୟକ ହେବ । ସେ କହିଥିଲେ ଯେ, ଦେଶର ଗରିବ ଶ୍ରେଣୀର ଲୋକେ ଏକ ମର୍ଯ୍ୟଦାପୂର୍ଣ୍ଣ ଜୀବନ ବଞ୍ଚିବାକୁ ଚାହାନ୍ତି ଏବଂ ନିଜର ସାମର୍ଥ୍ୟ ପ୍ରଦର୍ଶନ ପାଇଁ ସୁଯୋଗ ଅପେକ୍ଷାରେ ରହିଛନ୍ତି । ଏଣୁ ସେ ଗରିବମାନଙ୍କ ଦକ୍ଷତା ଓ ପରିଶ୍ରମ ଉପରେ ପୂର୍ଣ୍ଣ ଆସ୍ଥା ରଖିଛନ୍ତି ।  

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶରେ ଏକ ସଚ୍ଚୋଟତାର ଯୁଗ ଆରମ୍ଭ ହୋଇଛି । ଗରିବମାନଙ୍କୁ ସେମାନଙ୍କ ନ୍ୟାଯ୍ୟ ଅଧିକାର ପ୍ରଦାନ ଲାଗି ସେ ଯେଉଁ ପ୍ରୟାସ ଆରମ୍ଭ କରିଛନ୍ତି ସେଥିଲାଗି ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Teachers: The artists of education

Media Coverage

Teachers: The artists of education
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 7, 2026
September 07, 2026

Vasudhaiva Kutumbakam in Action: Tech Hub, Border Villages, Global Leadership by PM Modi