Development projects in Jharkhand will add to the state’s strength, empower poor and tribal communities: PM
We are stressing on waterways and ensuring environment friendly infrastructure: PM Modi
Our fight against corruption and black money will continue: PM Modi
If every person in the country takes a step ahead, then India will move 125 crore steps forward towards development: PM
Imandari Ka Yug has started in India; youth wants to move ahead with honesty: PM

ଭାଇ ଓ ଭଉଣୀମାନେ ଆଜି ସାନ୍ଥାଳ ଭୂଇଁକୁ ମତେ ଆସିବାର ସୁଯୋଗ ମିଳିଛି । ଭଗବାନ ବିର୍ସା ମୁଣ୍ଡା, ଚାନ୍ଦ ଭୈରବ, ନୀଳାମ୍ବର-ପୀତାମ୍ବରଙ୍କ ଭଳି ବୀର ସନ୍ତାନଙ୍କର ଏହି ଭୂମି । ଏହି ଭୂମିକୁ ମୁଁ ପ୍ରଣାମ କରୁଛି ଏବଂ ଏହି ଭୂଇଁର ବୀର ନାଗରିକମାନଙ୍କୁ ମଧ୍ୟ ମୁଁ ହୃଦୟର ସହିତ ଅଭିବାଦନ କରୁଛି । ଆଜି ଝାଡଖଣ୍ଡର ସାହେବଗଞ୍ଜ ମାଟିରେ ଏକାଥରେ ସପ୍ତଧାରା ବିକାଶ ଯୋଜନା ଗୁଡିକର ଶୁଭାରମ୍ଭ ହେଉଅଛି । ଏହି ସାନ୍ଥାଳ ଅଂଚଳରେ ଏକାସହ ଏତେବଡ଼ ବିକାଶ ଯୋଜନା ବୋଧହୁଏ ସ୍ୱାଧୀନତା ପରର କୌଣସି ଏକ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ଅଂଚଳର ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ପ୍ରଥମଥର ହୋଇଥିବ ଏଭଳି ମୁଁ ମାନୁଛି । ଏହି ସମଗ୍ର ସାନ୍ଥାଳ ଅଂଚଳର ଯଦି ଉନ୍ନତି କରିବାର ଅଛି ଏଠାକାର ସମସ୍ୟା ଗୁଡିକର ସମାଧାନ କରିବାର ଅଛି, ଏଠାକାର ମୋର ଗରିବରୁ ଗରିବ ଆଦିବାସୀ ଭାଇ ଭଉଣୀ, ମୋର ପଛୁଆ ଭାଇ ଭଉଣୀ ଯଦି ଏମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବାକୁ ଅଛି ତ ତାହାର ଗୋଟିଏ ମାତ୍ର ଉପାୟ ଅଛି । ଆଉ ସେହି ଉପାୟଟି ହେଲା ବିକାଶ । ଯେତେ ଦ୍ରୁତ ଗତିରେ ଆମେ ଏଠି ବିକାଶ କରିବା ଏଠାକାର ଜନସାଧାରଣଙ୍କ ଜୀବନରେ ପରିବର୍ତ୍ତନ ଆଣିବାରେ ଆମେ ସଫଳ ହେବା ।

ଆଜି ଏକ ବହୁତ ବଡ଼ ମହତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଯାହା ଝାଡଖଣ୍ଡ ଏବଂ ବିହାରକୁ ଯୋଡୁ ଅଛି । ଗଙ୍ଗା ଉପରେ ଦୁଇଟି ରାଜ୍ୟକୁ ଯୋଡୁଥିବା ସବୁଠାରୁ ବଡ଼ ସେତୁ 2,200 କୋଟି ଟଙ୍କାରୁ ଅଧିକ ବିନିଯୋଗ ଏବଂ ଏହା କେବଳ ଦୁଇଟି ରାଜ୍ୟକୁ ଯୋଡୁଛି ତାହା ନୁହେଁ ଏହା ବିକାଶର ନୂଆ ଦ୍ୱାରକୁ ଉନ୍ମୁକ୍ତ କରୁଛି । ଆପଣ ଏହିଠାରୁ ପୂର୍ବ ଭାରତର ବିଶାଳ ଦୃଷ୍ଟିଭଙ୍ଗି ସହିତ ନିଜକୁ ସିଧା ଯୋଡିବା ପାଇଁ ଏହି ସେତୁ ନିର୍ମାଣ ହେବା ଦ୍ୱାରା ଆପଣ ମାନଙ୍କୁ ସୁଯୋଗ ମିଳୁଛି । ମୁଁ ବିହାରବାସୀଙ୍କୁ ଅଭିନନ୍ଦନ ଦେଉଛି । ମୁଁ ଝାଡଖଣ୍ଡବାସୀଙ୍କୁ ଶୁଭେଚ୍ଛା ଜଣାଉଛି କି ଏକ ମହତ୍ୱପୂର୍ଣ୍ଣ ସେତୁର ଆଜି ଶିଳାନ୍ୟାସ ହେଉଛି ଆଉ ଆମ ନୀତିନ ଗଡ଼କରୀ ଜୀ, ଇଏ ହେଉଛନ୍ତି ଏମିତି ମନ୍ତ୍ରୀ ଯିଏ ସମୟ ସୀମା ମଧ୍ୟରେ କାର୍ଯ୍ୟ କରିବାରେ ବହୁତ ଦକ୍ଷ । ଆଉ ଏଥିପାଇଁ ମୋର ଦୃଢ ବିଶ୍ୱାସ ଅଛି ଯେ, ଯେଉଁ ତାରିଖରେ ଏହାର ଲୋକାର୍ପଣ ନିଶ୍ଚିତ କରାଯାଇଛି ସେହି ତାରିଖର ସମୟ ସୀମା ମଧ୍ୟରେ ସଂପୂର୍ଣ୍ଣ କାର୍ଯ୍ୟ ଶେଷ କରାଇଦେବେ । ଏହା ଝୁଲିରହିଥିବା କାମ ହୋଇ ରହିବ ନାହିଁ । ଆପଣ କଳ୍ପନା କରିପାରୁଥିବେ ଏହି ଅଂଚଳର କେତେ ଯୁବକଙ୍କୁ ରୋଜଗାର ମିଳିବ । ଆଉ ନିଜର ଜନପଦକୁ ଯଦି ସଂଧ୍ୟାବେଳେ ଘରକୁ ଫେରିବାକୁ ହେବ ତ ଖୁବ ସହଜରେ ଯାଇ ପାରିବେ । ସେଠାରେ ସେମାନଙ୍କର ରୋଜଗାର ମଧ୍ୟ ହେବ ତା ସହିତ ଏହା ଏଭଳି କାମ ଯେ ତାଙ୍କର ଦକ୍ଷତା ବିକାଶ ମଧ୍ୟ ହେବ । ଏକ ନୂଆ କଳା, ଏକ ନୂଆ ସିଦ୍ଧି, ଯେବେ ଦୁଇ ଅଢେଇ ବର୍ଷ ପର୍ଯ୍ୟନ୍ତ ଲଗାତାର ଗୋଟିଏ ପ୍ରକଳ୍ପରେ ଲାଗନ୍ତି, ତ କୌଣସି ଇଂଜିନିୟର ଠାରୁ ମଧ୍ୟ ଅଧିକ କାମ କରିବାର ଦକ୍ଷତା ତାଙ୍କ ମଧ୍ୟରେ ଆସିଯାଇଥାଏ । ଏହି ଅଂଚଳରେ ଏହି ପ୍ରକଳ୍ପ କାରଣରୁ ହଜାର ହଜାର ପରିବାରର ଯୁବକ ଏଭଳି ଶକ୍ତି ପାଇବେ । ଯାହା ଆଗାମୀ ଦିନମାନଙ୍କରେ ଝାଡଖଣ୍ଡ ହେଉ, ବିହାର ହେଉ, ହିନ୍ଦୁସ୍ଥାନର ଅନ୍ୟ କୌଣସି ଅଂଚଳ ହେଉ ସେଠାରେ ମଧ୍ୟ ଯଦି ଏଭଳି କୌଣସି ପ୍ରକଳ୍ପ ଆରମ୍ଭ ହୁଏ ତା ହେଲେ ଏହି ଅଂଚଳର ଯୁବକମାନେ ପ୍ରଥମ ପସନ୍ଦ ହେବେ ଏବଂ ଏଠାକାର ଲୋକମାନଙ୍କୁ ଅଧିକ ପଇସା ଦେଇ ନିଜ ଅଂଚଳକୁ କାମ ପାଇଁ ନେଇଯିବେ । ଏହି ଶକ୍ତି ଏହିଠାରୁ ହିଁ ଜନ୍ମ ନେବାକୁ ଯାଉଛି । ଆଉ ଏ ସମସ୍ତ ପ୍ରକଳ୍ପରେ ସବୁଠାରୁ ଯେଉଁ ବଡ଼ ଶକ୍ତି ଅଛି ଏହା ମାନବ ଶକ୍ତିର ସଂଯୋଜିତ ରୂପରେ ଦକ୍ଷତା ବିକାଶ କରି ବିକଶିତ କରିବା ।

ମୁଁ ଏଠାକାର ଯୁବକମାନଙ୍କୁ ଶୁଭକାମନା ଦେଉଛି । ଇଏ ଆପଣଙ୍କ ଅଗଣାରେ ଏକ ଶୁଭ ଅବସର ଆସିଛି । ଆପଣ ମଧ୍ୟ ମନ ଦୃଢ କରି ଦିଅନ୍ତୁ ପରିଶ୍ରମ ମଧ୍ୟ କରିବି ନିଜର ଦକ୍ଷତା ମଧ୍ୟ ବଢାଇବି । ଆଉ ଯଦି ଥରେ କ୍ଷମତା ବଢିଗଲା ତ ଦୁନିଆ ଆପଣଙ୍କୁ ପଚାରି ପଚାରି ଚାଲି ଆସିବ ଯେ ଏଠାକାର ଯେଉଁ ଅନୁଭବୀ ଯୁବକ ଅଛନ୍ତି ଆମକୁ ସେଇମାନେ ହିଁ ଦରକାର । ଏହି ପରିବର୍ତ୍ତନ ଆସିବାକୁ ଯାଉଛି । ଆଜି ମତେ ଏଠାରେ ଅନ୍ୟ ଏକ କାର୍ଯ୍ୟକ୍ରମର ଲୋକାର୍ପଣର ସୁଯୋଗ ମିଳିଛି । ଆଉ ତାହା ହେଲା ସାହେବଗଞ୍ଜରୁ ଗୋବିନ୍ଦପୁର ପର୍ଯ୍ୟନ୍ତ ଯେଉଁ ସଡ଼କ ନିର୍ମାଣ ହୋଇଛି । ଏହାର ଲୋକର୍ପଣ କରାଯିବ । ଆଗରୁ କେବେ ଯଦି ଏଠାରୁ ଗୋବିନ୍ଦପୁର ଯିବାକୁ ହେଉଥିଲା ତ, 10 ଘଣ୍ଟା, 12 ଘଣ୍ଟା, 14 ଘଣ୍ଟା ଲାଗିଯାଉଥିଲା । ଏବେ ଏ ଯେଉଁ ନୂଆ ସଡ଼କ ତିଆରି ହୋଇଛି ପାଞ୍ଚ ସାତ ଘଣ୍ଟାରେ ଆପଣ ଗୋବିନ୍ଦପୁରରେ ପହଁଚି ଯାଇ ପାରିବେ । କେତେ ବଡ଼ ଗତି ଆସିଛି ଆପଣଙ୍କ ଜୀବନରେ ଏହି କାରଣରୁ କେତେବଡ଼ ପରିବର୍ତ୍ତନ ଆସିଛି ଆଉ ଏ କେବଳ ସଡ଼କ ନୁହେଁ ସଂପୂର୍ଣ୍ଣ ସାନ୍ଥାଳ ଅଂଚଳକୁ ମଝିରୁ ବାହାର କରି ଆଣୁଥିବା ଏହା କେବଳ ସଡ଼କ ନୁହେଁ ଏହା ସଂପୂର୍ଣ୍ଣ ସାନ୍ଥାଳ ଅଂଚଳରେ ଗରିବରୁ ଗରିବ ନାଗରିକର ଜୀବନରେ ବିକାଶର ଏକ ନୂଆ ପଥ ଖୋଲିଛି । ବିକାଶର ନୂଆ ଦିଗ ଖୋଲୁଛି । ବିକାଶର ଏକ ନୂଆ ଲକ୍ଷ୍ୟ ପାଖକୁ ଆଣି ରଖୁଛି । ଆଉ ଏଥିପାଇଁ ସଡ଼କ ବହୁତ ତିଆରି ହେଉଛି ଯାତାୟତ ପାଇଁ କାମରେ ଆସୁଛି କିନ୍ତୁ ଏହି ସଡ଼କ ସେହି ସଡ଼କଗୁଡିକ ଭଳି ନୁହେଁ ଯାହା କେବଳ ଯିବା ଆସିବା କାମରେ ନୁହେଁ ଏହା ବିକାଶ ଆଡ଼କୁ ବଢିବାର ରାସ୍ତା ନିର୍ମାଣ ହେଉଛି ଆଉ ଯାହା ସଂପୂର୍ଣ୍ଣ ସାନ୍ଥାଳ ଅଂଚଳର ନକ୍ସାକୁ ବଦଳାଇ ଦେବ । ଏହା ମୋର ଦୃଢ ବିଶ୍ୱାସ ।

ଭାଇ ଓ ଭଉଣୀମାନେ ନଦୀକୁ ଆମେ ମାଆ କହୁ । ଆଉ ମାଆ ଆମକୁ ସବୁକିଛି ଦିଏ, କିନ୍ତୁ କେବେ କେବେ ଏଭଳି ଲୋକକଥା ମଧ୍ୟ କୁହାଯାଏ ଯେ, ନ ମାଗିଲେ ମାଆ ମଧ୍ୟ ବାଢି ନ ଥାଏ । ଗଙ୍ଗାମାତା ଯୁଗ ଯୁଗଧରି ଏହି ସମଗ୍ର ଅଂଚଳକୁ ନବ ପଲ୍ଲବିତ କରି ଆସୁଛି । ଏହା ଜୀବନଧାରା ରୂପରେ ବହି ଚାଲିଛି । କିନ୍ତୁ ପରିବର୍ତ୍ତିତ ଯୁଗରେ ଏଇ ମାଆ ଗଙ୍ଗା ଆମ ଜୀବନକୁ ଏକ ନୂଆ ଶକ୍ତି ମଧ୍ୟ ଦେଇ ପାରେ । ଏକବିଂଶ ଶତାବ୍ଦୀରେ ବିଶ୍ୱରେ ଏ ମାଆ ଗଙ୍ଗା ଝାଡଖଣ୍ଡକୁ ଦୁନିଆ ସହିତ ସିଧା ସିଧା ଯୋଡିବା ଦିଗରେ ଆମେ ଆଗକୁ ବଢିବାକୁ ଚାହୁଁଛୁ । କ’ଣ କେବେ ଆପଣ କଳ୍ପନା କରିଥିଲେ ସମୁଦ୍ର କୂଳରେ ଯେଉଁ ସହର ଥାଏ, ରାଜ୍ୟ ଥାଏ ସେମାନେ ତ ଆପେ ଆପେ ଦୁନିଆ ସହିତ ଯୋଡି ହୋଇ ଯାଇଥାନ୍ତି । କିନ୍ତୁ ଭୂମି-ଘେରା (Land locked) ଅଚଂଳ ଝାଡଖଣ୍ଡ ଭଳି ଅଂଚଳ ଯେଉଁଠାରେ ନିକଟରେ କେଉଁଠି ହେଲେ ମଧ୍ୟ ସମୁଦ୍ର ନାହିଁ । କ’ଣ ସେ ମଧ୍ୟ ବିଶ୍ୱ ସହିତ ଯୋଡି ହୋଇ ପାରିବ । ଯେଉଁ ପ୍ରକଳ୍ପକୁ ନେଇ ଆମ ନୀତିନ ଗଡକରୀ ଜୀ କରୁଛନ୍ତି ଆଉ ବଡ଼ ମନଯୋଗ ସହକାରେ କରୁଛନ୍ତି । ଆଉ ସେଥିରେ ସବୁଠାରୁ ବଡ଼ କାମ ହେବାକୁ ଯାଉଛି । ଏହି ପ୍ରକଳ୍ପ ଯେବେ ସଂପୂର୍ଣ୍ଣ ହେବ ତ ଏଡି ଝାଡଖଣ୍ଡ ସିଧା ସଳଖ ସମଗ୍ର ଦୁନିଆ ସହିତ ଯୋଡି ହେବାର ଶକ୍ତି ହୋଇଯିବ । ଆଉ ସେହି ପ୍ରକଳ୍ପ ହେଉଛି ଗଙ୍ଗାରେ ବହୁମୁଖୀ ଟର୍ମିନାଲର ଶିଳାନ୍ୟାସ । ବଙ୍ଗୋପସାଗର ପର୍ଯ୍ୟନ୍ତ ଏହିଠାରୁ ଜାହାଜ ଚାଲିବ । ଗଙ୍ଗାରେ ଜାହାଜ ଚାଲିବ, ମାଲ୍ ବୋଝେଇ କରି ନେଇଯିବେ ଆଉ ଏଠାକାର ଜିନିଷ ସବୁ ସିଧା ସଳଖ ବଙ୍ଗୋପସାଗରରୁ ବାହାରି ସମୁଦ୍ର ମାର୍ଗରେ ସିଧା ଦୁନିଆରେ ପହଂଚିପାରିବ । ବ୍ୟବସାୟ ପାଇଁ, ବିଶ୍ୱ ବ୍ୟାପାର ପାଇଁ ଯେବେ ଏହି ପ୍ରକାର ସୁବିଧା ଉପଲବ୍ଧ ହୁଏ ସେତେବେଳେ ବିଶ୍ୱ ବ୍ୟାପାର ମଧ୍ୟରେ ଝାଡଖଣ୍ଡ ନିଜର ସ୍ଥାନ ତିଆରି କରି ପାରିବ । ଏଠାକାର ଫଥର ଖଣ୍ଡ କଥା ହେଉ ବା ଏଠାକାର କୋଇଲା ହେଉ, କିମ୍ବା ଏଠାକାର ଅନ୍ୟାନ୍ୟ ଉତ୍ପାଦ ହେଉ । ବିଶ୍ୱ ବଜାରରେ ସିଧା ପହଂଚିବାର ସାମର୍ଥ୍ୟ ଏହା ମଧ୍ୟରେ ଆସିପାରିବ । କେବଳ ଏତିକି ନୁହେଁ ଏହି ବ୍ୟବସ୍ଥା ହେବା ପରେ ଯଦି ଏଠାକାର କୋଇଲା ପଶ୍ଚିମ ଭାରତକୁ ନେବାକୁ ହେବ, ତ ଜରୁରୀ ନୁହେଁ ଏହାକୁ ସଡ଼କରେ, ରାସ୍ତାରେ କିମ୍ବା ରେଳରେ ନେବାକୁ ହେବ । ତାହା ବଙ୍ଗୋପସାଗରରୁ ସମୁଦ୍ର ମାର୍ଗରେ ସେହି ଦିଗକୁ ନିଆଯିବ ତ ଶସ୍ତା ପଡିବ । ଆଉ ଯେଉଁମାନେ ଏହି କ୍ଷେତ୍ରରେ କାମ କରୁଥିବେ ସେମାନଙ୍କର ଆର୍ଥିକ ଶକ୍ତି ବଢାଇବାରେ ଏହା ଉପଯୋଗୀ ହେବ ।

ଭାଇ ଓ ଭଉଣୀମାନେ ଆମ ଦେଶରେ ରାଜପଥର ଚର୍ଚ୍ଚା, ଚିନ୍ତା ହେଲା ଅଟଳ ବିହାରୀ ବାଜପେୟୀଙ୍କ ସରକାର ଥିବା ସମୟରୁ, ସେତେବେଳେ ଆମ ଦେଶରେ ଭିତ୍ତିଭୂମି କ୍ଷେତ୍ରର ଦୁଇଟି ମହତ୍ୱପୂର୍ଣ୍ଣ ଐତିହାସିକ ଯୋଗଦାନ ଅଟଳଜୀଙ୍କ ସରକାର ସମୟରେ । ଭିତ୍ତିଭୂମି କ୍ଷେତ୍ରରେ ଦୁଇଟି ମୁଁ କହୁଛି, ଆଉ ତ ଶହ ଶହ ହେବ । ଗୋଟିଏ ସେ ପୂରା ହିନ୍ଦୁସ୍ଥାନକୁ ସ୍ୱର୍ଣ୍ଣିମ ଚତୁଃଷ୍କୋଣରେ ଯୋଡିକରି ଭିତ୍ତିଭୂମିକୁ ଆଧୁନିକ ରୂପ ଦେବାରେ ଏକ ସଫଳ ପ୍ରୟୋଗ କଲେ । ସଂପୂର୍ଣ୍ଣ କଲେ । ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନା ଯାହା ହିନ୍ଦୁସ୍ଥାନର ଗାଁ ଗାଁକୁ ଯେମିତି ଶରୀର ଭିତରେ ଅଲଗା ଅଲଗା ଶିରା ଏବଂ ଧମନୀଗୁଡିକ ଥାଏ ସେମିତି ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନା ଦ୍ୱାରା ରାସ୍ତାର ପୂରା ନେଟୱାର୍କ ତିଆରି କରିବାର କଷ୍ଟ ଉଠାଇଥିଲେ । ବହୁତ ବଡ଼ କାର୍ଯ୍ୟ ତାଙ୍କ କାର୍ଯ୍ୟକାଳରେ ହୋଇଥିଲା । ପରେ ମଧ୍ୟ ଯେଉଁ ସରକାର ଆସିଲେ ସେହି କାର୍ଯ୍ୟକ୍ରମକୁ ଚଳାଉଛନ୍ତି । ଏହା ବାଜପେୟୀଙ୍କର ଦ୍ୱିତୀୟ ଯୋଗଦାନ ଥିଲା ।

ଭାଇ ଓ ଭଉଣୀମାନେ ଆମ ଭିତ୍ତିଭୂମି କଥା ଆସିଲା ତ, ରାସ୍ତା ଏବଂ ସଡ଼କର ଚିନ୍ତା, ଚର୍ଚ୍ଚା କଲୁ । ରାଜପଥ ନିର୍ମାଣ କରିବା, ସେଥିରେ ଉଡାଜାହାଜ ଚଳାଚଳ ପାଇଁ ବିମାନ ବନ୍ଦର ନିର୍ମାଣ କରିବା ସେଭଳି ବ୍ୟବସ୍ଥା ତିଆରି କଲୁ । ଆମେ ରେଳବାଇର ବିସ୍ତାର ପାଇଁ କାମ କଲୁ । କିନ୍ତୁ ଗୋଟିଏ କ୍ଷେତ୍ର ଆହ୍ୱାନ ଦେଉଥିଲା । ବର୍ତ୍ତମାନ ସରକାରରେ ନୀତିନ ଗଡକରୀଙ୍କ ନେତୃତ୍ୱରେ ଏକ ଐତିହାସିକ ନୂଆ ନିଷ୍ପତ୍ତି ନିଆଗଲା କି ଆମ ଦେଶରେ ପାଣିରେ ଭର୍ତ୍ତି ଯେଉଁ ନଦୀଗୁଡିକ ଅଛି ସେଥିରେ ଯାତାୟାତ କରି କମ୍ ଖର୍ଚ୍ଚରେ ମାଲ୍ ପରିବହନ ପାଇଁ ପୂରା ଅଭିଯାନ ଚାଲୁଛି ଆଉ ସେହି ଅନୁସାରେ ବନାରସରୁ ହଳଦିଆ ପର୍ଯ୍ୟନ୍ତ ପଣ୍ୟ ନେଇଯିବା ପାଇଁ ସଂପୂର୍ଣ୍ଣ ବ୍ୟବସ୍ଥା ବିକଶିତ କରାଯାଉଛି । ଝାଡଖଣ୍ଡକୁ ବଙ୍ଗୋପସାଗର ପର୍ଯ୍ୟନ୍ତ ଯୋଡା ଯାଉଛି । ଏଠାରୁ ଜାହାଜ ଚଳାଚଳ କରିବ । ନଦୀରେ ଛୋଟ ଛୋଟ ଡଙ୍ଗା ତ ଆମେ ବହୁତ ଦେଖିଛୁ । ହଜାର ହଜାର ଟନ ମାଲ୍ ନେଇ ଯିବା ଭଳିଆ ଜାହାଜ ଚାଲିବ । ଆପଣ କଳ୍ପନା କରି ପାରିବେ କି ବିକାଶର କେଉଁ ନୂଆ କ୍ଷେତ୍ର ଆମ ଆଗରେ ବାହାରି ଆସୁଛି । ରାଜପଥ ଅଛି, ରେଳପଥ ଅଛି ଏବେ ଆପଣଙ୍କ ସାମ୍ନାରେ ଜଳପଥ । ଏହି ଜଳପଥ ଏହାର ଏହି ଶୁଭାରମ୍ଭ ଶିଳାନ୍ୟାସର କାମ ହେଉଛି । ହଜାର କୋଟି ବିନିଯୋଗରେ ହେବାକୁ ଯାଉଛି । ଭାରତରେ ଏହି ପୂରା ଅଭିଯାନ ନୂଆ କରି ହେଉଛି । ଆଉ ଏଥିପାଇଁ ଏହାର ଏକ ପ୍ରୟୋଗ ହେବାକୁ ଯାଉଛି । ଆଗାମୀ ଦିନରେ ଅର୍ଥଶାସ୍ତ୍ରୀ ଏହା ଉପରେ ଲେଖିବାକୁ ଯାଉଛନ୍ତି । ଏହା ଉପରେ ଚର୍ଚ୍ଚା କରିବାକୁ ଯାଉଛନ୍ତି କି ଭାରତରେ ଭିତ୍ତିଭୂମି କ୍ଷେତ୍ରର ପରିବେଶ ଅନୁକୂଳ ଭିତ୍ତିଭୂମି ଦିଗରେ କିପରି ଆଗକୁ ବଢୁଛି । ପର୍ଯ୍ୟାବରଣର ରକ୍ଷା ହେଉ, ବିକାଶ ମଧ୍ୟ ହେଉ, ଯାତାୟାତ ମଧ୍ୟ ହେଉ, ଗତି ମଧ୍ୟ ମିଳୁ ଏମିତି ଏକ କାମ ହେଉ ସେହି ଦିଗରେ ଦ୍ରୁତ ଗତିରେ କାମ କରିବା ପାଇଁ ନୀତିନ ଗଡକରୀଙ୍କ ବିଭାଗ ଆଜି କାମ କରୁଛି । ମାଆ ଗଙ୍ଗା ସବୁ କିଛି ଦେଉଥିଲା । ଏବେ ଏକ ନୂଆ ଉପହାର ମାଆ ଗଙ୍ଗାଙ୍କ ଦ୍ୱାରା ବିକାଶର ଏକ ନୂଆ ମାର୍ଗ ଆମ ପାଇଁ ପସ୍ତୁତ ହେଉଛି । ଏଥିପାଇଁ ମା’ ଗଙ୍ଗାଙ୍କର ଆମେ ଯେତେ ଋଣ ସ୍ୱୀକାର କରିବା ସେତେ କମ୍ ହେବ ।

ଭାଇ ଓ ଭଉଣୀମାନେ ମୁଁ ଆଜି ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଶ୍ରୀମାନ ରଘୁବର ଦାସଙ୍କୁ ଏହି କଥା ପାଇଁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି କି ସେ ଏହି ସାନ୍ଥାଳ ଅଂଚଳର କୃଷକମାନଙ୍କ ପାଇଁ ପଶୁପାଳକମାନଙ୍କ ପାଇଁ ଏକ ବହୁତ ବଡ଼ ପଦକ୍ଷେପ ଉଠାଇଛନ୍ତି । ଆଉ ତାହା ହେଲା ଡାଏରୀ ଉଦ୍ୟୋଗ । ପଶୁପାଳକମାନେ ଯଦି ଏକ ସୁନିଶ୍ଚିତ ଦରରେ କ୍ଷୀର ବିକିବେ ତ ପଶୁପାଳନ କରିବେ ଭଲ ପଶୁପାଳନ କରିବେ । ଆଜି ଯିଏ ପଶୁପାଳନ କରୁଛି ସିଏ ତ ପରିବାରର ଦୁଧ ଆବଶ୍ୟକତାକୁ ପୂରଣ କରୁଛି ଅଥବା ଗାଁରେ ପାଖ ପଡିଶାଙ୍କୁ କିଛି ଦେଇ ଦେଉଛି । କିନ୍ତୁ ଏହାର ବ୍ୟବସାୟିକ ମଡେଲ ତା ମୁଣ୍ଡକୁ ଆସୁନାହିଁ । ଯେବେ ଡାଏରୀ ତିଆରି ହୋଇଯାଏ, ସେତେବେଳେ ଗରିବ କୃଷକ, ଗରିବ ପଶୁପାଳକଙ୍କୁ ମଧ୍ୟ ପଶୁପାଳନ ଦ୍ୱାରା ଏକ ଦୁଗ୍ଧ ଉତ୍ପାଦନର ଆଉ ଦୁଗ୍ଧ ଉତ୍ପାଦନକୁ ମୂଲ୍ୟଯୁକ୍ତ କରି ମାର୍କେଟରେ ପହଂଚାଇବା ଏକ ବଡ଼ ଶୃଙ୍ଖଳ ହୋଇଯାଇଥାଏ । ମୁଁ ଗୁଜରାଟ ମାଟିରୁ ଆସିଛି । ଅମୂଲ ପାଇଁ ତାହା ପରିଚିତ । ହିନ୍ଦୁସ୍ଥାନର କୌଣସି ଏମିତି କୋଣ ନ ଥିବ, ଯେଉଁଠାରେ ଅମୂଲ ପହଂଚୁ ନ ଥିବ । ଏହି ଅମୂଲ ହେଉଛି କ’ଣ । କେଉଁ ସମୟରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ମାର୍ଗ ଦର୍ଶନରେ ଏକ ଛୋଟ ମଣ୍ଡଳୀ ଗଠନ ହୋଇଥିଲା । କିଛି କୃଷକ ଏକାଠି ହୋଇ ଆସି କ୍ଷୀର ଏକାଠି କରି କାମ ଆରମ୍ଭ କରିଥିଲେ । ଆଉ ଦେଖୁ ଦେଖୁ ବଢି ଚାଲିଲା ବଢି ଚାଲିଲା ଆଉ ଆଜି ଅମୂଲର ନା ସାରା ବିଶ୍ୱରେ ଅଛି । ଆଜି ରଘୁବର ଦାସ ଏହି ସାନ୍ଥାଳର ଗରିବ କୃଷକ ପାଇଁ ପଶୁପାଳକମାନଙ୍କ ପାଇଁ ସେହି ଡାଏରୀର ଶିଳାନ୍ୟାସ କରୁଛନ୍ତି । ଯେଉଁ ଡାଏରୀ ଆଗାମୀ ଦିନରେ ଲକ୍ଷ ଲକ୍ଷ ପରିବାର, ପରିବାରକୁ ପଶୁମାନଙ୍କ କ୍ଷୀର, ତା’ର ପ୍ରକ୍ରିୟାକରଣ, ତା’ର ମାର୍କେଟିଙ୍ଗ, ତା’ର ବ୍ରାଣ୍ଡିଙ୍ଗ, ଆଉ ପଶୁପାଳକଙ୍କୁ ତାଙ୍କ କ୍ଷୀରର ଉଚିତ ମୂଲ୍ୟ ମିଳୁ । ପ୍ରତିଦିନ ମୂଲ୍ୟ ମିଳୁ । ସେହି ଦିଗରେ କାମ କରିବା ପାଇଁ ନିଷ୍ପତ୍ତି କରିଛୁ । ତାଙ୍କୁ ବହୁତ ବହୁତ ଶୁଭ କାମନା । ଡାଏରୀ କ୍ଷେତ୍ରରେ ଗୁଜରାଟର ଡାଏରୀ ଉଦ୍ୟୋଗକୁ ବହୁତ ଅନୁଭବ ଅଛି । ଯଦି ଝାଡଖଣ୍ଡକୁ କିଛି ଗୁଜରାଟର ସାହାଯ୍ୟର ଆବଶ୍ୟକତା ହେବ ତ ମୁଁ ନିଶ୍ଚୟ ସେ ଲୋକଙ୍କୁ କହିବି କି ସେମାନେ ମଧ୍ୟ ଆପଣଙ୍କୁ ସାହାଯ୍ୟ କରିବେ ଏବଂ ଏଠାକାର ପଶୁପାଳକମାନଙ୍କ ପାଇଁ ଏଠାକାର କୃଷକମାନଙ୍କ ପାଇଁ ବହୁତ ବଡ଼ କାମ ହୋଇଯିବ । ସେମାନଙ୍କ ଜୀବନରେ ଏକ ନୂଆ କାରଣ କ୍ଷେତ କେବେ କେବେ କମ୍ ହେଉଛି । କିନ୍ତୁ ଯଦି ପଶୁପାଳନ ଭଲ ହେବ ତ, ତାକୁ ଏକ ଶକ୍ତି ମିଳି ଯାଇଥାଏ । ଆଉ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଆହୁରି ମଧ୍ୟ କହିବି କି ଯେମିତି ସେ ଡାଏରୀ କାମ ପାଇଁ କଷ୍ଟ ଉଠାଇଛନ୍ତି, ସେ ଡାଏରୀ ସହିତ ମହୁ ପାଇଁ ମଧ୍ୟ କାମ କରି ପାରିବେ । ମହୁମାଛି ପାଳନ ଦ୍ୱାରା, ଯିଏ ପଶୁପାଳନ କରି କ୍ଷୀର ଉତ୍ପାଦନ କରୁଛି, ସେ ମଧ୍ୟ ମହୁ ଉତ୍ପାଦନ କରି ପାରିବ । ଆଉ ଡାଏରୀ ମାର୍ଗରେ ମହୁ ମଧ୍ୟ ସଂଗ୍ରହ ହୋଇ ପାରିବ । ଆଉ ମହୁ ପାଇଁ ମଧ୍ୟ ବିଶ୍ୱ ବଜାର ସୃଷ୍ଟି ହୋଇ ପାରିବ । ଆମ କୃଷକ କ୍ଷୀରରୁ ମଧ୍ୟ ଆୟ କରି ପାରିବ, ମହୁରୁ ମଧ୍ୟ ରୋଜଗାର କରି ପାରିବ ଆଉ କ୍ଷେତରୁ ମଧ୍ୟ ଉତ୍ପାଦନ କରି ଆୟ କରି ପାରିବ । ବାର ମାସ ତା’ର ରୋଜଗାରର ଗ୍ୟାରେଂଟି ହୋଇପାରିବ । ମୋର ବିଶ୍ୱାସ ଅଛି ରଘୁବର ଦାସଙ୍କ ବଡ଼ ଦୂରଦୃଷ୍ଟି ସହିତ ଆଜି ହୁଏତ ତାହା ଛୋଟ କାମ ବୋଲି ଲାଗୁଛି । ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଯେତେବେଳେ ପ୍ରେରଣା ନେଇ କାମ କରାଉଥିଲେ ବହୁତ ଛୋଟ ଲାଗୁଥିଲା । କିନ୍ତୁ ସେହି କାମ ଆଜି ଦୁନିଆରେ ପ୍ରସିଦ୍ଧ ହୋଇଯାଇଛି । ରଘୁବର ଦାସ ଯେଉଁ ଛୋଟ କାମ ଆଜି ଆରମ୍ଭ କରିଛନ୍ତି ତା’ର ଭବିଷ୍ୟତ ଶକ୍ତି କେତେ ହେବ ତାହା ମୁଁ ସଂପୂର୍ଣ୍ଣଭାବେ ନିଜ ଆଖି ଆଗରେ ଦେଖି ପାରୁଛି । ଆଉ ପୂରା ସାନ୍ଥାଳ ଅଂଚଳର ଭାଗ୍ୟ ବଦଳାଇବାରେ ପ୍ରତ୍ୟେକ ପଶୁପାଳକ କୃଷକର ଭାଗ୍ୟ ବଦଳାଇବାରେ ଏହା କାମରେ ଆସିବ ଏହା ମୋର ଦୃଢ ବିଶ୍ୱାସ ରହିଛି ।

ଭାଇ ଓ ଭଉଣୀମାନେ 2015, 2 ଅକ୍ଟୋବରରେ ମତେ ଜଷ୍ଟିସ ଡି.ଏନ୍ ପଟେଲଙ୍କ ନିମନ୍ତ୍ରଣରେ ଖୂଟି ଆସିବାର ସୌଭାଗ୍ୟ ମିଳିଥିଲା । ଆଉ ଖୂଟିର ନ୍ୟାୟାଳୟ, ଖୂଟିର ପୂରା କୋର୍ଟ ତାହା ଦେଶର ପ୍ରଥମ ସୌର କୋର୍ଟ ହୋଇଥିଲା । ସୂର୍ଯ୍ୟ ଶକ୍ତିରୁ ମିଳୁଥିବା ବିଜୁଳିରେ ସେହି ନ୍ୟାୟାଳୟର ସଂପୂର୍ଣ୍ଣ କାରବାର ଚାଲୁଛି । ଆଜି ମତେ ଖୁସି ଲାଗୁଛି ଯେ ପୁଣି ଥରେ ସାହେବଗଞ୍ଜରେ ଏକ ବ୍ୟବସ୍ଥାର ପରିସର ଏବଂ ଦ୍ୱିତୀୟ ନ୍ୟାୟାଳୟ ଦୁଇଟି ଯାକ ସଂପୂର୍ଣ୍ଣ ରୂପେ ସୂର୍ଯ୍ୟ ଶକ୍ତି ରେ ଚାଲିଲାବାଲା ୟୁନିଟ ହେବାକୁ ଯାଉଛି । ମୁଁ ଏଥିପାଇଁ ଜଷ୍ଟିସ ଡି.ଏନ୍ ପଟେଲ ଏବଂ ତାଙ୍କ ପୂରା ଟିମ୍କୁ ଅଭିନନ୍ଦନ ଜଣାଉଛି ଆଉ ଝାଡଖଣ୍ଡ ସରକାରଙ୍କୁ ମଧ୍ୟ ଅଭିନନ୍ଦନ ଦେଉଛି । ସେମାନେ ସୂର୍ଯ୍ୟ ଶକ୍ତିକୁ ବ୍ୟବହାର କରିବାରେ ଆଗକୁ ବଢୁଛନ୍ତି । ଛାତ ଉପରେ ସୌର ଶକ୍ତି କାମ ଯାହା ସେମାନେ କରିଛନ୍ତି । ପାଖାପାଖି 4,500 କିଲୋୱାଟ ସୌର ଶକ୍ତି ସେମାନେ ସ୍ଥାପନ କରିବାର କାର୍ଯ୍ୟ ସଫଳତାପୂର୍ବକ ସଂପୂର୍ଣ୍ଣ କରି ପାରିଛନ୍ତି । ଯଦି ଆମକୁ ଆମର ଜଙ୍ଗଲ ବଂଚାଇବାର ଅଛି, ଆମର ଭବିଷ୍ୟତ ପିଢୀକୁ କିଛି ଦେଇ କରି ଯିବାର ଅଛି ତ ଆମକୁ ଆମର ପର୍ଯ୍ୟାବରଣର ରକ୍ଷା କରିବାକୁ ପଡିବ । ଆଉ ଶକ୍ତିର କୌଣସି ଉତ୍ତମ ସ୍ରୋତ ଅଛି ଯାହା ଆମକୁ ସହଜରେ ଉପଲବ୍ଧ ହେଉଛି ତାହା ହେଉଛି ସୌର ଶକ୍ତି । ଆଉ ସୌର ଶକ୍ତି ଦିଗରେ ଆଜି ଭାରତ ଦ୍ରୁତ ଗତିରେ ଆଗକୁ ବଢୁଛି । ଭାରତ ସ୍ୱପ୍ନ ଦେଖିଛି । 175 ଗିଗାୱାଟ ଅଣପାରମ୍ପରିକ ଶକ୍ତି ଉତ୍ପାଦନ ପାଇଁ ଯେଉଁଥିରେ 100 ଗିଗାୱାଟ ସୌର ଶକ୍ତି, ହିନ୍ଦୁସ୍ଥାନର ପ୍ରତ୍ୟେକ କୋଣରେ ସୂର୍ଯ୍ୟରଶ୍ମିରୁ ଶକ୍ତି ମିଳୁ । ଏହାକୁ ଗୁରୁତ୍ୱ ଦିଆ ଯାଉଛି । ଆଜି ଆମକୁ ବିଦେଶରୁ ଯେଉଁ ଶକ୍ତି କିଣିବାକୁ ପଡୁଛି ସେଥିରେ ବହୁତ ବଡ଼ ସଂଚୟ ହେବ । ସେହି ପଇସା ଗରିବଙ୍କ କାମରେ ଆସିବ । ଆଜି ପରିବେଶର ଯେଉଁ କ୍ଷତି ହେଉଛି । ସେଥିରୁ ଆମକୁ ରକ୍ଷା ମିଳିବ । ଆଉ ସୌର ଶକ୍ତି ଦିଗରେ, ଏକ ଯୁଗ ଥିଲା ସୌର ଶକ୍ତିର ଗୋଟିଏ ୟୁନିଟ ଶକ୍ତି ପାଇଁ 19 ଟଙ୍କା ଲାଗୁଥିଲା । କିନ୍ତୁ ଭାରତ ଯେଉଁଭଳି ଭାବରେ ଅଭିଯାନ ଚଲାଇଲା ଆଜି ସ୍ଥିତି ଆସି ଯାଇଛି କି କୋଇଲାରୁ ମଧ୍ୟ ସୌର ଶକ୍ତି ଶସ୍ତା ମୂଲ୍ୟରେ ମିଳିବା ଆରମ୍ଭ ହୋଇଗଲାଣି । ଏବେ ଏବେ ଯେଉଁ ଟେଣ୍ଡର ବାହାରିଛି ମାତ୍ର ତିନି ଟଂକାର ବାହାରିଛି, 2 ଟଙ୍କା 96 ପଇସା । ଅର୍ଥାତ ଗୋଟିଏ ପ୍ରକାରରେ ଥରେ ବିନିଯୋଗ ମୂଲ୍ୟ ଲାଗିଗଲା ତ ପରେ ବିନା ଖର୍ଚ୍ଚରେ ଆମେ ବିଜୁଳି ପାଇ ପାରିବା ।

ଆଉ ଭାଇ ଓ ଭଉଣୀମାନେ ଏକବିଂଶ ଶତାବ୍ଦୀରେ କୌଣସି ନାଗରିକଙ୍କୁ ଅନ୍ଧକାରରେ ଜୀଇଁବାକୁ ବାଧ୍ୟ କରାଯାଇ ପାରିବ ନାହିଁ । କେତେକ ପରିବାର ଅଛନ୍ତି ଯେଉଁମାନେ ଆଜି ମଧ୍ୟ ବିଜୁଳି ସଂଯୋଗ ନେଉ ନାହାନ୍ତି । ତାଙ୍କୁ ଲାଗୁଛି କି କ’ଣ ଆବଶ୍ୟକତା ଅଛି । କହିବା ବୁଝାଇବା ପରେ ନେଉଛନ୍ତି । ସରକାର ମାଗଣାରେ ସଂଯୋଗ ଦେଉଛନ୍ତି ତଥାପି ମଧ୍ୟ କେବେ କେବେ ଲୋକ ନିଜେ ଉଦାସୀନ ହୋଇ ଯାଉଛନ୍ତି । ଏମିତି ପରିବାରର ପିଲାଙ୍କ ପଢିବା ପାଇଁ ଭାରତ ସରକାର ପିଲାଙ୍କ ପଢିବା ପାଇଁ ଛୋଟ ସୌର ବ୍ୟାଟେରୀରେ ଚାଲିବା ବାଲା ଛୋଟ ବଲବ୍ ଏମିତି ଟେବୁଲ୍ ଉପରେ ଲାଗାଇ ଦିଅନ୍ତୁ ତଳେ ଲଗାଇକରି ପଢିବାକୁ ଚାହୁଁଛନ୍ତି ତ ସେଥିରେ ପଢି ପାରିବେ, ଏପରି ଲକ୍ଷ ଲକ୍ଷ ଗରିବ ପରିବାରକୁ ଦେବା ଦିଗରେ ବହୁତ ବଡ କଷ୍ଟ ଉଠାଇଛୁ । ଆମ କୃଷକ ଯେଉଁଠାରେ କ୍ଷେତରେ ପାଣି ବାହାର କରି ଚାଷ କରୁଛି । ତାକୁ ବିଜୁଳି ମହଙ୍ଗା ହୋଇଥାଏ । ଏବେ ସୌର ପମ୍ପ ଆମେ ଲଗାଉଛୁ । କୃଷକ ସୌର ପମ୍ପ ଦ୍ୱାରା ମାଟି ତଳୁ ପାଣି ଉଠାଇବ । କ୍ଷେତ ମଧ୍ୟ ସବୁଜ ସୁନ୍ଦର ହୋଇ ରହିବ । ଦୁଇଟି ଫସଲ କରୁଥିଲା ଏବେ ତିନୋଟି ଫସଲ ଲଗାଇବ । ତା’ର ଆୟ ଯାହା ଦୁଇଗୁଣା କରିବାର ଅଛି, ସେଥିରେ ସୌର ପମ୍ପ ମଧ୍ୟ କାମରେ ଆସିବ । ଏକ ବହୁତ ବଡ଼ ବୈପ୍ଳବିକ କାର୍ଯ୍ୟ ସୌରଶକ୍ତି କ୍ଷେତ୍ରରେ ଭାରତ ସରକାରଙ୍କ ଦ୍ୱାରା ଚାଲୁଛି । ଝାଡଖଣ୍ଡ ସରକାର ମଧ୍ୟ କାନ୍ଧକୁ କାନ୍ଧ ସହ ମିଶାଇ ଭାରତ ସରକାରଙ୍କ ସହିତ ଚାଲିବାର କଷ୍ଟ ଉଠାଇଛନ୍ତି । ସୌର ଶକ୍ତିକୁ ଗୁରୁତ୍ୱ ଦେଉଛନ୍ତି । ଛାତ ଉପରେ ସୌର ଶକ୍ତି ପ୍ରକଳ୍ପ ଆଗକୁ ବଢାଉଛନ୍ତି । ମୁଁ ଏଥିପାଇଁ ଝାଡଖଣ୍ଡକୁ ଅଭିନନ୍ଦନ ଦେଉଛି । ଆଉ ମୁଁ ଦେଶବାସୀଙ୍କୁ ମଧ୍ୟ କହିବି କି ଆମେ ଉର୍ଜ୍ଜା କ୍ଷେତ୍ରରେ ସମ୍ବେଦନଶୀଳ ହେବା । ଆମେ ଉର୍ଜ୍ଜାର ମହତ୍ୱକୁ ମଧ୍ୟ ବୁଝିବା । ଆଉ ଭବିଷ୍ୟତ ଜୀବନକୁ ରକ୍ଷା କରିବା କଥା ମଧ୍ୟ ବୁଝିବା । ଏବେ ପୂରା ଦେଶରେ ଏଲ୍ଇଡି ବଲ୍ବର ଏକ ଅଭିଯାନ ଚାଲିଛି । ଯଦି କୌଣସି ସରକାର ନିଜ ବଜେଟରେ ଏହା କହି ଦିଅନ୍ତି କି ଆମେ ଦଶ ହଜାର କୋଟି ଟଙ୍କା ଲଗାଉଛୁ ଆଉ ଏହି ଦଶ ହଜାର କୋଟି ଟଙ୍କା ଲୋକଙ୍କୁ ବାଣ୍ଟି ଦେବୁ, ତ ବାହାଦୂରୀ ହୋଇଯିବ, ତାଳି ବାଜିବ ସମ୍ବାଦପତ୍ରରେ ମୁଖ୍ୟ ଖବର ଛପିଯିବ । ବାଃ ମୋଦି ହେଉଛନ୍ତି କେତେ ଭଲ ପ୍ରଧାନମନ୍ତ୍ରୀ । ଦଶ ହଜାର କୋଟି ଟଙ୍କା ଲୋକଙ୍କୁ ବାଣ୍ଟିବାକୁ ଯାଉଛନ୍ତି । ଭାଇ ଓ ଭଉଣୀମାନେ ଆପଣ ସମସ୍ତଙ୍କ ସହଯୋଗରେ ଆମେ ଏମିତି ଏକ କାମ କରିଛୁ ଯାହା ଦଶ ହଜାର କୋଟି ଟଙ୍କାରୁ ଅଧିକ ଆପଣଙ୍କ ପକେଟରେ ପହଁଚୁଛି । ହିନ୍ଦୁସ୍ଥାନର ନାଗରିକଙ୍କ ପକେଟରେ ପହଁଚୁଛି । କ’ଣ କଲୁ, ଏଲ୍ଇଡି ବଲ୍ବ ଲଗାନ୍ତୁ ବିଜୁଳି ବଂଚାନ୍ତୁ । ବିଜୁଳି ବିଲ୍ କମ୍ କରନ୍ତୁ । ଆଉ ଆପଣଙ୍କର କାହାର ବର୍ଷକୁ ଅଢେଇ ଶହ ବଂଚିବ, କାହାର ବର୍ଷକୁ ହଜାର ବଂଚିବ, କାହାର ବର୍ଷକୁ 2 ହଜାର ବଂଚିବ ସେ ଗରିବ ପିଲାଙ୍କୁ କ୍ଷୀର ପିଆଇବା କାମରେ ଆସିବ । ଗରିବ ପିଲାଙ୍କୁ କିଛି ଶିକ୍ଷା ଦିକ୍ଷା ଦେବା କାମରେ ଆସିବ । ଆମେ ଯେତେବେଳେ ସରକାରକୁ ଆସିଲୁ ସେତେବେଳେ ଏଲଇଡି ବଲବ୍ ସାଢେ ତିନି, ଚାରି ଶହ ଟଙ୍କାରେ ବିକ୍ରି ହେଉଥିଲା । ଆଜି ସେହି ଏଲଇଡି ବଲବ୍ ପଚାଶ ଷାଠିଏ ଟଙ୍କାରେ ବିକ୍ରି ହେଉଛି । ଆଉ ଦେଶରେ ସରକାରଙ୍କ ଦ୍ୱାରା 22କୋଟି ବଲ୍ବ ବଂଟନ କରାଯାଇ ସାରିଛି । ଆଉ ଲୋକମାନେ ନିଜକୁ ନିଜେ କରିଛନ୍ତି, ଦୁହେଁ ମିଶିକରି ପାଖାପାଖି 50 କୋଟି ନୂଆ ଏଲଇଡି ବଲ୍ବ ଲୋକଙ୍କ ଘରେ ଲାଗାଇ ସାରିଛୁ । ଆଉ ଏଥିରେ ଯେଉଁ ବିଜୁଳିର ସଂଚୟ ହୋଇଛି । ତାହା ପାଖାପାଖି 11ହଜାର କୋଟି ଟଙ୍କାରୁ ହେଉଛି ଅଧିକ । ଏହି 11ହଜାର କୋଟି ଟଙ୍କା ଯାହା ବିଜୁଳି ମିତବ୍ୟୟରୁ ହୋଇପାରିଛି । ତାଙ୍କ ପକେଟରୁ ସଂଚୟ ହେବ । କେତେ ବଡ଼ ବିପ୍ଳବ ଆସୁଛି ଯେତେବେଳେ ଛୋଟ ପରିବର୍ତ୍ତନରୁ କରି ପାରିବା, ତ ବିଜୁଳି ବଂଚାଇବା ସହିତ ଦ୍ୱିତୀୟ ପଟେ ସୌର ଉର୍ଜ୍ଜାର ଉପଯୋଗ କରିବା ଏକ ପ୍ରକାରେ ଶସ୍ତାରୁ ଶସ୍ତାରେ ବିଜୁଳି ଦିଗରେ ଯିବା ତ ଏକ 360 ଡିଗ୍ରୀ ପରିବର୍ତ୍ତନ ଯାହାକୁ କହିବା, ତାହା ପୂରା ଉର୍ଜ୍ଜାର ନେଟୱାର୍କ ତିଆରି କରିବାର କାମ ଆଜି ସରକାର କରୁଛନ୍ତି । ଆଉ ସେଥିରୁ ମଧ୍ୟ ଆପଣମାନଙ୍କୁ ଲାଭ ମିଳିବ ।

ମୁଁ ଆଜି ମୋ ସାମ୍ନାରେ ଏଠାରେ ଯୁବକମାନଙ୍କୁ ଦେଖୁଛି । ତାଙ୍କ ମୁଣ୍ଡରେ ଟୋପି ଅଛି, ଟୋପିରେ ହଳଦିଆ ଫୁଲ ଲାଗିଛି । ବଡ଼ ରାଜକୀୟ ଦେଖାଯାଉଛି । ଏମାନେ ଆମ ଆଦିମ ଜାତିର ପିଲା । ଏମାନେ ପାହାଡିଆ ସମାଜର ପିଲା । ସେମାନଙ୍କ ପରିବାରରୁ ଏ ପର୍ଯ୍ୟନ୍ତ ସରକାରରେ ରହି କାମ କରିବାର ସୌଭାଗ୍ୟ ମିଳି ନାହିଁ । ସବୁ ଲୋକ ତାଳି ବଜାଇ ଏମାନଙ୍କର ଅଭିନନ୍ଦନ କରନ୍ତୁ । ମୈରଥୋଡାରଜୀଙ୍କ ନୂତନ ତଥା ଅଭିନବ ପଦକ୍ଷେପ ପାଇଁ ଏବଂ ଏମାନଙ୍କର ମୌଳିକ ଚିନ୍ତନ ପାଇଁ ଅଭିନନ୍ଦନ ଦେଉଛି ଯେ ସେ ଏହି ପାହାଡିଆ ପିଲାମାନଙ୍କୁ ଚୟନ କଲେ । ସରକାରୀ ନିୟମରେ ପରିବର୍ତ୍ତନ କଲେ । ତାଙ୍କର ଉଚ୍ଚତା କମ୍ ଥିଲା ତ ତାକୁ ମଧ୍ୟ ଚଳେଇନେଲେ । ତାଙ୍କର ପାଠ ପଢା କମ୍ ଥିଲା ତା’ ପରେ ମଧ୍ୟ ଚଳେଇନେଲେ । ଆଉ ସେମାନଙ୍କୁ ପ୍ରଶିକ୍ଷଣ ଦେଇ ନିଜ ସୁରକ୍ଷା କାମରେ ଲଗାଇଲେ । ସେମାନେ ଏକ ପ୍ରକାର ସରକାର ହୋଇଗଲେ । ଭାଇ ଓ ଭଉଣୀମାନେ ହିନ୍ଦୁସ୍ଥାନର ଶେଷ ଭାଗରେ ବସିଥିବା ଯେଉଁ ଲୋକମାନଙ୍କର ଗଣତି ହୁଏ ଏଥିରେ ଏ ମୋର ପାହାଡିଆ ପୁତ୍ର ଅଛନ୍ତି । ଏଇ ପାହାଡିଆ ଝିଅମାନେ ଆଜି ସେମାନେ ମୁଖ୍ୟଧାରାକୁ ଆସୁଛନ୍ତି । ବିକାଶର ମୁଖ୍ୟଧାରାରେ ଯୋଡି ହେଉଛନ୍ତି । ଆଉ ମୁଁ ଦେଖୁଥିଲି ସେ ଝିଅମାନେ ଯେବେ ନିଜର ପ୍ରମାଣପତ୍ର ନେବା ପାଇଁ ଆସିଥିଲେ ତାଙ୍କର ଆସିବାର ଶୈଳୀ, ତାଙ୍କର ସାଲ୍ୟୁଟ କରିବାର ଶୈଳୀ, ତାଙ୍କର ଗଣମାଧ୍ୟମକୁ ଉତ୍ତର ଦେବାର ଶୈଳୀ, ତାଙ୍କର ମନୋବଳ ଦେଖି ମତେ ଲାଗୁଛି ଯେ ଏମାନେ ଆମର ଗର୍ବ ଓ ଗୌରବ ହୋଇଯିବେ । ଏଇ ପାହାଡିଆ ସଂପ୍ରଦାୟର ମୋର ସାଥୀ, ମୋର ସମସ୍ତ ଯୁବକଗଣ ଏମାନେ ଝାଡଖଣ୍ଡର ଭାଗ୍ୟକୁ ସୁରକ୍ଷା ଦେଇପାରୁଥିବା ଏକ ନୂଆ ଶକ୍ତି ହୋଇଯିବେ । ପୁଣି ଥରେ ଏମାନଙ୍କ ପାଇଁ ତାଳି ବଜାଇ ଏମାନଙ୍କ ପାଇଁ ଗୌରବ ଅନୁଭବ କରନ୍ତୁ । ରଘୁବର ଦାସଙ୍କୁ ମଧ୍ୟ ଅଭିନନ୍ଦନ ଜଣାନ୍ତୁ, ସେ ଏତେ ବଡ଼ ମହତ୍ୱପୂର୍ଣ୍ଣ କାମ କରିଛନ୍ତି । ସମାଜର ଶେଷ ସ୍ତରରେ ଯେଉଁମାନେ ଆଦିବାସୀଙ୍କ ଠାରୁ ମଧ୍ୟ ଗରିବ ଅଛନ୍ତି, ଆଦିବାସୀଙ୍କ ଠାରୁ ମଧ୍ୟ ପଛୁଆ ଅଛନ୍ତି । ଚାରି ଚାରି ପିଢି ପର୍ଯ୍ୟନ୍ତ ଯାହାଙ୍କୁ ସ୍କୁଲ ଯିବାର ଅବସର ମିଳି ନାହିଁ । ଏଭଳି ସମସ୍ତ ପିଲା ଆଜି ଆମ ସାମ୍ନାରେ ଅଛନ୍ତି । ଏହା ଦ୍ୱାରା କେତେ ଆନନ୍ଦ ମିଳୁଛି । ଆଜି ଜୀବନ ଧନ୍ୟ ହୋଇଗଲା । ଏହି ବାଳକମାନଙ୍କୁ ଦେଖିକରି ଏବଂ ଏମାନେ ମୋ ଭାରତର ମୂଳଦୁଆ ହେବାକୁ ଯାଉଛନ୍ତି ମୋର ଭାଇ ଓ ଭଉଣୀମାନେ । ଏହାହିଁ ମୋର ନିଉ ଇଣ୍ଡିଆ । ଦେଶର ଗରିବରୁ ଗରିବ ଭାରତର ବିକାଶ ଯାତ୍ରାରେ ଯୋଡି ହୋଇଯିବ ଏହାର ଏକ ଉଦାହରଣ ଅଟେ । ଭାଇ ଓ ଭଉଣୀମାନେ କିଛି ମହିଳା ଆଜି ମଞ୍ଚ ଉପରକୁ ଆସିଥିଲେ । ଆପଣଙ୍କୁ ଦୂରରୁ ଦେଖାଯାଉଥିଲା କି ଦେଖାଯାଉ ନ ଥିଲା ମତେ ଜଣା ନାହିଁ । ଝାଡଖଣ୍ଡ ସରକାରଙ୍କ ତରଫରୁ ମୁଁ ସେମାନଙ୍କୁ ମୋବାଇଲ ଫୋନ ଦେଉଥିଲି । ଆଉ ମୁଁ ଦେଖୁଥିଲି ଯେ ସେମାନେ ମୋତେ ମୋର ସବୁ ପ୍ରଶ୍ନ ଗୁଡିକର ସଠିକ୍ ଉତ୍ତର ଦେଉଥିଲେ । ସେମାନଙ୍କୁ ଜଣାଥିଲା ଯେ ଆପ୍ କ’ଣ, ଭୀମ୍ ଆପ୍ କ’ଣ । ଆପ୍ କିଭଳି ଡାଉନଲୋଡ ହୁଏ, ଏହାର ଆର୍ଥିକ କାରବାର ଏହି ମୋବାଇଲ ଫୋନରୁ କିପରି ହେବ ସେମାନଙ୍କୁ ସବୁ ଜଣାଥିଲା । ମତେ ବହୁତ ଖୁସି ଲାଗିଲା । ଯେଉଁମାନେ ସଂସଦରେ ଆମର ସାଥୀ ଅଛନ୍ତି କି ଭାରତର ଗରିବକୁ ମୋବାଇଲ ଫୋନ୍ କେଉଁଠୁ ମିଳିବ, କେଉଁଠୁ ଶିଖିବ, କେଉଁଠି ଚଲାଇବ । ମୁଁ ନିଶ୍ଚିତ ଭାବରେ ସଂସଦରେ ମୋର ସାଥୀମାନଙ୍କୁ ଯେବେ ଭେଟିବି ସେତେବେଳେ କହିବି ମୁଁ ହିନ୍ଦୁସ୍ଥାନର ଅତ୍ୟନ୍ତ ପଛୁଆ ଅଂଚଳ ସାନ୍ଥାଳ ଯାଇଥିଲି ଆଉ ସେଠାକାର ମୋର ଆଦିବାସୀ ଭଉଣୀମାନେ ମୋବାଇଲ ଫୋନର କ’ଣ ଉପଯୋଗ ହୋଇପାରେ ମୋତେ ଶିଖାଉ ଥିଲେ । ଏହା ହେଉଛି ବିପ୍ଳବ । ଏହା ଡିଜିଟାଲ ଇଣ୍ଡିଆର ବିପ୍ଳବ, ଏହା କମ୍ ନଗଦ କାରବାରର ବିପ୍ଳବ । ଆଉ ବିମୁଦ୍ରୀକରଣ ପରେ ପ୍ରତ୍ୟେକଙ୍କୁ ଲାଗୁଛି ଯେ ଏବେ ଆମେ ନିଜ ମୋବାଇଲ ଫୋନରେ, ନିଜ ମୋବାଇଲ ଫୋନକୁ ହିଁ ନିଜ ବ୍ୟାଙ୍କ କରି ପାରିବା । ଛୋଟ ଛୋଟ ସଖୀ ମଣ୍ଡଳ ସେମାନଙ୍କ କାରବାର ସେମାନଙ୍କ ମଧ୍ୟରେ ଜଣେ ମୁଖିଆ ଭଉଣୀ ତା’ ହାତରେ ମୋବାଇଲ ଫୋନ୍, ତା ମୋବାଇଲ ଫୋନ୍ ବ୍ୟାଙ୍କ ସହିତ ଯୋଡି ହୋଇଥାଏ, ମୋବାଇଲ ଫୋନ୍ ତା’ର ଗ୍ରାହକଙ୍କ ସହିତ ଯୋଡି ହୋଇଥିବା ଏକ ସଂପୂର୍ଣ୍ଣ ନୂତନ ବିପ୍ଳବ ଏହି ଚେଷ୍ଟାରୁ ଆସିଅଛି । ମୁଁ ଏହି ସାନ୍ଥାଳ ଅଂଚଳର ସଖୀ ମଣ୍ଡଳର ଭଉଣୀମାନଙ୍କୁ ଅଭିନନ୍ଦନ ଜଣାଉଛି । ମୋର ଏକ ବହୁତ ପୁରୁଣା ଅନୁଭବ ଅଛି । ସେହି ଅନୁଭବ ମୋତେ ଆଜି ମଧ୍ୟ ପ୍ରେରଣା ଦିଏ । ମୁଁ ଯେବେ ଗୁଜୁରାଟରେ ମୁଖ୍ୟମନ୍ତ୍ରୀ ଥିଲି । ତ ଦକ୍ଷିଣ ଗୁଜରାଟରେ ଆଦିବାସୀ ବସ୍ତି ମଧ୍ୟରେ ଗୋଟିଏ କପରାରା ନାମରେ ଏକ ସୁଦୂର ଅଂଚଳ ଅଛି । ସେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ଥିଲି । କିନ୍ତୁ ସେଠାକୁ ଯାଇ ନଥିଲି । କାରଣ ସେହି ଅଂଚଳରେ ଏଭଳି କୌଣସି ସୁଯୋଗ ଆସୁ ନଥିଲା, ସଭା ପାଇଁ ଦୁଇଟି ପଡିଆ ମଧ୍ୟ ନ ଥିଲା । ସଂପୂର୍ଣ୍ଣ ଜଙ୍ଗଲ ହିଁ ଜଙ୍ଗଲ ଥିଲା । ଆଉ ଗୋଟିଏ ଘର ଏଠି ତ ଦ୍ୱିତୀୟ ଘର ଦୁଇ ମାଇଲ ଦୂରରେ, ତୃତୀୟ ଘର ତିନି ମାଇଲ ଦୂରରେ । ମୁଁ ସ୍ଥିର କରିନେଲି ନା ମିୁଁ ଯିବି । ସେଠାରେ ଆମେ ଡାଏରୀର ଛୋଟ କାମ ଆରମ୍ଭ କଲୁ । ଏକ ଶୀତଳୀକରଣ କେନ୍ଦ୍ର ତିଆରି କଲୁ । ଯେଉଁଥିରେ କ୍ଷୀର ଥଣ୍ଡା, କ୍ଷୀର ଥଣ୍ଡା କରିବାର ବ୍ୟବସ୍ଥା ଥାଏ । ଡାଏରୀକୁ ନେବା ପୂର୍ବରୁ ଯେଉଁଠାରେ ଦୁଇ ଚାରି ଘଣ୍ଟା କ୍ଷୀର ରଖିବାକୁ ହୁଏ ସେହିଠାରେ ରଖନ୍ତି । ଛୋଟିଆ ପ୍ରକଳ୍ପଟିଏ । 25-50 ଲକ୍ଷରେ ତିଆରି ହୋଇଯାଏ । ମୁଁ କହିଲି ମୁଁ ସେହି ପ୍ରକଳ୍ପ ପାଇଁ ଆସିବି । ତ ଆମର ସବୁ ଲୋକ ନାରାଜ ହୋଇଗଲେ । ସାହେବ ଏତେ ଦୂର ପଚାଶ ଲକ୍ଷର କାର୍ଯ୍ୟକ୍ରମରେ, ମୁଁ କହିଲି ମୁଁ ଆସିବି । ମୋର ଯିବାର ଅଛି । ମୁଁ ଗଲି ଏବେ ସେହି ସ୍ଥାନ ଏମିତି ଥିଲା ଜନସଭା ତ ହୋଇପାରିବ ନାହିଁ । ଜନସଭା ତିନି ଚାରି କିଲୋମିଟର ଦୂରରେ ସ୍କୁଲ ପଡିଆରେ ହେଉଥିଲା । କିନ୍ତୁ କ୍ଷୀର ଭରିବା ପାଇଁ ଯେଉଁ ମହିଳା ଆସନ୍ତି । ସେମାନେ ନିଜ ବାସନରେ କ୍ଷୀର ନେଇକରି ଆସିଥିଲେ । ସେମାନେ ଶୀତଳୀକରଣ କେନ୍ଦ୍ରକୁ ଆସିଥିଲେ କ୍ଷୀର ରଖିବାର କାର୍ଯ୍ୟକ୍ରମ ହୋଇଗଲା । ଆଉ ପରେ ମୁଁ ଦେଖିଲି ସେହି ମହିଳାମାନେ ନିଜର ଯେଉଁ ବାସନ ଥିଲା ତାକୁ ପାଖରେ ରଖିଦେଇଥିଲେ ଆଉ ମୋବାଇଲ ଫୋନରେ ମୋ ଫଟୋ ଉଠାଉଥିଲେ । ପାଖାପାଖି ତିରିଶ ମହିଳା ଥିଲେ । ପ୍ରତ୍ୟେକଙ୍କ ହାତରେ ମୋବାଇଲ ଥିଲା ସେ ମଧ୍ୟ ଫଟୋ ଉଠାଇଲାବାଲା ମୋବାଇଲଥିଲା । ସେମାନେ ଫଟୋ ଉଠାଉଥିଲେ । ମୁଁ ସେମାନଙ୍କ ପାଖକୁ ଗଲି ମୋ ପାଇଁ ଏହା ବଡ଼ ଆଶ୍ଚର୍ଯ୍ୟ ଥିଲା । ଏତେ ପଛୁଆ ଅଂଚଳରେ ଆଦିବାସୀ ମହିଳାମାନେ କ୍ଷୀର ଭରିବାକୁ ଆସିଛନ୍ତି, ଗାଁରେ କୃଷକ ଅଛନ୍ତି । ମୁଁ ଯାଇ ପଚାରିଲି ଆପଣ କ’ଣ କରୁଛନ୍ତି । ସେ କହିଲେ ଆପଣଙ୍କ ଫଟୋ ଉଠାଉଛି । ମୁଁ କହିଲି ଫଟୋ ଉଠାଇ କ’ଣ କରିବ । ତ କହିଲେ ଏହାକୁ ଆମେ ଡାଉନଲୋଡ କରିବୁ । ମୁଁ ଆଶ୍ଚର୍ଯ୍ୟ ହେଲି ତାଙ୍କ ମୁହଁରୁ ଡାଉନଲୋଡ ଶବ୍ଦ ଶୁଣି । କେବେ କେବେ ବଡ଼ ବଡ଼ ଲୋକଙ୍କୁ ମଧ୍ୟ ଜଣା ନ ଥାଏ ଯେ, ଭାରତର ସାଧାରଣ ଲୋକଙ୍କଠାରେ ବିଜ୍ଞାନ, ଟେକ୍ନୋଲଜି, ଆଧୁନିକତାକୁ ଧରିବାର ଶକ୍ତି କେତେ ମାତ୍ରାରେ ଥାଏ । ଆଉ ମୁଁ ଆଜି ପୁଣି ଥରେ ଏହି ମୋର ଆଦିବାସୀ ଭଉଣୀମାନଙ୍କ ପାଖରେ ଯାହା ଦେଖିଲି ସେମାନେ କହିଲେ ଆମେ ଡିଜିଟାଲ ବିପ୍ଳବର ଧାରା ହୋଇଯିବୁ । ଆମେ ଏହି କାମକୁ ନିଶ୍ଚିତ କରିବୁ । ମୁଁ ଏହି ସମସ୍ତ ସଖୀ ମଣ୍ଡଳଙ୍କୁ ଏବଂ ମୋବାଇଲ ଫୋନରେ ଯୋଗାଯୋଗ ଦ୍ୱାରା ଏକ ଡିଜିଟାଲ କ୍ରାନ୍ତିର ସୈନିକ ପ୍ରସ୍ତୁତ କରିବାର ଯେଉଁ ଅଭିଯାନ ଚାଲୁ ରହିଛି ସେଥିପାଇଁ ମୁଁ ଝାଡଖଣ୍ଡ ସରକାରଙ୍କୁ ମଧ୍ୟ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ଯୁଗ ବଦଳି ଯାଇଛି, ପରିବର୍ତ୍ତିତ ଯୁଗରେ ଆମେ କିଭଳି ଆଗକୁ ବଢିବା ଦରକାର ସେହି ଦିଗରେ ଆମକୁ ଯିବାକୁ ହେବ ।

ଭାଇ ଓ ଭଉଣୀମାନେ ହିନ୍ଦୁସ୍ଥାନର ଗରିବ ସମ୍ମାନର ସହ ବଂଚିବାକୁ ଚାହୁଁଛି । ହିନ୍ଦୁସ୍ଥାନର ଆଦିବାସୀ, ଦଳିତ, ପିଡୀତ ସମ୍ମାନର ସହ ଜୀବନ ବଂଚିବାକୁ ଚାହୁଁଛି । ସେ କାହାର କୃପାର ଜିନିଷ ଖୋଜୁ ନାହିଁ । ତାର ଯୁବକ କହୁଛି କି ମତେ ସୁଯୋଗ ଦିଅନ୍ତୁ ମୁଁ ନିଜେ ମୋର ଭାଗ୍ୟରେଖା ଲେଖିଦେବି । ଏ ଶକ୍ତି ମୋର ଗରିବ ଆଦିବାସୀର ପିଲା ପାଖରେ ଅଛି, ଦଳିତ, ପିଡୀତ ଶୋଷିତ ପିଲା ପାଖରେ ଅଛି । ଆଉ ମୁଁ ମୋର ସଂପୂର୍ଣ୍ଣ ଶକ୍ତି ଏହି ପିଲାମାନଙ୍କ ପଛରେ ଲଗାଉଛି । ଏହି ଯୁବକମାନଙ୍କ ପଛରେ ଲଗାଉଛି ଫଳରେ ତାହା ଭାରତର ଭାଗ୍ୟ ବଦଳାଇବା ପାଇଁ ଏକ ନୂତନ ଶକ୍ତି ରୂପରେ ଯୋଡି ହୋଇଯିବ । ଏକ ନୂତନ ଶକ୍ତି ରୂପରେ ଦେଶର ଭାଗ୍ୟ ବଦଳାଇବାରେ ଯୋଡି ହୋଇ ଯିବ । ଆଉ ହିନ୍ଦୁସ୍ଥାନର ଭାଗ୍ୟ ବଦଳାଇବାରେ ତାହା ଶକ୍ତି ରୂପରେ କାମରେ ଆସିବ । ଭାଇ ଓ ଭଉଣୀମାନେ ଭ୍ରଷ୍ଟାଚାର, କଳାଧନ ଦେଶକୁ ନଷ୍ଟ କରିଦେଲା । ଉଈ ଭଳି ଗୋଟିଏ ଜାଗାରୁ ବନ୍ଦ କରାଗଲା ତ ଦ୍ୱିତୀୟ ଜାଗାରେ ବାହାରୁଥିଲା ଦ୍ୱିତୀୟ ଜାଗାରୁ ସଫା କର ତ ତୃତୀୟ ଜାଗାରେ ବାହାରୁଥିଲା କିନ୍ତୁ ଆପଣ ସମସ୍ତଙ୍କ ଆଶୀର୍ବାଦରୁ ଭ୍ରଷ୍ଟାଚାର ଆଉ କଳାଧନ ବିରୁଦ୍ଧରେ ଲଢେଇ ଜାରି ରହିବ । ଯେଉଁମାନେ ଗରିବଙ୍କୁ ଲୁଟିଛନ୍ତି ସେମାନଙ୍କୁ ଗରିବଙ୍କୁ ଫେରାଇବାକୁ ହିଁ ପଡିବ । ସେ ପର୍ଯ୍ୟନ୍ତ ମୁଁ ଶାନ୍ତିରେ ବସିଲାବାଲା ନୁହେଁ । ଗୋଟିଏ ପରେ ଗୋଟିଏ ପଦକ୍ଷେପ ଉଠାଉଥିବି । ଆଉ ଏଥିପାଇଁ ଭାଇ ଓ ଭଉଣୀମାନେ ଆପଣ ମତେ ଯେଉଁ ଆଶୀର୍ବାଦ ଦେଉଛନ୍ତି । ତାହା ହେଉଛି ସଚ୍ଚୋଟତାର ଲଢେଇ ପାଇଁ ଆଶୀର୍ବାଦ । ବିମୁଦ୍ରୀକରଣ ପରେ ମତେ କିଛି ଯୁବକମାନଙ୍କ ସହ କଥାବାର୍ତ୍ତା ହେବାର ସୁଯୋଗ ମିଳିଲା । ପଢା ଲେଖା ଓ ଧନୀ ପରିବାରର ଥିଲେ । ମୁଁ ଭାବୁଥିଲି କି ବିମୁଦ୍ରୀକରଣ କାରଣରୁ ବହୁତ ଚିନ୍ତାଗ୍ରସ୍ତ ହୋଇଥିବେ, ରାଗିଥିବେ, ଅସନ୍ତୋଷ ବ୍ୟକ୍ତ କରିବେ କିନ୍ତୁ ସେମାନେ ମତେ ଏକ କଥା କହିଲେ ତାହା ହେଉଛି ବଡ଼ ଉତ୍ସାହଜନକ । ସେମାନେ କହିଲେ କି ସାହେବ ଆମ ପରିବାରରେ ସବୁଦିନେ ଝଗଡା ହେଉଥିଲା, ମୁଁ କହିଲି କି ଝଗଡା ହେଉଥିଲା । କହିଲେ, ଆମ ପିତାଜୀଙ୍କୁ କହିଲୁ କି ଆପଣଙ୍କ ସମୟରେ ଯେଉଁ ସରକାର ଥିଲେ, ନିୟମ ଥିଲା ଟିକସ ଏତେ ଅଧିକ ଥିଲା କି ଆପଣଙ୍କୁ ଚୋରୀ କରିବାକୁ ହିଁ ପଡିଥିବ । କିନ୍ତୁ ଏବେ ଦେଶରେ ସଚ୍ଚୋଟତାର ଯୁଗ ଆସିଛି । ଆଉ ଆମେ ଯେଉଁ ପିଢିର ଲୋକ ଅଛୁ ବେଇମାନ କାରବାର କରିବାକୁ ଚାହୁଁ ନାହୁଁ ଆମେ ସଚ୍ଚୋଟତାର ସହ ଜୀଇଁବାକୁ ଚାହୁଁଛୁ ଆଉ ସଚ୍ଚୋଟତାର ସହ ଆଗକୁ ବଢିବାକୁ ଚାହୁଁଛୁ । ମୋ ଦେଶର ଯୁବ ପିଢିଙ୍କ ମଧ୍ୟରେ ସଚ୍ଚୋଟତାର ଯୁଗ ଆରମ୍ଭ ହୋଇଛି । ସଚ୍ଚୋଟତାର ସହ ବଂଚିବାର ଇଚ୍ଛା ଜାଗ୍ରତ ହୋଇଛି । ଏହା ମୋ ପାଇଁ ଶୁଭ ସଂକେତ । ମୋ ଭାଇମାନେ ଦେଶପାଇଁ ହେଉଛି ଶୁଭ ସଂକେତ । ଯଦି ଦେଶର ଯୁବସମାଜ ଏକ ଇଚ୍ଛା କରିବେ ଯେ ମୋର ପୂର୍ବଜ ମୋର ପିତାମାତା ମୋର ପୂର୍ବ ପୁରୁଷଙ୍କୁ ଯାହା କିଛି କରିବାକୁ ପଡିଲା ଏବେ ଆମକୁ ତାହା କରିବାର ନାହିଁ ।

ଭାଇ ଓ ଭଉଣୀମାନେ ଚୋରୀ ନ କରି ଲୁଟ ନ କରି ମଧ୍ୟ ସୁଖ ଶାନ୍ତିରେ ଜୀବନ ଜୀଇଁ ହେବ । ସନ୍ତୋଷର ନିଦ୍ରା ଯାଇ ପାରିବା । ଆଉ ଏଥିପାଇଁ ଆମକୁ ଏକ ସଚ୍ଚୋଟତାର ଯୁଗ ଆଡକୁ ନେଇ ଯିବାକୁ ହେବ । 2022 ରେ ଭାରତର ସ୍ୱାଧୀନତାକୁ 75 ବର୍ଷ ହେବାକୁ ଯାଉଛି । ଭାଇ ଓ ଭଉଣୀମାନେ ଏହି ସ୍ୱାଧୀନତାର 75 ବର୍ଷ ଏହା କେବଳ କାନ୍ଥରେ ଟଙ୍ଗା ଯାଇଥିବା କ୍ୟାଲେଣ୍ଡରର ବିଷୟବସ୍ତୁ ହୋଇ ନ ପାରେ । ଏହା ସ୍ୱାଧୀନତାର 75 ବର୍ଷ କ୍ୟାଲେଣ୍ଡରରେ ଗୋଟିଏ ପରେ ଗୋଟିଏ ତାରିଖ ବଦଳିଯାଏ, 2022 ଆସିଯାଏ ତାହା ଏକ ଯାତ୍ରା ନୁହେଁ । ସ୍ୱାଧୀନତାର 75 ବର୍ଷର ଅର୍ଥ ହେଉଛି ଦେଶର ସ୍ୱାଧୀନତା ପାଇଁ ଜୀବନକୁ ବାଜି ଲଗାଇଥିବା ଏହି ମାଟିର ବିର୍ସା ମୁଣ୍ଡାଙ୍କଠାରୁ ନେଇ ଅଗଣିତ ଲୋକ ଥିଲେ ଭାଇ । କାହିଁକି ନିଜକୁ ନିଜେ ପ୍ରାଣବଳୀ ଦେଇଥିଲେ । ସ୍ୱାଧୀନ ଭାରତର ସ୍ୱପ୍ନ ସେମାନେ ଦେଖିଥିଲେ ଆଉ ଏଥିପାଇଁ ସେମାନେ ନିଜକୁ ନିଜେ ପ୍ରାଣବଳୀ ଦେଇଥିଲେ । କ’ଣ ସେମାନଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ, ସେ ତ’ ଆମ ପାଇଁ ଫାଶି ଉପରେ ଚଢି ଯାଇଥିଲେ । ସେ ତ’ ଆମ ପାଇଁ ଜେଲ୍ ରେ ଜୀବନ କାଟିଲେ । ସେ ତ’ ଆମ ପାଇଁ ତାଙ୍କ ପରିବାରକୁ ନଷ୍ଟ କରି ମାଟିରେ ମିଶିଗଲେ । କ’ଣ ଆମେ ତାଙ୍କ ସ୍ୱପ୍ନ ପାଇଁ ପାଂଚ ବର୍ଷ, ମୁଁ ଅଧିକ କହୁ ନାହିଁ ବନ୍ଧୁଗଣ ପାଂଚ ବର୍ଷ 2022 ପର୍ଯ୍ୟନ୍ତ ଯାହା ବି କରିବା ଦେଶ ପାଇଁ କରିବା । କିଛି ନା କିଛି କରିବା ତ ଦେଶ ପାଇଁ କରିବା । ଆଉ ଦେଶର ମଙ୍ଗଳ ପାଇଁ କରିବା । ଏହି ସ୍ୱପ୍ନ ହେଉଛି ଶହେ ପଚିଶ କୋଟି ଦେଶବାସୀଙ୍କର । ଶହେ ପଚିଶ କୋଟି ଦେଶବାସୀଙ୍କର ଗୋଟିଏ ଗୋଟିଏ ସଂକଳ୍ପ ହେଉ ଯେ ସ୍ୱାଧୀନତାର 75ବର୍ଷ ପୂରଣକୁ ଆଉ ପାଂଚ ବର୍ଷ ବାକି । ପାଂଚ ବର୍ଷରେ ମୁଁ ସମାଜକୁ ଦେଶକୁ ଏହା ଦେବି । ଯଦି ଗୋଟିଏ ହିନ୍ଦୁସ୍ଥାନୀ ଗୋଟିଏ ସଂକଳ୍ପ ନେଇ ଗୋଟିଏ ପାଦ ଆଗକୁ ବଢାଉଛି 2022 ଆସୁ ଆସୁ ହିନ୍ଦୁସ୍ଥାନର ଶହେ ପଚିଶ କୋଟି ପାଦ ଆଗକୁ ବଢିଯିବ ବନ୍ଧୁଗଣ ଏହା ହେଉଛି ଆମର ଶକ୍ତି, ଆଉ ଏଥିପାଇଁ ସମୟର ଆବଶ୍ୟକତା ହେଉଛି ଆମେ ଏବେ ସରକାରରେ ଅଛୁ ତ ସରକାରରେ ବିଭାଗରେ ବସିଛୁ । ତ ବିଭାଗରେ, ନଗର ପାଳିକାରେ ବସିଛୁ ତ ନଗର ପାଳିକା, ନଗର ପଂଚାୟତ ତ ନଗର ପଂଚାୟତ, ସ୍କୁଲ ଅଛି ତ ସ୍କୁଲରେ, ଗାଁ ଅଛି ତ ଗାଁରେ, ଗଳି ଅଛି ତ ଗଳିରେ, ଜାତି ଅଛି ତ ଜାତିରେ, ପରିବାରରେ ଅଛି ତ ପରିବାରରେ କେହି ନା କେହି ସଂକଳ୍ପ କରୁ ଯେ 2022 ପର୍ଯ୍ୟନ୍ତ ସେଠାରେ ପହଁଚି କରି ହିଁ ରହିବା । ନିଶ୍ଚିତ କରି ରହିବା । ଯଦି ଥରେ ପ୍ରତ୍ୟେକ ହିନ୍ଦୁସ୍ଥାନୀର ଏହା ସ୍ୱପ୍ନ ହୋଇଯିବ ତ 2022 ରେ ସ୍ୱାଧୀନତା ପାଇଁ ଜୀବନ ଦେଇଥିବା ମହାପୁରୁଷମାନଙ୍କୁ ଆମେ ଏ ଭଳ ହିନ୍ଦୁସ୍ଥାନ ଦେଇ ପାରିବା ତ ତାଙ୍କୁ ଥରେ ତ ସନ୍ତୋଷ ହେବ ଯେ ଏବେ ମୋର ଦେଶ ସଠିକ୍ ଦିଗରେ ଚାଲିଛି, ଯେଉଁ ଦେଶ ପାଇଁ ମୁଁ ଜୀବନ ଉତ୍ସର୍ଗ କରିଥିଲି । ସେହି ମୋର ଦେଶ ଆଗକୁ ବଢି ଚାଲିଲା ସେହି ସ୍ୱପ୍ନ ନେଇ ଆଗକୁ ଚାଲିବାର ଅଛି । ଏହି ଏକ ଇଚ୍ଛା ସହିତ ମୁଁ ପୁଣି ଥରେ ଝାଡଖଣ୍ଡର ମାଟିକୁ ପ୍ରଣାମ କରୁଛି । ଭଗବାନ ବିର୍ସା ମୁଣ୍ଡାଙ୍କ ମାଟିକୁ ପ୍ରଣାମ କରୁଛି । ମୁଁ ଏହି ପାହାଡିଆ ଯୁବକମାନଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ମୁଁ ଝାଡଖଣ୍ଡର ଜନତାଙ୍କୁ ଶୁଭକାମନା ଜଣାଉଛି । ମା ଗଙ୍ଗାଙ୍କୁ ପ୍ରଣାମ କରି ଏ ଯେଉଁ ନୂତନ ଅଭିଯାନ ପ୍ରାରମ୍ଭ କରିଛୁ ମାଆ ଗଙ୍ଗାଙ୍କ ଆଶୀର୍ବାଦ ରହୁ । ଆମେ ଏକ ନୂଆ ଏହି ସଂପୂର୍ଣ୍ଣ ନୂତନ ଭୂଭାଗରେ ନୂତନ ଆର୍ଥିକ କ୍ରାନ୍ତି ମାଆ ଗଙ୍ଗାଙ୍କ କୃପାରୁ ଆଣିବା ଏଭଳି ଏକ ଅପେକ୍ଷା ସହିତ ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ । ବହୁତ ବହୁତ ଶୁଭ କାମନା ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Khichdi To Moringa Paratha: 7 Traditional Foods PM Modi Loves

Media Coverage

Khichdi To Moringa Paratha: 7 Traditional Foods PM Modi Loves
NM on the go

Nm on the go

Always be the first to hear from the PM. Get the App Now!
...
PM to Address Youth at Khelo India Dialogue on 27th August
August 26, 2026
Khelo India Dialogue will bring together sports, youth leadership, civic responsibility, volunteering, fitness and nation-building on a common platform
Yuva Samvaad under Khelo India Dialogue to Focus on Five Key Themes: Sports, Olympic Aspirations, Youth Leadership, Viksit Bharat and Nasha Mukt Yuva

Prime Minister Shri Narendra Modi will address Khelo India Dialogue on 27th August at 11 AM via video conferencing. The programme aims to help the youth engage with India's sporting journey, share their aspirations, and contribute ideas for a stronger youth-led Viksit Bharat.

Organised by Mera Yuva Bharat (MY Bharat), as part of the National Sports Day 2026 celebrations, the programme will be conducted across the country with participation of youth at two colleges in every district across States and Union Territories. The programme is being held in line with the Prime Minister's vision of building a fit, disciplined and sporting nation while placing the aspirations of youth at the centre of the national development agenda.

The nationwide Khelo India Dialogue will bring together sports, youth leadership, civic responsibility, volunteering, fitness and nation-building on a common platform. It will provide a direct channel for young people to engage with the country's sporting ambitions, while ensuring that their ideas and perspectives become part of the continuing conversation on India's youth and sports ecosystem.

The national programme will be followed by local interactions involving young participants, MY Bharat volunteers, local sportspersons and public representatives. A major feature of the initiative will be direct interaction between youth having interest in sports and leading Indian athletes and medal winners. A central feature of the programme will be Yuva Samvaad where Young participants will be invited to articulate their own ideas, perspectives and aspirations. The dialogue will be structured around five themes:

  • improving India's sports ecosystem through better facilities, coaching, sports science and inclusive participation;
  • nurturing talent for the 2036 Olympics via scientific talent identification, transparent selection and long-term athlete development;
  • creating youth leaders through governance platforms and MY Bharat-led volunteering;
  • empowering youth for Viksit Bharat by building civic mindedness, future-ready skills and structured volunteering;
  • promoting a Nasha Mukt Yuva movement that leverages sport and peer networks to fight substance abuse, reinforced by weekly Jan Bhagidari activities under PM's 100-week nationwide campaign launched on 2 August 2026.