ସୁରଟରେ ପ୍ରଧାନମନ୍ତ୍ରୀ

Published By : Admin | January 30, 2019 | 13:30 IST

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସୁରଟ ଗସ୍ତ କରିଛନ୍ତି । ସେ ସୁରଟ ବିମାନ ବନ୍ଦରର ନୂଆ ଟର୍ମିନାଲ ବିଲ୍ଡିଂ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ । ଏହାଦ୍ୱାରା ସୁରଟ ଓ ଦକ୍ଷିଣ ଗୁଜରାଟ କ୍ଷେତ୍ରରେ ଯୋଗାଯୋଗ ଏବଂ ସମୃଦ୍ଧି ବୃଦ୍ଧି ପାଇବ ।

ଉପସ୍ଥିତ ଜନସଭାକୁ ଏହି ଅବସରରେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, “ବ୍ୟବସାୟିକ ସୁଗମତା ପାଇଁ, ଏ ଦେଶରେ ଭିତ୍ତିଭୂମି ଉନ୍ନତିକରଣର ଆବଶ୍ୟକତା ରହିଛି ଏବଂ ସୁରଟ ବିମାନ ବନ୍ଦରର ସମ୍ପ୍ରସାରଣ ଏ ଦିଗରେ ଏକ ପଦକ୍ଷେପ” । 354 କୋଟି ଟଙ୍କା ନିର୍ମାଣରେ ଖର୍ଚ୍ଚ କରାଯାଇଛି 25,500 ବର୍ଗ ମିଟରରରେ ସୁରଟ ବିମାନ ବନ୍ଦରର ନୂତନ ବିଲ୍ଡିଂ ନିର୍ମାଣ କରାଯିବ । ସୌର ଇନ୍ଧନ ଏବଂ ଏଲଇଡି ଆଲୋକୀକରଣ ବ୍ୟବସ୍ଥା ସହ ଏହା ଏକ ପରିବେଶ ଅନୁକୂଳ ସ୍ଥାୟୀ କୋଠା ହେବ । ନୂଆ ଟର୍ମିନାଲର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଏହି ବିମାନବନ୍ଦରର ଯାତ୍ରୀ ଧାରଣ କ୍ଷମତା ବାର୍ଷିକ 26 ଲକ୍ଷକୁ ବୃଦ୍ଧି ପାଇବ, ବର୍ତ୍ତମାନ ଏହା ମାତ୍ର 4 ଲକ୍ଷ ରହିଛି । ପ୍ରଧାନମନ୍ତ୍ରୀ ଆହୁରି ଉଲ୍ଲେଖ କରିଥିଲେ ଖୁବଶୀଘ୍ର ସୁରଟରୁ ସାରଜା ପର୍ଯ୍ୟନ୍ତ ଏଆର ଇଣ୍ଡିଆ ଏକ୍ସପ୍ରେସ ବିମାନ ଚଳାଚଳ କରିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉଡାନ ଯୋଜନା ଅଧୀନରେ ଅଧିକ ସଂଖ୍ୟକ ବିମାନ ବନ୍ଦର ନିର୍ମାଣ କରାଯାଉଛି । ଏହା ବିମାନ ଯୋଗାଯୋଗକୁ ପ୍ରୋତ୍ସାହନ ଯୋଗାଉଛି ଏବଂ ଲୋକମାନେ ସେମାନଙ୍କ ଘର ପାଖରେ ବିମାନ ସେବା ପାଇପାରୁଛନ୍ତି । ସେ ଉଲ୍ଲେଖ କରିଥିଲେ, “ଆମେ ସମସ୍ତଙ୍କ ପାଇଁ ବିମାନ ଯାତ୍ରା ଉପଲବ୍ଧ କରାଇବାକୁ ଚାହୁଁଛୁ । ଭାରତରେ ବିମାନ ଯୋଗାଯୋଗକୁ ବଢ଼ାଇବାରେ ଉଡାନ ଯୋଜନା ବ୍ୟାପକ ଭାବେ ସହାୟକ ହୋଇଛି । ଉଡାନ ଭାରତର ବିମାନ ମାନଚିତ୍ରରେ 40ଟି ବିମାନ ବନ୍ଦର ଯୋଡ଼ିଛି । ଦେଶର ବିଭିନ୍ନ ସ୍ଥାନରେ ଏପରି ଅନେକ ବିମାନ ବନ୍ଦର ନିର୍ମାଣ କରିବା ଲାଗି ସରକାର ଯୋଜନା କରୁଛନ୍ତି ।

ସରକାରଙ୍କ ଦ୍ୱାରା ନିଆଯାଇଥିବା ବିକାଶମୂଳକ କାର୍ଯ୍ୟ ବିଷୟରେ ଉଲ୍ଲେଖ କରି ସେ କହିଥିଲେ ଯେ ମୋଟ ସଂଖ୍ୟା ଗରିଷ୍ଠତା ସହିତ ସରକାର କଠୋର ନିଷ୍ପତ୍ତି ନେଇପାରିବେ ଏବଂ ଦେଶର ବିକାଶ ନିମନ୍ତେ ମୁକ୍ତ ଭାବେ କାର୍ଯ୍ୟ କରିପାରିବେ । ସେ ଦୋହରାଇଥିଲେ, “ଆପଣମାନେ ସଂଖ୍ୟାଗରିଷ୍ଠତା ପ୍ରଦାନ କରିଥିବାରୁ ଆମେ କଠିନ ନିଷ୍ପତ୍ତି ନେଇପାରୁଛୁ” । ପୂର୍ବ ସରକାରଙ୍କ ତୁଳନାରେ ବର୍ତ୍ତମାନର ଏନଡିଏ ସରକାର ମଧ୍ୟମବର୍ଗଙ୍କ ପାଇଁ କାର୍ଯ୍ୟ କରିଛନ୍ତି ।

ୟୁପିଏ ସରକାରଙ୍କ ତୁଳନାରେ ତାଙ୍କ ସରକାରଙ୍କ ପ୍ରଦର୍ଶନର ତୁଳନା କରି ଶ୍ରୀ ମୋଦୀ କହିଥିଲେ ଯେ “ଆମ ସରକାରଙ୍କ 4 ବର୍ଷରେ ଆମେ 1.30 କୋଟି ଆବାସ ନିର୍ମାଣ କରିଛୁ, ଯେତେବେଳେ କି ୟୁପିଏ ଶାସନ ସମୟରେ ସେମାନେ ମାତ୍ର 25 ଲକ୍ଷ ଆବାସ ନିର୍ମାଣ କରିଥିଲେ” । ସେ ଆହୁରି ଉଲ୍ଲେଖ କରିଥିଲେ, “2014 ସୁଦ୍ଧା ମାତ୍ର 80ଟି ତୁଳନାରେ ଏବେ ଆମେ 400 ପାସପୋର୍ଟ ଅଫିସ ପ୍ରତିଷ୍ଠା କରିଛୁ” ।

ସୁରଟରେ ପ୍ରଧାନମନ୍ତ୍ରୀ ମଧ୍ୟ କିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀମାନଙ୍କୁ ଘର ଚାବି ବାଣ୍ଟିଥିଲେ । ଦେଶର ଗରିବ ଏବଂ ମଧ୍ୟମବର୍ଗଙ୍କ ସହଜ ଜୀବନଧାରଣ ପାଇଁ ସରକାର ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ମିଶନ ମୋଡରେ କାର୍ଯ୍ୟ କରୁଛନ୍ତି । “ଗତ 4 ବର୍ଷ ମଧ୍ୟରେ ସରକାରଙ୍କ ଦ୍ୱାରା ସହରରେ ରହୁଥିବା ଗରିବଙ୍କ ପାଇଁ 13 ଲକ୍ଷ ଆବାସ ନିର୍ମାଣ କରାଯାଇଛି ଏବଂ 37 ଲକ୍ଷ ଆବାସ ନିର୍ମାଣ କାମ ଜାରି ରହିଛି ।

ସ୍ୱାଧୀନତା ସଂଗ୍ରାମରେ ସୁରଟର ଭୂମିକାକୁ ମନେ ପକାଇ ଶ୍ରୀ ମୋଦୀ ଆଶା ବ୍ୟକ୍ତ କରିଥିଲେ ଯେ ସହରରେ ନିବେଶର ଦ୍ରୁତ ପ୍ରବାହ ସହିତ ଗୋଟିଏ ଦଶନ୍ଧି ମଧ୍ୟରେ ସୁରଟ ବିଶ୍ୱର ଦ୍ରୁତ ବିକାଶଶୀଳ ସହର ମଧ୍ୟରୁ ଅନ୍ୟତମ ହୋଇପାରିବ ।

ଅପରାହ୍ଣରେ ପ୍ରଧାନମନ୍ତ୍ରୀ ଏକ ଅତ୍ୟାଧୁନିକ ସୁପର ସ୍ପେଶାଲିଟି ହସ୍ପିଟାଲ ରସିଲାବେନ ସେୱନ୍ତିଲାଲ ଶାହ ଭେନସ ହସ୍ପିଟାଲର ଉଦଘାଟନ କରିଥିଲେ । ସେ ହସ୍ପିଟାଲରେ ରହିଥିବା ସୁବିଧା ନିରୀକ୍ଷଣ କରିଥିଲେ । ଉପସ୍ଥିତ ଜନସଭାକୁ ସମ୍ବୋଧିତ କରି, ଲୋକମାନଙ୍କୁ ଶସ୍ତା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ଆୟୁଷ୍ମାନ ଭାରତ କିଭଳି ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛି ସେ ସମ୍ପର୍କରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଲୋକମାନଙ୍କ ପାଇଁ ଏବେ ଅଧିକ ସଂଖ୍ୟକ ଜେନେରିକ ମେଡ଼ିସିନ ଉପଲବ୍ଧ ହୋଇପାରୁଛି ଯାହା କେବଳ ଲୋକମାନଙ୍କ ଚିକିତ୍ସା ଖର୍ଚ୍ଚ ହ୍ରାସ କରୁନାହିଁ ବରଂ ଅତି ମୂଲ୍ୟବାନ ଜୀବନ ରକ୍ଷା କରିପାରୁଛି ।

ସନ୍ଧ୍ୟାରେ, ଦାଣ୍ଡିଠାରେ ଲବଣ ସତ୍ୟାଗ୍ରହ ସ୍ମାରକର ଉନ୍ମୋଚନ କରି ଫେରିବା ପରେ ପ୍ରଧାନମନ୍ତ୍ରୀ ସୁରଟ ଇନଡୋର ଷ୍ଟାଡିୟମରେ ନିଉ ଇଣ୍ଡିଆ ୟୁଥ କନକ୍ଲେଭରେ ଉଦବୋଧନ ଦେବେ । ଏହି ସ୍ମାରକୀରେ ମହାତ୍ମା ଗାନ୍ଧୀ ଏବଂ ତାଙ୍କ ସହିତ ବ୍ରିଟିଶ ସରକାର ବିରୋଧରେ ସମୁଦ୍ର ପାଣିରୁ ଲୁଣ ମାରିବା ଲାଗି ଦାଣ୍ଡି ଲବଣ ସତ୍ୟାଗ୍ରହ ଯାତ୍ରା କରିଥିବା 80 ଜଣ ସତ୍ୟାଗ୍ରହୀମାନଙ୍କ ମୂର୍ତ୍ତି ରହିଛି । 1930ର ଐତିହାସିକ ଲବଣ ସତ୍ୟାଗ୍ରହର କାହାଣୀ ଏବଂ ଘଟଣାକୁ ବର୍ଣ୍ଣନା କରୁଥିବା 24ଟି ବର୍ଣ୍ଣନାତ୍ମକ ଭିତ୍ତିଚିତ୍ର ରହିଛି । ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଏହା ଏକ ଉଲ୍ଲେଖନୀୟ ଘଟଣାବଳୀ ହୋଇ ରହିଛି ।

 

 

 

 

 

 

 

 

 

 

 

 

 

 

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Stranded in Tehran, 50 Iranian Sikhs return safely to India

Media Coverage

Stranded in Tehran, 50 Iranian Sikhs return safely to India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 02, 2026
August 02, 2026

Youth. Manufacturing. Digital Trust. The Three Engines Powering New Bharat Under PM Modi