In Maharashtra's Dhule, PM Modi launches projects pertaining to railway connectivity, water supply and irrigation
It has been a policy of India that we don’t poke anyone. But if someone teases New India, it does not let it go unpunished: PM
Dhule has the potential of becoming an industrial city: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ଧୁଲେ କ୍ଷେତ୍ର ଗସ୍ତ କରିଛନ୍ତି । ଏହି ଅବସରରେ ସେ ରାଜ୍ୟରେ ବିବିଧ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସହ ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀ ସି ବିଦ୍ୟାସାଗର ରାଓ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀ, ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଡ଼କ୍ଟର ସୁଭାଷ ଭାମ୍ରେ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍‌ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ପୁଲୱାମା ଆତଙ୍କୀ କାଣ୍ଡରେ ପ୍ରାଣବଳି ଦେଇଥିବା ଯବାନମାନଙ୍କ ବୀରତ୍ୱକୁ ପ୍ରଶଂସା କରିଥିଲେ । ଏଭଳି ଦୁଃଖଦ ଅବସ୍ଥାରେ ସାରା ଦେଶ ସେମାନଙ୍କ ସହ ସମଦୁଃଖୀ । ଏହି ଅବସରରେ ଆତଙ୍କବାଦକୁ ପ୍ରଶ୍ରୟ ଓ ଆଶ୍ରୟ ଦେଉଥିବା ଶକ୍ତିଙ୍କୁ ଦୃଢ଼ ଭାବେ ଚେତାବନୀ ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ ନକରିବା ଏପର୍ଯ୍ୟନ୍ତ ଭାରତର ନୀତି ରହି ଆସିଥିଲା । କିନ୍ତୁ, ଯଦି କେହି ଭାରତର ବ୍ୟାପାରରେ ମୁଣ୍ଡ ପୁରାଏ, ତେବେ ସେମାନଙ୍କୁ କଦାପି ବିନା ଦଣ୍ଡରେ ଛଡ଼ାଯିବନାହିଁ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ମୁଁ ଏହି ଅବସରରେ ଭାରତର ସେହି ମହାନ ସୁପୁତ୍ରମାନଙ୍କୁ କେବଳ ପ୍ରଣାମ କରୁନାହିଁ, ପରନ୍ତୁ ସେମାନଙ୍କ ମାତାମାନଙ୍କୁ ଯେଉଁମାନେ କି ଏଭଳି ବୀର ସନ୍ତାନମାନଙ୍କୁ ଜନ୍ମ ଦେଇଛନ୍ତି ସେମାନଙ୍କୁ ମଧ୍ୟ ପ୍ରଣାମ କରୁଛି । ପୁଲୱାମା ଆତଙ୍କୀ କାଣ୍ଡର ରଚୟିତାମାନଙ୍କୁ ନିଶ୍ଚିତ ଦଣ୍ଡ ମିଳିବ ଏବଂ ସେମାନେ ସେତେବେଳେ ଉପଲବ୍ଧ କରିବେ ଯେ ଏହି ଭାରତ ଏବେ ନୂତନ ଭାରତ ଏବଂ ଏକ ନୂତନ ଦୃଷ୍ଟିଭଙ୍ଗୀର ସହ ବିଶ୍ୱକୁ ଦେଖୁଛି । ଏଥିପାଇଁ ପ୍ରତି ଲୋତକ ବିନ୍ଦୁର ପ୍ରତିଶୋଧ ନିଆଯିବ ।”

ପ୍ରଧାନମନ୍ତ୍ରୀ ଏହି ଅବସରରେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା (ପିଏମକେଏସୱାଇ) ଅଧୀନରେ କାର୍ଯ୍ୟକାରୀ କରାଯାଉଥିବା ନିମ୍ନ  ପାନାଜାରା ମଧ୍ୟମ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଏହି ପରିଯୋଜନା ଧୁଲେ ଏବଂ ତାହାର ଆଖପାଖର 21 ଟି ଗ୍ରାମର ପ୍ରାୟ 7585 ହେକ୍ଟର କୃଷିକ୍ଷେତ୍ରକୁ ଜଳସେଚିତ କରିପାରିବ । ଏଭଳି ଜଳସେଚନ ପରିଯୋଜନା ତଳକ୍ଳିଷ୍ଟ ସେହି କ୍ଷେତ୍ର ପାଇଁ ଜୀବନ ରେଖା ଭାବେ ପରିଚିତ ହେବ । ପ୍ରଧାନମନ୍ତ୍ରୀ କହିଲେ ଯେ ଦେଶରେ ଜଳସେଚନର ସ୍ଥିତିକୁ ମଜଭୁତ କରିବା ସକାଶେ ମହାରାଷ୍ଟ୍ର ଏବଂ ଦେଶର ଅନ୍ୟାନ୍ୟ ଭାଗରେ ଏବେ ଜଳସେଚନ ପ୍ରକଳ୍ପମାନ ଆରମ୍ଭ କରାଯାଇଛି । “ଗତ 4 ବର୍ଷ ମଧ୍ୟରେ 99ଟି ଜଳସେଚନ ପ୍ରକଳ୍ପକୁ ଫାଷ୍ଟଟ୍ରାକ୍‌ ଭିତ୍ତିରେ ସଂପୂର୍ଣ୍ଣ କରାଯାଇଛି । ସେଥି ମଧ୍ୟରୁ 26 ଟି ପ୍ରକଳ୍ପ କେବଳ ମହାରାଷ୍ଟ୍ରରେ ରହିଛି । ପନଜରା ପ୍ରକଳ୍ପ ସେଥି ମଧ୍ୟରୁ ଅନ୍ୟତମ । ପ୍ରାୟ 25 ବର୍ଷ ପୂର୍ବେ ମାତ୍ର 21 କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯାଇଥିଲା । କିନ୍ତୁ ଏବେ 500 କୋଟି ଟଙ୍କା ବ୍ୟୟରେ ସେହି କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ମହାରାଷ୍ଟ୍ରର ଜଳକ୍ଳିଷ୍ଟ କ୍ଷେତ୍ରକୁ ଜଳସେଚନ ସୁବିଧା ଯୋଗାଇ ଦେବା ସକାଶେ ଆମ ପ୍ରୟାସର ଏହା ସୁଫଳ” ବୋଲି ପ୍ରଧାନମନ୍ତ୍ରୀ ଉଲ୍ଳେଖ କରିଥିଲେ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଜଲଗାଇଁ- ଉଧନା ରେଳପଥ ଦୋହରାକରଣ ଏବଂ ବିଦ୍ୟୁତିକରଣ ପ୍ରକଳ୍ପକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । 2400 କୋଟି ଟଙ୍କାର ଏହି ପ୍ରକଳ୍ପକୁ ଫାଷ୍ଟ ଟ୍ରାକ୍‌ ଭିତ୍ତିରେ 4 ବର୍ଷ ମଧ୍ୟରେ ସଂପୂର୍ଣ୍ଣ କରାଯାଇଛି । ଏହି ରେଳ ପ୍ରକଳ୍ପ  ଦ୍ୱାରା ଏହି କ୍ଷେତ୍ରର ମାଲ ପରିବହନ ଏବଂ ଲୋକମାନଙ୍କ ଯାତାୟାତ ସୁଗମ ହୋଇପାରିବ । ଉତ୍ତର ଓ ଦକ୍ଷିଣ ଭାରତକୁ ସଂଯୋଗ କରୁଥିବା ଏହି ରେଳ ଲାଇନ ପାଶ୍ୱର୍ବର୍ତ୍ତୀ କ୍ଷେତ୍ରର ବିକାଶରେ ମଧ୍ୟ ସହାୟକ ହେବ ବୋଲି ସେ ମତ ପୋଷଣ କରିଥିଲେ ।

 

  

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏଥି ସହ ଭୁସାୱାଲ- ଭାନ୍ଦ୍ରା ଖାନ୍ଦେଶ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଭିଡ଼ିଓ ଲିଙ୍କ୍‌ ମାଧ୍ୟମରେ ଶୁଭାରମ୍ଭ କରିଥିଲେ । ଏହି ଟ୍ରେନ୍‌ ମୁମ୍ବାଇ ଏବଂ ଭୁସାୱାଲ ମଧ୍ୟରେ ସିଧାସଳଖ ସଂଯୋଗ ସ୍ଥାପନ କରିବ । ସେହିଭଳି ପ୍ରଧାନମନ୍ତ୍ରୀ ନନ୍ଦୁରବାର- ଉଧନା ମଧ୍ୟରେ ଏକ ମେମୁ ଟ୍ରେନ୍‌ ଏବଂ ଉଧନା- ପାଲାଡ଼ି ମଧ୍ୟରେ ଅନ୍ୟ ଏକ ମେମୁ ଟ୍ରେନକୁ ପତାକା ଦେଖାଇ ସେଗୁଡ଼ିକର ଚଳାଚଳର ଶୁଭାରମ୍ଭ କରିଥିଲେ ।

ଅପର ପକ୍ଷରେ ପ୍ରଧାନମନ୍ତ୍ରୀ 51 କିଲୋମିଟର ଦୈର୍ଘ୍ୟ ଧୁଲେ- ନର୍ଦନା ରେଳ ଲାଇନ୍‌ ଏବଂ 107 କିଲୋମିଟର ଦୈର୍ଘ୍ୟ ଜଲଗାଓଁ-  ମନମାଡ଼ର ତୃତୀୟ ରେଳଲାଇନ ପ୍ରକଳ୍ପର ପ୍ରଧାନମନ୍ତ୍ରୀ ସୁଇଚ ବଟନ ଚାପି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ ଏହିସବୁ ପ୍ରକଳ୍ପ ଏହି କ୍ଷେତ୍ରର ବିଭିନ୍ନ ସ୍ଥାନକୁ ଯୋଗାଯୋଗ କ୍ଷେତ୍ରରେ ସଂଯୋଗ କରିବା ସହ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ । ଖୁବ୍‌ ଶୀଘ୍ର ଧୁଲେ  ବିକାଶ କ୍ଷେତ୍ରରେ ସୁରଟ ସହ ପ୍ରତିଯୋଗିତା କରିବାକୁ ସକ୍ଷମ ହୋଇପାରିବ ।

 

ପ୍ରଧାନମନ୍ତ୍ରୀ ତାଙ୍କର ଏହି ଗସ୍ତ କାଳରେ ସୁଲୱାଡ଼େ ଜମ୍ଫାଲ କାନୋଲି ଉଠା ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହା ତାପି ନଦୀରୁ ଜଳ ଉତ୍ତୋଳନ କରି ସଂଯୋଗୀ ବନ୍ଧ, ପୁଷ୍କରିଣୀ ଓ କେନାଲଗୁଡ଼ିକୁ ଜଳ ଯୋଗାଇଦେବ ଯାହା ଫଳରେ ନିକଟବର୍ତ୍ତୀ 100ଟି ଗ୍ରାମର 1 ଲକ୍ଷ କୃଷକ ଉପକୃତ ହୋଇପାରିବେ ।

ଧୁଲେ ସହର ପାଇଁ ଅମୃତ ଯୋଜନା ଅଧୀନରେ ଏକ ଜଳ ଯୋଗାଣ  ପ୍ରକଳ୍ପ ଏବଂ ଏକ ଭୂତଳ ବର୍ଜ୍ୟ ନିଷ୍କାସନ ପ୍ରକଳ୍ପର ଶିଳାନ୍ୟାସ ପ୍ରଧାନମନ୍ତ୍ରୀ କରିଛନ୍ତି । ଏହି ଦୁଇଟି ଯୋଜନା ପାଇଁ ମୋଟ 500 କୋଟି ଟଙ୍କା ବ୍ୟୟ କରାରିବ । ଏହି ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଦ୍ୱାରା ଧୁଲେ କ୍ଷେତ୍ରର ଜଳକ୍ଳିଷ୍ଟ ଅଞ୍ଚଳମାନଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯାଇପାରିବ ।

ପ୍ରଧାନମନ୍ତ୍ରୀ କହିଲେ ଯେ ତାଙ୍କ ସରକାର ଭାରତର ପ୍ରତ୍ୟେକ ନାଗରିକଙ୍କ ଜୀବନକୁ ସୁଗମ ଏବଂ ଉତ୍ତମ କରିବା ଦିଗରେ ସମସ୍ତ୍ର ପ୍ରକାର ପ୍ରଚେଷ୍ଟା ଜାରି ରଖିଛନ୍ତି । ଆୟୁଷ୍ମାନ ଭାରତ ଜରିଆରେ ମାତ୍ର ଅଳ୍ପ ସମୟ ମଧ୍ୟରେ ଦେଶର 12 ଲକ୍ଷ ଲୋକ ଉପକୃତ ହୋଇପାରିଛନ୍ତି ଏବଂ ସେଥି ମଧ୍ୟରୁ କେବଳ ମହାରାଷ୍ଟ୍ରର 70,000 ଲୋକ ଅଛନ୍ତି । ପୁଣି ସେମାନଙ୍କ ମଧ୍ୟରୁ କେବଳ ଧୁଲେର 1800 ହିତାଧିକାରୀ ରହିଛନ୍ତି । ଗରିବ ଏବଂ ଅବହେଳିତ ଲୋକମାନଙ୍କ ପାଇଁ ଏହି ଯୋଜନା ଆଶାର ଏକ ନୂତନ ଆଲୋକରେଖା ବୋଲି ପ୍ରଧାନମନ୍ତ୍ରୀ ମତ ପୋଷଣ କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rural commercial vehicle retail sales growth outpaces urban: Fada data

Media Coverage

Rural commercial vehicle retail sales growth outpaces urban: Fada data
NM on the go

Nm on the go

Always be the first to hear from the PM. Get the App Now!
...
PM condoles loss of lives in firecracker factory mishap in Kaushambi
August 31, 2026
PM announces ex-gratia from Prime Minister’s National Relief Fund

The Prime Minister, Shri Narendra Modi has expressed deep sorrow over the loss of lives in a mishap at a firecracker factory in Kaushambi, Uttar Pradesh. Shri Modi conveyed his condolences to the bereaved families and prayed for the speedy recovery of the injured.

Shri Modi also announced an ex-gratia of ₹2 lakh from the Prime Minister’s National Relief Fund (PMNRF) to the next of kin of each deceased and ₹50,000 for the injured.

The Prime Minister posted on X;

Extremely saddened by the loss of lives due to a mishap at a firecracker factory in Kaushambi, Uttar Pradesh. My thoughts are with the bereaved families in this hour of grief. May the injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi