PM Modi launches projects pertaining to Patna metro, construction of ammonia-urea complex at Barauni and extension LPG pipe network to Patna and Muzaffarpur
I feel the same fire in my heart that’s burning inside you, says PM Modi in Bihar referring to the anger and grief in the country after the terror attack in Pulwama
Our aim is to uplift status of those struggling to avail basic amenities: PM

ବିହାର ରାଜ୍ୟରେ ଭିତ୍ତିଭୂମି, ଯୋଗାଯୋଗର ବିକାଶ, ଇନ୍ଧନ ନିରାପତ୍ତା ଏବଂ ସ୍ୱାସ୍ଥ୍ୟସେବାକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ସ୍ୱରୂପ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବରଉଣିଠାରେ 33 ହଜାର କୋଟି ଟଙ୍କାର ପ୍ରକଳ୍ପକୁ ଲୋକାର୍ପଣ କରିଛନ୍ତି । ବିହାର ରାଜ୍ୟପାଳ ଲାଲଜୀ ଟଣ୍ଡନ, ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ, କେନ୍ଦ୍ର ଖାଦ୍ୟ ଓ ଖାଉଟି ବ୍ୟାପାର ମନ୍ତ୍ରୀ ରାମବିଳାସ ପାଶ୍ୱାନ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ଏହି ଅବସରରେ ଉପସ୍ଥିତ ଥିଲେ । ଏ ସମସ୍ତ ପ୍ରକଳ୍ପର ଶୁଭାରମ୍ଭ କରିବା ପରେ ପ୍ରଧାନମନ୍ତ୍ରୀ ଜନସଭାକୁ ସମ୍ବୋଧିତ କରିଥିଲେ । 

ଡିଜିଟାଲ ମାଧ୍ୟମରେ ବଟନ ଚିପି ପ୍ରଧାନମନ୍ତ୍ରୀ 13,365 କୋଟି ଟଙ୍କା ବ୍ୟୟବରାଦରେ ନିର୍ମାଣ ହେବାକୁ ଥିବା ପାଟନା ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଆଧାରଶିଳା ରଖିଥିଲେ । ଏଥିରେ ଦୁଇଟି କରିଡର-ଦାନପୁରରୁ ମିଠାପୁର ଏବଂ ପାଟନା ରେଳ ଷ୍ଟେସନରୁ ନିଉ ଆଇଏସବିଟି ପର୍ଯ୍ୟନ୍ତ ରହିବ । ଏହା 5 ବର୍ଷ ମଧ୍ୟରେ ଶେଷ କରାଯିବ । ଏହି ପ୍ରକଳ୍ପ ପାଟନା ଏବଂ ପାଶ୍ଵବର୍ତ୍ତୀ ଅଂଚଳରେ ଗଣପରିବହନକୁ ସୁଗମ କରିବ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଜଗଦୀଶପୁର-ବାରାଣାସୀ ପ୍ରାକୃତିକ ଗ୍ୟାସ ପାଇପ ଲାଇନର ଫୁଲପୁରରୁ ପାଟନା ପର୍ଯ୍ୟନ୍ତ ସମ୍ପ୍ରସାରିତ ଅଂଶକୁ ଉଦଘାଟନ କରିଥିଲେ । ଶିଳାନ୍ୟାସ କରିଥିବା ପ୍ରକଳ୍ପର ଉଦଘାଟନ କରିବା ଲାଗି ତାଙ୍କର ସଂକଳ୍ପର ଏହା ଏକ ଉଦାହରଣ ବୋଲି କହି ପ୍ରଧାନମନ୍ତ୍ରୀ ସ୍ମରଣ କରାଇ ଦେଇଥିଲେ ଯେ ଜୁଲାଇ 2015ରେ ତାଙ୍କ ଦ୍ୱାରା ଏହି ପ୍ରକଳ୍ପର ଶୁଭାରମ୍ଭ କରାଯାଇଥିଲା । ପ୍ରଧାନମନ୍ତ୍ରୀ କହିଥିଲେ, ଏହା ସ୍ଥାନୀୟ ଉଦ୍ୟୋଗଗୁଡ଼ିକୁ ଗ୍ୟାସ ଯୋଗାଣ ସୁନିଶ୍ଚିତ କରିବ । ଏଥିସହିତ ବରାଉଣି ସାର କାରଖାନାର ପୁନରୁଦ୍ଧାର କରିବା ସହିତ ପାଟନାକୁ ପାଇପ ଗ୍ୟାସ ଯୋଗାଣ ଆରମ୍ଭ କରିବ । ସ୍ଥାନୀୟ ଯୁବକମାନଙ୍କ ପାଇଁ ଏକ ଗ୍ୟାସ ଆଧାରିତ ଇକୋସିଷ୍ଟମ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ଏହିକ୍ଷେତ୍ର ପାଇଁ ତାଙ୍କର ପ୍ରାଥମିକତାର ପ୍ରତିଫଳନ ସ୍ୱରୂପ, ପ୍ରଧାନମନ୍ତ୍ରୀ କହିଥିଲେ, “ସରକାର ପୂର୍ବ ଭାରତ ଏବଂ ବିହାରର ସାମଗ୍ରିକ ବିକାଶ ପାଇଁ ପ୍ରତିବଦ୍ଧ” । ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନା ଅଧୀନରେ ବାରାଣାସୀ, ଭୁବନେଶ୍ୱର, କଟକ, ପାଟନା, ରାଂଚି ଏବଂ ଜାମଶେଦପୁରକୁ ପାଇପଲାଇନ ଯୋଗେ ଗ୍ୟାସ ସଂଯୋଗ କରାଯାଇଛି । ପ୍ରଧାନମନ୍ତ୍ରୀ ପାଟନା ସହରାଂଚଳ ଗ୍ୟାସ ବିତରଣ ପ୍ରକଳ୍ପର ଉଦଘାଟନ କରିଥିଲେ ଯାହା ପାଟନା ଏବଂ ପାଶ୍ଵବର୍ତ୍ତୀ ଅଂଚଳରେ ପାଇପ ଯୋଗେ ଗ୍ୟାସ ଯୋଗାଇଦେବ ।

ଏହି ପ୍ରକଳ୍ପ, ବିଶେଷ କରି ପାଟନା ଏବଂ ପାଶ୍ୱବର୍ତ୍ତୀ ଅଂଚଳରେ ଗ୍ୟାସ ସଂଯୋଗ ନେଟୱାର୍କ ସମ୍ପ୍ରସାରିତ କରିବ ଏବଂ ସହର ଓ ଏହି କ୍ଷେତ୍ରରେ ଇନ୍ଧନ ଆବଶ୍ୟକତାକୁ ପୂରଣ କରିବ ।

ଗରିବଙ୍କ ଉତଥାନ ପାଇଁ ତାଙ୍କର ପ୍ରତିବଦ୍ଧତାକୁ ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଥିଲେ, “ବିକାଶ ପାଇଁ ଏନଡିଏ ସରକାରଙ୍କ ସଂକଳ୍ପ ଦୁଇଟି ଲାଇନ ଉପରେ ଆଧାରିତ, ଭିତ୍ତିଭୂମି ବିକାଶ ଏବଂ 70 ବର୍ଷ ଧରି ମୌଳିକ ସୁବିଧା ପାଇଁ ସଂଘର୍ଷ କରି ଆସୁଥିବା ସମାଜର ଅବହେଳିତ ବର୍ଗଙ୍କ ଉତଥାନ ।

ବିହାରରେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାର ସମ୍ପ୍ରସାରଣକୁ ଲୋକାର୍ପଣ କରି ସେ କହିଥିଲେ, “ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ବିକାଶ କ୍ଷେତ୍ରରେ ବିହାର ପାଇଁ ଏହା ଏକ ଐତିହାସିକ ଦିନ । ଛାପ୍ରା ଏବଂ ପୁର୍ଣ୍ଣିଆରେ ନୂଆ ମେଡ଼ିକାଲ କଲେଜ ନିର୍ମାଣ କରାଯିବା ସହିତ ଗୟା ଓ ଭାଗଲପୁର ମେଡ଼ିକାଲ କଲେଜର ଉନ୍ନତିକରଣ କରାଯିବ । ସେ ଉଲ୍ଲେଖ କରିଥିଲେ ଯେ ପାଟନାରେ ଏକ ଏମ୍ସ ନିର୍ମାଣ କରାଯାଇଛି, ଅନୁରୂପ ଭାବେ ରାଜ୍ୟରେ ଲୋକମାନଙ୍କ ସ୍ୱାସ୍ଥ୍ୟସେବା ଆବଶ୍ୟକତାକୁ ପୂରଣ କରିବା ଲାଗି ଆଉ ଏକ ଏମ୍ସ ପ୍ରତିଷ୍ଠା କରିବା ଲାଗି ପ୍ରକ୍ରିୟା ଜାରି ରହିଛି ।

ପାଟନାରେ ନଦୀ ଅବବାହିକା ବିକାଶର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିଲେ । ସେ ମଧ୍ୟ 95.54 କିମି ଲମ୍ବ କର୍ମାଲିଛକ ବର୍ଜ୍ୟ ଜଳ ନିଷ୍କାସନ ନେଟୱାର୍କ ପାଇଁ ଶିଳାନ୍ୟାସ କରିଥିଲେ । ବଡ୍, ସୁଲତାନଗଞ୍ଜ ଓ ନୌଗାଛିଆଠାରେ ବର୍ଜ୍ୟ ଜଳ ପରିଚାଳନା ପ୍ଲାଂଟ ସଂକ୍ରାନ୍ତ କାର୍ଯ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା । ସେ ମଧ୍ୟ ବିଭିନ୍ନ ସ୍ଥାନରେ 22ଟି ଅମୃତ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଥିଲେ ।

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଦେଶବାସୀଙ୍କ ମଧ୍ୟରେ ଦେଖା ଦେଇଥିବା ଯନ୍ତ୍ରଣା, କ୍ରୋଧ ଏବଂ ଦୁଃଖ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, “ଆପଣମାନଙ୍କ ହୃଦୟରେ ଯେଉଁ ନିଆଁ ଜଳୁଛି, ମୋ ହୃଦୟରେ ମଧ୍ୟ ସେହି ନିଆଁ ଜଳୁଛି” । ଦେଶ ପାଇଁ ପ୍ରାଣବଳି ଦେଇଥିବା ସହିଦ କନଷ୍ଟେବଳ ପାଟନାର ସଞ୍ଜୟ କୁମାର ସିହ୍ନା ଏବଂ ଭାଗଲପୁରର ରତନ କୁମାର ଠାକୁରଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ଏବଂ କହିଥିଲେ ଏହି ଦୁଃଖଦ ମୁହୂର୍ତ୍ତରେ ସାରା ଦେଶ ସହିଦଙ୍କ ପରିବାର ସହ ଛିଡ଼ା ହୋଇଛି ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା 9 ଏମଏମଟି ଏଭିୟୁ ବରଉଣି ବିଶୋଧନାଗାର ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରାଯାଇଥିଲା । ପାରାଦୀପ-ହଳଦିଆ-ଦୁର୍ଗାପୁର ଏଲପିଜି ପାଇପ ଲାଇନକୁ ଦୁର୍ଗାପୁରରୁ ମୁଜାଫରପୁର ଏବଂ ପାଟନାକୁ ସମ୍ପ୍ରସାରଣ କାର୍ଯ୍ୟ ପାଇଁ ସେ ମଧ୍ୟ ଶିଳାନ୍ୟାସ କରିଥିଲେ । ବରଉଣି ବିଶୋଧନାଗାରଠାରେ ଏଟିଏଫ ହାଇଡ୍ରୋଟ୍ରିଟିଂ ୟୁନିଟ (ଇଣ୍ଡଜେଟ) ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ଆଧାରଶୀଳା ରଖିଥିଲେ । ଏହି ପ୍ରକଳ୍ପ ସହର ଏବଂ ଏହି ଅଂଚଳରେ ଇନ୍ଧନ ଉପଲବ୍ଧତାକୁ ଗୁରୁତ୍ୱପୂର୍ଣ୍ଣ ଭାବେ ବୃଦ୍ଧି କରିବ ।

ଏହି ଗସ୍ତ ଅବସରରେ ବରଉଣିଠାରେ ଆମୋନିଆ-ୟୁରିଆ ସାର କମ୍ପ୍ଲେକ୍ସ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆଧାରଶୀଳା ସ୍ଥାପନ କରାଯାଇଥିଲା । ଏହା ସାର ଉତ୍ପାଦନ ବୃଦ୍ଧି କରିବ ।

ପ୍ରଧାନମନ୍ତ୍ରୀ ମଧ୍ୟ ନିମ୍ନୋକ୍ତ ରେଳପଥର ବିଦ୍ୟୁତକରଣ କାର୍ଯ୍ୟକୁ ଉଦଘାଟନ କରିଥିଲେ : ବରଉଣି-କୁମେଦପୁର, ମୁଜାଫରପୁର-ରକ୍ସଲ, ଫତୁହା-ଇସଲାମପୁର, ବିହାରଶରିଫ-ଦାନିୱାନ । ରାଂଚି-ପାଟନା ଏସି ସାପ୍ତାହିକ ଏକ୍ସପ୍ରେସ ଟ୍ରେନ ମଧ୍ୟ ଏହି ଅବସରରେ ଉଦଘାଟନ କରାଯାଇଥିଲା ।

ବରଉଣି ପରେ ପ୍ରଧାନମନ୍ତ୍ରୀଙ୍କ ପରବର୍ତ୍ତୀ ଗସ୍ତସ୍ଥଳୀ ହେଉଛି ଝାଡ଼ଖଣ୍ଡ ଯେଉଁଠି ସେ ହଜାରିବାଗ ଏବଂ ରାଂଚି ଗସ୍ତ କରିବେ । ହଜାରିବାଗ, ଦୁମକା ଏବଂ ପାଲାମାଉଠାରେ ହସପିଟାଲ ପାଇଁ ସେ ଶିଳାନ୍ୟାସ କରିବା ସହିତ ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ ।

 

 

 

 

 

 

 

 

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Handloom — weaving India’s heritage into global growth

Media Coverage

Handloom — weaving India’s heritage into global growth
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam emphasizing on spirit of selfless service
August 07, 2026

The Prime Minister, Shri Narendra Modi, shared a Sanskrit Subhashitam highlighting the virtue of selfless service and the noble ideal of working for the welfare of others without expecting anything in return:

"किं चन्द्रमाः प्रत्युपकारलिप्सया करोति गोभिः कुमुदावबोधनम्।

स्वभाव एवोन्नतचेतसां सतां परोपकारव्यसनं हि जीवितम्॥"

The Prime Minister posted on X:

किं चन्द्रमाः प्रत्युपकारलिप्सया करोति गोभिः कुमुदावबोधनम्।

स्वभाव एवोन्नतचेतसां सतां परोपकारव्यसनं हि जीवितम्॥