We are attempting to bring about scientific growth, with priority being keeping Varanasi's age-old identity secure: PM Modi
Varanasi will soon be the gateway to the east, says PM Modi
Kashi is now emerging as a health hub: PM Modi
Join the movement in creating a New Kashi and a New India: PM Modi urges people of Varanasi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାରାଣସୀସ୍ଥିତ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟଠାରେ ଏକ ଜନସମାବେଶରେ କେତେକ ପ୍ରମୁଖ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଆଧାରଶିଳା ରଖିଥିଲେ  ।

ଉଦଘାଟିତ ହୋଇଥିବା ପ୍ରକଳ୍ପଗୁଡିକ ମଧ୍ୟରେ ପୁରୁଣା କାଶୀ ପାଇଁ ସମନ୍ୱିତ ଶକ୍ତି ବିକାଶ ଯୋଜନା ଏବଂ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଅଟଳ ନବୋନ୍ୱେଷ କେନ୍ଦ୍ର ରହିଛି । ଆଧାରଶିଳା ସ୍ଥାପନ କରାଯାଇଥିବା ପ୍ରକଳ୍ପଗୁଡିକ ମଧ୍ୟରେ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଆଂଚଳିକ ଚକ୍ଷୁ ଚିକିତ୍ସା କେନ୍ଦ୍ର ରହିଛି  ।

ଆଜି ଉଦଘାଟନ ଏବଂ ଆଧାରଶିଳା ସ୍ଥାପନ କରାଯାଇଥିବା ମୋଟ ପ୍ରକଳ୍ପର ମୂଲ୍ୟ 550 କୋଟି ଟଙ୍କା  ।

ଏହି ଅବସରରେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବାରାଣସୀରେ ପରିବର୍ତ୍ତନ ଅଣାଯିବା ତଥା ସହରର ସମୃଦ୍ଧ ଐତିହ୍ୟକୁ ସଂରକ୍ଷିତ କରିବାର ପ୍ରଚେଷ୍ଟା କରାଯାଉଛି  । ସେ କହିଥିଲେ ଯେ ସହରର ପ୍ରାଚୀନ ପରିଚୟକୁ ସୁରକ୍ଷିତ ରଖି ସହରର ବିକାଶ କରାଯାଉଛି  । ସେ କହିଥିଲେ ଯେ କାଶୀର ଜନସାଧାରଣଙ୍କ 4 ବର୍ଷର ସଂକଳ୍ପ ଦ୍ୱାରା ଯେଉଁ ପରିବର୍ତ୍ତନ ଅଣାଯାଇଛି ତାହା ଏବେ ପରିଲକ୍ଷିତ ହେଉଛି  ।

ଶ୍ରୀ ନରେନ୍ଦ୍ର ମୋଦୀ ବିଦ୍ୟୁତ, ସଡକ ତଥା ଅନ୍ୟ ଭିତ୍ତିଭୂମି କ୍ଷେତ୍ରରେ ଜାରି ରହିଥିବା ବିଭିନ୍ନ ପ୍ରକଳ୍ପଗୁଡିକର ଉଦାହରଣ ଦେଇ କହିଥିଲେ ଯେ ଏହି ପ୍ରକଳ୍ପଗୁଡିକରେ ଦୃତ  ପ୍ରଗତି ପରିଲକ୍ଷିତ ହେଉଛି ଏବଂ ଏହାଦ୍ୱାରା ବାରାଣସୀ ତଥା ଆଖପାଖ ଅଂଚଳର ଲୋକମାନଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ହୋଇପାରିଛି । ଯେତେବେଳେ ଲୋକମାନେ ବାରାଣସୀ କ୍ୟାଣ୍ଟ ଷ୍ଟେସନର ଛବି ଅନଲାଇନ ପୋଷ୍ଟ କରିବାର ଦେଖିଥାନ୍ତି ସେତେବେଳେ ସେ ଅତ୍ୟନ୍ତ ଆନନ୍ଦ ଅନୁଭବ କରନ୍ତି । ପ୍ରଧାନମନ୍ତ୍ରୀ ପରିବହନ ସଂରଚନାର ଆଧୂନିକିକରଣ ଦିଗରେ କରାଯାଉଥିବା କାର୍ଯ୍ୟ ବିଷୟରେ ମଧ୍ୟ ଆଲୋକପାତ କରିଥିଲେ । ସେ ସ୍ୱଚ୍ଛତା ଦିଗରେ ଏବଂ ସହରର ସୌନ୍ଦର୍ଯ୍ୟକରଣ କ୍ଷେତ୍ରରେ କରାଯାଉଥିବା କାର୍ଯ୍ୟର ମଧ୍ୟ ଆଲୋଚନା କରିଥିଲେ  । ସେ କହିଥିଲେ ଯେ ପର୍ଯ୍ୟଟନ କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ପ୍ରଚେଷ୍ଟା ଏକ ନିରନ୍ତର ପ୍ରୟାସ  । ଏହି ପରିପ୍ରେକ୍ଷୀରେ ସାରନାଥଠାରେ କରାଯାଉଥିବା କାର୍ଯ୍ୟ ବିଷୟରେ ମଧ୍ୟ ଆଲୋକପାତ କରିଥିଲେ  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସଡକ, ବିଜୁଳି ଏବଂ ପାନୀୟ ଜଳ ଭଳି ଅତ୍ୟାବଶ୍ୟକ ସୁବିଧାଗୁଡିକ ମଧ୍ୟ ବାରାଣସୀର ଆଖପାଖ ଗ୍ରାମୀଣ ଅଂଚଳ ପର୍ଯ୍ୟନ୍ତ ଉପଲବ୍ଧ  । ସେ କହିଥିଲେ ଯେ କାଶୀ ଏବେ ସ୍ୱାସ୍ଥ୍ୟ କେନ୍ଦ୍ରର ପେଣ୍ଠସ୍ଥଳୀ ଭାବେ ପରିଚିତ । ଆଜି ଉଦଘାଟିତ ଅଟଳ ନବୋନ୍ୱେଷ କେନ୍ଦ୍ରର ଉଲ୍ଲେଖ କରି ସେ କହିଥିଲେ ଯେ ଷ୍ଟାର୍ଟ ଅପ ଏବେ ଏହାସହିତ ସଂଯୋଗ ହୋଇପାରିଛି । ସେ କହିଥିଲେ ଯେ ଦେଶର ବଚ୍ଛା ବଚ୍ଛା ସହର ମଧ୍ୟରେ ଏବେ ବାରାଣସୀ ଅନ୍ୟତମ ଯେଉଁଠାରେ ପାଇପ ମାଧ୍ୟମରେ ରୋଷେଇ ଗ୍ୟାସ ଉପଲବ୍ଧ କରାଯାଉଛି  ।

ସଂକଳ୍ପବଦ୍ଧ ହୋଇ ସହରର ଉନ୍ନତିକରଣରେ ସ୍ୱତଃପ୍ରବୃତ ଭାବେ ଯୋଗଦାନ କରିବାକୁ ପ୍ରଧାନମନ୍ତ୍ରୀବାରାଣସୀର ଜନସାଧାରଣଙ୍କୁ ନିବେଦନ କରିଥିଲେ  ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security

Media Coverage

India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the passing of Father Amir of State of Qatar HH Sheikh Hamad bin Khalifa Al Thani
July 12, 2026

The Prime Minister, Shri Narendra Modi, has expressed deep grief over the passing of the Father Amir of the State of Qatar, HH Sheikh Hamad bin Khalifa Al Thani.

The Prime Minister described him as a visionary leader who led Qatar to great levels of development and prosperity. Shri Modi also remembered him as a true friend whom he had the honour of meeting during his visit to Qatar in February 2024.

The Prime Minister conveyed his sincere condolences to the Amir of Qatar, HH Sheikh Tamim bin Hamad Al Thani, the entire royal family and the people of Qatar.

The Prime Minister wrote on X;

“We deeply mourn the passing of Father Amir of State of Qatar, HH Sheikh Hamad bin Khalifa Al Thani. A visionary leader who led Qatar to great levels of development and prosperity, we remember him also as a true friend whom I had the honour of meeting during my last visit to Qatar in February 2024. I convey my sincere condolences to the Amir of Qatar, HH Sheikh Tamim bin Hamad Al Thani and the entire royal family and people of Qatar. May the departed soul rest in eternal peace.

@TamimBinHamad”