ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡ଼ୁର ତିରୁପ୍ପୁର ଗସ୍ତ କରିଥିଲେ ଏବଂ ରାଜ୍ୟରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ କରିଥିଲେ ।

ତିରୁପ୍ପୁରର ପେରୁମାନାଲ୍ଲୁର ଗ୍ରାମରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିଥିଲେ ।

ତିରୁପ୍ପୁର ଠାରେ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସଆଇସି)ର ମଲ୍ଟି ସ୍ପେଶାଲିଟି ହସପିଟାଲ ପାଇଁ ସେ ଶିଳାନ୍ୟାସ କରିଥିଲେ । ଏହି ଅତ୍ୟାଧୁନିକ 100 ଶଯ୍ୟା ବିଶିଷ୍ଟ ହସପିଟାଲ ତିରୁପ୍ପୁର ଏବଂ ଆଖପାଖ ଅଂଚଳର ଇଏସଆଇ ଆଇନ ଅଧୀନରେ ଆସୁଥିବା 1 ଲକ୍ଷରୁ ଉର୍ଦ୍ଧ୍ଵ କର୍ମଚାରୀ ଏବଂ ସେମାନଙ୍କର ପରିବାର ସଦସ୍ୟଙ୍କ ଚିକିତ୍ସା ଆବଶ୍ୟକତା ପୂରଣ କରିପାରିବ । ପୂର୍ବରୁ ଏହି ଲୋକମାନେ ସହରରେ ଥିବା ଦୁଇଟି ଇଏସଆଇସିର ଡିସପେନସରୀରେ ଚିକିତ୍ସିତ ହେଉଥିଲେ । ଅଧିକ ଚିକିତ୍ସା ନିମନ୍ତେ ସେମାନଙ୍କୁ 50 କିମି ଦୂର କୋଏମ୍ବାଟୁରସ୍ଥିତ ଇଏସଆଇସି ମେଡ଼ିକାଲ କଲେଜ ହସପିଟାଲକୁ ଯିବାକୁ ପଡ଼ୁଥିଲା ।

ସେ ଚେନ୍ନାଇ ଇଏସଆଇସି ହସପିଟାଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିଥିଲେ । ଏହି 470 ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ହସପିଟାଲରେ ଚିକିତ୍ସାର ସମସ୍ତ ବିଭାଗରେ ଉନ୍ନତ ମାନର ଚିକିତ୍ସା ଉପଲବ୍ଧ ହୋଇପାରିବ ।

ତ୍ରିଚି ବିମାନ ବନ୍ଦରର ନୂତନ ସମନ୍ୱିତ କୋଠା ଏବଂ ଚେନ୍ନାଇ ବିମାନ ବନ୍ଦରର ଆଧୁନିକୀକରଣ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଥିଲେ । ତ୍ରିଚିରେ ନୂଆ ସମନ୍ୱିତ ଟର୍ମିନାଲ ବିଲ୍ଡିଂ ଦ୍ୱାରା ଏହି ବିମାନ ବନ୍ଦରରେ ବାର୍ଷିକ ସମ୍ପୂର୍ଣ୍ଣ କ୍ଷମତା ସହ 3.63 ନିୟୁତ ଯାତ୍ରୀ ଯାତାୟାତ କରିପାରିବେ ଏବଂ ଭିଡ଼ ସମୟରେ 2900 ଯାତ୍ରୀ ଯାତାୟାତ କରିପାରିବେ । ଇ-ଗେଟ, ବାୟୋମେଟ୍ରିକ ଆଧାରିତ ଯାତ୍ରୀ ସ୍କ୍ରିନିଂ ବ୍ୟବସ୍ଥା, ଅନ୍ୟାନ୍ୟ ବୈଶିଷ୍ଟ ସହ ଚେନ୍ନାଇ ବିମାନ ବନ୍ଦରର ଆଧୁନିକୀକରଣ କରାଯିବ ଏବଂ ଏହା ଅନ୍ତର୍ଜାତୀୟ ପ୍ରସ୍ଥାନ ଟର୍ମିନାଲରେ ବର୍ତ୍ତମାନର ଭିଡ଼ ସମସ୍ୟା ଦୂର କରିପାରିବ ।

ଏହି ଅବସରରେ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ବିପିସିଏଲ)ର ଏନ୍ନୋର କୋଷ୍ଟାଲ ଟର୍ମିନାଲ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରାଯାଇଥିଲା । ଏହା ତୋଣ୍ଡିଆରପେଟ ସୁବିଧା ତୁଳନାରେ ଏକ ବୃହତ ଏବଂ ଉନ୍ନତ ବିକଳ୍ପ ହେବ । ଟର୍ମିନାଲ ସୁବିଧା ସହିତ କୋଚି ଉପକୂଳ ଦେଇ ସାମଗ୍ରୀଗୁଡ଼ିକ ପରିବହନ ହୋଇପାରିବ, ଏହା ସଡ଼କ ଯୋଗେ ପରିବହନ ଖର୍ଚ୍ଚ ହ୍ରାସ କରିବ । ପ୍ରଧାନମନ୍ତ୍ରୀ ମଧ୍ୟ ଚେନ୍ନାଇ ବନ୍ଦରରୁ ଚେନ୍ନାଇ ପେଟ୍ରୋଲିୟମ କର୍ପୋରେସନ ଲିଃ (ସିପିସିଏଲ) ମନାଲି ବିଶୋଧନାଗାରକୁ ନୂତନ ଅଶୋଧିତ ତୈଳ ପାଇପ ଲାଇନର ଉଦଘାଟନ କରିବେ । ପାଇପଲାଇନ ପରିବର୍ଦ୍ଧିତ ସୁରକ୍ଷା ବୈଶିଷ୍ଟ୍ୟ ସହିତ ନିର୍ମାଣ କରାଯାଇଛି, ଯାହା ନିରାପଦ ଏବଂ ଭରସାଯୋଗ୍ୟ ଅଶୋଧିତ ତୈଳ ଯୋଗାଣ କରିବ । ଏହା ତାମିଲନାଡ଼ୁ ଏବଂ ପଡ଼ୋଶୀ ରାଜ୍ୟର ଆବଶ୍ୟକତାକୁ ପୂରଣ କରିବ ।

ଏଜି-ଡିଏମଏସ ମେଟ୍ରୋ ଷ୍ଟେସନରୁ ୱାଶରମେନପେଟ ମେଟ୍ରୋ ଷ୍ଟେସନ ପର୍ଯ୍ୟନ୍ତ ଚେନ୍ନାଇ ମେଟ୍ରୋର ଏକ ଭାଗକୁ ଯାତ୍ରୀ ସେବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିଲେ । ଏହି 10 କିମି ଭାଗ ଚେନ୍ନାଇ ମେଟ୍ରୋର ପ୍ରଥମ ପର୍ଯ୍ୟାୟର ଏକ ଅଂଶବିଶେଷ । ଏହି ସମ୍ପ୍ରସାରଣ ସହିତ ଚେନ୍ନାଇ ମେଟ୍ରୋର ପ୍ରଥମ ପର୍ଯ୍ୟାୟର ସମସ୍ତ 45 କିମି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି ।

ଏହାପରେ ଆଜି ତାଙ୍କ ଗସ୍ତର ଶେଷ ଭାଗରେ ପ୍ରଧାନମନ୍ତ୍ରୀ କର୍ଣ୍ଣାଟକର ହୁବଲୀ ଅଭିମୁଖେ ଯାତ୍ରା କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India Exports 3.15 lakh Tonnes Sugar in Oct-Feb of 2025-26 Marketing Year: AISTA

Media Coverage

India Exports 3.15 lakh Tonnes Sugar in Oct-Feb of 2025-26 Marketing Year: AISTA
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 17, 2026
March 17, 2026

Resilient Bharat Rising: From Safe LPG Deliveries to UPI Dominance and Women's Empowerment Achievements Under PM Modi's Leadership