It is wonderful how Daman has become a mini-India. People from all over the country live and work here: PM
I congratulate the people and local administration for making this place ODF. This is a big step: PM
The Government is taking several steps for the welfare of fishermen, says PM Modi
Our entire emphasis on the 'blue revolution' is inspired by the commitment to bring a positive difference in the lives of fishermen: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦାମନ ଏବଂ ଦିଉରେ 1 ହଜାର କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଶୁଭାରମ୍ଭ କରିଛନ୍ତି । ସେ ବିଭିନ୍ନ ଯୋଜନାର ହିତାଧିକାରୀମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରିବା ସହିତ ଦାମନ ମହାବିଦ୍ୟାଳୟ ପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ଉଦ୍ବୋଧନ ଦେଇଥିଲେ ।

କେବଳ ତାଙ୍କ ସହ ଯୋଗଦେଇଥିବା ଲୋକମାନଙ୍କ ସଂଖ୍ୟା ଦୃଷ୍ଟିରୁ ନୁହେଁ ବରଂ ସେଠାରେ ଶୁଭାରମ୍ଭ ହୋଇଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଦୃଷ୍ଟିରୁ ଏହି ସାଧାରଣ ସଭାକୁ ଦାମନର ଏକ ଐତିହାସିକ କାର୍ଯ୍ୟକ୍ରମ ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ ।

ସ୍ୱଚ୍ଛତା ପ୍ରତି ବିଶେଷ ଗୁରୁତ୍ୱ ଦେବା ଲାଗି ଦାମନର ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ । କାରଣ ସ୍ୱଚ୍ଛତା ପର୍ଯ୍ୟଟନର ଅଭିବୃଦ୍ଧି ପାଇଁ ସୁଯୋଗ ସୃଷ୍ଟି କରିଥାଏ । ଦାମନକୁ ଖୋଲା ମଳମୁକ୍ତ ଅଂଚଳରେ ପରିଣତ କରିବା ଲାଗି ପ୍ରଧାନମନ୍ତ୍ରୀ ସ୍ଥାନୀୟ ପ୍ରଶାସନକୁ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ଯେ ଦାମନ ଯେପରି ଭାବେ ସ୍ୱଚ୍ଛତାକୁ ଏକ ଜନ ଆନ୍ଦୋଳନ ଭାବେ ଗ୍ରହଣ କରି ଇ-ରିକ୍ସା ଏବଂ ସିଏନଜିର ଉପଯୋଗ କରିଥିଲା ଏହା ଆମ ପାଇଁ ଏକ ଉଜ୍ଜ୍ୱଳ ଉଦାହରଣ ।

ଦାମନର ସାମଗ୍ରୀକ ସଂସ୍କୃତିର ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦାମନ ଏକ କ୍ଷୁଦ୍ର-ଭାରତରେ ପରିଣତ ହୋଇଛି ଏବଂ ସାରା ଦେଶରୁ ଲୋକମାନେ ଆସି ଏଠାରେ ରହୁଛନ୍ତି ଓ କାର୍ଯ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ମତ୍ସ୍ୟଜୀବୀଙ୍କ କଲ୍ୟାଣ ପାଇଁ ବ୍ୟାପକ ପଦକ୍ଷେପ ନେଉଛନ୍ତି । ମତ୍ସ୍ୟଜୀବୀଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବାର ପ୍ରତିବଦ୍ଧତା ଦ୍ୱାରା ଅନୁପ୍ରାଣୀତ ହୋଇ ସେ “ନୀଳ ବିପ୍ଳବ” ପ୍ରତି ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ।

ଉଡାନ ଯୋଜନାରେ ଅହମ୍ମଦାବାଦରୁ ଦିଉକୁ ଯୋଗାଯୋଗ କରୁଥିବା ଏୟାର ଓଡ଼ିଶାର ବିମାନକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିଥିଲେ । ସେ ଭିଡିଓ ଲିଙ୍କ ଜରିଆରେ ଦାମନରୁ ଦିଉ ପର୍ଯ୍ୟନ୍ତ ପୱନ ହଂସ ହେଲିକପ୍ଟର ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ବେଟୀ ବଚାଓ, ବେଟୀ ପଢ଼ାଅ ଯୋଜନା ଅନ୍ତର୍ଗତ ନବଜାତ ଶିଶୁକନ୍ୟାଙ୍କୁ ପ୍ରଧାନମନ୍ତ୍ରୀ “ବଢ଼ାଇ କିଟ” ପ୍ରଦାନ କରିଥିଲେ । ସେ ଦାମନ ଏବଂ ଦିଉ ପ୍ରଶାସନ ଦ୍ୱାରା ମାଗଣା ଡ୍ରାଇଭିଂ ତାଲିମ ଦିଆଯାଇଥିବା ମହିଳାମାନଙ୍କୁ ପ୍ରମାଣପତ୍ର ଏବଂ ସ୍କୁଲ ଛାତ୍ରୀଙ୍କୁ ସାଇକେଲ ବଣ୍ଟନ କରିଥିଲେ । ପ୍ରଧାନମନ୍ତ୍ରୀ ସିଏନଜି ପରିଚାଳିତ ଯାନ ଚଳାଚଳ ପାଇଁ ଅନୁମତିପତ୍ର ବିତରଣ କରିଥିଲେ । ଏଥିସହିତ ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଏବଂ ସହରାଂଚଳ, ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ସୁରକ୍ଷା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ମୂଦ୍ରା ଯୋଜନାର ହିତାଧିକାରୀମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରିଥିଲେ । ପ୍ରଧାନମନ୍ତ୍ରୀ ଇ-ରିକ୍ସା, ପେହଲୀ ସବାରୀ ଏବଂ ଆମ୍ବୁଲାନ୍ସ ସେବାକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Wed in India’ Initiative Fuels The Rise Of NRI And Expat Destination Weddings In India

Media Coverage

'Wed in India’ Initiative Fuels The Rise Of NRI And Expat Destination Weddings In India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 15, 2025
December 15, 2025

Visionary Leadership: PM Modi's Era of Railways, AI, and Cultural Renaissance