ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ଗୁରୁବାର) ନୂଆଦିଲ୍ଲୀରୁ ଭିଡିଓ କନଫରେନସିଂ ଜରିଆରେ ନାଗପୁର ମେଟ୍ରୋର ଉଦଘାଟନ କରିଥିଲେ । ନାଗପୁର ମେଟ୍ରୋର 13.5 କିମି ଦୀର୍ଘ ଖପ୍ରି-ସିତାବୁଲଦି ସେକ୍ସନର ଡିଜିଟାଲ ଉଦଘାଟନ କରାଯାଇଥିଲା ।

ଏହି ଅବସରରେ ମହାରାଷ୍ଟ୍ରରେ ଦ୍ୱିତୀୟ ମେଟ୍ରୋ ସେବା ପାଇଁ ନାଗପୁରର ଜନସାଧାରଣଙ୍କୁ ଭିଡିଓ କନଫରେନସିଂ ଜରିଆରେ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ । ସେ କହିଥିଲେ ଯେ ସେ 2014ରେ ନାଗପୁର ମେଟ୍ରୋର ଆଧାରଶିଳା ରଖିଥିବାରୁ ଏହି ଅବସର ତାଙ୍କ ପାଇଁ ଅଦ୍ଭୁତ ଖୁସିର ମୂହୂର୍ତ୍ତ । ଏହି ମେଟ୍ରୋ ନାଗପୁରର ଲୋକମାନଙ୍କୁ ଉତ୍ତମ, ପରିବେଶ ଅନୁକୂଳ ଏବଂ ଅର୍ଥ ଅନୁକୂଳ ସେବା ଯୋଗାଇଦେବ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ନିରନ୍ତର ନାଗପୁରର ବିକାଶ ଦିଗରେ କାର୍ଯ୍ୟ କରୁଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯେ ନାଗପୁର ମେଟ୍ରୋ ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ଆଣିବା ସହିତ ସହରର ବିକାଶ କ୍ଷେତ୍ରରେ ସହାୟକ ହେବ ।

ଦେଶରେ ଅତ୍ୟାଧୁନିକ ପରିବହନ ବ୍ୟବସ୍ଥା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କର ପଦକ୍ଷେପଗୁଡିକ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଗତ ସାଢେ ଚାରି ବର୍ଷ ମଧ୍ୟରେ ମେଟ୍ରୋ ପାଇଁ 400 କିମିର ପରିଚାଳନା ନେଟୱାର୍କ ନିର୍ମାଣ କରାଯାଇଛି । ସେ କହିଥିଲେ ଯେ ଦେଶରେ ଆହୁରୀ 800 କିମିର ମେଟ୍ରୋ ନେଟୱାର୍କ ନିର୍ମାଣ କାର୍ଯ୍ୟ ଜାରୀ ରହିଛି ।

ସାଧାରଣ ଗମନାଗମନ କାର୍ଡ, ଗୋଟିଏ ରାଷ୍ଟ୍ର, ଗୋଟିଏ କାର୍ଡର ଲାଭ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ସ୍ୱଦେଶରେ ପ୍ରସ୍ତୁତ ହୋଇଥିବା ଏହି କାର୍ଡ, ଡେବିଟ କାର୍ଡ ସହିତ ମିଶ୍ରଣ କରି ଏବଂ ଏହିଭଳି କାର୍ଡ ପ୍ରସ୍ତୁତ କରିବା ପାଇଁ ଅନ୍ୟ ଦେଶଗୁଡିକ ଉପରେ ଭାରତର ନିର୍ଭରଶୀଳତାକୁ ସମାପ୍ତ କରାଯାଇଛି । ବିଶ୍ୱରେ ବହୁତ କମ ଦେଶ ପାଖରେ ଏହିଭଳି ପରିବହନ କାର୍ଡ ଥିବା କଥା ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ସରକାର ସାମଗ୍ରିକ ଭାବେ ସମାଧାନ ପାଇଁ କାର୍ଯ୍ୟ କରିଥାନ୍ତି । ଦେଶର ସମସ୍ତ ନାଗରିକ ସୁବିଧାରେ ଜୀବନଯାପନ କରିପାରିବା ସଂକଳ୍ପ ସୁନିଶ୍ଚିତ କରିବା ପାଇଁ ସରକାର କାର୍ଯ୍ୟରତ ବୋଲି ସେ ପୁନରାବୃତ୍ତି କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's high-flying ambitions: How policy overhaul doubled nation's MRO footprint from 96 to 166

Media Coverage

India's high-flying ambitions: How policy overhaul doubled nation's MRO footprint from 96 to 166
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 16, 2026
May 16, 2026

Petroleum Reserves Secured, Dollars Pouring In, AI Supercluster Rising — Welcome to PM Modi’s New India