ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି 1000 ମେଗାୱାଟ ନେଭେଲି ନୂତନ ତାପଜ ବିଦ୍ୟୁତ୍‍ ପ୍ରକଳ୍ପ ଏବଂ NLCIL ର 709 ମେଗାୱାଟ ସୌର ଶକ୍ତି ପ୍ରକଳ୍ପକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି । ସେ ଭି.ଓ ଚିଦାମ୍ବରନାର ବନ୍ଦରରେ 5 ମେଗାୱାଟ ଗ୍ରୀଡ୍ ସଂଯୁକ୍ତ ଗ୍ରାଉଣ୍ଡ-ଆଧାରିତ ସୌର ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ଏବଂ ଲୋୟର ଭବାନୀ ପ୍ରକଳ୍ପ ପ୍ରଣାଳୀର ଡିଜାଇନ୍‌, ଯୋଗାଣ, ସ୍ଥାପନ ଏବଂ ବିସ୍ତାର, ନବୀକରଣ ଏବଂ ଆଧୁନିକୀକରଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । କୋଏମ୍ବାଟୁର, ମଦୁରାଇ, ସାଲେମ, ଥାଞ୍ଜାଭୁର, ଭେଲୋର, ତିରୁଚିରାପଲ୍ଲୀ, ତିରୁପୁର, ତିରୁନେଲଭେଲି ଏବଂ ଥୋଥୁକୁଡି ସମେତ ନଅଟି ସ୍ମାର୍ଟ ସହରରେ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସେଣ୍ଟର (ICCC) ର ବିକାଶ ପାଇଁ ସେ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଭି.ଓ. ଚିଦାମ୍ବରନାର ବନ୍ଦରର ସେ 8 ଲେନ ବିଶିଷ୍ଟ କୋରାମପାଲମ୍ ସେତୁ ଏବଂ ରେଳ ଓଭର ବ୍ରିଜ୍ (ROB) ଏବଂ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ସହରୀ) ଅଧୀନରେ ର୍ନିମିତ ଘରଗୁଡ଼ିକର ଉଦଘାଟନ କରିଛନ୍ତି । ଏହି ଅବସରରେ ତାମିଲନାଡୁର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରହଲଦ ଯୋଶୀ ଉପସ୍ଥିତ ଥିଲେ ।

ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୋଏମ୍ବାଟୁର ହେଉଛି ଶିଳ୍ପ ଏବଂ ନବସୃଜନର ସହର । ଆଜି ଆରମ୍ଭ ହୋଇଥିବା ବିକାଶ କାର୍ଯ୍ୟ କୋଏମ୍ବାଟୁର ଏବଂ ସମଗ୍ର ତାମିଲନାଡୁ ପାଇଁ ଲାଭଦାୟକ ହେବ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭବାନୀ ସାଗର ଡ୍ୟାମର ଆଧୁନିକୀକରଣ 2 ଲକ୍ଷ ଏକରରୁ ଅଧିକ ଜମିକୁ ଜଳସେଚିତ କରିବ ଏବଂ ଏହି ପ୍ରକଳ୍ପରୁ ଅନେକ ଜିଲ୍ଲାର କୃଷକମାନେ ଉପକୃତ ହେବେ । ଭାରତର ଶିଳ୍ପ ଅଭିବୃଦ୍ଧିରେ ଏକ ପ୍ରମୁଖ ଅବଦାନ ଦେଇଥିବାରୁ ସେ ତାମିଲନାଡୁକୁ ପ୍ରଶଂସା କରିଛନ୍ତି । ଅନେକ ପ୍ରମୁଖ ବିଦ୍ୟୁତ୍‍ ପ୍ରକଳ୍ପର ଉଦ୍‍ଘାଟନ କରି ସେ ଖୁସିବ୍ୟକ୍ତ କରିଛନ୍ତି ଯାହା କି ଶିଳ୍ପ ଅଭିବୃଦ୍ଧିର ଏକ ମୌଳିକ ଆବଶ୍ୟକତା ହେଉଛି ନିରନ୍ତର ବିଦ୍ୟୁତ୍‍ ଯୋଗାଣ । ସେ କହିଛନ୍ତି ଯେ 709 ମେଗାୱାଟ ସୌର ଶକ୍ତି ପ୍ରକଳ୍ପ ସ୍ୱଦେଶୀ ଭାବେ ବିକଶିତ ହୋଇଛି ଏବଂ ଏହି ପ୍ରକଳ୍ପର ମୂଲ୍ୟ 3000 କୋଟି ଟଙ୍କାରୁ ଅଧିକ ଅଟେ । ସେ ଆହୁରି ମଧ୍ୟ କହିଛନ୍ତି ଯେ 7800 କୋଟି ଟଙ୍କା ବ୍ୟୟରେ ର୍ନିମିତ ଆଉ ଏକ 1000 ମେଗାୱାଟ ତାପଜ ବିଦ୍ୟୁତ୍‍ ପ୍ରକଳ୍ପ ତାମିଲନାଡୁ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଉତ୍ପାଦିତ ଶକ୍ତିର 65% ରୁ ଅଧିକ ତାମିଲନାଡୁକୁ ଦିଆଯିବ ।

 

ଯେହେତୁ ପ୍ରଧାନମନ୍ତ୍ରୀ ଭି.ଓ ଚିଦାମ୍ବରନାର ବନ୍ଦର, ଥୁଥୁକୁଡରେ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି, ସେ କହିଛନ୍ତି ଯେ ସମୁଦ୍ର ବାଣିଜ୍ୟ ଏବଂ ବନ୍ଦର ଭିତ୍ତିକ ବିକାଶରେ ତାମିଲନାଡୁର ଏକ ଗୌରବମୟ ଇତିହାସ ରହିଛି । ଆଜି ଆରମ୍ଭ ହୋଇଥିବା ପ୍ରକଳ୍ପଗୁଡ଼ିକ ବନ୍ଦରର ମାଲ ପରିବହନ କ୍ଷମତାକୁ ମଝବୁତ କରିବ ଏବଂ ସବୁଜ ବନ୍ଦର ପଦକ୍ଷେପକୁ ସମର୍ଥନ କରିବ । ସେ ଉଲ୍ଲେଖ କରିଛନ୍ତି ଯେ ଦକ୍ଷ ବନ୍ଦରଗୁଡ଼ିକ ଭାରତକୁ ଆତ୍ମନିର୍ଭର ଏବଂ ବାଣିଜ୍ୟ ତଥା ମାଲ ପରିବହନ ପାଇଁ ଏକ ବିଶ୍ୱସ୍ତରୀୟ ହବ୍ ଭାବରେ ଯୋଗଦାନ କରିଥାଏ । ମହାନ ସ୍ୱାଧୀନତା ସଂଗ୍ରାମୀ ଭିଓସିଙ୍କୁ ଶ୍ରୀ ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ଜାହାଜ ଶିଳ୍ପ ଏବଂ ସାମୁଦ୍ରିକ ବିକାଶ ପାଇଁ ତାଙ୍କର ଦୂରଦୃଷ୍ଟି ଆମକୁ ବହୁତ ପ୍ରେରଣା ଯୋଗାଉଛି । ସେ ଖୁସି ବ୍ୟକ୍ତ କରିଛନ୍ତି ଯେ ଭିଓସି ବନ୍ଦର 20 କୋଟି ଟଙ୍କା ବ୍ୟୟରେ ଗ୍ରୀଡ୍ ସଂଯୁକ୍ତ 5 ମେଗାୱାଟ ଗ୍ରାଉଣ୍ଡ ଆଧାରିତ ସୌର ବିଦ୍ୟୁତ କେନ୍ଦ୍ର ସ୍ଥାପନ କରିଛି ଏବଂ ଛାତ ଉପରେ 140 କିଲୋୱାଟ ସୌର ପ୍ରକଳ୍ପ ସ୍ଥାପନ କାର୍ଯ୍ୟ ଚାଲିଛି । ସେ ଏହାକୁ ଉର୍ଜା ଆତ୍ମନିର୍ଭରତାର ଏକ ଉଦାହରଣ ବୋଲି କହିଛନ୍ତି ।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବନ୍ଦର ଭିତ୍ତିକ ବିକାଶ ପାଇଁ ଭାରତ ସରକାରଙ୍କ ପ୍ରତିବଦ୍ଧତା ସାଗରମାଳା ଯୋଜନା ମାଧ୍ୟମରେ ପ୍ରତିଫଳିତ ହେଉଛି । 2015-2035 ଅବଧି ମଧ୍ୟରେ ମୋଟ ଛଅ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ପ୍ରାୟ 575 ଟି ପ୍ରକଳ୍ପ ଚିହ୍ନଟ କରାଯାଇଛି । ଏହି କାର୍ଯ୍ୟଗୁଡିକ ବନ୍ଦର ଆଧୁନିକୀକରଣ, ନୂତନ ବନ୍ଦର ବିକାଶ, ବନ୍ଦର ସଂଯୋଗୀକରଣ ବୃଦ୍ଧି, ବନ୍ଦର ସଂଯୁକ୍ତ ଶିଳ୍ପାୟନ ଏବଂ ଉପକୂଳ ସମ୍ପ୍ରଦାୟର ବିକାଶ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ସେ ସୂଚନା ଦେଇଛନ୍ତି ଯେ ଚେନ୍ନାଇର ଶ୍ରୀପେରୁମ୍ବୁଦୁର ନିକଟ ମାପେଦୁରେ ଖୁବ ଶୀଘ୍ର ଏକ ନୂତନ ମଲ୍ଟି-ମୋଡାଲ୍ ଲଜିଷ୍ଟିକ୍ ପାର୍କ ଉନ୍ମୋଚନ ହେବାକୁ ଯାଉଛି । ଏହି ପ୍ରକଳ୍ପ ବନ୍ଦରରୁ ଯାତାୟାତରେ ଟ୍ରାଫିକ ମୁକ୍ତ ଗମନାଗମନକୁ ସୁଗମ କରିବ । ଏହା ମଧ୍ୟ ମାଲ ପରିବହନ ଟ୍ରକ୍ ଗୁଡ଼ିକର ସମୟ ହ୍ରାସ କରିବ ବୋଲି ଶ୍ରୀ ମୋଦୀ କହିଛନ୍ତି ।

ବିକାଶର ମୂଳରେ ପ୍ରତ୍ୟେକ ବ୍ୟକ୍ତିଙ୍କ ସମ୍ମାନ ନିଶ୍ଚିତ ହୋଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି । ସମ୍ମାନ ସୁନିଶ୍ଚିତ କରିବାର ଏକ ମୌଳିକ ଉପାୟ ହେଉଛି ସମସ୍ତଙ୍କ ପାଇଁ ଆଶ୍ରୟସ୍ଥଳ ଯୋଗାଇଦେବା । ସେ କହିଛନ୍ତି ଯେ ଆମ ଲୋକଙ୍କ ସ୍ୱପ୍ନ ଏବଂ ଆକାଂକ୍ଷାରେ ଡେଣା ଲଗାଇବା ପାଇଁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଆରମ୍ଭ କରାଯାଇଛି । ବିଭିନ୍ନ ଅଞ୍ଚଳରେ ର୍ନିମିତ 4144 ଟି ଗୃହର ଉଦଘାଟନ କରିବା ଏବଂ ତାମିଲନାଡୁର ସ୍ମାର୍ଟ ସିଟିରେ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଏବଂ କଣ୍ଟ୍ରୋଲ୍ ସେଣ୍ଟର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରି ସେ ଖୁସି ବ୍ୟକ୍ତ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଏହି ପ୍ରକଳ୍ପର ମୂଲ୍ୟ 332 କୋଟି ଟଙ୍କା ଏବଂ ଏହି ଘରଗୁଡିକ ସ୍ୱାଧୀନତାର 70 ବର୍ଷ ପରେ ମଧ୍ୟ ଭୂମିହୀନମାନଙ୍କୁ ହସ୍ତାନ୍ତର କରାଯିବ । ସେ କହିଛନ୍ତି ଯେ ଏହି ସହରଗୁଡ଼ିକରେ ବିଭିନ୍ନ ସେବା ପରିଚାଳନା ପାଇଁ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସେଣ୍ଟର ଏକ ବୁଦ୍ଧିମାନ ଏବଂ ସମନ୍ୱିତ ଆଇଟି ସମାଧାନ ପ୍ରଦାନ କରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Conferred With Uzbekistan's Highest Honour For Foreign Leaders

Media Coverage

PM Modi Conferred With Uzbekistan's Highest Honour For Foreign Leaders
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 30, 2026
August 30, 2026

Tiranga in Tashkent, Relief in Nepal: Soft Power Meets First Responder

Vocal for Local, Nari Shakti, Real Heroes: Mann Ki Baat’s Atmanirbhar Hour