In the coming years, Bihar will be among those states of the country, where every house will have piped water supply: PM Modi
Urbanization has become a reality today: PM Modi
Cities should be such that everyone, especially our youth, get new and limitless possibilities to move forward: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରରେ କାର୍ଯ୍ୟକାରୀ ହେଉଥିବା ନମାମି ଗଙ୍ଗେ ଓ ଅମୃତ ଯୋଜନାରେ ବିଭିନ୍ନ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଛନ୍ତି । ଆଜି ଉଦ୍‌ଘାଟିତ 4ଟି ପ୍ରକଳ୍ପରେ ରହିଛି ପାଟନା ସହରର ବେଉର ଓ କରମ-ଲିଛକ୍‌ର ଦୁଇଟି ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ଏବଂ ଅମୃତ ଯୋଜନାରେ ସିୱାନ ଓ ଛାପ୍ରାର ଦୁଇଟି ଜଳପ୍ରକଳ୍ପ । ଏହାଛଡା ପ୍ରଧାନମନ୍ତ୍ରୀ ମୁଙ୍ଗେର ଏବଂ ଜମାଲପୁରରେ ଦୁଇଟି ଜଳଯୋଗାଣ ପ୍ରକଳ୍ପର ଶୁଭ ଦେଇଥିବାବେଳେ ମୁଜାଫରପୁରଠାରେ ନମାମି ଗଙ୍ଗେ କାର୍ଯ୍ୟକ୍ରମରେ ଏକ ରିଭରଫ୍ରଣ୍ଟ ବିକାଶ ଯୋଜନାର ଶିଳାନ୍ୟାସ କରିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କରୋନା ମହାମାରୀ ସମୟରେ ମଧ୍ୟ ବିହାରରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ନିରବଚ୍ଛିନ୍ନଭାବେ କାର୍ଯ୍ୟକାରୀ ହେଉଛି । ନିକଟ ଅତୀତରେ ବିହାରରେ ଶହ ଶହ କୋଟି ଟଙ୍କାରେ ନିର୍ମିତ ଯେଉଁସବୁ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଛି ତଦ୍ଦ୍ୱାରା ରାଜ୍ୟର ଚାଷୀ ବିଶେଷ ଉପକୃତ ହେବେ । ଏହିସବୁ ପ୍ରକଳ୍ପ ଦ୍ୱାରା ରାଜ୍ୟରେ ଭିତ୍ତିଭୂମି ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି ।

ଆଜି ଇଂଜିନିୟର ଦିବସ ହୋଇଥିବାରୁ ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶର ବିକାଶରେ ଯନ୍ତ୍ରୀମାନଙ୍କର ଭୂମିକାର ଉଚ୍ଚପ୍ରଶଂସା କରିଛନ୍ତି । ଏହି ଦିବସଟି ପ୍ରସିଦ୍ଧ ଆଧୁନିକ ସିଭିଲ ଇଂଜିନିୟର ସାର୍‌ ମୋକ୍ଷଗୁଣ୍ଡମ୍‌ ବିଶ୍ୱଶ୍ୱେରାୟାଙ୍କ ସ୍ମୃତିରେ ପାଳନ କରାଯାଉଛି । ଶ୍ରୀ ମୋଦୀ କହିଛନ୍ତି ଯେ, ବିହାର ଲକ୍ଷ ଲକ୍ଷ ଇଂଜିନିୟର ସୃଷ୍ଟିକରି ଦେଶର ବିକାଶରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ବିହାର ଏକ ଐତିହାସିକ ନଗରୀର ରାଜ୍ୟ । ଏହି ରାଜ୍ୟରେ ହଜାର ହଜାର ବର୍ଷର ଐତିହ୍ୟ ରହିଛି । ସ୍ୱାଧୀନତା ପରେ ଦୂରଦ୍ରଷ୍ଟା ନେତାମାନେ ବିହାରର ନେତୃତ୍ୱ ନେଇଛନ୍ତି । ଦାସତ୍ୱ କାଳରେ ଯେଉଁ ତ୍ରୁଟିମାନ ଘଟିଥିଲା ତାହାକୁ ଦୂର କରିବାରେ ଏହି ନେତାମାନେ ପାରୁପର୍ଯ୍ୟନ୍ତ ଚେଷ୍ଟା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହାପରେ ଏହି ରାଜ୍ୟରେ ଏକପାକ୍ଷିଆ ବିକାଶ ଘଟି ଅଗ୍ରାଧିକାର କ୍ଷେତ୍ରଗୁଡିକ ଅବହେଳିତ ହୋଇଗଲା । ଫଳରେ ସହରାଞ୍ଚଳ ଭିତ୍ତିଭୂମିର ଅବକ୍ଷୟ ଘଟିବା ସହ ଗ୍ରାମାଞ୍ଚଳର ଭିତ୍ତିଭୂମି ବ୍ୟବସ୍ଥା ଭୁଶୁଡି ପଡିଲା ।

ଶ୍ରୀ ମୋଦୀ କହିଛନ୍ତି ଯେ ଶାସନରେ ଯେତେବେଳେ ସ୍ୱାର୍ଥପରତା ବଢିଯାଏ ଏବଂ ଭୋଟବ୍ୟାଙ୍କ ରାଜନୀତି  ଆରମ୍ଭ ହୁଏ ସେତେବେଳେ ଅବହେଳିତ ଓ ବଞ୍ଚିତ ବର୍ଗର ଲୋକେ ଅଧିକ ପ୍ରଭାବିତ ହୁଅନ୍ତି । ସେ କହିଛନ୍ତି ଯେ ଦଶନ୍ଧି ଦଶନ୍ଧି ଧରି ବିହାରର ଜନସାଧାରଣ ପାଣି ଓ ସ୍ୱେରେଜ ଭଳି ମୌଳିକ ସମସ୍ୟାର ସମାଧାନ ସୁବିଧା ନ ପାଇ ଯନ୍ତ୍ରଣା ଭୋଗିଛନ୍ତି । ବାଧ୍ୟବାଧକତାରେ ଅପରିସ୍କାର ପାଣି ପିଇ ଲୋକେ ରୋଗରେ ପଡିଥାନ୍ତି ଏବଂ ସେମାନଙ୍କ ରୋଜଗାରର ଏକ ବଡ଼ ଅଂଶ ଚିକିତ୍ସାରେ ଖର୍ଚ୍ଚ ହୁଏ । ଏଭଳି ପରିସ୍ଥିତିରେ ବିହାର ଜନସଂଖ୍ୟାର ଏକ ବଡ଼ ଭାଗ କରଜ, ବ୍ୟାଧି, ଅଶିକ୍ଷା ଓ ଅସହାୟତାକୁ ଆଦରି ପଡିରହିବାକୁ ବାଧ୍ୟ ହୋଇଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ବିଗତ କେତେ ବର୍ଷ ଧରି ବିହାରରେ ଚାଲିଥିବା ଦୁର୍ଦ୍ଦଶାର ପରିବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି । ସାମଜର ସୁବଠୁ ପ୍ରଭାବିତ ବର୍ଗର ଲୋକଙ୍କ ବିଶ୍ୱାସ ବୃଦ୍ଧି ପାଇଁ ବିଭିନ୍ନ କାର୍ଯ୍ୟ ଆରମ୍ଭ କରାଯାଇଛି । ଆମର ଝିଅମାନଙ୍କୁ ଶିକ୍ଷିତ କରାଇବା ପାଇଁ ଅଗ୍ରାଧିକାର ଭିତ୍ତିରେ ଶିକ୍ଷାଦାନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ପଞ୍ଚାୟତିରାଜଠାରୁ ଆରମ୍ଭ କରି ବିଭିନ୍ନ ସ୍ୱୟଂଶାସନାଧୀନ ସଂସ୍ଥାରେ ଦୁର୍ଦ୍ଦଶାଗ୍ରସ୍ତ ଓ ଅବହେଳିତ ଲୋକଙ୍କୁ ଅଂଶଗ୍ରହଣ ଓ ପ୍ରତିନିଧିତ୍ୱର ସୁଯୋଗ ମିଳିଛି । ଫଳରେ ସେମାନଙ୍କ ବିଶ୍ୱାସ ବୃଦ୍ଧି ପାଇଛି । 2014 ପରଠାରୁ ଗ୍ରାମପଞ୍ଚାୟତ ଓ ସ୍ଥାନୀୟ ସଂସ୍ଥାଗୁଡିକରୁ ଭିତ୍ତିଭୂମି ସମ୍ବନ୍ଧୀୟ ଯୋଜନାଗୁଡିକ ଉପରେ ସଂପୂର୍ଣ୍ଣ ନିୟନ୍ତ୍ରଣ ପ୍ରଦାନ କରାଯାଇଛି । ଏବେ ଯୋଜନାଠାରୁ ଆରମ୍ଭ କରି ତାହାର କାର୍ଯ୍ୟକାରିତା ଏବଂ ରକ୍ଷଣାବେକ୍ଷଣ ଆଦି କ୍ଷେତ୍ରରେ ଲୋକାଲ ବଡିକୁ ଦାୟିତ୍ୱ ଦିଆଯାଇଛି । ଏହା ଫଳରେ ପାନୀୟ ଜଳଯୋଗାଣ ଏବଂ ସହରରେ ନାଳନର୍ଦ୍ଦମାର ଉନ୍ନତି ଭଳି କାର୍ଯ୍ୟ ତ୍ୱରାନ୍ୱିତଭାବେ କାର୍ଯ୍ୟକାରୀ ହେଉଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ 4-5 ବର୍ଷ ହେଲା ଅମୃତ ଯୋଜନାରେ ବିହାରର ସହରାଞ୍ଚଳରେ ଲକ୍ଷ ଲକ୍ଷ ପରିବାରଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯାଉଛି । ଏଥିରେ ରାଜ୍ୟ ସରକାରଙ୍କ ମଧ୍ୟ ବିଭିନ୍ନ ଯୋଜନାର ଅବଦାନ ରହିଛି । ଆଗାମୀ ବର୍ଷଗୁଡିକରେ ବିହାରର ସବୁ ପରିବାରକୁ ପାଇପ ଜଳଯୋଗାଣ ବ୍ୟବସ୍ଥା ଯୋଗାଇ ଦିଆଯିବ ଏବଂ ଏହି ରାଜ୍ୟ ଏ କ୍ଷେତ୍ରରେ ଅନ୍ୟାନ୍ୟ ରାଜ୍ୟଗୁଡିକ ସହ ସମକକ୍ଷ ହୋଇପାରିବ । ସେ କହିଛନ୍ତି ଯେ କରୋନା ମହାମାରୀ ସମୟରେ ବିହାରର ଜନସାଧାରଣ ନିରନ୍ତରଭାବେ କାମ କରି ବୃହତ୍ତର ଲକ୍ଷ୍ୟ ହାସଲ ପାଇଁ ଉଦ୍ୟମ ଚଳାଇଛନ୍ତି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଯୋଜନାରେ ଗତ କେଇମାସ ମଧ୍ୟରେ ରାଜ୍ୟରେ 57 ଲକ୍ଷରୁ ଅଧିକ ପରିବାରକୁ ପାନୀୟ ଜଳ ସଂଯୋଗ ଯୋଗାଇ ଦିଆଯାଇଛି । ଏହା ମୁଖ୍ୟତଃ ରାଜ୍ୟର ଗ୍ରାମାଞ୍ଚଳରେ ସମ୍ଭବ ହୋଇଛି । ମହାମାରୀ ଫଳରେ ପ୍ରବାସରୁ ଫେରିଆସି ଗାଁଗହଳିରେ ରହୁଥିବା ଶ୍ରମିକ ଏବଂ ସ୍ଥାନୀୟ ଶ୍ରମଜୀବୀମାନେ ଏହି ଗରିବ କଲ୍ୟାଣ ରୋଜଗାର ଅଭିଯାନରେ ସାମିଲ ହୋଇ ଜଳଯୋଗାଣ ଯୋଜନାକୁ ସଫଳ କରିବାରେ ବଡ଼ ଅବଦାନ ରଖିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ଜଳଜୀବନ ମିଶନ ବିହାରର ଏହି କଠିନ ପରିଶ୍ରମ କରୁଥିବା ସହକର୍ମୀଙ୍କ ପାଇଁ ଉତ୍ସର୍ଗୀକୃତ । ଗତ ଏକ ବର୍ଷ ମଧ୍ୟରେ 2 କୋଟିରୁ ଅଧିକ ଜଳ ସଂଯୋଗ ସୁବିଧା ସମଗ୍ର ଦେଶରେ ଜଳଜୀବନ ମିଶନରେ ଲୋକଙ୍କୁ ଯୋଗାଇ ଦିଆଯାଇଛି । ଆଜି ମଧ୍ୟ 1 ଲକ୍ଷରୁ ଅଧିକ  ପରିବାରକୁ ପାଇପ ଜଳଯୋଗାଣ ନୂଆକରି ଦୈନିକ ଯୋଗାଇ ଦିଆଯାଉଛି । ସ୍ୱଚ୍ଛ ଜଳ କେବଳ ଗରିବଙ୍କ ଜୀବନକୁ ଉନ୍ନତ କରେ ନାହିଁ, ଏହା ମଧ୍ୟ ସେମାନଙ୍କୁ ବିଭିନ୍ନ ଗୁରୁତର ବ୍ୟାଧିରୁ ସୁରକ୍ଷିତ ରଖେ । ସେ କହିଛନ୍ତି ଯେ ବିହାରର ସହରାଞ୍ଚଳରେ ମଧ୍ୟ ଅମୃତ ଯୋଜନାରେ 12 ଲକ୍ଷ ପରିବାରକୁ ଶୁଦ୍ଧ ଜଳ ଯୋଗାଣ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି । ସେଥିମଧ୍ୟରୁ 6 ଲକ୍ଷ ପରିବାରଙ୍କୁ ଏହି ସୁବିଧା ମିଳିସାରିଲାଣି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶରେ ଏବେ ସହରାଞ୍ଚଳ ଜନସଂଖ୍ୟା ଦ୍ରୁତବେଗରେ ବୃଦ୍ଧି ପାଉଛି । ଅଧିକରୁ ଅଧିକ ଲୋକ ସହର ମୁହାଁ ହେଉଛନ୍ତି ଏବଂ ବିଭିନ୍ନ ସହର ଗଢି ଉଠୁଛି । ନଗରାୟନ ଏବେ ଏକ ନୂଆ ବାସ୍ତବତାରେ ପରିଣତ ହୋଇଛି । ତେବେ ବହୁ ଦଶନ୍ଧି ଧରି ସହରାୟନକୁ ଏକ ପ୍ରତିବନ୍ଧକଭାବେ ବିଚାର କରାଯାଉଥିଲା । ବାବା ସାହେବ ଆମ୍ବେଦକର ଯିଏ କି ସହରାୟନର ଏକ  ଜଣେ ବଡ଼ ସମର୍ଥକ ଥିଲେ; ତାଙ୍କ ଉକ୍ତି ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବାବା ସାହେବ ନଗରାୟନକୁ ଏକ ସମସ୍ୟାଭାବେ ବିଚାର କରୁ ନ ଥିଲେ । ତାଙ୍କ କଳ୍ପିତ ସହରରେ ଦରିଦ୍ରରୁ ଦରିଦ୍ରତମ ବ୍ୟକ୍ତି ସମସ୍ତ ପ୍ରକାର ସୁବିଧା ସୁଯୋଗ ପାଇଁ ବଞ୍ଚି ରହୁ ଏବଂ ଏକ ଭଲ ଜୀବନ ଜୀଉଁ  ବୋଲି ଆମ୍ବେଦକର କହୁଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସହରଗୁଡିକ ଏପରି ହେବା ଉଚିତ ଯେଉଁଠି ପ୍ରତ୍ୟେକ, ବିଶେଷକରି ଆମର ଯୁବବର୍ଗ ଆଗକୁ ବଢିବା ପାଇଁ ନୂଆ ଏବଂ ଅସୀମ ସମ୍ଭାବନାର ସୁଯୋଗ ପାଇବା ଆବଶ୍ୟକ । ସହରଗୁଡିକ ଏପରି ହେବା ଉଚିତ ଯେ ଯେଉଁଠି ପ୍ରତ୍ୟେକ ପରିବାର ସମୃଦ୍ଧି ଓ ଆନନ୍ଦର ସହ ବଞ୍ଚିବାର ସୁଯୋଗ ପାଉ । ଗରିବ, ଦଳିତ, ଅନଗ୍ରସର, ମହିଳା ପ୍ରତ୍ୟେକ ବ୍ୟକ୍ତି ସେହି ସହରରେ ଏକ ମର୍ଯ୍ୟାଦାଜନକ ଜୀବନଯାପନର ସୁଯୋଗ ପାଇବାର ଆବଶ୍ୟକତା ରହିଛି ।

ଶ୍ରୀ ମୋଦୀ କହିଛନ୍ତି ଯେ ଏବେ ଆମେ ଦେଶରେ ନୂଆ ସହରାୟନର ପ୍ରକ୍ରିୟା ଦେଖୁଛୁ ଏବଂ ନଗରୀଗୁଡିକ ନିଜର ଉପସ୍ଥିତିକୁ ଜାହିର କରୁଛନ୍ତି । କିଛି ବର୍ଷ ପୂର୍ବେ ସହର ବିକାଶ କେବଳ ସହରର ଅଳ୍ପ କିଛି ଅଞ୍ଚଳ ଉନ୍ନୟନରେ ସୀମିତ ରହୁଥିଲା । ଏହା ପୁଣି କେତେକ ବଛା ବଛା ସହରରେ ସୀମିତ ଥିଲା । ଏବେ ସେ ବିଚାର ବଦଳିଯାଇଛି । ବିହାରର ଜନସାଧାରଣ ଭାରତର ନଗରାୟନରେ ପୂର୍ଣ୍ଣ ସହଯୋଗ କରୁଛନ୍ତି । ଆମର ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମ ସହରଗୁଡିକ ପ୍ରସ୍ତୁତ ହେବା ଉଚିତ । ବର୍ତ୍ତମାନର ଆବଶ୍ୟକତା ପୂରଣ କରି ଭବିଷ୍ୟତ କଥା ଭୁଲିଗଲେ ସହରର ବାସ୍ତବ ବିକାଶ ହୁଏନାହିଁ । ତେଣୁ ସେହି ବିଚାରରେ ସହରଗୁଡିକର ବିକାଶ ପ୍ରକ୍ରିୟା ଚାଲିଛି । ଏହାଦ୍ୱାରା ଆତ୍ମନିର୍ଭର ବିହାର ଏବଂ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ପୂରଣ ହୋଇପାରିବ । ଏହି ବିଚାର ସହ ଅମୃତ ମିଶନରେ ବିହାରର ଅନେକ ସହରରେ ମୌଳିକ ସୁବିଧା ସୁଯୋଗ ବିକାଶ ପାଇଁ କାର୍ଯ୍ୟକ୍ରମମାନ କାର୍ଯ୍ୟକାରୀ ହେଉଛି ।

ଶ୍ରୀ ମୋଦୀ କହିଛନ୍ତି ଯେ ବିହାରରେ 4.5 ଲକ୍ଷ ଏଲ୍‌ଇଡି ଷ୍ଟ୍ରିଟ ଲାଇଟ 100ରୁ ଅଧିକ ମୁନିସିପାଲିଟିରେ ଲଗାଯାଇଛି । ଏହାଦ୍ୱାରା ଆମ ଛୋଟ ଛୋଟ ସହରଗୁଡିକର ରାସ୍ତାଘାଟ ଅଧିକ ଆଲୋକିତ ହେଉଛି । ଏହା ଫଳରେ ବିଜୁଳି ବ୍ୟବହାର କମିଛି ଏବଂ କୋଟି କୋଟି ଟଙ୍କା ସଂଚୟ ହୋଇପାରିଛି । ଲୋକଙ୍କ ଜୀବନ ମଧ୍ୟ ଉନ୍ନତତର ହୋଇଛି । ସେ କହିଛନ୍ତି ଯେ ରାଜ୍ୟର 20ଟି ବଡ଼ ଗୁରୁତ୍ୱପୂର୍ଣ୍ଣ ସହର ଗଙ୍ଗାନଦୀ କୂଳରେ ଅବସ୍ଥିତ । ତେଣୁ ଏହିସବୁ ସହରରେ ବସବାସ କରୁଥିବା କୋଟି କୋଟି ଲୋକଙ୍କ ଜୀବନ ଉପରେ ପରିଷ୍କୃତ ଗଙ୍ଗା ଏବଂ ଏହାର ସ୍ୱଚ୍ଛ ଜଳର ସିଧାସଳଖ ପ୍ରଭାବ ରହିଛି । ନମାମି ଗଙ୍ଗେ କାର୍ଯ୍ୟକ୍ରମ ମାଧ୍ୟମରେ ଗଙ୍ଗାର ପରିସ୍କରଣ କାର୍ଯ୍ୟ ଚାଲିଛି । ସେଥିମଧ୍ୟରୁ 6 ହଜାର କୋଟି ଟଙ୍କାର 50ରୁ ଅଧିକ ପ୍ରକଳ୍ପ ବିହାର ପାଇଁ ଅନୁମୋଦିତ ହୋଇଛି । ରାଜ୍ୟରେ ଅନେକ ଜଳବିଶୋଧନ କେନ୍ଦ୍ର ସ୍ଥାପନ କରିବାକୁ ସରକାର ଉଦ୍ୟମ କରୁଛନ୍ତି । ଗଙ୍ଗାକୂଳରେ ଥିବା ସବୁ ସହରରେ ଏହାକୁ କାର୍ଯ୍ୟକାରୀ କରିବାକୁ କାର୍ଯ୍ୟ ଚାଲିଛି । ଏହା ଫଳରେ ସହରରୁ ନିର୍ଗତ ଦୂଷିତଜଳ ସିଧାସଳଖ ଗଙ୍ଗାରେ ମିଶିପାରିବ ନାହିଁ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପାଟନାର ବେଉର ଓ କରମ-ଲିଛକ୍‌ରେ ଆଜି ଯେଉଁ ଦୁଇଟି ପ୍ରକଳ୍ପ ଉଦ୍‌ଘାଟିତ ହେଲା ତଦ୍ଦ୍ୱାରା ଲକ୍ଷ ଲକ୍ଷ ଲୋକେ ଉପକୃତ ହେବେ । ଏହା ସହିତ ଗଙ୍ଗାକୂଳରେ ଥିବା ଗାଁଗୁଡିକୁ ଗଙ୍ଗାଗ୍ରାମଭାବେ ବିକଶିତ କରାଯାଉଛି ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India to remain among fastest-growing steel markets in FY27: India Ratings and Research

Media Coverage

India to remain among fastest-growing steel markets in FY27: India Ratings and Research
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam emphasizing on spiritual development
August 05, 2026

The Prime Minister, Shri Narendra Modi, shared a Sanskrit Subhashitam emphasizing on spiritual development:

"आत्मोदयः परज्यानिर्द्वयं नीतिरितीयती।

तदूरीकृत्य कृतिभिर्वाचस्पत्यं प्रतायते ।।"

Shri Modi said that spiritual development instills within the individual a spirit of service, dedication, and nation-building. "Inspired by this very principle, today our youthful energy is propelling the nation forward in every field", Shri Modi added.

The Prime Minister posted on X:

आत्मिक विकास व्यक्ति के भीतर सेवा, समर्पण और राष्ट्र निर्माण की भावना का संचार करता है। इसी से प्रेरित होकर आज हमारी युवा शक्ति देश को हर क्षेत्र में आगे ले जा रही है।

आत्मोदयः परज्यानिर्द्वयं नीतिरितीयती।

तदूरीकृत्य कृतिभिर्वाचस्पत्यं प्रतायते ।।