ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ଗାଜିଆବାଦ ଗସ୍ତ କରିବାସ ସହିତ ବିଭିନ୍ନଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ସେ ହିନେ୍ଦାନ ବିମାନବନ୍ଦରର ବେସାମରିକ ଟର୍ମିନାଲଉଦଘାଟନ ଉଦେ୍ଦଶ୍ୟରେ ଫଳକ ଉନ୍ମୋଚନ କରିଥିଲେ । ଏହାପରେ ସେ ସିକନ୍ଦରପୁର ଗସ୍ତକରିଥିଲେ ଏବଂ ଦିଲ୍ଲୀ–ଗାଜିଆବାଦ–ମେରଟ ଆଂଚଳିକ ଦ୍ରୁତ ପରିବହନ ବ୍ୟବସ୍ଥା ପାଇଁ ଆଧାରଶିଳାରଖିଥିଲେ । ସେ ମଧ୍ୟ ଅନ୍ୟ କେତକେ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ ଏବଂ ବିଭିନ୍ନ ସରକାରୀଯୋଜନାର ହିତାଧିକାରୀମାନଙ୍କୁ ପ୍ରମାଣପତ୍ର ବଂଟନ କରିଥିଲେ ।

ପ୍ରଧାନମନ୍ତ୍ରୀ ମଧ୍ୟ ଗାଜିଆବାଦ ମେଟ୍ରୋ ଷ୍ଟେସନରେ ଥିବା ସହିଦ ସ୍ଥଳ (ନୂଆ ବସ ଆଡ୍ଡା) ପରିଦର୍ଶନକରିଥିଲେ ଏବଂ ସହିଦସ୍ଥଳ ଷ୍ଟେସନରୁ ଦିଲସାଦ ଗାର୍ଡେନ ପର୍ଯ୍ୟନ୍ତ ନୂଆ ମେଟ୍ରୋ ରେଳକୁ ପତାକାଦେଖାଇ ଶୁଭାରମ୍ଭ କରିଥିଲେ । ସେ ମଧ୍ୟ ମେଟ୍ରୋରେ ଯାତ୍ରା କରିଥିଲେ ।

 

ଗାଜିଆବାଦର ସିକନ୍ଦରପୁର ଠାରେ ବିପୁଳ ସଂଖ୍ୟାରେ ସମବେତ ଜନସାଧାରଣଙ୍କୁ ସମ୍ବୋଧିତ କରିପ୍ରଧାନମନ୍ତ୍ରୀ କହିଥିଲେ ଯେ ଗାଜିଆବାଦ ଆଜି ତିନୋଟି ସି: କନେକ୍ଟିଭିଟି (ଯୋଗାଯୋଗ), କ୍ଲିନଲିନେସ୍(ସ୍ୱଚ୍ଛତା) ଏବଂ କ୍ୟାପିଟାଲ (ପୁଞ୍ଜି) ପାଇଁ ପରିଚିତ । ଏହି ପରିପ୍ରେକ୍ଷୀରେ ସେ ଗାଜିଆବାଦକୁସମ୍ପ୍ରସାରିତ ମେଟ୍ରୋ ସଂଯୋଗ, ସ୍ୱଚ୍ଛ ସର୍ବେକ୍ଷଣ ମାନ୍ୟତାରେ ଏହାର 13ତମ ସ୍ଥାନ ଏବଂଉତ୍ତରପ୍ରଦେଶର ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ଏହାର ମାନ୍ୟତା ବିଷରେ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ହିନ୍ଦୋନ ବିମାନ ବନ୍ଦରରେ ନୂଆ ବେସାମରିକ ଟର୍ମିନାଲ ଦ୍ୱାରାଗାଜିଆବାଦର ଲୋକମାନେ ଦିଲ୍ଲୀ ନଯାଇ ଏଠାରୁ ହିଁ ଅନ୍ୟ ସହରକୁ ବିମାନଯାତ୍ରା କରିପାରିବେ ।ଯେଉଁ ଦ୍ରୁତ ଗତିରେ ଏହି ସେସାମରିକ ଟର୍ମିନାଲର ନିର୍ମାଣ କରାଗଲା ତାହା କେନ୍ଦ୍ର ସରକାରଙ୍କପ୍ରତିବଦ୍ଧତା ଏବଂ କାର୍ଯ୍ୟ ସଂସ୍କୃତିକୁ ପ୍ରତିଫଳିତ କରୁଛି । ସହିଦ ସ୍ଥଳଠାରେ ମେଟ୍ରୋର ନୂଆ ସେକ୍ସନଦ୍ୱାରା ଉତ୍ତର ପ୍ରଦେଶରୁ ଦିଲ୍ଲୀ ମଧ୍ୟରେ ଯାତ୍ରା କରିବା ଲାଗି ଯାତ୍ରୀଙ୍କୁ ହେଉଥିବା କଷ୍ଟ ହ୍ରାସ ପାଇବବୋଲି ସେ ଉଲ୍ଲେଖ କରିଥିଲେ ।

 

30 ହଜାର କୋଟି ଟଙ୍କାରେ ନିର୍ମାଣ କରାଯାଉଥିବା ଦିଲ୍ଲୀ–ମେଟ୍ରୋ ଆରଆରଟିଏସ ବ୍ୟବସ୍ଥାଭାରତରେ ଏହି ଧରଣର ପ୍ରଥମ ପରିବହନ ବ୍ୟବସ୍ଥା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଥରେ ସମ୍ପୂଣ୍ଣହୋଇଗଲେ ଏହା ଗୁରୁତ୍ୱପୂର୍ଣ୍ଣ ଭାବେ ଦିଲ୍ଲୀ ଏବଂ ମେରଟ ମଧ୍ୟରେ ଯାତ୍ରା ସମୟ ହ୍ରାସ କରିବ । ସେକହିଥିଲେ ଯେ ଗାଜିଆବାଦରେ ଅତ୍ୟାଧୁନିକ ଭିତିଭୂମି ନିର୍ମାଣ କରାଯାଉଛି, ଯାହା ସହର ତଥାପାର୍ଶ୍ଵବର୍ତ୍ତୀ କ୍ଷେତ୍ରର ଜନସାଧାରଣଙ୍କ ଜୀବନଧାରଣକୁ ସହଜ କରିବ । ଅନୁରୂପ ଭିତ୍ତିଭୂମି ଦେଶବ୍ୟାପୀନିର୍ମାଣ କରାଯାଉଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ ମାନ–ଧନ ଯୋଜନାର ଲାଭ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେଏହି ଯୋଜନା ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କୁ ବୃଦ୍ଧାବସ୍ଥାରେ ଆର୍ଥିକ ସୁରକ୍ଷା ପ୍ରଦାନ କରିବ । ସେଉଲ୍ଲେଖ କରିଥିଲେ ଯେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ 2 କୋଟିରୁ ଅଧିକ କୃଷକପ୍ରଥମ କିସ୍ତି ସହାୟତା ପାଇସାରିଲେଣି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଆୟୁଷ୍ମାନ ଭାରତ, ପିଏମ କିସାନ, ପିଏମ–ଏସୱାଇଏମ ଭଳି ସୁଚିନ୍ତିତଯୋଜନା ମାଧ୍ୟମରେ ସରକାର ଅସମ୍ଭବକୁ ସମ୍ଭବ କରିପାରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେକହିଥିଲେ ଯେ ସେ ଦେଶର ନାଗରିକମାନଙ୍କଠାରୁ ସବୁକଥାକୁ ସମ୍ଭବ କରିପାରିବାର ବଳ ହାସଲକରିଛନ୍ତି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
The entrepreneurs building a self-reliant India

Media Coverage

The entrepreneurs building a self-reliant India
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlights the qualities of an ideal and truly excellent individual
July 22, 2026

Prime Minister Shri Narendra Modi shared a Sanskrit Subhashitam today, highlighting the qualities of an ideal and truly excellent individual in fulfilling personal, social, and national duties.

The Prime Minister wrote on X;


"परकार्येषु युक्तात्मा स्वकार्ये क्षिप्रसाधनम्।

सुहृत्कार्येषु निर्वृत्ती राजकार्येषु विक्रमः ।। "

The person who devotes themselves wholeheartedly to the tasks of others, completes their own personal duties with speed and efficiency, carries out tasks for friends selflessly, and demonstrates their full valor and courage in fulfilling national duties, only such a person is truly excellent.