PM Modi launches the MSME ‘Support and Outreach Programme’ in Delhi
PM Modi also announced twelve major decisions to accelerate growth in the MSMEs of India.
These 12 decisions are ‘Diwali Gifts’ from the government to the MSMEs of India: PM Modi
PM unveils 12 key initiatives
59 minute loan portal to enable easy access to credit for MSMEs
Mandatory 25 percent procurement from MSMEs by CPSEs
Ordinance for simplifying procedures for minor offences under Companies Act

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) କ୍ଷେତ୍ର ଲାଗି ଐତିହାସିକ ସହାୟତା ଏବଂ ଜନସମ୍ପର୍କ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ପ୍ରଧାନମନ୍ତ୍ରୀ 12ଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ପ୍ରଚଳନ କରିଛନ୍ତି, ଯାହା ଦେଶରେ ଏମଏସଏମଇ କ୍ଷେତ୍ରର ଅଭିବୃଦ୍ଧି, ସମ୍ପ୍ରସାରଣ ଏବଂ ସୁବିଧା କ୍ଷେତ୍ରରେ ସହାୟକ ହେବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ସେ ଘୋଷଣା କରିଥିବା 12ଟି ନିଷ୍ପତ୍ତି ଏମଏସଏମଇ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟର ଆରମ୍ଭ କରିବ । ଭାରତରେ ଏମଏସଏମଇଗୁଡ଼ିକ ପ୍ରମୁଖ ନିଯୁକ୍ତି ସୃଷ୍ଟିକାରୀ ବୋଲି ଅଭିହିତ କରି ପ୍ରଧାନମନ୍ତ୍ରୀ, ଭାରତର କ୍ଷୁଦ୍ର ଶିଳ୍ପ ଉଦ୍ୟୋଗର ସମୃଦ୍ଧ ପରମ୍ପରାକୁ ସ୍ମରଣ କରିଥିଲେ । ସେ ଲୁଧିଆନାର ବୁଣାବସ୍ତ୍ର ଏବଂ ବାରାଣସୀର ଶାଢ଼ି ବିଷୟରେ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ସଂସ୍କାରର ସଫଳତା, 4 ବର୍ଷ ମଧ୍ୟରେ "ବ୍ୟବସାୟିକ ସୁଗମତା' ମାନ୍ୟତାରେ ଭାରତର ସ୍ଥାନ 142ରୁ 77ରେ ପହଁଚିବା ଦ୍ୱାରା ଆକଳନ କରିହେବ ।

ଏମଏସଏମଇ କ୍ଷେତ୍ରକୁ ସୁବିଧା ଯୋଗାଇ ଦେବା ଲାଗି 5ଟି ଗୁରୁତ୍ୱପୂର୍ଣ୍ଣ ଦିଗ ରହିଛି । ସେଗୁଡ଼ିକ ହେଲା ଋଣ ଉପଲବ୍ଧତା, ବଜାର ସୁବିଧା, ପ୍ରଯୁକ୍ତିଭିତ୍ତିକ ଅତ୍ୟାଧୁନିକରଣ, ବ୍ୟବସାୟିକ ସୁଗମତା ଏବଂ କର୍ମଚାରୀଙ୍କ ମଧ୍ୟରେ ନିରପତ୍ତା ଭାବନା । ସେ କହିଥିଲେ ଯେ ଏହି କ୍ଷେତ୍ରରେ ଦୀପାବଳିର ଉପହାର ସ୍ୱରୂପ, ସେ ଆଜି ଘୋଷଣା କରୁଥିବା 5ଟି ଦିଗକୁ ଛୁଇଁପାରିବ ।

ଋଣ ଉପଲବ୍ଧତା

ପ୍ରଥମ ଘୋଷଣା ଭାବେ, ପ୍ରଧାନମନ୍ତ୍ରୀ ଏମଏସଏମଇଗୁଡ଼ିକୁ ସହଜ ଋଣ ଯୋଗାଇବା ଲାଗି 59 ମିନିଟ ଋଣ ପୋର୍ଟାଲର ଶୁଭାରମ୍ଭ ଘୋଷଣା କରିଥିଲେ । ସେ କହିଥିଲେ ଯେ ଏହି ପୋର୍ଟାଲ ମାଧ୍ୟମରେ ମାତ୍ର 59 ମିନିଟରେ 1 କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଲାଗି ନୀତିଗତ ମଞ୍ଜୁରି ମିଳିପାରିବ । ଜିଏସଟି ପୋର୍ଟାଲ ଜରିଆରେ ଏହି ପୋର୍ଟାଲର ଲିଙ୍କ ଉପଲବ୍ଧ କରାଯିବ ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ଭରସା ଦେଇ କହିଥିଲେ ଯେ ନୂତନ ଭାରତରେ କାହାରିକୁ ବାରମ୍ବାର ବ୍ୟାଙ୍କ ଶାଖାକୁ ଦୌଡ଼ିବାକୁ ପଡ଼ିବ ନାହିଁ ।

ବର୍ଦ୍ଧିତ ଋଣ କିମ୍ବା ନୂଆ ଋଣ ଉପରେ ସମସ୍ତ ଜିଏସଟି ପଞ୍ଜିକୃତ ଏମଏସଏମଇଗୁଡ଼ିକୁ 2 ପ୍ରତିଶତ ପର୍ଯ୍ୟନ୍ତ ସୁଧ ଛାଡ଼ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଦ୍ୱିତୀୟ ଘୋଷଣା କରିଥିଲେ । ପ୍ରେରଣ-ପୂର୍ବରୁ ଏବଂ ପ୍ରେରଣ-ପରବର୍ତ୍ତୀ ଅବଧି ଲାଗି ଯେଉଁ ରପ୍ତାନୀକାରୀମାନେ ଋଣ ଗ୍ରହଣ କରୁଛନ୍ତି ସେମାନଙ୍କ ପାଇଁ ସୁଧ ରିହାତିକୁ 3 ପ୍ରତିଶତରୁ 5 ପ୍ରତିଶତକୁ ବୃଦ୍ଧି କରାଯିବା ଲାଗି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ।

ତୃତୀୟ ଘୋଷଣା ସ୍ୱରୂପ ପ୍ରଧାନମନ୍ତ୍ରୀ କହିଥିଲେ ଯେ 500 କୋଟି ଟଙ୍କାରୁ ଅଧିକ କାରବାର କରୁଥିବା ସମସ୍ତ କମ୍ପାନୀକୁ ଏଣିକି ବାଧ୍ୟତାମୂଳକ ଭାବେ "ଟ୍ରେଡ ରିସିଭେବଲ୍ସ ଇ-ଡିସ୍କାଉଣ୍ଟ ସିଷ୍ଟମ'' (ଟିଆରଇଡିଏସ) ମଧ୍ୟକୁ ଅଣାଯିବ । ସେ କହିଥିଲେ ଯେ ଏହି ପୋର୍ଟାଲରେ ଯୋଡ଼ି ହେବା ଦ୍ୱାରା ଉଦ୍ୟୋଗୀମାନେ ସେମାନଙ୍କର ପରବର୍ତ୍ତୀ ପ୍ରାପ୍ତିଗୁଡ଼ିକ ଉପରେ ଆଧାରିତ ଋଣ ବ୍ୟାଙ୍କଠାରୁ ପାଇପାରିବେ ।

ବଜାର ସୁବିଧା

ଉଦ୍ୟୋଗୀମାନଙ୍କୁ ବଜାର ସୁବିଧା ଦେବା ଲାଗି କେନ୍ଦ୍ର ସରକାର ପୂର୍ବରୁ ଏକାଧିକ ପଦକ୍ଷେପ ନେଇସାରିଛନ୍ତି । ଏହି ପରିପ୍ରେକ୍ଷୀରେ, ସେ ଚତୁର୍ଥ ଘୋଷଣା କରିଥିଲେ ଯେ ରାଷ୍ଟ୍ରାୟତ୍ତ କ୍ଷେତ୍ରର କମ୍ପାନୀଗୁଡ଼ିକୁ ଏବେ ସେମାନଙ୍କ ମୋଟ କ୍ରୟର 20 ପ୍ରତିଶତ ବଦଳରେ 25 ପ୍ରତିଶତ କ୍ରୟ ଏମଏସଏମଇଗୁଡ଼ିକ ଠାରୁ ନେବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।

ମହିଳା ଉଦ୍ୟୋଗୀମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ତାଙ୍କର ପଞ୍ଚମ ଘୋଷଣା କରୁଥିବା କହିଥିଲେ । ସେ କହିଥିଲେ ଯେ ଏମଏସଏମଇଗୁଡ଼ିକଠାରୁ କରାଯାଉଥିବା 25 ପ୍ରତିଶତ ବାଧ୍ୟତାମୂଳକ କ୍ରୟ ମଧ୍ୟରୁ 3 ପ୍ରତିଶତ ନିଶ୍ଚିତ ଭାବେ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ସଂରକ୍ଷିତ ରଖାଯିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜିଇଏମ(GeM)ରେ ବର୍ତ୍ତମାନସୁଦ୍ଧା 1.5 ଲକ୍ଷ ଯୋଗାଣକାରୀ ପଞ୍ଜିକୃତ ହୋଇସାରିଛନ୍ତି, ଏମାନଙ୍କ ମଧ୍ୟରୁ 40,000 ଏମଏସଏମଇ ଉଦ୍ୟୋଗ । ସେ କହିଥିଲେ ଯେ ତାଙ୍କର ଷଷ୍ଠ ଘୋଷଣା ହେଉଛି ସମସ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏଣିକି ବାଧ୍ୟତାମୂଳକ ଭାବେ ଜିଇଏମର ଏକ ଅଂଶବିଶେଷ ହେବେ । ସେ କହିଥିଲେ ଯେ ସେମାନେ ସେମାନଙ୍କ ସମସ୍ତ ଭେଣ୍ଡରମାନଙ୍କୁ ଜିଇଏମରେ ନିଶ୍ଚିତ ଭାବେ ପଞ୍ଜିକୃତ କରିବେ ।

ପ୍ରଯୁକ୍ତିଭିତ୍ତିକ ଅତ୍ୟାଧୁନିକୀକରଣ

ପ୍ରଯୁକ୍ତିଭିତ୍ତିକ ଅତ୍ୟାଧୁନିକୀକରଣ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶବ୍ୟାପୀ ଥିବା ଟୁଲ ରୁମଗୁଡ଼ିକ ଉତ୍ପାଦ ଡିଜାଇନର ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ । ତାଙ୍କର ସପ୍ତମ ଘୋଷଣା ଥିଲା ଦେଶବ୍ୟାପୀ 20ଟି ହବ୍ ନିର୍ମାଣ କରାଯିବ ଏବଂ ଟୁଲ ରୁମ ଆକାରରେ 100ଟି ସ୍ପୋକ ପ୍ରତିଷ୍ଠା କରାଯିବ ।

ବ୍ୟବସାୟିକ ସୁଗମତା

ବ୍ୟବସାୟିକ ସୁଗମତା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କର ଅଷ୍ଟମ ଘୋଷଣାନାମା ଫାର୍ମା କମ୍ପାନୀଗୁଡ଼ିକ ସହ ଜଡ଼ିତ । ଫାର୍ମା ଏମଏସଏମଇଗୁଡ଼ିକ ପାଇଁ କ୍ଲଷ୍ଟର ସୃଷ୍ଟି କରାଯିବ । ସେ କହିଥିଲେ ଯେ ଏସବୁ କ୍ଲଷ୍ଟର ପ୍ରତିଷ୍ଠା କରାଯିବାର 70 ପ୍ରତିଶତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ନବମ ଘୋଷଣା ହେଉଛି ସରକାରୀ ପ୍ରକ୍ରିୟାକୁ ସହଜ କରିବା ସମ୍ପର୍କରେ । ସେ କହିଥିଲେ ନବମ ଘୋଷଣା  ହେଉଛି 8ଟି ଶ୍ରମ ଆଇନ ଏବଂ 10ଟି କେନ୍ଦ୍ରୀୟ ନିୟାମକ ଅଧୀନରେ ରିଟର୍ଣ୍ଣ ଏବେ ଗୋଟିଏ ବର୍ଷରେ ଥରେ ନିଶ୍ଚିତ ଭାବେ ଫାଇଲ କରାଯିବ ।

କମ୍ପ୍ୟୁଟର ଆଧାରିତ ଅନିୟମିତ ଆବଣ୍ଟନ ଜରିଆରେ ଉଦ୍ୟୋଗଗୁଡିକୁ ଇନ୍ସପେକ୍ଟରଙ୍କ ଗସ୍ତ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ପ୍ରଧାନମନ୍ତ୍ରୀ ତାଙ୍କର ଦଶମ ଘୋଷଣା କରିଥିଲେ ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଗୋଟିଏ ୟୁନିଟ ପ୍ରତିଷ୍ଠା କରିବାର ଅଂଶବିଶେଷ ସ୍ୱରୂପ ଜଣେ ଉଦ୍ୟୋଗୀଙ୍କୁ ଦୁଇଟି ଅନୁମତି ହାସଲ କରିବାକୁ ହେବ ପ୍ରଥମେ ପରିବେଶ ମଞ୍ଜୁରି ଏବଂ ପ୍ରତିଷ୍ଠା କରିବାର ଅନୁମତି । ଏକାଦଶ ଘୋଷଣା ଭାବେ ସେ କହିଥିଲେ ଯେ ବାୟୁ ପ୍ରଦୂଷଣ ଏବଂ ଜଳପ୍ରଦୂଷଣ ଆଇନ ଅଧୀନରେ ଏହି ଉଭୟ ପାଇଁ ଏଣିକି ଥରେ ଅନୁମତି ଆଣିବାକୁ ପଡିବ । ସେ ଆହୁରି କହିଥିଲେ ଯେ ସ୍ୱ-ମାନ୍ୟତା ମାଧ୍ୟମରେ ରିଟର୍ଣ୍ଣ ଗ୍ରହଣ ହେବ ।

ଦ୍ୱାଦଶ ଘୋଷଣା ଭାବେ ପ୍ରଧାନମନ୍ତ୍ରୀ ଏକ ଅଧ୍ୟାଦେଶ ଅଣାଯିବା ଲାଗି ଘୋଷଣା କରିଥିଲେ ଯାହା ଅଧୀନରେ କମ୍ପାନୀ ଆଇନର ସାଧାରଣ ଉଲ୍ଲଙ୍ଘନ କ୍ଷେତ୍ରରେ ଉଦ୍ୟୋଗୀଙ୍କୁ ଏଣିକି ଆଉ କୋର୍ଟକୁ ଯିବା ପଡ଼ିବ ନାହିଁ, ବରଂ ସେମାନେ ଏହାକୁ ସାଧାରଣ ପ୍ରକ୍ରିୟା ଜରିଆରେ ସମାଧାନ କରିପାରିବେ ।

ଏମଏସଏମଇ କ୍ଷେତ୍ରର କର୍ମଚାରୀମାନଙ୍କ ପାଇଁ ସାମାଜିକ ନିରାପତ୍ତା

ପ୍ରଧାନମନ୍ତ୍ରୀ ମଧ୍ୟ ଏମଏସଏମଇ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ସାମାଜିକ ନିରାପତ୍ତା ବିଷୟରେ କହିଥିଲେ । ସେ କହିଥିଲେ ଯେ ଜନଧନ ଏକାଉଣ୍ଟ, ପ୍ରୋଭିଡେଣ୍ଟ ଫଣ୍ଡ ଏବଂ ବୀମା ସୁବିଧା ଯେପରି ସେମାନେ ହାସଲ କରିପାରିବେ ତାହା ସୁନିଶ୍ଚିତ କରିବା ଲାଗି ଏକ ଅଭିଯାନ ଆରମ୍ଭ କରାଯିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ନିଷ୍ପତ୍ତିଗୁଡ଼ିକ ଭାରତରେ ଭାରତରେ ଏମଏସଏମଇ କ୍ଷେତ୍ରକୁ ସୁଦୃଢ଼ କରିବାରେ ଦୀର୍ଘସ୍ଥାୟୀ ଭାବେ ଫଳପ୍ରଦ ହେବ । ସେ କହିଥିଲେ ଯେ ଏହି ଜନସମ୍ପର୍କ କାର୍ଯ୍ୟକ୍ରମକୁ ଆସନ୍ତା 100 ଦିନ ମଧ୍ୟରେ ବ୍ୟାପକ ଭାବେ କାର୍ଯ୍ୟାନ୍ୱୟନ କରାଯିବ ।

 

 

Click here to read full text of speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's forex reserves hit all-time high of $729.33 billion after $12.42 billion jump

Media Coverage

India's forex reserves hit all-time high of $729.33 billion after $12.42 billion jump
NM on the go

Nm on the go

Always be the first to hear from the PM. Get the App Now!
...
PM expresses happiness at enthusiasm of young friends from Uzbekistan
August 29, 2026

The Prime Minister, Shri Narendra Modi expressed happiness at the enthusiasm of young friends from Uzbekistan ahead of his visit to the country. Sharing a video showcasing their enthusiasm, the Prime Minister said that it was especially heartwarming to see them express themselves so beautifully in Hindi.

Shri Modi posted on X:

As I am about to begin my Uzbekistan visit, I am very happy to see the enthusiasm of my young friends from Uzbekistan, beautifully expressed in this video.

What makes it even more special is the fact that they did it in Hindi and they did it so well!