ସେୟାର
 
Comments
ପ୍ରଧାନମନ୍ତ୍ରୀ ମୋଦୀ ଇଣ୍ଡିଆ ପୋଷ୍ଟ ପେମେଂଟ୍ସ ବ୍ୟାଙ୍କର ଶୁଭାରମ୍ଭ କରିଛନ୍ତି
ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ ଆର୍ଥିକ ଅନ୍ତର୍ଭୂକ୍ତୀକରଣ ଦିଗରେ ଏକ ବୃହତ ପଦକ୍ଷେପ : ପ୍ରଧାନମନ୍ତ୍ରୀ ମୋଦୀ
ଇଣ୍ଡିଆ ପୋଷ୍ଟ ପେମେଂଟ୍ସ ବ୍ୟାଙ୍କ ଜରିଆରେ ବ୍ୟାଙ୍କ ସେବା ଅତି ସହଜରେ ଦେଶର ଅପହଂଚ ଏବଂ ଉପାନ୍ତ ଅଂଚଳରେ ରହୁଥିବା ଲୋକମାନଙ୍କ ନିକଟରେ ପହଁଚିପାରିବ : ପ୍ରଧାନମନ୍ତ୍ରୀ ମୋଦୀ
ଗତ ୟୁପିଏ ସରକାର ଏନପିଏ ଅବ୍ୟବସ୍ଥା ପାଇଁ ଦାୟୀ :ପ୍ରଧାନମନ୍ତ୍ରୀ ମୋଦୀ
ନାମଦାର(କଂଗ୍ରେସ) ଦେଶର ଆର୍ଥିକ ସ୍ଥିରତାକୁ ଲ୍ୟାଣ୍ଡମାଇନରେ ରଖିଥିଲେ :ପ୍ରଧାନମନ୍ତ୍ରୀ ମୋଦୀ
ଆମେ ସବୁଠୁ ବଡ଼ ବଡ଼ ଋଣ ଖିଲାପକାରୀଙ୍କ ବିରୁଦ୍ଧରେ ତୀବ୍ରତାର ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି :ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀର ତାଲକୋଟ୍ରା ଷ୍ଟାଡିୟମ ଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇଣ୍ଡିଆ ପୋଷ୍ଟ ପେମେଂଟ୍ସ ବ୍ୟାଙ୍କ (ଆଇପିପିବି)ର ଶୁଭାରମ୍ଭ କରିଛନ୍ତି । ଦିଲ୍ଲୀରେ ଆୟୋଜିତ ମୁଖ୍ୟ କାର୍ଯ୍ୟକ୍ରମ ସହିତ ସାରା ଦେଶର 3 ହଜାରରୁ ଉର୍ଦ୍ଧ୍ଵ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମ ସଂଯୁକ୍ତ ହୋଇଥିଲା ।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଇଣ୍ଡିଆ ପୋଷ୍ଟ ପେମେଂଟ୍ସ ବ୍ୟାଙ୍କ ଜରିଆରେ ବ୍ୟାଙ୍କ ସେବା ଅତି ସହଜରେ ଦେଶର ଅପହଂଚ ଏବଂ ଉପାନ୍ତ ଅଂଚଳରେ ରହୁଥିବା ଲୋକମାନଙ୍କ ନିକଟରେ ପହଁଚିପାରିବ ।
ଆର୍ଥିକ ଅନ୍ତର୍ଭୂକ୍ତୀକରଣ ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ପୂର୍ବରୁ ଜନଧନ ଯୋଜନା କାର୍ଯ୍ୟକାରୀ କରିଥିବା ସେ ସ୍ମରଣ କରାଇଦେଇଥିଲେ । ସେ କହିଥିଲେ ଯେ ଆଜି ଆଇପିପିବିର ଶୁଭାରମ୍ଭ କରାଯିବା ଏହି ଲକ୍ଷ୍ୟ ହାସଲ ଦିଗରେ ଆଉ ଏକ ପଦକ୍ଷେପ । ସେ କହିଥିଲେ ଯେ ଆଜି 650ଟି ଜିଲ୍ଲାରେ ଆଇପିପିବି ଶାଖା ଖୋଲାଯାଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗ୍ରାମାଂଚଳରେ ପୋଷ୍ଟମେନଙ୍କୁ ଦୀର୍ଘଦିନ ହେବ ସମ୍ମାନିତ ଏବଂ ଗ୍ରହଣୀୟ ବ୍ୟକ୍ତି ଭାବେ ମାନ୍ୟତା ମିଳିଆସିଛି । ଆଧୁନିକ ପ୍ରଯୁକ୍ତିର ପ୍ରଚଳନ ସତ୍ତ୍ୱେ ପୋଷ୍ଟମେନ ମାନଙ୍କ ପ୍ରତି ବିଶ୍ୱାସ ପୂର୍ବ ଭଳି ଅତୁଟ ରହିଛି । ସେ କହିଥିଲେ ଯେ ବର୍ତ୍ତମାନର ଢାଂଚା ଏବଂ ବ୍ୟବସ୍ଥାରେ ସଂସ୍କାର ଆଣିବା ସରକାରଙ୍କ ଆଭିମୁଖ୍ୟ, ଏବଂ ଏହାଦ୍ୱାରା ସେଗୁଡ଼ିକୁ ବଦଳୁଥିବା ସମୟ ସହିତ ରୂପାନ୍ତରିତ କରାଯାଇପାରିବ । ସେ କହିଥିଲେ ଯେ ସାରା ଦେଶରେ 1.5 ଲକ୍ଷରୁ ଉର୍ଦ୍ଧ୍ଵ ପୋଷ୍ଟ ଅଫିସ ରହିଛି ଏବଂ ତିନି ଲକ୍ଷ ପୋଷ୍ଟମେନ ଓ “ଗ୍ରାମୀଣ ଡାକ ସେବକ” ଦେଶର ଲୋକମାନଙ୍କ ସହିତ ଯୋଡ଼ି ହୋଇ ରହିଛନ୍ତି । ବର୍ତ୍ତମାନ ଆର୍ଥିକ ସେବା ଯୋଗାଇବା ଲାଗି ସେମାନଙ୍କୁ ସ୍ମାର୍ଟଫୋନ ଏବଂ ଡିଜିଟାଲ ଉପକରଣ ଦିଆଯିବା ଉଚିତ ।

ଆଇପିପିବିର ଲାଭ ସମ୍ପର୍କରେ ସୂଚନା ଦେଇ ସେ କହିଥିଲେ ଯେ ଏହାଦ୍ୱାରା ଟଙ୍କା ପଠାଇବା, ସରକାରୀ ଅର୍ଥ ହସ୍ତାନ୍ତର, ବିଲ ପଇଠ ଏବଂ ନିବେଶ ଓ ବୀମା ଭଳି ଅନ୍ୟ ସେବା ଉପଲବ୍ଧ ହୋଇପାରିବ । ଘରେ ଘରେ ପୋଷ୍ଟମେନମାନେ ଏହି ସେବା ଯୋଗାଇଦେବେ । ସେ କହିଥିଲେ ଯେ ଆଇପିପିବି ଡିଜିଟାଲ କାରବାର ଯୋଗାଇଦେବ ଏବଂ କୃଷକମାନଙ୍କୁ ସହାୟତା ଯୋଗାଇ ଦେଉଥିବା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଲାଭ ପହଁଚାଇପାରିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ 2014 ପରଠାରୁ କେନ୍ଦ୍ର ସରକାର ଭାରତର ବ୍ୟାଙ୍କିଙ୍ଗ କ୍ଷେତ୍ରରେ ରହିଥିବା ବିକୃତି ଏବଂ ସମସ୍ୟାଗୁଡ଼ିକୁ ଦୂର କରିବା ଲାଗି ପ୍ରୟାସ କରି ଆସୁଛନ୍ତି ଯାହା ବିଶୃଙ୍ଖଳିତ ଋଣ ଅଗ୍ରୀମ କାରଣରୁ ଅବ୍ୟବସ୍ଥିତ ହୋଇପଡ଼ିଥିଲା । ସେ କହିଥିଲେ ଯେ ବର୍ତ୍ତମାନ ଋଣଗୁଡ଼ିକୁ ସମୀକ୍ଷା କରାଯାଉଛି ଏବଂ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ପେଶାଦାର ଆଭିମୁଖ୍ୟ ଗ୍ରହଣ କରାଯାଉଛି । ଦୋଷୀମାନଙ୍କୁ ସୁନିଶ୍ଚିତ ଦଣ୍ଡ ଦେବା ସକାଶେ ପଳାତକ ଅର୍ଥନୈତିକ ଅପରାଧ ଆଇନ ପ୍ରଣୟନ ଭଳି ପଦକ୍ଷେପ ନିଆଯାଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆତ୍ମ ନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି 13 ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ମୁଦ୍ରା ଋଣ ଗରିବ ଏବଂ ମଧ୍ୟମବର୍ଗଙ୍କୁ ପ୍ରଦାନ କରାଯାଇସାରିଛି । ସେ କହିଥିଲେ ଯେ ଆଜି ପୂର୍ବାପେକ୍ଷା ଶ୍ରେଷ୍ଠ ଏସୀୟ କ୍ରୀଡ଼ା ପ୍ରଦର୍ଶନ ସହିତ ଅର୍ଥବ୍ୟବସ୍ଥା ଚମତ୍କାର ଅଭିବୃଦ୍ଧି ପ୍ରଦର୍ଶନ କରୁଥିବାରୁ ସାରା ଦେଶ ସମ୍ପୂର୍ଣ୍ଣ ଭାବେ ନୂଆ ଆତ୍ମବିଶ୍ୱାସ ନେଇ ଉଭା ହୋଇଛି । ଲୋକମାନଙ୍କ ସମ୍ମିଳିତ ପ୍ରୟାସ ଯୋଗୁ ଏହା ଫଳପ୍ରଦ ହୋଇଥିବା ସେ କହିଥିଲେ । ସେ କହିଥିଲେ ଯେ ଆଜି ଭାରତ କେବଳ ବିଶ୍ୱର ଦୃତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା ହୋଇରହିନାହିଁ, ବରଂ ଦ୍ରୁତ ଗତିରେ ଦାରିଦ୍ର୍ୟ ଦୂର କରିଚାଲିଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ 3 ଲକ୍ଷ “ଡାକ ସେବକ” ଗ୍ରାମର ପ୍ରତ୍ୟେକ ଘରେ, ପ୍ରତ୍ୟେକ କୃଷକ ନିକଟରେ ଏବଂ ଉଦ୍ୟୋଗୀ ନିକଟରେ ଆର୍ଥିକ ସେବା ପହଁଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ । ସେ ଉଲ୍ଲେଖ କରିଥିଲେ ଯେ ଗତ ମାସଗୁଡ଼ିକରେ “ଡାକ ସେବକ”ମାନଙ୍କ କଲ୍ୟାଣ ପାଇଁ ଏବଂ ସେମାନଙ୍କ ଦୀର୍ଘଦିନର ଦାବି ପୂରଣ ଲାଗି ବ୍ୟାପକ ପଦକ୍ଷେପ ନିଆଯାଇଛି । ଏହାଦ୍ୱାରା ସେମାନଙ୍କ ଦରମାରେ ବୃଦ୍ଧି ହୋଇଥିବା ସେ ଉଲ୍ଲେଖ କରିଥିଲେ । ଆସନ୍ତା କିଛି ମାସ ମଧ୍ୟରେ ସାରା ଦେଶରେ ଥିବା 1.5ଲକ୍ଷ ପୋଷ୍ଟ ଅଫିସରେ ଆଇପିପିବି ପହଁଚିବ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ ।

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

Explore More
୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Truly inspiring': PM Modi lauds civilians' swift assistance to rescue operations in Odisha's Balasore

Media Coverage

'Truly inspiring': PM Modi lauds civilians' swift assistance to rescue operations in Odisha's Balasore
...

Nm on the go

Always be the first to hear from the PM. Get the App Now!
...
Text of PM’s address to the media on his visit to Balasore, Odisha
June 03, 2023
ସେୟାର
 
Comments

एक भयंकर हादसा हुआ। असहनीय वेदना मैं अनुभव कर रहा हूं और अनेक राज्यों के नागरिक इस यात्रा में कुछ न कुछ उन्होंने गंवाया है। जिन लोगों ने अपना जीवन खोया है, ये बहुत बड़ा दर्दनाक और वेदना से भी परे मन को विचलित करने वाला है।

जिन परिवारजनों को injury हुई है उनके लिए भी सरकार उनके उत्तम स्वास्थ्य के लिए कोई कोर-कसर नहीं छोड़ेगी। जो परिजन हमने खोए हैं वो तो वापिस नहीं ला पाएंगे, लेकिन सरकार उनके दुख में, परिजनों के दुख में उनके साथ है। सरकार के लिए ये घटना अत्यंत गंभीर है, हर प्रकार की जांच के निर्देश दिए गए हैं और जो भी दोषी पाया जाएगा, उसको सख्त से सख्त सजा हो, उसे बख्शा नहीं जाएगा।

मैं उड़ीसा सरकार का भी, यहां के प्रशासन के सभी अधिकारियों का जिन्‍होंने जिस तरह से इस परिस्थिति में अपने पास जो भी संसाधन थे लोगों की मदद करने का प्रयास किया। यहां के नागरिकों का भी हृदय से अभिनंदन करता हूं क्योंकि उन्होंने इस संकट की घड़ी में चाहे ब्‍लड डोनेशन का काम हो, चाहे rescue operation में मदद की बात हो, जो भी उनसे बन पड़ता था करने का प्रयास किया है। खास करके इस क्षेत्र के युवकों ने रातभर मेहनत की है।

मैं इस क्षेत्र के नागरिकों का भी आदरपूर्वक नमन करता हूं कि उनके सहयोग के कारण ऑपरेशन को तेज गति से आगे बढ़ा पाए। रेलवे ने अपनी पूरी शक्ति, पूरी व्‍यवस्‍थाएं rescue operation में आगे रिलीव के लिए और जल्‍द से जल्‍द track restore हो, यातायात का काम तेज गति से फिर से आए, इन तीनों दृष्टि से सुविचारित रूप से प्रयास आगे बढ़ाया है।

लेकिन इस दुख की घड़ी में मैं आज स्‍थान पर जा करके सारी चीजों को देख करके आया हूं। अस्पताल में भी जो घायल नागरिक थे, उनसे मैंने बात की है। मेरे पास शब्द नहीं हैं इस वेदना को प्रकट करने के लिए। लेकिन परमात्मा हम सबको शक्ति दे कि हम जल्‍द से जल्‍द इस दुख की घड़ी से निकलें। मुझे पूरा विश्वास है कि हम इन घटनाओं से भी बहुत कुछ सीखेंगे और अपनी व्‍यवस्‍थाओं को भी और जितना नागरिकों की रक्षा को प्राथमिकता देते हुए आगे बढ़ाएंगे। दुख की घड़ी है, हम सब प्रार्थना करें इन परिजनों के लिए।