ପ୍ରଧାନମନ୍ତ୍ରୀ ମୋଦୀ ଇଣ୍ଡିଆ ପୋଷ୍ଟ ପେମେଂଟ୍ସ ବ୍ୟାଙ୍କର ଶୁଭାରମ୍ଭ କରିଛନ୍ତି
ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ ଆର୍ଥିକ ଅନ୍ତର୍ଭୂକ୍ତୀକରଣ ଦିଗରେ ଏକ ବୃହତ ପଦକ୍ଷେପ : ପ୍ରଧାନମନ୍ତ୍ରୀ ମୋଦୀ
ଇଣ୍ଡିଆ ପୋଷ୍ଟ ପେମେଂଟ୍ସ ବ୍ୟାଙ୍କ ଜରିଆରେ ବ୍ୟାଙ୍କ ସେବା ଅତି ସହଜରେ ଦେଶର ଅପହଂଚ ଏବଂ ଉପାନ୍ତ ଅଂଚଳରେ ରହୁଥିବା ଲୋକମାନଙ୍କ ନିକଟରେ ପହଁଚିପାରିବ : ପ୍ରଧାନମନ୍ତ୍ରୀ ମୋଦୀ
ଗତ ୟୁପିଏ ସରକାର ଏନପିଏ ଅବ୍ୟବସ୍ଥା ପାଇଁ ଦାୟୀ :ପ୍ରଧାନମନ୍ତ୍ରୀ ମୋଦୀ
ନାମଦାର(କଂଗ୍ରେସ) ଦେଶର ଆର୍ଥିକ ସ୍ଥିରତାକୁ ଲ୍ୟାଣ୍ଡମାଇନରେ ରଖିଥିଲେ :ପ୍ରଧାନମନ୍ତ୍ରୀ ମୋଦୀ
ଆମେ ସବୁଠୁ ବଡ଼ ବଡ଼ ଋଣ ଖିଲାପକାରୀଙ୍କ ବିରୁଦ୍ଧରେ ତୀବ୍ରତାର ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି :ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀର ତାଲକୋଟ୍ରା ଷ୍ଟାଡିୟମ ଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇଣ୍ଡିଆ ପୋଷ୍ଟ ପେମେଂଟ୍ସ ବ୍ୟାଙ୍କ (ଆଇପିପିବି)ର ଶୁଭାରମ୍ଭ କରିଛନ୍ତି । ଦିଲ୍ଲୀରେ ଆୟୋଜିତ ମୁଖ୍ୟ କାର୍ଯ୍ୟକ୍ରମ ସହିତ ସାରା ଦେଶର 3 ହଜାରରୁ ଉର୍ଦ୍ଧ୍ଵ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମ ସଂଯୁକ୍ତ ହୋଇଥିଲା ।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଇଣ୍ଡିଆ ପୋଷ୍ଟ ପେମେଂଟ୍ସ ବ୍ୟାଙ୍କ ଜରିଆରେ ବ୍ୟାଙ୍କ ସେବା ଅତି ସହଜରେ ଦେଶର ଅପହଂଚ ଏବଂ ଉପାନ୍ତ ଅଂଚଳରେ ରହୁଥିବା ଲୋକମାନଙ୍କ ନିକଟରେ ପହଁଚିପାରିବ ।
ଆର୍ଥିକ ଅନ୍ତର୍ଭୂକ୍ତୀକରଣ ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ପୂର୍ବରୁ ଜନଧନ ଯୋଜନା କାର୍ଯ୍ୟକାରୀ କରିଥିବା ସେ ସ୍ମରଣ କରାଇଦେଇଥିଲେ । ସେ କହିଥିଲେ ଯେ ଆଜି ଆଇପିପିବିର ଶୁଭାରମ୍ଭ କରାଯିବା ଏହି ଲକ୍ଷ୍ୟ ହାସଲ ଦିଗରେ ଆଉ ଏକ ପଦକ୍ଷେପ । ସେ କହିଥିଲେ ଯେ ଆଜି 650ଟି ଜିଲ୍ଲାରେ ଆଇପିପିବି ଶାଖା ଖୋଲାଯାଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗ୍ରାମାଂଚଳରେ ପୋଷ୍ଟମେନଙ୍କୁ ଦୀର୍ଘଦିନ ହେବ ସମ୍ମାନିତ ଏବଂ ଗ୍ରହଣୀୟ ବ୍ୟକ୍ତି ଭାବେ ମାନ୍ୟତା ମିଳିଆସିଛି । ଆଧୁନିକ ପ୍ରଯୁକ୍ତିର ପ୍ରଚଳନ ସତ୍ତ୍ୱେ ପୋଷ୍ଟମେନ ମାନଙ୍କ ପ୍ରତି ବିଶ୍ୱାସ ପୂର୍ବ ଭଳି ଅତୁଟ ରହିଛି । ସେ କହିଥିଲେ ଯେ ବର୍ତ୍ତମାନର ଢାଂଚା ଏବଂ ବ୍ୟବସ୍ଥାରେ ସଂସ୍କାର ଆଣିବା ସରକାରଙ୍କ ଆଭିମୁଖ୍ୟ, ଏବଂ ଏହାଦ୍ୱାରା ସେଗୁଡ଼ିକୁ ବଦଳୁଥିବା ସମୟ ସହିତ ରୂପାନ୍ତରିତ କରାଯାଇପାରିବ । ସେ କହିଥିଲେ ଯେ ସାରା ଦେଶରେ 1.5 ଲକ୍ଷରୁ ଉର୍ଦ୍ଧ୍ଵ ପୋଷ୍ଟ ଅଫିସ ରହିଛି ଏବଂ ତିନି ଲକ୍ଷ ପୋଷ୍ଟମେନ ଓ “ଗ୍ରାମୀଣ ଡାକ ସେବକ” ଦେଶର ଲୋକମାନଙ୍କ ସହିତ ଯୋଡ଼ି ହୋଇ ରହିଛନ୍ତି । ବର୍ତ୍ତମାନ ଆର୍ଥିକ ସେବା ଯୋଗାଇବା ଲାଗି ସେମାନଙ୍କୁ ସ୍ମାର୍ଟଫୋନ ଏବଂ ଡିଜିଟାଲ ଉପକରଣ ଦିଆଯିବା ଉଚିତ ।

ଆଇପିପିବିର ଲାଭ ସମ୍ପର୍କରେ ସୂଚନା ଦେଇ ସେ କହିଥିଲେ ଯେ ଏହାଦ୍ୱାରା ଟଙ୍କା ପଠାଇବା, ସରକାରୀ ଅର୍ଥ ହସ୍ତାନ୍ତର, ବିଲ ପଇଠ ଏବଂ ନିବେଶ ଓ ବୀମା ଭଳି ଅନ୍ୟ ସେବା ଉପଲବ୍ଧ ହୋଇପାରିବ । ଘରେ ଘରେ ପୋଷ୍ଟମେନମାନେ ଏହି ସେବା ଯୋଗାଇଦେବେ । ସେ କହିଥିଲେ ଯେ ଆଇପିପିବି ଡିଜିଟାଲ କାରବାର ଯୋଗାଇଦେବ ଏବଂ କୃଷକମାନଙ୍କୁ ସହାୟତା ଯୋଗାଇ ଦେଉଥିବା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଲାଭ ପହଁଚାଇପାରିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ 2014 ପରଠାରୁ କେନ୍ଦ୍ର ସରକାର ଭାରତର ବ୍ୟାଙ୍କିଙ୍ଗ କ୍ଷେତ୍ରରେ ରହିଥିବା ବିକୃତି ଏବଂ ସମସ୍ୟାଗୁଡ଼ିକୁ ଦୂର କରିବା ଲାଗି ପ୍ରୟାସ କରି ଆସୁଛନ୍ତି ଯାହା ବିଶୃଙ୍ଖଳିତ ଋଣ ଅଗ୍ରୀମ କାରଣରୁ ଅବ୍ୟବସ୍ଥିତ ହୋଇପଡ଼ିଥିଲା । ସେ କହିଥିଲେ ଯେ ବର୍ତ୍ତମାନ ଋଣଗୁଡ଼ିକୁ ସମୀକ୍ଷା କରାଯାଉଛି ଏବଂ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ପେଶାଦାର ଆଭିମୁଖ୍ୟ ଗ୍ରହଣ କରାଯାଉଛି । ଦୋଷୀମାନଙ୍କୁ ସୁନିଶ୍ଚିତ ଦଣ୍ଡ ଦେବା ସକାଶେ ପଳାତକ ଅର୍ଥନୈତିକ ଅପରାଧ ଆଇନ ପ୍ରଣୟନ ଭଳି ପଦକ୍ଷେପ ନିଆଯାଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆତ୍ମ ନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି 13 ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ମୁଦ୍ରା ଋଣ ଗରିବ ଏବଂ ମଧ୍ୟମବର୍ଗଙ୍କୁ ପ୍ରଦାନ କରାଯାଇସାରିଛି । ସେ କହିଥିଲେ ଯେ ଆଜି ପୂର୍ବାପେକ୍ଷା ଶ୍ରେଷ୍ଠ ଏସୀୟ କ୍ରୀଡ଼ା ପ୍ରଦର୍ଶନ ସହିତ ଅର୍ଥବ୍ୟବସ୍ଥା ଚମତ୍କାର ଅଭିବୃଦ୍ଧି ପ୍ରଦର୍ଶନ କରୁଥିବାରୁ ସାରା ଦେଶ ସମ୍ପୂର୍ଣ୍ଣ ଭାବେ ନୂଆ ଆତ୍ମବିଶ୍ୱାସ ନେଇ ଉଭା ହୋଇଛି । ଲୋକମାନଙ୍କ ସମ୍ମିଳିତ ପ୍ରୟାସ ଯୋଗୁ ଏହା ଫଳପ୍ରଦ ହୋଇଥିବା ସେ କହିଥିଲେ । ସେ କହିଥିଲେ ଯେ ଆଜି ଭାରତ କେବଳ ବିଶ୍ୱର ଦୃତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା ହୋଇରହିନାହିଁ, ବରଂ ଦ୍ରୁତ ଗତିରେ ଦାରିଦ୍ର୍ୟ ଦୂର କରିଚାଲିଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ 3 ଲକ୍ଷ “ଡାକ ସେବକ” ଗ୍ରାମର ପ୍ରତ୍ୟେକ ଘରେ, ପ୍ରତ୍ୟେକ କୃଷକ ନିକଟରେ ଏବଂ ଉଦ୍ୟୋଗୀ ନିକଟରେ ଆର୍ଥିକ ସେବା ପହଁଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ । ସେ ଉଲ୍ଲେଖ କରିଥିଲେ ଯେ ଗତ ମାସଗୁଡ଼ିକରେ “ଡାକ ସେବକ”ମାନଙ୍କ କଲ୍ୟାଣ ପାଇଁ ଏବଂ ସେମାନଙ୍କ ଦୀର୍ଘଦିନର ଦାବି ପୂରଣ ଲାଗି ବ୍ୟାପକ ପଦକ୍ଷେପ ନିଆଯାଇଛି । ଏହାଦ୍ୱାରା ସେମାନଙ୍କ ଦରମାରେ ବୃଦ୍ଧି ହୋଇଥିବା ସେ ଉଲ୍ଲେଖ କରିଥିଲେ । ଆସନ୍ତା କିଛି ମାସ ମଧ୍ୟରେ ସାରା ଦେଶରେ ଥିବା 1.5ଲକ୍ଷ ପୋଷ୍ଟ ଅଫିସରେ ଆଇପିପିବି ପହଁଚିବ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ ।

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India, UK trade pact to enhance export competitiveness, slash trade costs: Experts

Media Coverage

India, UK trade pact to enhance export competitiveness, slash trade costs: Experts
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the Amir of Qatar
July 16, 2026
PM conveys heartfelt condolences on the passing of the Father Amir of Qatar
PM recalls the Father Amir’s visionary leadership and his contribution to strengthening India-Qatar relations
The two leaders reaffirm their resolve to carry forward the Father Amir’s legacy

Prime Minister Shri Narendra Modi had a telephone conversation today with the Amir of the State of Qatar, H.H. Sheikh Tamim bin Hamad Al Thani.

Prime Minister conveyed his heartfelt condolences on the passing of H.H. Sheikh Hamad bin Khalifa Al Thani, the Father Amir of Qatar.

Recalling the Father Amir’s significant contributions as the chief architect of modern Qatar, Prime Minister paid tribute to his visionary leadership, and recalled his pivotal role in strengthening India-Qatar relations over the years as well as his deep affection for India and the Indian community in Qatar.

The Amir of Qatar thanked Prime Minister for his call and conveyed his appreciation for the words of support in this difficult hour.

The two leaders reaffirmed their resolve to carry forward the Father Amir’s legacy and further strengthen the India-Qatar Strategic Partnership and people-to-people ties.

They agreed to remain in close touch.