PM Modi interacts with with NCC Cadets, NSS Volunteers and Tableaux Artists

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଏନସିସି କେଡେଟ, ଜାତୀୟ ସେବା ଯୋଜନାର ସ୍ଵେଚ୍ଛାସେବୀ, ଆଦିବାସୀ ଅତିଥି ଏବଂ ପ୍ରଜ୍ଞାପନ ମେଢ କଳାକାରଙ୍କ ସହ ମତ ବିନିମୟ କରିଛନ୍ତି । ଏମାନେ ନୂଆଦିଲ୍ଲୀରେ ଗଣତନ୍ତ୍ର ଦିବସ ସମାରୋହରେ ଯୋଗଦେବା ଲାଗି ଆସିଥିଲେ ।

ତିନ ମୂର୍ତ୍ତି ପରିସରରେ ସମବେତ ଏନସିସି କେଡେଟମାନଙ୍କ ଗହଣରେ ପ୍ରଧାନମନ୍ତ୍ରୀ ଭାରତର ସମୃଦ୍ଧ ବିବିଦ୍ଧତା ଉପରେ ଆଲୋକପାତ କରିଥିଲେ । ଆମେ ପରସ୍ପରଠାରୁ ଅନେକ କିଛି ଶିଖିବାର ଅଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଆମ ଚାରିପଟେ ଯେଉଁ ସବୁ ପରିବର୍ତ୍ତନମାନ ଘଟୁଛି ତାକୁ ଆମେ ଗ୍ରହଣ କରିବାକୁ ପଡିବ । 

ଯୁବ ଶକ୍ତି ଭାରତରେ ଏକ ରୂପାନ୍ତରଣ ପରିବର୍ତ୍ତନ ଆଣିପାରିବେ ବୋଲି ସେ ଜୋର ଦେଇ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶ ତା’ର ସଶସ୍ତ୍ର ବାହିନୀକୁ ନେଇ ଖୁବ ଗୌରବାନ୍ଵିତ । ସେହି ଉଦ୍ଦୀପନା ମଧ୍ୟରେ ଆମେ ଦେଶ ସେବାରେ ଲାଗି ପଡିଥିବା ସାହାସୀ ଲୋକଙ୍କ ସମ୍ପର୍କରେ ଅଧିକ ଜାଣିବା ପାଇଁ ଉଦ୍ୟମ କରିବାକୁ ଆହ୍ଵାନ ଦେଇଥିଲେ ।

ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ, ଦେଶ ପାଇଁ ଅନେକ ପୁଲିସ କର୍ମଚାରୀ ପ୍ରାଣବଳି ଦେଇଛନ୍ତି ଏବଂ ସେମାନଙ୍କର ତ୍ୟାଗ ସମ୍ପର୍କରେ ଆମେ ଅବଗତ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ପ୍ରଧାନମନ୍ତ୍ରୀ ଦେଶରେ ସ୍ଵଚ୍ଛତା ରକ୍ଷାର ମହତ୍ଵ ସମ୍ପର୍କରେ ସମସ୍ତଙ୍କୁ ବୁଝାଇଥିଲେ । ମହାତ୍ମା ଗାନ୍ଧୀଙ୍କ ସ୍ଵଚ୍ଛ ଭାରତ ସ୍ଵପ୍ନକୁ ସାକାର କରିବା ଆମ ସମସ୍ତଙ୍କ କର୍ତ୍ତବ୍ୟ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏଥରର ଗଣତନ୍ତ୍ର ଦିବସ ବେଶ ମହତ୍ଵପୂର୍ଣ୍ଣ ଥିଲା, କାରଣ 10ଟି ରାଷ୍ଟ୍ରର ମୁଖ୍ୟମାନେ ଏହି ସମାରୋହରେ ଯୋଗ ଦେଇଥିଲେ ।

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Every voter had valid ID': Trump praises India polls, renews push for SAVE America Act

Media Coverage

'Every voter had valid ID': Trump praises India polls, renews push for SAVE America Act
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 18, 2026
August 18, 2026

PM Modi’s 12 Years of Structural Power: Manufacturing, FTAs, Airports & Uncompromising Security