Ujjwala Yojana has positively impacted the lives of several people across India: PM
Ujjwala Yojana has strengthened the lives of the poor, marginalised, Dalits, Tribal communities.
This initiative is playing a central role in social empowerment: PM Ujjwala Yojana is leading to better health for India's Nari Shakti: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସାରା ଦେଶର ବିଭିନ୍ନ ସ୍ଥାନରେ ଥିବା ଉଜ୍ଜ୍ୱଳା ଯୋଜନାର ହିତାଧିକାରୀମାନଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ମତ ବିନିମୟ କରିଥିଲେ ।

ଏହି ମତ ବିନିମୟ ପାଇଁ ଦେଶର ବିଭିନ୍ନ ପ୍ରାନ୍ତରେ ଥିବା 600 କେନ୍ଦ୍ରରେ 3 ଜଣ ଲେଖାଏଁ ଉଜ୍ଜ୍ୱଳା ହିତାଧିକାରୀ ଉପସ୍ଥିତ ଥିଲେ ।
ବିଭିନ୍ନ ପ୍ଲାଟଫର୍ମ ଯେପରିକି ନରେନ୍ଦ୍ର ମୋଦୀ ଆପ ଏବଂ ବିଭିନ୍ନ ଟିଭି ନ୍ୟୁଜ ଚାନେଲ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ ପାଖାପାଖି 10 ଲକ୍ଷ ଲୋକ ଏହି ମତ ବିନିମୟକୁ ଦେଖିଥିଲେ ।

ପ୍ରଯୁକ୍ତି ମାଧ୍ୟମରେ, ହିତାଧିକାରୀଙ୍କ ସହିତ ଆଲୋଚନା କରି ଏବଂ ସେମାନଙ୍କ ଅଭିଜ୍ଞତା ବିଷୟରେ ଜାଣି ଆନନ୍ଦ ପ୍ରକାଶ କରିବା ସହିତ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉଜ୍ଜ୍ୱଳା ଯୋଜନା ପ୍ରଗତିର ପ୍ରତୀକ ସାଜିଛି । ସେ ଉଲ୍ଲେଖ କରିଥିଲେ ଯେ ଏହା ଉଲ୍ଲେଖନୀୟ ସାମାଜିକ ରୂପାନ୍ତରଣକୁ ଆଗେଇ ନେଉଛି, ଯାହା ପରୋକ୍ଷ ଭାବେ ଦେଶର ସାମଗ୍ରୀକ ବିକାଶକୁ ପ୍ରଭାବିତ କରୁଛି ।

ଉଜ୍ଜ୍ୱଳା ଯୋଜନାରେ ବର୍ତ୍ତମାନ ସୁଦ୍ଧା ଗ୍ରାମାଂଚଳର ପାଖାପାଖି 4 କୋଟି ମହିଳା ଏଲପିଜି ସଂଯୋଗ ପାଇସାରିଲେଣି । ସାମଗ୍ରୀକ ଭାବେ ଦେଖିଲେ, ପୂର୍ବରୁ 1955 ରୁ 2014 ପର୍ଯ୍ୟନ୍ତ 6 ଦଶନ୍ଧି ମଧ୍ୟରେ 13 କୋଟି ଏଲପିଜି ସଂଯୋଗ ଦିଆଯାଇଥିବା ବେଳେ 2014 ପର ଠାରୁ ମାତ୍ର 4 ବର୍ଷ ମଧ୍ୟରେ ଏବେ ସୁଦ୍ଧା 10 କୋଟି ନୂଆ ଏଲପିଜି ସଂଯୋଗ ଦିଆଯାଇସାରିଲାଣି ।

ଗୃହିଣୀମାନଙ୍କ ଜୀବନଧାରଣକୁ ସହଜ କରିବାର ଗୁରୁତ୍ୱକୁ ଉଲ୍ଲେଖ କରିବାକୁ ଯାଇ ପ୍ରଧାନମନ୍ତ୍ରୀ ତାଙ୍କ ପ୍ରାରମ୍ଭିକ ଅଭିଭାଷଣରେ 1933ର ମୁନସୀ ପ୍ରେମଚନ୍ଦଙ୍କ ଦ୍ୱାରା ରଚିତ ଏକ କାହାଣୀ ବିଷୟରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ସ୍ୱଚ୍ଛ ଇନ୍ଧନ ଯୋଗାଇ ଦେବା ଏବଂ ବିଷାକ୍ତ ଧୂଆଁରୁ ସ୍ୱାଧୀତନା ପ୍ରଦାନ କରିବା ସହିତ ଉଜ୍ଜ୍ୱଳା ଅଧିକ ସ୍ୱାସ୍ଥ୍ୟ ଲାଭ ପହଁଚାଇଛି । ସେ କହିଥିଲେ ଯେ ମହିଳମାନେ ଏବେ ଅଧିକ ଆୟ କରିବାର ସୁଯୋଗ ପାଉଛନ୍ତି, କାରଣ ସେମାନଙ୍କ ରୋଷେଇର ସମୟ ହ୍ରାସ ପାଇଛି ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ କେନ୍ଦ୍ର ସରକାର ଏହି ଯୋଜନାରେ ମଧ୍ୟସ୍ଥିଙ୍କ ହସ୍ତକ୍ଷେପ ବନ୍ଦ କରିବା ସୁନିଶ୍ଚିତ କରିଛନ୍ତି ଏବଂ ହିତାଧିକାରୀମାନଙ୍କୁ ସ୍ୱଚ୍ଛ ପ୍ରକ୍ରିୟାରେ ଚୟନ କରାଯାଉଛି ।

ସେ କହିଥିଲେ ଯେ ଭାରତର 69 ପ୍ରତିଶତ ଗ୍ରାମରେ ଏବେ ଶତପ୍ରତିଶତ ଏଲପିଜି ସଂଯୋଗ ରହିଛି । ସେହିପରି 81 ପ୍ରତିଶତ ଗ୍ରାମରେ 75 ପ୍ରତିଶତରୁ ଅଧିକ ଏଲପିଜି ସଂଯୋଗ ରହିଛି । ଏଲପିଜି ସଂଯୋଗ ଦ୍ୱାରା ସେମାନଙ୍କ ରୋଷେଇ ସମୟ କିଭଳି ହ୍ରାସ ପାଇଛି ଏବଂ ପୂରା ପରିବାରର ଜୀବନଧାରଣର ମାନ କିଭଳି ସୁଧୁରିପାରିଛି ସେ ସମ୍ପର୍କରେ ହିତାଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କ ଆଗରେ ବର୍ଣ୍ଣନା କରିଥିଲେ । 

 

 

 

 

 

 

 

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-UK free trade deal to take effect on July 15, opening 99% of exports to tariff-free access

Media Coverage

India-UK free trade deal to take effect on July 15, opening 99% of exports to tariff-free access
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the virtues of truth, service, learning and action
June 18, 2026

The Prime Minister, Shri Narendra Modi said that wealth follows truthfulness, fame follows selfless service, knowledge follows constant practice and wisdom follows action. He noted that these values play a vital role in shaping individual character and contributing to collective progress.

The Prime Minister shared a Sanskrit Subhashitam-

“सत्यानुसारिणी लक्ष्मीः कीर्तिस्त्यागानुसारिणी।

अभ्याससारिणी विद्या बुद्धिः कर्मानुसारिणी।।”

The Prime Minister wrote on X;