Ties between India and Uganda are special and date back to thousands of years: PM Modi
African countries including Uganda hold special prominence for India, says PM Modi
Due to 'Make in India', the country is getting a new identity as a manufacturing hub for the world: PM Modi
India has always been a partner in Africa's development journey and will remain so: PM Modi
You are the true 'Rashtradoots': PM Modi to Indian community in Uganda
Glad that several African countries are a part of the International Solar Alliance: PM Modi

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ବଂଶୋଦ୍ଭବଙ୍କୁ ଆଜି ଉଗାଣ୍ଡାରେ ସମ୍ବୋଧିତ କରିଥିଲେ । ରାଜଧାନୀକାମ୍ପାଲାରେ ଆୟୋଜିତ ଏହି ସମାରୋହରେ ଉଗାଣ୍ଡାର ରାଷ୍ଟ୍ରପତି ଶ୍ରୀ ମୁସେଭେନୀ ମଧ୍ୟ ଉପସ୍ଥିତ ଥିଲେ  ।

ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉଗାଣ୍ଡାରେ ବସବାସ କରୁଥିବା ଭାରତୀୟ ବଂଶୋଦ୍ଭବମାନଙ୍କ ସହିତ ଏକ ଭିନ୍ନ ଭାବନାତ୍ମକ ସମ୍ପର୍କର ଅନୁଭୂତି ମୋତେ ମିଳିଲା । ସେ କହିଥିଲେ ଯେ ଆଜି ଏହି ସମାରୋହରେ ରାଷ୍ଟ୍ରପତି ଶ୍ରୀ ମୁସେଭେନୀଙ୍କ ଉପସ୍ଥିତି ଉଗାଣ୍ଡାରେ ବସବାସ କରୁଥିବା ଭାରତୀୟ ବଂଶୋଦ୍ଭବ ଏବଂ ଭାରତ ଜନସାଧାରଣ ତାଙ୍କର ଶ୍ରଦ୍ଧାକୁ ପ୍ରତିପାଦିତ କରୁଛି । ଆସନ୍ତା କାଲି(ବୁଧବାର ଦିନ) ଉଗାଣ୍ଡାର ସଂସଦକୁ ସମ୍ବୋଧିତ କରିବାର ସମ୍ମାନ ଦେଇଥିବାରୁ ସେ ରାଷ୍ଟ୍ରପତି ଶ୍ରୀ ମୁସେଭେନୀ ଏବଂ ଉଗାଣ୍ଡାର ଜନସାଧାରଣଙ୍କୁ ହୃଦୟର ସହିତ ଧନ୍ୟବାଦ ଜ୍ଞାପନ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଏବଂ ଉଗାଣ୍ଡା ମଧ୍ୟରେ ସଂପର୍କ ଅତି ପୁରାତନ । ସେ ଦୁଇ ଦେଶ ମଧ୍ୟରେ ଥିବା ଐତିହାସିକ ସଂପର୍କରେ ସ୍ମରଣ କରବା ସହିତ ଉପନିବେଶବାଦ ବିରୁଦ୍ଧରେ ସଂଗ୍ରାମ ଏବଂ ଉଗାଣ୍ଡାରେ ରେଳ ନିର୍ମାଣ କାର୍ଯ୍ୟ ବିଷୟରେ ଅବଗତ କରାଇଥିଲେ । ସେ କହିଥିଲେ ଯେ ଅନେକ ଭାରତୀୟ ମଧ୍ୟ ଉଗାଣ୍ଡାର ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ।

ସେ ଏହି ଅବସରରେ ସାଂସ୍କୃତିକ ପ୍ରଦର୍ଶନରେ ପରିଲକ୍ଷିତ ଭାରତୀୟତାର ଭାବନାକୁ ଜୀବନ୍ତ ରଖିଥିବାରୁ ଭାରତୀୟ ସମୁଦାୟର ବେଶ ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରି କରିଥିଲେ ଯେ ଉଗାଣ୍ଡା ସହିତ ସମଗ୍ର ଆଫ୍ରିକା ଦେଶ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ । ସେ କହିଥିଲେ ଯେ ଉପନିବେଶବାଦ ବିରୋଧି ସଂଗ୍ରାମର ଇତିହାସ, ଏକ ବଡ ସଂଖ୍ୟାରେ ଭାରତୀୟ ପ୍ରବାସ ଏବଂ ସାଧାରଣ ବିକାଶର ଆହ୍ୱାନଗୁଡିକ, ଏହାର କାରଣ ।

ସେ କହିଥିଲେ ଯେ ଭାରତ ଆଜି ବିଶ୍ୱରେ ଦୃତ ଗତିରେ ଅଗ୍ରସର ହେଉଥିବା ଅର୍ଥବ୍ୟବସ୍ଥାଗୁଡିକ ମଧ୍ୟରୁ ଅନ୍ୟତମ । ସେ କହିଥିଲେ ଯେ ଭାରତ ବର୍ତ୍ତମାନ କାର ଏବଂ ସ୍ମାର୍ଟ ଫୋନର ରପ୍ତାନୀ କରୁଛି । ସେ କହିଥିଲେ ଯେ ଡିଜିଟାଲ ପ୍ରଦ୍ୟୋଗିକୀଭାରତର ଜନସାଧାରଣଙ୍କ ପାଇଁ ସଶକ୍ତିକରଣର ସାଧନ ହୋଇପାରିଛି ଏବଂ ଦେଶ ଷ୍ଟାର୍ଟ-ଅପ ର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବେ ଦୃତ ଗତିରେ ଅଗ୍ରସର ହେଉଛି  ।

ପ୍ରଧାନମନ୍ତ୍ରୀ ଭାରତର ବିଦେଶ ନୀତିରେ ଆଫ୍ରିକାର ଗୁରୁତ୍ୱ ବିଷୟରେ କହିଥିଲେ । ଏ ବିଷୟରେ ସେ ନୂଆଦିଲ୍ଲୀଠାରେ 2015ରେ ଆୟୋଜିତ ଭାରତ-ଆଫ୍ରିକା ଫୋରମ ସମ୍ମିଳନୀ ବିଷୟରେ ଉଲ୍ଲେଖ କରିଥିଲେ । ସେ ଭାରତ ଏବଂ ଅନ୍ୟ ଆଫ୍ରିକୀୟ ଦେଶଗୁଡିକ ମଧ୍ୟରେ ଅନ୍ୟ ଉଚ୍ଚସ୍ତରୀୟ ଦ୍ୱିପାକ୍ଷୀକ ଭାଗିଦାରୀ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ  ।

ବିଭିନ୍ନ ପଦକ୍ଷେପଗୁଡିକ ବିଷୟରେ ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଥିଲେ ଯେ 3 ଆରବ ଡଲାରରୁ ଅଧିକ ସହାୟତାରପ୍ରକଳ୍ପ କାର୍ଯ୍ୟ କରାଯାଇଛି । ଏଥିସହିତ ଛାତ୍ରବୃତ୍ତି ଏବଂ ଇ-ଭିସା ବ୍ୟବସ୍ଥା ବିଷୟରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଅନ୍ତର୍ରାଷ୍ଟ୍ରୀୟ ସୌର ମେଣ୍ଟର ସମସ୍ତ ସଦସ୍ୟ ଦେଶଗୁଡିକମଧ୍ୟରୁ ଅଧା ଆଫ୍ରିକୀୟ ରାଷ୍ଟ୍ର ରହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏସିଆ ଏବଂ ଆଫ୍ରିକାର ରାଷ୍ଟ୍ରସମୂହ ନୂତନ ବିଶ୍ୱ ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି  ।



 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi, Guterres Stress Multipolarity, Need To Reform UN Institutions Including UNSC

Media Coverage

PM Modi, Guterres Stress Multipolarity, Need To Reform UN Institutions Including UNSC
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Indian Women’s Cricket Team on winning Asia Cup
September 14, 2026

The Prime Minister, Shri Narendra Modi, has congratulated the Indian Women’s Cricket Team on winning the Asia Cup.

The Prime Minister said that the team’s confidence, consistency and remarkable spirit were on full display throughout the tournament.

Shri Modi expressed hope that this triumph would inspire millions of youngsters across the country to play more and shine.

In a post on X, Shri Modi said;

“A proud moment for Indian cricket!

Congratulations to the Women’s team on winning the Asia Cup. Their confidence, consistency and remarkable spirit were on full display throughout the tournament.

May this triumph inspire millions of youngsters across the country to play more and shine.”