The world is clear that the 21st century is Asia’s century. We must rise to the occasion and take that leadership: PM Modi
We must treat every challenge as an opportunity: PM Narendra Modi
Greater use of space technology augurs well for human progress, says PM Modi
We have progressed through the ages due to innovation and due to ethics as well as humanitarian values: PM
Technology is aiding human creativity. Various social media platforms have given voice to millions: PM Modi
Technology is what empowers people. A technology driven society breaks social barriers. Technology has to be affordable and user-friendly: PM
We should not see every disruption as destruction. People were apprehensive about computers but see how computers changed human history: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସିଙ୍ଗାପୁରଠାରେ ଥିବା ନାନ୍ୟାଙ୍ଗ ବୈଷୟିକ ବିଶ୍ୱବିଦ୍ୟାଳୟ ଗସ୍ତ କରିଛନ୍ତି ।

ଏଠାରେ ଛାତ୍ରମାନଙ୍କ ସହ ଏକ ଭାବ ବିନିମୟ କାର୍ଯ୍ୟକ୍ରମରେ ସେ ସେମାନଙ୍କ ପ୍ରଶ୍ନର ଉତ୍ତର ପ୍ରଦାନ କରିଥିଲେ ।

ଏକବିଂଶ ଶତାବ୍ଦୀରେ ଏସିଆ କେଉଁ ଆହ୍ୱାନର ସମ୍ମୁଖୀନ ହେଉଛି ବୋଲି ଏକ ପ୍ରଶ୍ନର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଲେ ଯେ ଅନେକ ସମୟରେ ଏହା କୁହାଯାଇଥାଏ ଯେ ଏକବିଂଶ ଶତାବ୍ଦୀ ଏସିଆର ଶତାବ୍ଦୀ ହେବ । ସେ କହିଲେ ଯେ ଆମ ଭିତରେ ବିଶ୍ୱାସ ରହିବା ଆବଶ୍ୟକ ଏବଂ ଆମେ ଜାଣିବା ଉଚିତ ଯେ ଏହା ହେଉଛି ଆମର ପାଳି । ଆମେ ସୁଯୋଗ ଅନୁରୂପ ନିଜକୁ ପ୍ରସ୍ତୁତ କରିବା ଉଚିତ ଏବଂ ନେତୃତ୍ୱ ଗ୍ରହଣ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ନିକଟରେ ହୋଇଥିବା ତାଙ୍କ ବୈଠକ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ସେ କହିଲେ ଯେ ସେ ରାଷ୍ଟ୍ରପତି ସି’ଙ୍କୁ ଏକ ଦସ୍ତାବିଜ ପ୍ରଦାନ କରିଥିଲେ, ଯାହା ସୂଚନା ପ୍ରଦାନ କରିଥାଏ ଯେ ବିଗତ 2000 ବର୍ଷ ମଧ୍ୟରୁ 1600 ବର୍ଷର ବୈଶ୍ୱିକ ଜିଡିପିରେ ଭାରତ ଓ ଚୀନର ସମ୍ମିଳିତ ଭାଗିଦାରୀ ଶତକଡା 50 ପ୍ରତିଶତରୁ ଅଧିକ ରହିଛି ଏବଂ ଏହାକୁ ବିନା ସଂଘର୍ଷରେ ହାସିଲ କରାଯାଇଥିବାର ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମକୁ ବିନା ସଂଘର୍ଷରେ ସଂଯୋଗ  ବୃଦ୍ଧି କରିବା ଉପରେ ବିଶେଷ ଧ୍ୟାନ ପ୍ରଦାନ କରିବା ଆବଶ୍ୟକ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଉତ୍ତମ ପ୍ରଶାସନ କ୍ଷେତ୍ରରେ ମହାକାଶ ପ୍ରାଦ୍ୟୋଗିକୀ ଏକ ବିଶେଷ ଭୂମିକା ନିର୍ବାହ କରିଥାଏ । ସାଧାରଣ ଜନତାର ଜୀବନକୁ ଏହା ଉନ୍ନତ କରିପାରେ । ମହାକାଶ ପ୍ରାଦ୍ୟୋଗିକୀ ଅବସଂରଚନା ବିକାଶର ସଠିକ ମାନଚିତ୍ରଣରେ ଆମର ସହାୟତା କରିଥାଏ । ଆମେ ଏହାକୁ ବିଦ୍ୟାଳୟ, ଉତ୍ତମ ରାସ୍ତା ଏବଂ ଡାକ୍ତରଖାନା ଆଦି କ୍ଷେତ୍ରରେ ଅଧିକ ବ୍ୟବହାର କରିପାରିବା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପରମ୍ପରା ଓ ବୈଶ୍ୱୀକରଣ ମଧ୍ୟରେ ସନ୍ତୁଳନ ସମ୍ବନ୍ଧିତ ଏକ ପ୍ରଶ୍ନର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ନବାଚାର, ନୈତିକତା ଓ ମାନବୀୟ ମୂଲ୍ୟବୋଧର ଆଧାରରେ ମନୁଷ୍ୟ ସମାଜ  ଯୁଗ ଯୁଗ ଧରି ବିକାଶ ଲାଭ କରିଛି । ସେ କହିଲେ ଯେ ପ୍ରାଦ୍ୟୋଗିକୀ ମଣିଷର ସୃଜନାତ୍ମକତାକୁ ସହାୟତା ପ୍ରଦାନ କରୁଛି । ବିଭିନ୍ନ ସାମାଜିକ ଗଣମାଧ୍ୟମର ଭିତ୍ତିଭୂମି ଲକ୍ଷ ଲକ୍ଷ ଜନସାଧାରଣଙ୍କୁ ସେମାନଙ୍କ ବିଚାର ବ୍ୟକ୍ତ କରିବା ପାଇଁ ସୁଯୋଗ ପ୍ରଦାନ କରୁଛି ।

ଚତୁର୍ଥ ଔଦ୍ୟୋଗିକ କ୍ରାନ୍ତି ଯୁଗରେ ସମନ୍ୱିତ ବିକାଶକୁ ସୁନିଶ୍ଚିତ କରିବା ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବ୍ୟବଧାନର ଅର୍ଥ ବିନାଶ ନୁହେଁ । ସେ କହିଲେ ଯେ ବୈଷୟିକ ଜ୍ଞାନ ଜନସାଧାରଣଙ୍କୁ ସଶକ୍ତ କରିଥାଏ ଏବଂ ପ୍ରାଦ୍ୟୋଗିକୀ ଦ୍ୱାରା ପରିଚାଳିତ ସମାଜ ସାମାଜିକ ବାଧାକୁ ଦୂର କରିଥାଏ । ସେ କହିଲେ ଯେ ପ୍ରାଦ୍ୟୋଗିକୀ ଶସ୍ତା ଏବଂ ଉପଯୋଗ କର୍ତ୍ତାଙ୍କ ପାଇଁ ଅନୁକୂଳ ହେବା ଆବଶ୍ୟକ । ସେ ସ୍ମୃତିଚାରଣ କରି କହିଥିଲେ ଯେ ଏକଦା କମ୍ପ୍ୟୁଟର ବ୍ୟବହାର ନେଇ ଲୋକେ ଆଶଙ୍କିତ ଥିଲେ, ମାତ୍ର ଜୀବନକୁ ରୂପାନ୍ତରିତ କରିବାରେ କମ୍ପ୍ୟୁଟର ସହାୟକ ହୋଇଥିଲା ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways clears ₹755-crore project to build third line between Champa and Korba

Media Coverage

Indian Railways clears ₹755-crore project to build third line between Champa and Korba
NM on the go

Nm on the go

Always be the first to hear from the PM. Get the App Now!
...
PM Modi arrives in Paris
June 18, 2026

PM Modi arrived in Paris, France, to a warm welcome by the Indian diaspora.

During the visit, PM Modi will attend the VivaTech 2026 alongside President Macron. India will have the largest national pavilion at this edition, a fitting symbol of the enormous potential for partnership between Indian and European innovation ecosystems. The PM will also meet the members of the vibrant Indian community in Paris.