ସେୟାର
 
Comments
India is one of the most investor-friendly economies in the world. Investors look for growth and macro-economic stability: PM Modi
India has emerged as a bright spot in the global economy which is driving global growth as well: PM Modi
Global confidence in India’s economy is rising: PM Modi From the point of a foreign investor, India counts as an extremely low risk political economy: PM Modi
Government has taken a number of steps to boost investment. We have simplified rules and regulations for businesses and undertaken bold reforms: PM Modi
We have provided investors an environment which is efficient, transparent, reliable and predictable: PM
We have liberalized the FDI regime. Today, most sectors are on automatic approval route: Prime Minister
GST is one of the most significant systemic reforms that our country has undergone. It works on the One Tax - One Nation principle: PM
India has jumped forty-two places in three years to enter the top hundred in the World Bank’s Ease of Doing Business Report 2018: PM
Agriculture is the lifeblood of the Indian economy. We are promoting investments in warehouses and cold chains, food processing, crop insurance & allied activities: PM Modi
A ‘New India’ is rising. It is an India that stands on the pillars of economic opportunity for all, knowledge economy, holistic development, and futuristic, resilient and digital infrastructure: PM

ଏସୀୟ ଭିତ୍ତିଭୂମି ନିବେଶ ବ୍ୟାଙ୍କର ଅଧ୍ୟକ୍ଷ ମହୋଦୟ,.

ମଞ୍ଚାସୀନ ଅନ୍ୟ ପ୍ରତିନିଧିଗଣ,

ଉପସ୍ଥିତ ଭାରତ ତଥା ବିଦେଶାଗତ ଅନ୍ୟ ବିଶିଷ୍ଟ ପ୍ରତିନିଧିବୃନ୍ଦ,

ଭଦ୍ରମହିଳା ଓ ଭଦ୍ରବ୍ୟକ୍ତିଗଣ,

ଆଜି ମୁଁ ମୁମ୍ବାଇକୁ ଆସି ଏସୀୟ ଭିତ୍ତିଭୂମି ନିବେଶ ବ୍ୟାଙ୍କର ତୃତୀୟ ବାର୍ଷିକ ବୈଠକରେ ଯୋଗ ଦେଇଥିବାରୁ ଅତ୍ୟନ୍ତ ଆନନ୍ଦିତ । ଏହି ବ୍ୟାଙ୍କ୍‌ ସହ ଆମେ ତଥା ଅନ୍ୟ ସଦସ୍ୟ ରାଷ୍ଟ୍ରଗଣ ସଂପର୍କ ଗଭୀର  କରିବାର ଏହା ଏକ ସୁଯୋଗ ।

2016 ମସିହା ଜାନୁଆରୀ ମାସରେ ଏସୀୟ ଭିତ୍ତିଭୂମି ନିବେଶ ବ୍ୟାଙ୍କ (ଏଆଇଆଇବି) ତାର ଆର୍ଥିକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା । ଏହି ତିନି ବର୍ଷ ମଧ୍ୟରେ ଏହା 87ଟି ରାଷ୍ଟ୍ରଙ୍କୁ ସଦସ୍ୟଭୁକ୍ତ କରିପାରିଛି । ପୁଣି ଏହାର ପ୍ରତିବଦ୍ଧ ପୁଂଜି ରାଶି ପରିମାଣ 100 ବିଲିୟନ୍ ଆମେରିକୀୟ ଡ଼ଲାର ଛୁଇଁଛି । ତେଣୁ ଏହା ଆଗାମୀ ଦିନରେ ଏସିଆ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି ।

ବନ୍ଧୁଗଣ,

ଏସୀୟ ଭିତ୍ତିଭୂମି ନିବେଶ ବ୍ୟାଙ୍କ୍‌ ଏସୀୟ ରାଷ୍ଟ୍ରମାନଙ୍କ ସହଯୋଗର ପ୍ରତିଶ୍ରୁତି । ଆମ ସବୁ ରାଷ୍ଟ୍ରର ଜନସାଧାରଣଙ୍କ ଏକ ଉତ୍ତମ ଭବିଷ୍ୟତ ସୁନିଶ୍ଚିତ କରିବା ଏହାର ଲକ୍ଷ୍ୟ । ବିକାଶଶୀଳ ରାଷ୍ଟ୍ରଭାବେ ଆମେମାନେ ଏକା ପ୍ରକାର ଚାଲେଞ୍ଜର ସାମ୍ନା କରିଆସୁଛେ । ସେଥି ମଧ୍ୟରୁ ଗୋଟିଏ ହେଲା ଆମର ଭିତ୍ତିଭୂମିକୁ ସୁଦୃଢ଼ କରିବା ସକାଶେ ଆବଶ୍ୟକ ପୁଂଜି ସଂଗ୍ରହ । ମୁଁ ଏକଥା ଜାଣି ଖୁସି ଯେ ଚଳିତ ବର୍ଷ ବୈଠକର ଶୀର୍ଷକ ରଖାଯାଇଛି – “ଭିତ୍ତିଭୂମି ସୁଦୃଢ଼ୀକରଣ ସକାଶେ ପାଣ୍ଠି ସଂଗ୍ରହ: ଅଭିନବତା ଏବଂ ସହଯୋଗ” । ଏସୀୟ ଭିତ୍ତିଭୂମି ନିବେଶ ବ୍ୟାଙ୍କର ନିବେଶ ଦ୍ୱାରା ପୁଂଜି ଯୋଗାଣ ଫଳରେ ପୋଷଣୀୟ ବିକାଶ ଘଟି ଶହ ଶହ କୋଟି ଲୋକଙ୍କ ଜୀବନଧାରଣ ଉପରେ ଗଭୀର ପ୍ରଭାବ ପଡ଼ିପାରିଛି ।

ଏସିଆ ଏବେସୁଦ୍ଧା ବିଭିନ୍ନ ପ୍ରକାର ବୈଷମ୍ୟର ସମ୍ମୁଖୀନ ହୋଇଆସୁଛି । ସେଥି ମଧ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟସେବା,ଆର୍ଥିକ ସେବା ଏବଂ ଆନୁଷ୍ଠାନିକ ନିଯୁକ୍ତି ସୁଯୋଗ ପ୍ରମୁଖ ।

କ୍ଷେତ୍ରୀୟ ବିବିଧ ସହଯୋଗୀତା ମଧ୍ୟମରେ ଏସୀୟ ଭିତ୍ତିଭୂମି ନିବେଶ ବ୍ୟାଙ୍କ ଭଳି ଅନୁଷ୍ଠାନ ଏହି ସବୁ କ୍ଷେତ୍ରରେ ଅର୍ଥ ନିବେଶ କରିବା ସହ ଲୋକମାନଙ୍କ ଜୀବନଧାରଣରେ ଉନ୍ନତି ଘଟାଇବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।

ସେହିଭଳି ଶକ୍ତି ଓ ଉର୍ଜା, ପରିବହନ, ଟେଲିକମ୍‌, ଗ୍ରାମ୍ୟ ଭିତ୍ତିଭୂମି, କୃଷି ବିକାଶ, ଜଳ ଯୋଗାଣ ଓ ପରିମଳ,ପର୍ଯ୍ୟାବରଣ ସୁରକ୍ଷା, ସହରାଞ୍ଚଳ କ୍ଷେତ୍ରର ବିକାଶ ଏବଂ ଲଜିଷ୍ଟିକ୍ସର ବିକାଶ ସକାଶେ ଦୀର୍ଘକାଳୀନ ପୁଂଜିନିବେଶର ବିଶେଷ ଆବଶ୍ୟକତା ରହିଛି । ଏଭଳି ପାଣ୍ଠି ପାଇଁ ସୁଧ ହାର ପୁଣି ସହଜ ଏବଂ ପୋଷଣୀୟ ହେବା ଜରୁରି ।

ସଂକ୍ଷେପରେ କହିଲେ, ଏସୀୟ ଭିତ୍ତିଭୂମି ନିବେଶ ବ୍ୟାଙ୍କ ପ୍ରାୟ ଏକ ଡ଼ଜନ ରାଷ୍ଟ୍ରରେ 25ଟି ପ୍ରକଳ୍ପକୁ ମଂଜୁରିପ୍ରଦାନ କରିଛି । ଏବଂ ଏହିସବୁ ପ୍ରକଳ୍ପ ସକାଶେ ମୋଟ ପୁଂଜି ମଞ୍ଜୁରିର ପରିମାଣ 4 ବିଲିୟନ୍‌ ଆମେରିକୀୟ ଡ଼ଲାର । ଏହା ନିଶ୍ଚିତ ଭାବେ ଏକ ପ୍ରଶଂସନୀୟ ଶୁଭାରମ୍ଭ ବୋଲି କୁହାଯାଇପାରେ ।

100 ବିଲିୟନ୍‌ ଡ଼ଲରର ପ୍ରତିବଦ୍ଧ ପୁଂଜି ସହ ଏବଂ ସଦସ୍ୟ ରାଷ୍ଟ୍ରଙ୍କ ସକାଶେ ଭିତ୍ତିଭୂମି ବିକାଶ ସକାଶେ ପୁଂଜିର ବିଶେଷ ଆବଶ୍ୟକତା ରହିଥିବା ବେଳେ ଏହି ସୁଯୋଗରେ ମୁଁ ଉଲ୍ଲେଖ କରିବାକୁ ଚାହେଁ ଯେ ଏସୀୟ ଭିତ୍ତିଭୂମି ନିବେଶ ବ୍ୟାଙ୍କ ଏହାର ଆର୍ଥିକ ଋଣ ଯୋଗାଣ ପରିମାଣକୁ 4 ବିଲିୟନ ଡ଼ଲାରରୁ 2020 ମସିହା ସୁଦ୍ଧା 40 ବିଲିୟନ୍‌ ଡ଼ଲାରକୁ ବୃଦ୍ଧି କରିବା ଉଚିତ । ପୁଣି 2025 ମସିହା ସୁଦ୍ଧା ତାହା 100 ବିଲିୟନ ଡ଼ଲାର ଛୁଇଁବା ଆବଶ୍ୟକ । ମୁଁ ଏହି ପ୍ରଗତି ଆଶା କରେ ।

ପୁନଶ୍ଚ ଏଥିପାଇଁ ସମସ୍ତ ପ୍ରୋସେସିଂ କାର୍ଯ୍ୟକୁ ସରଳ , ତ୍ୱରିତ ମଞ୍ଜୁରିଯୁକ୍ତ କରାଯିବା ଆବଶ୍ୟକ । ଏଥିସହ ଉଚ୍ଚ ଗୁଣାତ୍ମକ ମାନଯୁକ୍ତ ପ୍ରକଳ୍ପ ତଥା ସେଥିରେ ବିଶାଳ ପୁଂଜି ନିବେଶର ପ୍ରସ୍ତାବମାନ ଆସିବା ଦରକାର ।

ମୋର ବିଶ୍ୱାସ ଯେ ଭାରତ ଏବଂ ଏସୀୟ ଭିତ୍ତିଭୂମି ନିବେଶ ବ୍ୟାଙ୍କ ଉଭୟ ଆର୍ଥିକ ବିକାଶକୁ ଅଧିକ ସମାବେଶୀ ତଥା ପୋଷଣୀୟ କରିବା ସକାଶେ ଦୃଢ଼ ଭାବେ ସଂକଳ୍ପବଦ୍ଧ । ଭାରତରେ, ଆମେ ଏବେ ସରକାର- ଘରୋଇ ସହଭାଗୀତାର ଏକ ଅଭିନବ ମଡ଼େଲର ସଫଳ ପ୍ରୟୋଗ କରୁଛୁ । ପୁଣି ଭିତ୍ତିଭୂମି ଋଣ ପାଣ୍ଠି ଏବଂ ଭିତ୍ତିଭୂମି ନିବେଶ ଟ୍ରଷ୍ଟ ଏହି ସବୁ ପ୍ରକଳ୍ପକୁ ଭିତ୍ତିଭୂମି ପାଣ୍ଠି ଯୋଗାଇ ଦେଉଛି । ଭାରତ ଏବେ ବ୍ରାଉନଫିଲ୍ଡ ସାଧନର ବିକାଶ ପାଇଁ ପ୍ରୟାସୀ । ଭିତ୍ତିଭୂମି ନିବେଶ ପାଇଁ ଏହାକୁ ଏକ ପୃଥକ  ଶ୍ରେଣୀୟ ସଂପଦ ଭାବେ ରଖାଯିବ ।  ଏଭଳି ସଂପଦ ବିଭିନ୍ନ ପର୍ଯ୍ୟାୟ ଯଥା ଭୂମି ଅଧିଗ୍ରହଣ ଏବଂ ପର୍ଯ୍ୟାବରଣ ଓ ଜଙ୍ଗଲ ବିଭାଗ ଠାରୁ ଅନୁମତି ହାସଲ ଭଳି ପର୍ଯ୍ୟାୟ ପାର କରିବା ପରେ ରିସ୍କ ରହିତ ହୋଇପାରିବ । ତେଣୁ ଏଭଳି ସଂପଦ, ପେନସନରୁ, ବୀମାରୁ ଏବଂ ସ୍ୱର୍ଣ୍ଣ ସଂପଦ ପାଣ୍ଠିରୁ ଆନୁଷ୍ଠାନିକ ନିବେଶ ଭାବେ ସହଜରେ ଆହରଣ କରାଯାଇପାରିବ ।

ଆଉ ଏକ ପ୍ରୟାସ ସଂପର୍କରେ ମୁଁ ସୂଚାଇବାକୁ ଚାହେଁ । ତାହା ହେଲା ଜାତୀୟ ନିବେଶ ଓ ଭିତ୍ତିଭୂମି ପାଣ୍ଠି । ଏହାର ଉଦ୍ଦେଶ୍ୟ ହେଲା  ଉଭୟ ଘରୋଇ ଏବଂ ଆନ୍ତର୍ଜାତୀୟ ଉତ୍ସରୁ ନିବେଶକୁ ଏହା ଅର୍ଥକୁ ସହଜରେ ପ୍ରବେଶ କରାଇପାରିବ । ଏସୀୟ ଭିତ୍ତିଭୂମି ନିବେଶ ବ୍ୟାଙ୍କ ଏଥିପାଇଁ 200 ନିୟୁତ ଡ଼ଲାର ନିବେଶ ସକାଶେ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିବା ଏହି ପ୍ରୟାସକୁ ଏବେ ବିଶେଷ ପ୍ରୋତ୍ସାହନ ମିଳିଛି ।

ସଜ୍ଜନମଣ୍ଡଳୀ,

ଭାରତ ଅଧୁନା ବିଶ୍ୱର ସବୁଠାରୁ ଅଧିକ ନିବେଶ ଅନୁକୂଳ ଅର୍ଥବ୍ୟବସ୍ଥାରେ ପରିଣତ ହୋଇଛି । ନିବେଶକମାନେ ସାଧାରଣତଃ ବିକାଶ ତଥା ବୃହତ-ଆର୍ଥିକ (ମାକ୍ରୋ-ଇକୋନୋମିକ) ସ୍ଥିରତା ଆଶା କରିଥାନ୍ତି । ପୁଣି ରାଜନୈତିକ ସ୍ଥିରତା ଏବଂ ସମର୍ଥନକାରୀ ନିୟନ୍ତ୍ରଣ ବ୍ୟବସ୍ଥା ଆଶା କରିଥାନ୍ତି ଯାହାକି ସେମାନଙ୍କ ନିବେଶକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିଥାଏ । ବ୍ୟାପକ ମାତ୍ରାର କାର୍ଯ୍ୟକାରୀତା ଏବଂ ଉଚ୍ଚ ମୂଲ୍ୟ ସହାୟତା ଦୃଷ୍ଟିରୁ ଜଣେ ନିବେଶକ ଘରୋଇ ବଜାରର ଆକାର, କୁଶଳୀ ଶ୍ରମଶକ୍ତିର ଉପଲବ୍ଧତାଏବଂ ଉତ୍ତମ ବାସ୍ତବ ଭିତ୍ତିଭୂମି ଆଶା କରିଥାଏ । ଏଭଳି ପ୍ରତ୍ୟେକଟି ପାରାମିଟରରେ ଭାରତ ଏବେ ବେଶ୍‌ ସୁଦୃଢ଼ ସ୍ଥିତିରେ ରହିଛି ତଥା ଏହାକୁ କାର୍ଯ୍ୟରେ ପରିଣତ କରିଛି ।  ମୁଁ ଆପଣମାନଙ୍କୁ ଆମର ଏଭଳି କେତେଗୋଟି ଅନୁଭୂତି ତଥା ସଫଳତା ସଂପର୍କରେ ସୂଚୀତ କରିବାକୁ ଚାହେଁ ।

ଭାରତ ଏବେ ବିଶ୍ୱ ଅର୍ଥବ୍ୟବସ୍ଥାର ଏକ ଉଜ୍ଜ୍ୱଳ ବିନ୍ଦୁ ଭାବେ ମୁଣ୍ଡ ଟେକିଛି ଯାହା ବିଶ୍ୱ ବିକାଶ ପ୍ରକ୍ରିୟାକୁ ଆଗକୁ ଆଗେଇ ନେବାରେ ବିଶେଷ ସହାୟକ ହୋଇଛି । 2.8 ଟ୍ରିଲିୟନ ଡ଼ଲାର ଆକାରର ଏକ ଅର୍ଥବ୍ୟବସ୍ଥା ଭାବେ ଏହା ବିଶ୍ୱର ସପ୍ତମ ବୃହତ ଅର୍ଥବ୍ୟବସ୍ଥାରେ ପରିଣତ ହୋଇଛି । ପୁଣି କ୍ରୟଶକ୍ତି ଦୃଷ୍ଟିରୁ ଏହା ଦୁନିଆର ତୃତୀୟ ବୃହତ୍ତମ କ୍ଷମତାଯୁକ୍ତ ରାଷ୍ଟ୍ର । 2017 ମସିହାର ଚତୁର୍ଥ ତ୍ରୈମାସ ଅବଧିରେ ଆମେ 7.7% ଆର୍ଥିକ ଅଭିବୃଦ୍ଧି ହାସଲ କରିପାରିଛୁ । 2018ରେ, ଆମେ 7.4% ବିକାଶ ହାର ହାସଲ କରିବୁ ବୋଲି ଦୃଢ଼ ଆଶାବାଦୀ ।

ଆମର ସୂକ୍ଷ୍ମ-ଅର୍ଥବ୍ୟବସ୍ଥାର ମୂଳ ଆଧାର ବେଶ୍‌ ସୁଦୃଢ଼ ରହିଛି ଯାହା ସ୍ଥିର ମୂଲ୍ୟ, ବିଶାଳ ବାହ୍ୟ ସେକ୍ଟର ଏବଂ ସୁଦୃଢ଼ ଭାବେ ଆର୍ଥିକ ସ୍ଥିତି ଉପରେ ନିୟନ୍ତ୍ରଣ ଉପରେ ଆଧାରିତ । ବିଶ୍ୱ ବଜାରରେ ତୈଳ ଦର ବୃଦ୍ଧି ସତ୍ତ୍ୱେ ଆମେ ମୁଦ୍ରାସ୍ଫୀତିକୁ ଆମେ ନିୟନ୍ତ୍ରିତ ରଖିପାରିଛୁ । ସରକାର ଆର୍ଥିକ ସୁଦୃଢ଼ୀକରଣ ପଥରେ ଆଗକୁ ଅଗ୍ରସର ହେବା ସକାଶେ ପ୍ରତିଶ୍ରୁତିବଦ୍ଧ । ସେହିଭଳି ସରକାରଙ୍କ ଋଣ ଜିଡ଼ିପି ପ୍ରତିଶତ ହିସାବରେ ନିରବଚ୍ଛିନ୍ନ ଭାବେ ହ୍ରାସ ପାଇବାରେ ଲାଗିଛି । ଦୀର୍ଘ ବର୍ଷ ପରେ ଭାରତ ଏବେ ରେଟିଂରେ ଉର୍ଦ୍ଧ୍ଵଗାମୀ ହେବାକୁ ଆରମ୍ଭ କରିଛି ଏବଂ ଏଥିରେ ଆମକୁ ସଫଳତା ମିଳିଛି ।

ଆମର ବାହ୍ୟ କ୍ଷେତ୍ର ବିଶାଳ ରହିଛି । ଆମର ବୈଦେଶିକ ମୁଦ୍ରା ଭଣ୍ଡାର ଏବେ 400 ବିଲିୟନ ଡ଼ଲାରରୁ ଉପରେ ରହିଛି ଯାହା ଆମକୁ ବିଶେଶ ଆଶ୍ୱସ୍ତି ପ୍ରଦାନ କରିଛି । ବିଶ୍ୱ ଦୃଷ୍ଟିରେ ଭାରତର ଅର୍ଥବ୍ୟବସ୍ଥା କ୍ରମବର୍ଦ୍ଧମାନ ରହିଛି । ଏହି ପୃଷ୍ଠଭୂମିରେ ଭାରତକୁ ନିରବଚ୍ଛିନ୍ନ ଭାବେ ପ୍ରତ୍ୟକ୍ଷ ବୈଦେଶିକ ପୁଂଜି ପ୍ରବାହ ଅବ୍ୟାହତ ରହିଛି । ବିଗତ ଚାରି ବର୍ଷ ମଧ୍ୟରେ ଦେଶକୁ ମୋଟ 222 ବିଲିୟନ ଆମେରିକୀୟ ଡ଼ଲାରରୁ ଅଧିକ ପୁଂଜି ଏଫଡ଼ିଆଇ ଆକାରରେ ପ୍ରବେଶ କରିଛି । ୟୁଏନସିଟିଏଡ଼ିର  ବିଶ୍ୱ ନିବେଶ ରିପୋର୍ଟ  ଅନୁସାରେ ଭାରତ ଏବେ ବିଶ୍ୱର ଶୀର୍ଷ ଏଫଡ଼ିଆଇ ନିବେଶ ସ୍ଥଳୀ ମଧ୍ୟରୁ ଅନ୍ୟତମ ଭାବେ ମୁଣ୍ଡ ଟେକିଛି ।

ସଜ୍ଜନମଣ୍ଡଳୀ,

ବୈଦେଶିକ ନିବେଶକ ଦୃଷ୍ଟିକୋଣରୁ ଭାରତକୁ ଅତି ସ୍ୱଳ୍ପ ରାଜନୈତିକ ଆର୍ଥିକ ରିସ୍କ ଥିବା ଅର୍ଥବ୍ୟବସ୍ଥା ଭାବେ ବିବେଚନା କରାଯାଉଛି । ଅର୍ଥାତ୍‌, ଏଠାରେ ନିବେଶର କୌଣସି ପ୍ରକାର ରିସ୍କ ନାହିଁ । ସରକାର ନିବେଶକୁ ପ୍ରୋତ୍ସାହନ ପ୍ରଦାନ କରିବା ସକାଶେ ଅନେକ ଗୁଡ଼ିଏ ସକାରାତ୍ମକ ପଦକ୍ଷେପ ଗ୍ରହଣ କରିଛନ୍ତି । ଆମେ ଆମର ନୀତି ନିୟମକୁ ସରଳ କରିବା ଦିଗରେ ତଦନୁରୂପ ପଦକ୍ଷେପମାନ ଗ୍ରହଣ କରିଛୁ ଯାହାକି ବ୍ୟବସାୟ କରିବା ସହଜସାଧ୍ୟ ହୋଇପାରିଛି । । ସେହିଭଳି ନୀତିନିୟମକର ବ୍ୟାପକ ସଂସ୍କାର କରାଯାଇଛି । ଆମେ ଆମର ନିବେଶକମାନଙ୍କ ସକାଶେ ଏକ ସକ୍ରିୟ, ସ୍ୱଚ୍ଛ, ନିର୍ଭରଯୋଗ୍ୟ ତଥା ପୂର୍ବାନୁମାନକାରୀ ବାତାବରଣ ସୃଷ୍ଟି କରିବାରେ ସକ୍ଷମ ହୋଇଛୁ ।

ଆମେ ଆମର ଏଫଡ଼ିଆଇ ବ୍ୟବସ୍ଥାକୁ ପର୍ଯ୍ୟାପ୍ତ ମାତ୍ରାରେ ସରଳ କରିଛୁ । ଅଧୁନା, ଅଧିକାଂଶ ସେକ୍ଟରସ୍ଵୟଂକ୍ରିୟ ମଞ୍ଜୁରି/ଅନୁମତି ମାର୍ଗରେ ପରିଚାଳିତ ।

ବସ୍ତୁ ଓ ସେବା କର (ଜିଏସଟି) ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଶୃଙ୍ଖଳିତ ଟିକସ ସଂସ୍କାର ବ୍ୟବସ୍ଥା ଯାହା ଏବେ ଦେଶରେ କାର୍ଯ୍ୟକାରୀ ହୋଇଛି । ଏହା ଗୋଟିଏ ରାଷ୍ଟ୍ର- ଗୋଟିଏ ଟିକସ ବ୍ୟବସ୍ଥା ନୀତିରେ ପରିଚାଳିତ । ଏହା ଟିକସ ପୈଠ ବ୍ୟବସ୍ଥା କ୍ଷେତ୍ରରେ ଥିବା ସମସ୍ତ ଅସୁବିଧାକୁ ଦୂର କରିଛି, ସେଥିରେ ସ୍ୱଚ୍ଛତା ଆଣିଛି ଏବଂ ଲଜିଷ୍ଟିକ୍ସ ସକ୍ରିୟତା ହାସଲ କରିବା ଦିଗରେ ବିଶେଷ ସହାୟକ ହୋଇପାରିଛି । ଏପରି ସକଳ ପ୍ରକାର ସଂସ୍କାର ବ୍ୟବସ୍ଥା ଭାରତରେ ପୁଂଜି ନିବେଶ ସକାଶେ ନିବେଶକାରୀଙ୍କୁ ଆକୃଷ୍ଟ କରିବା ଦିଗରେ ପ୍ରୋତ୍ସାହନ ପ୍ରଦାନ କରିଛି ।

ଏହିସବୁ ତଥା ଅନ୍ୟାନ୍ୟ ଅନେକ ସଂସ୍କାର ଆମର ବିଶ୍ୱ ଭ୍ରାତାମାନେ ଭାରତରେ ଲକ୍ଷ୍ୟ କରିପାରିଛନ୍ତି । ବିଗତ ତିନି ଭିତରେ ଭାରତ 42ଟି ସ୍ଥାନ ଆଗକୁ ଡ଼େଇଁ ଏବେ ବିଶ୍ୱ ବ୍ୟାଙ୍କର ଇଜ୍‌ ଅଫ୍‌ ଡ଼ୁଇଂ ବିଜିନେସ ସୂଚୀ ରିପୋର୍ଟ,2018ରେ ବେଶ୍‌ ଅନୁକୂଳ ସ୍ଥିତିରେ ରହିଛି ।

ଭାରତୀୟ ବଜାର ତଥା ଏହାର ବିକାଶ ବିଶେଷ ସାମର୍ଥ୍ୟର ଧାରକ । ଗତ ଦଶ ବର୍ଷ ମଧ୍ୟରେ ଭାରତରେ ମୁଣ୍ଡପିଛା ଉପାର୍ଜନ ପରିମାଣ ଦ୍ୱିଗୁଣିତ ହୋଇଛି । ଭାରତରେ 300 ନିୟୁତରୁ ଉର୍ଦ୍ଧ୍ଵ ମଧ୍ୟମ ବର୍ଗର ଉପଭୋକ୍ତା  ରହିଛନ୍ତି । ଆଗାମୀ ଦଶ ବର୍ଷ ଭିତରେ ଏହି ସଂଖ୍ୟା ଦ୍ୱିଗୁଣିତ ହେବାର ଆଶା କରାଯାଉଛି । ତେଣୁ ଭାରତର ଆବଶକ୍ୟକତା ତଥା ମାତ୍ରା ନିବେଶକମାନଙ୍କ ସକାଶେ ଏହି ଅର୍ଥବ୍ୟବସ୍ଥାରେ ବିପୁଳ ପୁଂଜି ନିବେଶ କରିବା ସକାଶେ ଏକ ଉତ୍ତମ ସ୍ଥିତି ସୃଷ୍ଟି କରିଛି । ଉଦାହରଣ ସ୍ୱରୂପ, ଭାରତର ବାସଗୃହ ନିର୍ମାଣ କାର୍ଯ୍ୟକ୍ରମ  ସହରାଞ୍ଚଳରେ 10 ନିୟୁତ ବାସଗୃହ ନିର୍ମାଣ ସକାଶେ ଲକ୍ଷ୍ୟ ରଖାଯାଇଛି । ଏହା ଅନେକଗୁଡ଼ିଏ ରାଷ୍ଟ୍ରଙ୍କ ଆବଶ୍ୟକତାକୁ ଯଦି ଏକତ୍ର ହିସାବ କରାଯାଏ ତେବେ ତାହା ତା’ଠାରୁ ଅଧିକ ହେବ । ତେଣୁ ସେଥିରେ ନୂତନ ପ୍ରଯୁକ୍ତିର ଉପଯୋଗ କରାଯାଇ ଗୃହନିର୍ମାଣ ସେକ୍ଟରକୁ ତ୍ୱରାନ୍ୱିତ କରାଯାଇପାରିବ ଯାହାକି ଭାରତରେ ପ୍ରୟୋଗ କରାଯିବାର ଅନୁକୂଳ ସ୍ଥିତିରେ ରହିଛି ।

ଏଭଳି ବିଶାଳ ମାତ୍ରାର ଆଉ ଏକ ଉଦାହରଣ ହେଲା, ଦେଶର ଅକ୍ଷୟ ଶକ୍ତି ଉତ୍ପାଦନ କାର୍ଯ୍ୟକ୍ରମ । 2022 ମସିହା ସୁଦ୍ଧା ଆମେ ଦେଶରେ 175 ଗିଗାୱାଟ ଅକ୍ଷୟ ଶକ୍ତି ଉତ୍ପାଦନର ଲକ୍ଷ୍ୟ ଧାର୍ଯ୍ୟ କରିଛୁ । ସେଥିପାଇଁ ଆବଶ୍ୟକ ସାଧନ ସୃଷ୍ଟି କରିବା ପ୍ରଥମେ ଆବଶ୍ୟକ । ସେଥି ମଧ୍ୟରୁ 100 ଗିଗାୱାଟର ବିଜୁଳି ଶକ୍ତି କେବଳ ସୌର ରଶ୍ମିରୁ ଉତ୍ପାଦନ କରାଯିବାର ଲକ୍ଷ୍ୟ ରହିଛି । ଏହି ଲକ୍ଷ୍ୟକୁ ଆମେ ଟପିଯିବାର ମଧ୍ୟ ସମ୍ଭାବନା ରହିଛି । 2017 ମସିହାରେ ଆମେ ପାରମ୍ପରିକ ଶକ୍ତି ତୁଳନାରେ ଅକ୍ଷୟ ଶକ୍ତିରେ ଅଧିକ କ୍ଷମତା ସଂଯୋଗ କରିପାରିଛୁ । ଅନ୍ତରାଷ୍ଟ୍ରୀୟ ସୌର ସଂଗଠନ ମାଧ୍ୟମରେ ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଆମେ ଏବେ ବୈଶ୍ୱିକ ସହଯୋଗ ପାଇଁ ହାତ ବଢ଼ାଇଛୁ । ଚଳିତ ବର୍ଷ ପ୍ରାରମ୍ଭରେ ନୂଆଦିଲ୍ଲୀରେ ଏହି ସଂଗଠନର ପ୍ରତିଷ୍ଠା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।  2030 ମସିହା ସୁଦ୍ଧା ଏକ ଟ୍ରିଲିୟନ ଡ଼ଲାର ଏହି କ୍ଷେତ୍ରରେ ନିବେଶ କରାଯାଇ ସୌଶଶକ୍ତି ଉତ୍ପାଦନ ମାତ୍ରାକୁ 1000 ଗିଗାୱାଟରେ ପହଞ୍ଚାଯିବାର ଏକ  ମହତ୍ତ୍ଵାକାଂକ୍ଷୀ ଲକ୍ଷ୍ୟ ରଖାଯାଇଛି ।

ଭାରତ ଏବେ ଇ-ମୋବିଲିଟି ଦିଗରେ ଆଗକୁ ଅଗ୍ରସର ହେବାରେ ଲାଗିଛି । ତେବେ ଆମ ସମ୍ମୁଖରେ ଏଥିପାଇଁ ଯେଉଁ ଚାଲେଞ୍ଜଟି ରହିଛି ତାହା ହେଉଛି ପ୍ରଯୁକ୍ତିର । ବିଶେଷ କରି ଏହାର ଭଣ୍ଡାରକରଣ ପ୍ରସଙ୍ଗକୁ ନେଇ । ଚଳିତ ବର୍ଷ ଏହି ପରିପ୍ରେକ୍ଷୀରେ ଆମେ ମୋବିଲିଟି ଉପରେ ଏକ ବୈଶ୍ୱିକ ସମ୍ମିଳନୀର ଆୟୋଜନ କରୁଛୁ । ମୋର ଆଶା ଯେ ଏହା ଆମକୁ ଆଗକୁ ଅଗ୍ରସର ହେବା ସକାଶେ ପଥ ପ୍ରଦର୍ଶନ କରିବ ।

ବନ୍ଧୁଗଣ,

ଆମେ ଏବେ ଭାରତରେ ସବୁ କ୍ଷେତ୍ରରେ ସଂଯୋଗୀକରଣର ଉନ୍ନତିକରଣ କରୁଛୁ ।  ଭାରତମାଳା ପ୍ରକଳ୍ପ ଆମର ସଡ଼କ ସଂଯୋଗୀକରଣ ସକାଶେ ଉଦ୍ଦିଷ୍ଟ । ଏହା ଜାତୀୟ ରାଜପଥ ଏବଂ କରିଡ଼ୋର ନିର୍ମାଣକୁ ତ୍ୱରାନ୍ୱିତ କରିଛି ।ସାଗରମାଳା ପ୍ରକଳ୍ପରେ ଦେଶର ପ୍ରମୁଖ ବନ୍ଦରଗୁଡ଼ିକୁ ସଡ଼କ ସଂଯୋଗ କରାଯାଉଛି । ଏଥିସହ ବନ୍ଦରଗୁଡ଼ିକର ଆଧୁନିକୀକରଣ ଏବଂ ବନ୍ଦରଭିତ୍ତିକ ଶିଳ୍ପକୁ ତ୍ୱରାନ୍ୱିତ କରାଯାଉଛି । ଏଥିପାଇଁ ସମର୍ପିତ ମାଲ ପରିବହନ କରିଡ଼ରମାନ ନିର୍ମାଣ କରାଯାଉଛି ଯାହାକି ରେଳପଥ ଉପରେ ପଡ଼ୁଥିବା ଚାପକୁ ହ୍ରାସ କରିବ । ସେହିଭଳି ଜଳମାର୍ଗ ବିକାଶ ଯୋଜନା ଜଳ ପରିବହନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବ ଏବଂ ଜାତୀୟ ଜଳମାର୍ଗ ଦେଇ ଆଭ୍ୟନ୍ତରୀଣ ବାଣିଜ୍ୟ କାରବାର ବୃଦ୍ଧିପାଇବ ।  ଆମର ଉଡ଼ାନ ଯୋଜନା କ୍ଷେତ୍ରୀୟ ବିମାନବନ୍ଦରଗୁଡ଼ିକର ବିକାଶ ଦିଗ ସକାଶେ ଉଦ୍ଦିଷ୍ଟ । ଏହା ଦ୍ୱାରା ବିମାନ ସଂଯୋଗୀକରଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ । ଏହି କ୍ଷେତ୍ର ଏବେସୁଦ୍ଧା ବିଶେଷ ଭାବେ ବିକାଶ ଘଟିନାହିଁ ବୋଲି ମୋର ବିଶ୍ୱାସ । ତେଣୁ ଏ ଦିଗରେ ବିଶେଷ ଧ୍ୟାନ ଦିଆଯିବା ଜରୁରି । ସେହିଭଳି ଭାରତର ବିଶାଳ ଉପକୂଳକୁ ଯଦି ଉଚିତ ଭାବେ ଉପଯୋଗ କରାଯାଏ ତେବେ ପରିବହନ ତଥା ମାଲ ପରିବହନ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ।

ଆମେ ଆଜି ଯେତେବେଳେ ପାରମ୍ପରିକ ଭିତ୍ତିଭୂମି କଥା କହୁଛେ,  ମୁଁ ଏଠାରେ ଉଲ୍ଲେଖ କରିବାକୁ ଚାହେଁ ଯେ ଭାରତର କେତେକ ଆଧୁନିକ ଭିତ୍ତିଭୂମି ଏବେ ସୁଚାରୁରୂପେ କାର୍ଯ୍ୟ କରିବା ଆରମ୍ଭ କରିଛି । ଭାରତନେଟ୍‌ ଦେଶର ସର୍ବତ୍ର ଇଣ୍ଟରନେଟ ସେବା ଯୋଗାଣ ସକାଶେ ସମର୍ପିତ । ଭାରତରେ ଏବେ ପ୍ରାୟ 460 ନିୟୁତ ଇଣ୍ଟରନେଟ ସେବା ଉପଭୋକ୍ତା ରହିଛନ୍ତି ଏବଂ 1.2 ବିଲିୟନ ମୋବାଇଲ ଫୋନ ଉପଭୋକ୍ତା ଅଛନ୍ତି । ଆମେ ଏବେ ଡ଼ିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେଉଛୁ । ଆମର ୟୁନାଇଟେଡ଼୍‌ ପେମେଣ୍ଟସ୍‌ ଇଣ୍ଟରଫେସ୍‌ ବ୍ୟବସ୍ଥା ଅଥବା ୟୁପିଆଇ, ଭୀମ୍‌ଆପ୍‌ ଏବଂ ରୁପେ କାର୍ଡ଼ ସହ ମିଶି ଭାରତରେ ଡ଼ିଜିଟାଲ ଅର୍ଥବ୍ୟବସ୍ଥାର ବିକାଶ ଓ କାର୍ଯ୍ୟକାରୀତାର ସଫଳତା ପ୍ରମାଣିତ କରିଛି । ସେହିଭଳି ଉମଙ୍ଗ୍‌ ଆପ୍‌ ମାଧ୍ୟମରେ 100ରୁ ଅଧିକ ଆପ୍‌ ଏବେ ଜନସାଧାରଣଙ୍କୁ ସେବା ଯୋଗାଇ ଦେବା ସକାଶେ ଉପଲବ୍ଧ ଯାହାକି ଲୋକମାନଙ୍କ ମୋବାଇଲ୍‌ ଫୋନରେ ଉପଲବ୍ଧ । ଆମର ଡ଼ିଜିଟାଲ ଇଣ୍ଡିଆ ଅଭିଯାନ ଗ୍ରାମାଞ୍ଚଳ- ସହରାଞ୍ଚଳ କ୍ଷେତ୍ର ମଧ୍ୟରେ ଥିବା ବୈଷମ୍ୟକୁ ଦୂର କରିବା ପାଇଁ ଉଦ୍ଦିଷ୍ଟ ।

କୃଷି ହେଉଛି ଭାରତୀୟ ଅର୍ଥବ୍ୟବସ୍ଥାର ଜୀବନରେଖା । ତେଣୁ ଆମେ ଭଣ୍ଡାରଗୃହ ଏବଂ ଶୀତଳ ଭଣ୍ଡାର ଶୃଙ୍ଖଳ, ଖାଦ୍ୟ ପ୍ରକ୍ରିୟାକରଣ, ଶସ୍ୟ ବୀମା ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟରେ ପୁଂଜି ନିବେଶକୁ ପ୍ରୋତ୍ସାହନ ପ୍ରଦାନ କରିଆସୁଛୁ । ଅଣୁ ଜଳସେଚନ କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ପ୍ରଦାନ କରି ଆମେ ଜଳର ସର୍ବାଧିକ ଉପଯୋଗ ଏବଂ ଅଧିକ ଉତ୍ପାଦିକା ଉପରେ ପ୍ରାଧାନ୍ୟ ଦେଇ ଆସୁଛୁ ।  ତେଣୁ ମୁଁ ଏଆଇଆଇବିକୁ ଆହ୍ୱାନ ଜଣାଇବି ଯେ ଏହି କ୍ଷେତ୍ରରେ ନିବେଶର ପର୍ଯ୍ୟାପ୍ତ ସୁଯୋଗ ଥିବାରୁ ଆମକୁ ଏହି କ୍ଷେତ୍ରରେ ଏହି ଅନୁଷ୍ଠାନ ଅଧିକରୁ ଅଧିକ ମାତ୍ରାରେ ସହଯୋଗ ଯୋଗାଇଦେଉ ।

ଆମେ ଦେଶର ପ୍ରତ୍ୟେକ ଗରିବ ତଥା ବାସହୀନ ଲୋକଙ୍କୁ ଶୌଚାଳୟଯୁକ୍ତ, ପାନୀୟଜଳ ଯୋଗାଣର ବ୍ୟବସ୍ଥା ଥିବା ତଥା ବିଜୁଳିଶକ୍ତି ସଂଯୋଗଯୁକ୍ତ ବାସଗୃହ 2022 ମସିହା ସୁଦ୍ଧା ଯୋଗାଇ ଦେବା ସକାଶେ ପ୍ରତିଶ୍ରୁତିବଦ୍ଧ ।  ସେହିଭଳି ବର୍ଜ୍ୟ ପରିଚାଳନା ସକାଶେ ଆମେ ଏବେ ବିଭିନ୍ନ ଅତ୍ୟାଧୁନିକ କାର୍ଯ୍ୟପନ୍ଥା ଗ୍ରହଣ କରିଛୁ ।

ନିକଟରେ ଆମେ ଆୟୁଷ୍ମାନ ଭାରତ ନାମକ ଏକ ମହାତ୍ୱାକାଂକ୍ଷୀ କାର୍ଯ୍ୟକ୍ରମ ପ୍ରବର୍ତ୍ତନ କରିଛୁ । ଏହା ଆମର ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ଅଭିଯାନ । ଏହା ବାର୍ଷିକ 7000 ଡ଼ଲାର ମୂଲ୍ୟର ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଦେଶର 100ନିୟୁତ ଗରିବ ଏବଂ ଦୁର୍ବଳ ପରିବାରଙ୍କୁ ଯୋଗାଇ ଦିଆଯିବା ସକାଶେ ଉଦ୍ଦିଷ୍ଟ । ଏଭଳି ସ୍ୱାସ୍ଥ୍ୟସେବାର ସଂପ୍ରସାରଣ ଦେଶର ବିପୁଳ ସଂଖ୍ୟକ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏହା ଫଳରେ ଦେଶରେ ଗୁଣାତ୍ମକ ଔଷଧ ଉତ୍ପାଦନ, ଉପଭୁକ୍ତି ସାମଗ୍ରୀ ତଥା ମେଡ଼ିକାଲ ଉପକରଣ ଉତ୍ପାଦନ ହୋଇପାରିବ । ଏହା ଅତିରିକ୍ତ,ଦେଶରେ କଲ୍‌ ସେଣ୍ଟର, ଗବେଷଣା ଏବଂ ମୂଲ୍ୟାୟନ ଓ ଆଇଇସି କାର୍ଯ୍ୟକଳାପ ଭଳି ଆନୁସଙ୍ଗିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଇବ । ଫଳ ସ୍ୱରୂପ ସମଗ୍ର ସ୍ୱାସ୍ଥ୍ୟ ସେବା ଶିଳ୍ପ ପ୍ରୋତ୍ସାହିତ ହେବ ।

ଅଧିକନ୍ତୁ, ସରକାର ଯେତେବେଳେ ସ୍ୱାସ୍ଥ୍ୟସେବା ସୁଫଳ ପାଇଁ ଜନସାଧାରଣଙ୍କୁ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରୁଛନ୍ତି, ସେତେବେଳେ ଲୋକମାନଙ୍କ ପରିବାରରେ ଉପାର୍ଜନ ବୃଦ୍ଧି ପାଇବା ସୁନିଶ୍ଚିତ । ସେମାନଙ୍କର ଅର୍ଜିତ ତଥା ଜମା ଅର୍ଥକୁ ସେମାନେ ଅନ୍ୟ ଉପଭୁକ୍ତି ଅଥବା ନିବେଶ ପାଇଁ ବ୍ୟୟ କରିପାରିବେ । ଗରିବ ପରିବାରଙ୍କ ହାତରେ ଯେତେବେଳେ ଏହି ଖର୍ଚ୍ଚଯୋଗ୍ୟ ଉପାର୍ଜନ ପଡ଼ିବ ସେମାନେ ତାହା ବ୍ୟୟ କରି ଜୀବନଧାରଣ ମାନରେ ଉନ୍ନତି ଆଣି ପାରିବେ ଏବଂ ଏହା ଅର୍ଥବ୍ୟବସ୍ଥା ଉପରେ ସକାରାତ୍ମକ ପ୍ରଭାବ ପକାଇବ । ଏହି କ୍ଷେତ୍ରରେ ନିବେଶକାରୀଙ୍କ ସକାଶେ ଅନାବିଷ୍କୃତ ବ୍ୟାପକ ସୁଯୋଗ ଥିବାର ମୁଁ ଲକ୍ଷ୍ୟ କରିପାରୁଛି ।

ବନ୍ଧୁଗଣ,

ଭାରତର ଆର୍ଥିକ ଉତ୍ଥାନ ଗାଥା ଏସିଆର ଅନ୍ୟାନ୍ୟ ଭାଗର ପରିସ୍ଥିତିକୁ ମଧ୍ୟ ସୂଚୀତ କରେ । ଏବେ, ଏହି ମହାଦେଶ ବିଶ୍ୱ ଅର୍ଥବ୍ୟବସ୍ଥାର ସକଳ କାର୍ଯ୍ୟକଳାପର କେନ୍ଦ୍ରବିନ୍ଦୁ ପାଲଟିଛି । ଏହା ବିଶ୍ୱର ବିକାଶର ଇଞ୍ଜିନ ପାଲଟିଛି । ବସ୍ତୁତଃ, କହିବାକୁ ଗଲେ ଆମେମାନେ ଏବେ ଏକ “ଏସୀୟ ଶତାବ୍ଦୀ”ରେ ବସବାସ କରୁଛୁ ।

ଏହା ସଙ୍ଗେ ସଙ୍ଗେ ଏକ ନୂତନ ଭାରତ ମୁଣ୍ଡ ଟେକୁଛି । ଏହା ଏପରି ଏକ ଭାରତ ଯାହା ଆର୍ଥିକ ସୁଯୋଗର ଖୁଣ୍ଟ ଉପରେ ଦଣ୍ଡାୟମାନ । ଏହା ଯେତିକି ପରିବର୍ତ୍ତନଶୀଳ ସେତିକି ମାତ୍ରାରେ ଡ଼ିଜିଟାଲ ସଂସାଧନଗ୍ରାହୀ । ତେଣୁ ଏଆଇଆଇବି ସହ ଆମେ ଆମର ସମସ୍ତ ବିକାଶ ସହଭାଗୀମାନଙ୍କ ସହ ମିଶି କାର୍ଯ୍ୟକରିବାକୁ ତଥା ଆଗକୁ ଅଗ୍ରସର ହେବାକୁ ଆଗ୍ରହୀ ।

ଶେଷରେ, ମୁଁ ଆଶା କରୁଛି ଯେ ଏହି ଫୋରମରେ ହେବାକୁ ଥିବା ଭାବ ବିନିମୟ ସଫଳ ହେବ ଏବଂ ତାହା ଆମ ସମସ୍ତଙ୍କ ଉନ୍ନତି ଦିଗରେ ସହାୟକ ହେବ ।

ଧନ୍ୟବାଦ ।

 

ଦାନ
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
Want to assure brothers, sisters of Assam they have nothing to worry after CAB: PM Modi

Media Coverage

Want to assure brothers, sisters of Assam they have nothing to worry after CAB: PM Modi
...

Nm on the go

Always be the first to hear from the PM. Get the App Now!
...
Foreign Minister of Maldives, Abdulla Shahid calls on Prime Minister
December 13, 2019
ସେୟାର
 
Comments

Mr. Abdulla Shahid, Foreign Minister of the Republic of Maldives, called on Prime Minister Shri Narendra Modi in New Delhi today. Mr. Abdulla Shahid is on an official visit to India for the 6th India-Maldives Joint Commission Meeting.

Prime Minister conveyed his compliments to FM Shahid on the achievement of the Government led by President Ibrahim Mohamed Solih in its first year. He noted with satisfaction the enhanced level of engagement between India and Maldives and the positive outcomes of bilateral cooperation during the last one year.  He expressed his confidence that the discussions during the 6th JCM would enable both sides to review progress and chart even a more ambitious way forward to further strengthen and deepen the mutually beneficial cooperation between the two countries. Prime Minister Modi reiterated India’s commitment to partner the Government of the Maldives for a strong, democratic, prosperous and peaceful Maldives.

Foreign Minister Shahid thanked PM Modi for his vision and strong leadership in driving the India-Maldives relationship. He expressed his deep appreciation for India’s support in various development cooperation initiatives that are currently being implemented in Maldives. He conveyed the commitment of the leadership of Maldives to its ‘India First’ policy and to further strengthening the relationship with India.