ଭାରତ ଏବେ ଗତିଶୀଳ ରହିଛି :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଆମର ଅର୍ଥବ୍ୟବସ୍ଥା ଗତିଶୀଳ ଅଛି । ଆମେ ବିଶ୍ୱର ବଡ଼ ଅର୍ଥବ୍ୟବସ୍ଥାଗୁଡ଼ିକ ମଧ୍ୟରେ ସବୁଠୁ ଦ୍ରୁତଗତିରେ ବିକଶିତ ହେଉଥିବା ଅର୍ଥବ୍ୟବସ୍ଥା ଅଟୁ :ପ୍ରଧାନମନ୍ତ୍ରୀ
ଆମର ସହର ଏବଂ ନଗର ଗତିଶୀଳ ଅଛନ୍ତି । ଆମେ 100 ସ୍ମାର୍ଟ ସିଟି ନିର୍ମାଣ କରୁଛୁ :ପ୍ରଧାନମନ୍ତ୍ରୀ
ଆମର ଭିତ୍ତିଭୂମି ଗତିଶୀଳ ରହିଛି । ଆମେ ସଡ଼କ, ବିମାନ ବନ୍ଦର, ରେଳ ଲାଇନ ଏବଂ ବନ୍ଦର ନିର୍ମାଣ ଦ୍ରୁତ ଗତିରେ କରୁଛୁ :ପ୍ରଧାନମନ୍ତ୍ରୀ
ଆମର ବସ୍ତୁ ଗତିଶୀଳ ରହିଛି । ବସ୍ତୁ ଏବଂ ସେବା କର ଆମକୁ ଆମ ଯୋଗାଣ ପ୍ରଣାଳୀ ଏବଂ ଭଣ୍ଡାରଗୃହ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବାରେ ସହାୟତ ହୋଇଛି :ପ୍ରଧାନମନ୍ତ୍ରୀ
ଆମର ସଂସ୍କାର ଗତିଶୀଳ ରହିଛି । ଆମେ ଭାରତକୁ ଏପରି ବିକଶିତ କରିଛୁ ଯେଉଁଠି ବ୍ୟବସାୟ କରିବା ସରଳ ହୋଇଛି :ପ୍ରଧାନମନ୍ତ୍ରୀ
ଆମର ଜୀବନ ଗତିଶୀଳ ରହିଛି । ପରିବାରକୁ ଘର, ଶୌଚାଳୟ, ଧୂଆଁମୁକ୍ତ ଗ୍ୟାସ ସିଲିଣ୍ଡର, ବ୍ୟାଙ୍କ ଏକାଉଂଟ ଏବଂ ଋଣ ମିଳୁଛି :ପ୍ରଧାନମନ୍ତ୍ରୀ
ଆମର ଯୁବକମାନେ ଗତିଶୀଳ ରହିଛନ୍ତି । ଆମେ ଅତ୍ୟନ୍ତ ଦ୍ରୁତ ଗତିରେ ଷ୍ଟାର୍ଟଅପ୍ସ ପାଇଁ ବିଶ୍ୱର ରାଜଧାନୀ ଭାବେ ଉଦୀୟମାନ ହେଉଛୁ :ପ୍ରଧାନମନ୍ତ୍ରୀ
ଗତିଶୀଳତା ଅର୍ଥବ୍ୟବସ୍ଥା ଲାଗି ଗୁରୁତ୍ୱପୂର୍ଣ୍ଣ ବାହକ ଅଟେ । ଉନ୍ନତ ଗତିଶୀଳତା ପରିବହନ ଏବଂ ଯାତ୍ରା ଉପରେ ଚାପକୁ ହ୍ରାସ କରିପାରେ ଏବଂ ଅର୍ଥବ୍ୟବସ୍ଥାକୁ ତ୍ୱରାନ୍ୱିତ କରିପାରେ:ପ୍ରଧାନମନ୍ତ୍ରୀ
ଭାରତରେ ମୋବିଲିଟିର ଭବିଷ୍ୟତ ଲାଗି ମୋର ପରିକଳ୍ପନା 7ଟି ସି ଉପରେ ଆଧାରିତ- କମନ, କନେକଟେଡ, କନଭିନିଏଂଟ, କଂଜେସନ ଫ୍ରି, ଚାର୍ଜଡ, କ୍ଲିନ ଏବଂ କଟିଂ-ଏଜ :ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ବିଶ୍ୱ ଗତିଶୀଳତା ଶିଖର ସମ୍ମିଳନୀକୁଉଦ୍ଘାଟନ କରିଥିଲେ  ।

ଶିଖର ସମ୍ମିଳନୀରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅର୍ଥବ୍ୟବସ୍ଥା, ଭିତ୍ତିଭୂମି,ଯୁବଶକ୍ତି ଏବଂ ଅନ୍ୟ ବିଭିନ୍ନ କ୍ଷେତ୍ରରେ  ଭାରତ ଗତିଶୀଳ ହୋଇ ରହିଛି ।

ସେ କହିଥିଲେ ଯେ ଗତିଶୀଳତା ଅର୍ଥବ୍ୟବସ୍ଥାକୁ ଚଳାଇ ରଖିବା ଲାଗି ଏକ ପ୍ରମୁଖ ବାହକ ଅଟେ ଏବଂ ଏହା ଆର୍ଥିକ ବିକାଶକୁ ବଢ଼ାଇପାରିବ ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବ ।

ପ୍ରଧାନମନ୍ତ୍ରୀ 7ଟି ‘ସି’ର ଆଧାରରେ ଭାରତରେ ଗତିଶୀଳତା ପାଇଁ ସଂକଳ୍ପ ବ୍ୟକ୍ତ କରିଥିଲେ । ଏହି 7ଟି ହେଲେ- କମନ(ସାଧାରଣ), କନେକଟେଡ (ସଂଯୁକ୍ତ), କଞ୍ଜେସନ ଫ୍ରି (ବାଧାମୁକ୍ତ),ଚାର୍ଜଡ(ଚାର୍ଜଯୁକ୍ତ), କ୍ଲିନ(ସ୍ୱଚ୍ଛ) ଏବଂ କଟିଙ୍ଗ ଏଜ୍(ଅତ୍ୟାଧୁନିକ) ।

ପ୍ରଧାନମନ୍ତ୍ରୀଙ୍କ ଉଦବୋଧନର ମୂଳପାଠ ନିମ୍ନରେ ଦିଆଗଲା ।

 

ମହାମହିମ,

ସାରା ବିଶ୍ୱରୁ ଆସି ଏଠାରେ ଉପସ୍ଥିତ ହୋଇଥିବା ଗଣମାନ୍ୟ ପ୍ରତିନିଧିମଣ୍ଡଳ,

ଭାଇ ଓ ଭଉଣୀମାନେ

ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ବିଶ୍ୱ ଗତିଶୀଳତା ଶିଖର ସମ୍ମିଳନୀରେ ସ୍ୱାଗତ ଜଣାଉଛି ।

ମୁଭ- ଏହି ଶିଖର ସମ୍ମିଳନୀର ନାମ ଆଜି ଭାରତର ଚିନ୍ତାଧାରାକୁ ବ୍ୟକ୍ତ କରୁଛି । ଏହା ସତ୍ୟ ଯେ ଭାରତ ଏବେ ଗତିଶୀଳ ରହିଛି :

ଆମର ଅର୍ଥବ୍ୟବସ୍ଥା ଗତିଶୀଳ ଅଛି । ଆମେ ବିଶ୍ୱର ବଡ଼ ଅର୍ଥବ୍ୟବସ୍ଥାଗୁଡ଼ିକ ମଧ୍ୟରେ ସବୁଠୁ ଦ୍ରୁତଗତିରେ ବିକଶିତ ହେଉଥିବା ଅର୍ଥବ୍ୟବସ୍ଥା ଅଟୁ ।

ଆମର ସହର ଏବଂ ନଗର ଗତିଶୀଳ ଅଛନ୍ତି । ଆମେ 100 ସ୍ମାର୍ଟ ସିଟି ନିର୍ମାଣ କରୁଛୁ ।

ଆମର ଭିତ୍ତିଭୂମି ଗତିଶୀଳ ରହିଛି । ଆମେ ସଡ଼କ, ବିମାନ ବନ୍ଦର, ରେଳ ଲାଇନ ଏବଂ ବନ୍ଦର ନିର୍ମାଣ ଦ୍ରୁତ ଗତିରେ କରୁଛୁ ।

ଆମର ବସ୍ତୁ ଗତିଶୀଳ ରହିଛି । ବସ୍ତୁ ଏବଂ ସେବା କର ଆମକୁ ଆମ ଯୋଗାଣ ପ୍ରଣାଳୀ ଏବଂ ଭଣ୍ଡାରଗୃହ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବାରେ ସହାୟତ ହୋଇଛି ।

ଆମର ସଂସ୍କାର ଗତିଶୀଳ ରହିଛି । ଆମେ ଭାରତକୁ ଏପରି ବିକଶିତ କରିଛୁ ଯେଉଁଠି ବ୍ୟବସାୟ କରିବା ସରଳ ହୋଇଛି ।

ଆମର ଜୀବନ ଗତିଶୀଳ ରହିଛି । ପରିବାରକୁ ଘର, ଶୌଚାଳୟ, ଧୂଆଁମୁକ୍ତ ଗ୍ୟାସ ସିଲିଣ୍ଡର, ବ୍ୟାଙ୍କଏକାଉଂଟ ଏବଂ ଋଣ ମିଳୁଛି ।

ଆମର ଯୁବକମାନେ ଗତିଶୀଳ ରହିଛନ୍ତି । ଆମେ ଅତ୍ୟନ୍ତ ଦ୍ରୁତ ଗତିରେ ଷ୍ଟାର୍ଟଅପ୍ସ ପାଇଁ ବିଶ୍ୱର ରାଜଧାନୀ ଭାବେ ଉଦୀୟମାନ ହେଉଛୁ । ଭାରତ ଏକ ନୂଆ ଶକ୍ତି, ଲକ୍ଷ୍ୟରେ ଶୀଘ୍ର ପହଁଚିବାର ଇଚ୍ଛା ଏବଂ ଉଦ୍ଦେଶ୍ୟ ସହିତ ଆଗକୁ ବଢ଼ୁଅଛି ।

ବନ୍ଧୁଗଣ,

ଆମ ସମସ୍ତଙ୍କୁ ଜଣା ଅଛି ଯେ ଗତିଶୀଳତା ମାନବର ପ୍ରଗତି ପାଇଁ ଗୁରୁତ୍ୱପୂର୍ଣ୍ଣ ।

ଗତିଶୀଳତା ସମ୍ପର୍କରେ ବିଶ୍ୱ ଆଜି ଏକ ନୂଆ ଆନ୍ଦୋଳନ ଦେଇ ଗତି କରୁଛି । ସେଥିପାଇଁ ଏହା ଜରୁରୀ ଅଟେ ଯେ ଗତିଶୀଳତାକୁ ଏକ ବୃହତ ପରିପ୍ରେକ୍ଷୀରେ ବୁଝାଯିବା ଉଚିତ ।

ଗତିଶୀଳତା ଅର୍ଥବ୍ୟବସ୍ଥା ଲାଗି ଗୁରୁତ୍ୱପୂର୍ଣ୍ଣ ବାହକ ଅଟେ । ଉନ୍ନତ ଗତିଶୀଳତା ପରିବହନ ଏବଂ ଯାତ୍ରା ଉପରେ ଚାପକୁ ହ୍ରାସ କରିପାରେ ଏବଂ ଅର୍ଥବ୍ୟବସ୍ଥାକୁ ତ୍ୱରାନ୍ୱିତ କରିପାରେ । ଏହା ପୂର୍ବରୁ ରୋଜଗାରର ଏକ ବଡ଼ ମାଧ୍ୟମ ହୋଇ ରହିଆସିଛି ଏବଂ ପରବର୍ତ୍ତୀ ପିଢ଼ି ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବ  ।

ଗତିଶୀଳତା ସହରୀକରଣ ପ୍ରକ୍ରିୟାର କେନ୍ଦ୍ରରେ ରହିଛି । ମୋଟରଚାଳିତ ବ୍ୟକ୍ତିଗତ ବାହନକୁ ସବୁବେଳେ ନୂଆ ସଡ଼କ, ଗାଡ଼ି ପାର୍କିଂ ସ୍ଥାନ ଓ ମୌଳିକ ଭିତ୍ତିଭୂମିର ଆବଶ୍ୟକତା ରହିଥାଏ ।

ଗତିଶୀଳତା ‘ଜୀବନକୁ ସରଳ କରିବା ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଅଟେ । ବିଦ୍ୟାଳୟ ଏବଂ କାମ କରିବାକୁ ଯିବା ଲାଗି ଯେଉଁ ସମୟ ଲାଗିଥାଏ, ଟ୍ରାଫିକରେ ଫସିଯିବାର କଷ୍ଟ, ପରିଜନଙ୍କୁ ଭେଟିବା ଏବଂ ସାମଗ୍ରୀ ଯୋଗାଣ ସମୟରେ ଆସୁଥିବା ଖର୍ଚ୍ଚ, ସାଧାରଣ ପରିବହନ ସମ୍ବଳର ସୁଲଭତା, ଯେଉଁ ବାୟୁରେ ଆମର ପିଲାମାନେ ନିଶ୍ୱାସପ୍ରଶ୍ୱାସ ନେଉଛନ୍ତି, ତାର ଗୁଣବତ୍ତା ଏବଂ ଯାତ୍ରା କାଳରେ ସୁରକ୍ଷା ଏସବୁ ଦିଗ ଏକ ପ୍ରକାରରେ ଆମ ସମସ୍ତଙ୍କ ମସ୍ତିଷ୍କରେ ସବୁବେଳେ ରହିଥାଏ ।

ଗତିଶୀଳତା ଆମ ଗ୍ରହର ସଂରକ୍ଷଣ ଦୃଷ୍ଟିରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ । ସାରା ବିଶ୍ୱରେ ନିର୍ଗମନ ହେଉଥିବା ଅଙ୍ଗାରକାମ୍ଳର 20 ପ୍ରତିଶତ ସଡ଼କ ପରିବହନରୁ ହିଁ ସୃଷ୍ଟି ହୋଇଥାଏ । ଯାହାକି ସହରରେ ପ୍ରଦୂଷଣ ଏବଂ ବିଶ୍ୱ ଉତ୍ତାପନ ବୃଦ୍ଧିର ବିପଦ ସୃଷ୍ଟି କରିଥାଏ ।

ବର୍ତ୍ତମାନ ସମୟର ଆହ୍ୱାନ ହେଉଛି ଗତିଶୀଳତାର ଏପରି ଏକ ବାତାବରଣ(ଇକୋ ସିଷ୍ଟମ) ନିର୍ମାଣ କରାଯିବା ଉଚିତ ଯାହାର ପ୍ରକୃତି ସହିତ ସାମଞ୍ଜସ୍ୟ ରହିଥିବ ।

ଜଳବାୟୁ ପରିବର୍ତ୍ତନ ବିରୋଧରେ ଆମ ଲଢ଼େଇର ପରବର୍ତ୍ତୀ ଦିଗ ଗତିଶୀଳତା ହିଁ ଅଟେ । ଉନ୍ନତ ଗତିଶୀଳତା ଉନ୍ନତି ଚାକିରି ଏବଂ ଏକ ଉନ୍ନତ ମୌଳିକ ଭିତ୍ତିଭୂମି ଉପଲବ୍ଧ କରାଇପାରିବ ଏବଂ ଜୀବନର ଗୁଣବତ୍ତାକୁ ସୁଧାରିପାରିବ । ଏହା ଖର୍ଚ୍ଚ କମାଇପାରିବ, ଆର୍ଥିକ ଗତିବିଧିକୁ ବିସ୍ତାର କରିପାରିବ ଏବଂ ପୃଥିବୀର ରକ୍ଷା କରିପାରିବ । ଏହିପରି ଏହା ଜନଜୀବନର କାର୍ଯ୍ୟକଳାପକୁ ବ୍ୟାପକ ଭାବେ ପ୍ରଭାବିତ କରିପାରିବ ।

ଗତିଶୀଳତା, ବିଶେଷ କରି ଗତିଶୀତଳାର ଡିଜିଟାଲକରଣ ବ୍ୟାପକ ପରିବର୍ତ୍ତନ ଆଣିବ । ଏଥିରେ ନୂତନ ଅନୁସନ୍ଧାନ ପାଇଁ ବ୍ୟାପକ ସମ୍ଭାବନା ରହିଛି ଏବଂ ଏହା ଅତ୍ୟଧିକ ଦ୍ରୁତ ଗତିରେ ହେଉଛି ।

ଲୋକମାନେ ପୂର୍ବରୁ ହିଁ ଟ୍ୟାକ୍ସିକୁ ଫୋନ ମାଧ୍ୟମରେ ଡକାଇ ପାରୁଛନ୍ତି, ସହରରେ ସାଇକେଲକୁ ବାଣ୍ଟିପାରୁଛନ୍ତି ଏବଂ ବସ ସ୍ୱଚ୍ଛ ଇନ୍ଧନରେ ଚାଲୁଛି ଓ କାରଗୁଡ଼ିକୁ ବିଦ୍ୟୁତ ଚାଳିତ କାରରେ ବଦଳି ଚାଲିଛି ।

ଭାରତରେ ଆମେ ଗତିଶୀଳତା ଉପରେ ଜୋର ଦେଉଛୁ । ଆମେ ଦୁଇଗୁଣା ଗତିରେ ରାଜପଥ ନିର୍ମାଣ କରୁଛୁ ।

ଆମେ ଆମ ଗ୍ରାମୀଣ ସଡ଼କ ନିର୍ମାଣ କାର୍ଯ୍ୟକ୍ରମରେ ନୂତନ ଉତ୍ସାହ ଭରିଛୁ । ଆମେ ଇନ୍ଧନର କମ ଖର୍ଚ୍ଚ କରୁଥିବା ଏବଂ ସ୍ୱଚ୍ଛ ଇନ୍ଧନବିଶିଷ୍ଟ ବାହନକୁ ପ୍ରୋତ୍ସାହିତ କରୁଛୁ । ଯେଉଁ କ୍ଷେତ୍ରରେ ପର୍ଯ୍ୟାପ୍ତ ସୁବିଧା ନଥିଲା ସେଠାରେ ଶସ୍ତା ବିମାନ ସେବାର ବିକାଶ କରିସାରିଛୁ । ଆମେ ଶତାଧିକ ନୂଆ ଆକାଶପଥର ପରିଚାଳନା ମଧ୍ୟ ଆରମ୍ଭ କରୁଛୁ ।

ପାରମ୍ପରିକ ସମ୍ବଳ ଯେପରିକି ରେଳ ଏବଂ ସଡ଼କ ବ୍ୟତିତ ଆମେ ଜଳ ମାର୍ଗ ଉପରେ ମଧ୍ୟ ଗୁରୁତ୍ୱଦେଉଛୁ ।

ଆମେ ଆମ ସହରରେ ଘର, ବିଦ୍ୟାଳୟ ଏବଂ କାର୍ଯ୍ୟସ୍ଥଳର ଦୂରତାକୁ ଉଚିତ ସ୍ଥାନ ଚୟନ ମାଧ୍ୟମରେ ହ୍ରାସ କରୁଛୁ ।

ଆମେ ତଥ୍ୟ ଆଧାରିତ କାର୍ଯ୍ୟର ମଧ୍ୟ ଆରମ୍ଭ କରିଛୁ ଯେପରିକି ଆଧୁନିକ ଯାତାୟାତ ପରିଚାଳନା ବ୍ୟବସ୍ଥା(ଇଂଟେଲିଜେଂଟ ଟ୍ରାଫିକ ମେନେଜେମେଂଟ ସିଷ୍ଟମ) ।

କିନ୍ତୁ ଆମ ପାଇଁ ପଦଯାତ୍ରୀ ଏବଂ ସାଇକେଲ ଚାଳକମାନଙ୍କୁ ପ୍ରାଥମିକତା ଦେଇ ଏବଂ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରି ସେମାନଙ୍କୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ରହିଛି ।

ବନ୍ଧୁଗଣ,

ଦ୍ରୁତ ଗତିରେ ବଦଳୁଥିବା ଗତିଶୀଳତାର ପରିଦୃଶ୍ୟରେ ଭାରତର କିଛି ଅନ୍ତର୍ନିହିତ ଶକ୍ତି ଏବଂ ତୁଳନାତ୍ମକ ଫାଇଦା ରହିଛି । ଆମର ଆରମ୍ଭ ନୂଆ ଅଟେ ଏବଂ ଆମ ପାଖରେ ଗତିଶୀଳତାର ସେପରି ଏକ ପରମ୍ପରା ମଧ୍ୟ ନାହିଁ, ଯେଉଁଥିରେ ସମ୍ବଳ ପ୍ରତି ଧ୍ୟାନ ଦିଆଯାଇନାହିଁ ।

ଆମ ପାଖରେ ଅନ୍ୟ ବଡ଼ ଅର୍ଥବ୍ୟବସ୍ଥାଗୁଡ଼ିକର ତୁଳନାରେ ଜଣେ ବ୍ୟକ୍ତିଙ୍କ ପିଛା କମ ବାହନ ରହିଛି । ତେଣୁ ଆମେ ସେପରି ଅନ୍ୟ ଅର୍ଥବ୍ୟବସ୍ଥାଗୁଡ଼ିକର ବିଗତ ଅଭିଜ୍ଞତାକୁ କାର୍ଯ୍ୟକାରୀ କରିପାରିବୁ ନାହିଁ ଯେଉଁଗୁଡ଼ିକ ବ୍ୟକ୍ତିଗତ କାର ମାଲିକାନାର ସହାୟତାରେ ନିର୍ମିତ ହୋଇଛି । ଏହି ଶିଖର ସମ୍ମିଳନୀରେ ଆମକୁ ସମ୍ପୂର୍ଣ୍ଣ ନୂଆ ଏବଂ ସମନ୍ୱିତ ପରିବହନ ମିଶ୍ରିତ ନେଟୱାର୍କକୁ ପ୍ରତିଷ୍ଠା କରିବାର ସୁଯୋଗ ମିଳିବ ।

ପ୍ରଯୁକ୍ତି କ୍ଷେତ୍ରରେ, ଆମର କ୍ଷମତା ସୂଚନା ପ୍ରଯୁକ୍ତି, ବଡ଼ ତଥ୍ୟ, ଡିଜିଟାଲ କାରବାର ଏବଂ ଇଂଟରନେଟ ସଂଯୁକ୍ତ ସହଭାଗୀ ଅର୍ଥବ୍ୟବସ୍ଥାରେ ନିହିତ ରହିଛି । ଏହି ତତ୍ତ୍ଵ ମୋବିଲିଟିର ବିଶ୍ୱ ଭବିଷ୍ୟତର ସଂଚାଳକ ଅଟେ ।

ପରିଚୟ ପାଇଁ ଆମର ଅଭିନବ ଯୋଜନା, ଆଧାର ଏବଂ ଭାରତର ଜନସଂଖ୍ୟାକୁ ଡିଜିଟାଲ ଯୁଗରେ ଆଣିବା ଲାଗି ଏକ ସମନ୍ୱିତ ସଫ୍ଟୱେର ମଂଚ ପ୍ରସ୍ତୁତ କରିବାର ମହତ୍ୱାକାଂକ୍ଷୀ ପ୍ରକଳ୍ପ ବିସ୍ତୃତ ସାଧାରଣ ଡିଜିଟାଲ ଭିତ୍ତିଭୂମି ପ୍ରସ୍ତୁତ କରିଛି । ଏହା ଆମର 850 ନିୟୁତ ନାଗରିକମାନଙ୍କୁ ଡିଜିଟାଲ ଭାବେ କ୍ଷମତାସମ୍ପନ୍ନ କରାଇଛି । ଭାରତ ଏହା ଦେଖାଇପାରିବ ଯେ କିପରି ଏହି ଡିଜିଟାଲ ଭିତ୍ତିଭୂମିକୁ ନୂଆ ମୋବିଲିଟି ବିଜନେସ ମଡେଲ ସହିତ ଯୋଡ଼ାଯାଇପାରିବ ।

ନବୀକରଣଯୋଗ୍ୟ ଶକ୍ତି ଉପରେ ଆମର ଗୁରୁତ୍ୱ ଏହା ସୁନିଶ୍ଚିତ କରିବ ଯେ ଇଲେକଟ୍ରିକ ମୋବିଲିଟିର ପରିବେଶ ସଂକ୍ରାନ୍ତ ଲାଭକୁ ସମ୍ପୂର୍ଣ୍ଣ ହାସଲ କରିହେବ  । ଆମେ 2022 ସୁଦ୍ଧା ନବୀକରଣଯୋଗ୍ୟ ସମ୍ବଳରୁ 175 ଗିଗାୱାଟ ଶକ୍ତି ହାସଲ କରିବାର ଯୋଜନା କରିଛୁ । ଆମେ ପୂର୍ବରୁ ହିଁ ବିଶ୍ୱର ପଞ୍ଚମ ସର୍ବବୃହତ ସୌରଶକ୍ତି ଉତ୍ପାଦକ ରାଷ୍ଟ୍ର ହୋଇପାରିଛୁ । ଆମେନବୀକରଣଯୋଗ୍ୟ ଶକ୍ତିର ଷଷ୍ଠ ସର୍ବବୃହତ ଉତ୍ପାଦକ ମଧ୍ୟ ଅଟୁ । ଆମେ ଅନ୍ତର୍ଜାତୀୟ ସୌରସଂଗଠନ ଜରିଆରେ ବିଶ୍ୱସ୍ତରରେ ସୌର ଶକ୍ତିର ପ୍ରସାର ପାଇଁ ଅଗ୍ରଣୀ ଭୂମିକା ଗ୍ରହଣ କରିଛୁ ।

ଆମର ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଉତ୍ପାଦନ ଆଧାର ରହିଛି, ବିଶେଷ କରି ସ୍ୱୟଂଚାଳନ କ୍ଷେତ୍ରରେ ।

ଆମ ପାଖରେ ବୃହତ ସଂଖ୍ୟାରେ ଡିଜିଟାଲ ସାକ୍ଷର ହୋଇଥିବା ଯୁବ ଜନସଂଖ୍ୟା ରହିଛି । ଏହା ଭବିଷ୍ୟତକୁ ସୁଦୃଢ଼ କରିବା ଲାଗି ଲକ୍ଷାଧିକ ଶିକ୍ଷିତ ମସ୍ତିଷ୍କ, କୁଶଳୀ ହାତ ଏବଂ ଆକାଂକ୍ଷାପୂର୍ଣ୍ଣ ସ୍ୱପ୍ନ ପ୍ରଦାନ କରୁଛି ।

ତେଣୁ ମୁଁ ଆଶ୍ୱସ୍ତ ଯେ ଭାରତ ବିଶ୍ୱରେ ଶ୍ରେଷ୍ଠ ସ୍ଥାନରେ ରହିଛି, ଯିଏକି “ମୋବିଲିଟି ଅର୍ଥବ୍ୟବସ୍ଥା”ର ପ୍ରଥମ ପ୍ରବର୍ତ୍ତକ ହେବ ।

ଭାରତରେ ମୋବିଲିଟିର ଭବିଷ୍ୟତ ଲାଗି ମୋର ପରିକଳ୍ପନା 7ଟି ସି ଉପରେ ଆଧାରିତ- କମନ,କନେକଟେଡ, କନଭିନିଏଂଟ, କଂଜେସନ ଫ୍ରି, ଚାର୍ଜଡ, କ୍ଲିନ ଏବଂ କଟିଂ-ଏଜ ।

1. କମନ : ସାଧାରଣ ପରିବହନ ଆମ ମୋବିଲିଟି ପ୍ରୟାସର ଆଧାର ହେବା ଆବଶ୍ୟକ । ଡିଜିଟାଲାଇଜେସନ ଦ୍ୱାରା ପ୍ରସ୍ତୁ ନୂଆ ବିଜନେସ ମଡେଲ ବର୍ତ୍ତମାନ ପୁଣିଥରେ ନୂଆ ଉଦାହରଣ ପ୍ରସ୍ତୁତ କରୁଛି । ବଡ଼ ତଥ୍ୟ ସହାୟତାରେ ଆମ ନିଜ ପ୍ୟାଟର୍ଣ୍ଣ ଏବଂ ଆବଶ୍ୟକତାକୁ ଉନ୍ନତ ଢଙ୍ଗରେ ବୁଝିପାରି ସ୍ମାର୍ଟ ନିଷ୍ପତ୍ତି ନେବାରେ ସକ୍ଷମ ଅଟୁ ।

ଆମର ଧ୍ୟାନ କାର ଠାରୁ ଆଗରେ ଅନ୍ୟ ବାହନ ଯେପରିକି ସ୍କୁଟର ଏବଂ ରିକ୍ସା ଆଡ଼କୁ କେନ୍ଦ୍ରିତ ହେବା ଉଚିତ । ବିକାଶଶୀଳ ଦେଶରେ ବୃହତ ଜନସଂଖ୍ୟା ଯାତାୟାତ ଲାଗି ଏସବୁ ବାହନ ଉପରେ ନିର୍ଭର କରିଥାଏ ।

2. କନେକଟେଡ : ମୋବିଲିଟିରେ ଭୌଗଳିକ ଦୃଷ୍ଟି ସହିତ ପରିବହନର ପ୍ରଣାଳୀକୁ ମଧ୍ୟ ଯୋଡ଼ିବା ସାମିଲ ରହିଛି । ଇଂଟରନେଟ ଚାଳିତ ସହଭାଗୀ ଅର୍ଥବ୍ୟବସ୍ଥା ମୋବିଲିଟିର ଆଧା ରୂପରେ ଉଭା ହେଉଛି ।

ଆମକୁ ଘରୋଇ ବାହନଗୁଡ଼ିକର ଉପଯୋଗରେ ସୁଧାର ଆଣିବା ଲାଗି ଯାନବାହନଗୁଡ଼ିକର ପୁଲିଂ ଏବଂ ଅନ୍ୟ ନବୀନ ପ୍ରଯୁକ୍ତି ସମାଧାନର ସମ୍ପୂର୍ଣ୍ଣ ସମ୍ଭାବନାକୁ ମଧ୍ୟ ଦେଖିବାକୁ ହେବ । ଗ୍ରାମାଂଚଳର ଲୋକମାନେ ସହର ଏବଂ ଦ୍ରୁତ ଗତିରେ ନିଜ ଉତ୍ପାଦ ସହରକୁ ଆଣିବା ଲାଗି ଯେପରି ସକ୍ଷମ ହୋଇପାରିବେ ।

3. କନଭିନିଏଂଟ : ମୋବିଲିଟିର ଅର୍ଥ ହେଉଛି ସୁରକ୍ଷିତ, ଶସ୍ତା ଏବଂ ସମାଜର ସବୁ ବର୍ଗଙ୍କ ପାଇଁ ସୁଗମ୍ୟ ଓ ସୁବିଧାଯୁକ୍ତ । ଏଥିରେ ବରିଷ୍ଠ ନାଗରିକ, ମହିଳା ଏବଂ ଦିବ୍ୟାଙ୍ଗ ବ୍ୟକ୍ତି ସାମିଲ ଅଛନ୍ତି । ଆମକୁ ଏହା ସୁନିଶ୍ଚିତ କରିବାର ଆବଶ୍ୟକତା ରହିଛି ଯେ ଘରୋଇ ବାହନରେ ଯାତ୍ରା କରିବା ପରିବର୍ତ୍ତେ ସାର୍ବଜନୀନ ପରିବହନକୁ ପ୍ରାଥମିକତା ଦିଆଯାଉ ।

4. କଞ୍ଜେସନ ଫ୍ରି : ମୋବିଲିଟିର ଭିଡ଼ କାରଣରୁ ଆର୍ଥିକ ଏବଂ ପରିବେଶ ସଂକ୍ରାନ୍ତ ଖର୍ଚ୍ଚ ଉପରେ ଅଂକୁଶ ଲଗାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ତେଣୁ ନେଟୱାର୍କର ଅଭାବକୁ ଶେଷ କରିବା ଉପରେ ଜୋର ଦିଆଯିବା ଆବଶ୍ୟକ । ଏହାଦ୍ୱାରା ଟ୍ରାଫିକ ଜାମ କମ ହେବ ଏବଂ ଲୋକମାନଙ୍କୁ ଯାତ୍ରା କାଳରେ ହେଉଥିବା ଚାପ ମଧ୍ୟ ଦୂର ହେବ । ଏହାଦ୍ୱରା ପରିବହନ ବ୍ୟବସ୍ଥା ଏବଂ ମାଲ ନେବା ଆଣିବାରେ ଅଧିକ ଗତି ଆସିବ ।

5. ଚାର୍ଜଡ ମୋବିଲିଟି ଆଗକୁ ବଢ଼ିବାର ରାସ୍ତା ଅଟେ । ଆମେ ବ୍ୟାଟେରି ଠାରୁ ଆରମ୍ଭ କରି ସ୍ମାର୍ଟ ଚାର୍ଜିଂ ଏବଂ ଇଲେକଟ୍ରିକ ବାହନ ନିର୍ମାଣର ମୂଲ୍ୟ ଶୃଙ୍ଖଳାରେ ନିବେଶ କରିବାକୁ  ଚାହୁଁଛୁ । ଭାରତରେ ବଡ଼ ବ୍ୟବସାୟୀମାନେ ଏବେ ବ୍ୟାଟେରୀ ଟେକନୋଲଜି ବିକଶିତ କରିବାକୁ ବେସ ଆଗ୍ରହ ଦେଖାଉଛନ୍ତି ।

ଭାରତୀୟ ମହାକାଶ ଗବେଷଣା ସଂଗଠନ ମହାକାଶରେ ଉପଗ୍ରହ ପରିଚାଳନା ଲାଗି ଉନ୍ନତ ବ୍ୟାଟେରୀ ପ୍ରଣାଳୀର ଉପଯୋଗ କରୁଛି । ଅନ୍ୟ ସଂସ୍ଥାନ ଇଲେକଟ୍ରିକ କାର ଲାଗି କମ ଖର୍ଚ୍ଚ ଏବଂ ସକ୍ଷମ ବ୍ୟାଟେରୀ ପ୍ରଣାଳୀ ବିକାଶିତ କରିବା ଲାଗି ଇସ୍ରୋ ସହ ସହଭାଗୀ ହୋଇପାରିବେ । ଭାରତଏବେ ଇଲେକଟ୍ରିକ ବାହନ ନିର୍ମାଣରେ ଅଗ୍ରଣୀ ଶକ୍ତି ଭାବେ ଉଭା ହେବାକୁ ଚାହୁଁଛି ।

ସ୍ୱଚ୍ଛ ଶକ୍ତି ଆଧାରିତ ସ୍ୱଚ୍ଛ ମୋବିଲିଟି  ଜଳବାୟୁ ପରିବର୍ତ୍ତନ ବିରୋଧରେ ଆମ ଲଢ଼େଇରେ ସର୍ବାଧିକ ଶକ୍ତିଶାଳୀ ଅସ୍ତ୍ର ଅଟେ । ଏହାର ଅର୍ଥ ହେଉଛି ଯେ ପ୍ରଦୂଷଣ ମୁକ୍ତ ସ୍ୱଚ୍ଛ ପରିବେଶ କାରଣରୁ ବାୟୁ ସ୍ୱଚ୍ଛ ହୋଇଥାଏ ଏବଂ ଏହା ଆମର ଲୋକମାନଙ୍କୁ ଉନ୍ନତ ଜୀବନ ମାନକ ପ୍ରଦାନ କରିଥାଏ ।

ଆମକୁ ‘କ୍ଲିନ କିଲୋମିଟର୍ସ’ର ବିଚାର ଆପଣାଇବାକୁ ହେବ । ଏହା ଜୈବ ଇନ୍ଧନ ଇଲେକଟ୍ରିକ କିମ୍ବା ସୌର ଚାର୍ଜିଂ ଦ୍ୱାରା ହାସଲ କରାଯାଇପାରିବ । ଇଲେକଟ୍ରିକ ବାହନ ବିଶେଷ କରି ନବୀକରଣଯୋଗ୍ୟ ଶକ୍ତିରେ ଆମ ନିବେଶର ପରିପୂରକ ହୋଇପାରିବ ।

ଏଥିରେ ଯାହା ଆବଶ୍ୟକ ଆମେ କରିବୁ, କାରଣ ଏହି ପରମ୍ପରା ପ୍ରତି ଆମର ବଚନବଦ୍ଧତା ରହିଛି ଏବଂ ଆଗାମୀ ପିଢ଼ି ପାଇଁ ଆମର ପ୍ରତିଶ୍ରୁତି ।

7 :  କଟିଂ-ଏଜ : ଏହା ହେଉଛି ଇଂଟରନେଟର ପ୍ରାରମ୍ଭିକ ଦିନଗୁଡ଼ିକ ଭଳି । ଏହା କଟିଂ ଏଜ ଅଟେ । ଗତ ସପ୍ତାହରେ ‘ମୁଭ ହ୍ୟାକ’ ଏବଂ ‘ପିଚ ଟୁ ମୁଭ’ ଭଳି ଆୟୋଜନ ଦେଖାଇଥାଏ ଯେ ପରିକି ଆପଣଙ୍କ ମସ୍ତିଷ୍କ ସୃଜନାତ୍ମକ ସମାଧାନ ସହିତ ଆଗକୁ ବଢ଼ୁଅଛି ।

ମୋବିଲିଟି କ୍ଷେତ୍ରରେ ଉଦ୍ଭାବନ ପାଇଁ ଅପାର ସମ୍ଭାବନା ରହିଛି ଏଥିପ୍ରତି ଉଦ୍ୟୋଗୀମାନେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଏହା ସେହି କ୍ଷେତ୍ର, ଯେଉଁଠି ଉଦ୍ଭାବନ ଜନକଲ୍ୟାଣ ପାଇଁ ସମସ୍ୟାଗୁଡ଼ିକର ସମାଧାନରେ ସହାୟତା କରିପାରିବ ।

ବନ୍ଧୁଗଣ,

ମୋର ବିଶ୍ୱାସ ଯେ ‘ମୋବିଲିଟି ବିପ୍ଲବ’ ଆମର ବୃଦ୍ଧି ଏବଂ ବିକାଶରେ ସହାୟକ ଅଟେ  ।  ଯେତେବେଳେ ଭାରତ ମୋବିଲିଟିକୁ ପରିବର୍ତ୍ତିତ ହୋଇଥାଏ, ତ’ ଏହାର ଲାଭ ମାନବଜାତିର ପଞ୍ଚମଭାଗକୁ ମିଳିଥାଏ । ଏହା ଅନ୍ୟମାନଙ୍କ ପାଇଁ ଦୋହରାଇବା ଭଳି ସଫଳତାର କାହାଣୀ ଅଟେ ।

ଆସନ୍ତୁ, ଆମେ ଏକ ପ୍ରୟାସ ଆରମ୍ଭ କରିବା ଯାହାକୁ ସାରା ବିଶ୍ୱ ଗ୍ରହଣ କରିବ ।

ଶେଷରେ ମୁଁ ଭାରତର ଯୁବକମାନଙ୍କୁ ନିବେଦନ କରିବି ।

ମୋର ଯୁବ, ସକ୍ରିୟ ବନ୍ଧୁ ଉଦ୍ଭାବନର ଏହି ନବଯୁଗର ନେତୃତ୍ୱ ନେବା ଲାଗି ଆପଣମାନଙ୍କ ପାଖରେ ସୁଯୋଗ ରହିଛି । ଏହା ଭବିଷ୍ୟତ ଅଟେ । ଏହା ଏପରି କ୍ଷେତ୍ର, ଯେଉଁଥିରେ ଡାକ୍ତରଙ୍କ ଠାରୁ ଆରମ୍ଭ କରି ଇଞ୍ଜିନିୟର ଏବଂ ମେକାନିକଙ୍କ ପର୍ଯ୍ୟନ୍ତ ସମସ୍ତେ ସମାବିଷ୍ଟ ହୋଇପାରିବେ । ଆମେ ଏହି କ୍ରାନ୍ତିକୁ ଶୀଘ୍ର ଆପଣେଇ ନେବା ଉଚିତ ଏବଂ ନିଜ ଶକ୍ତିର ଲାଭ ଉଠାଇ ନିଜର ତଥା ଅନ୍ୟମାନଙ୍କ ପାଇଁ ମୋବିଲିଟି ଉଦ୍ଭାବନ ପ୍ରଣାଳୀର ନେତୃତ୍ୱ ନେବା ଉଚିତ ।

ଆଜି ଏଠାରେ ଏକତ୍ରିତ ପ୍ରତିଭା ଏବଂ ପ୍ରଯୁକ୍ତି ନିକଟରେ ଭାରତ ଏବଂ ବିଶ୍ୱ ପାଇଁ ପରିବର୍ତ୍ତନକାରୀ ମୋବିଲିଟି ପ୍ରସ୍ତୁତ କରିବାର କ୍ଷମତା ରହିଛି । ଏହି ପରିବର୍ତ୍ତନ “ବିଶ୍ୱ ପାଇଁ ଚିନ୍ତା, ଏବଂ ଅନ୍ୟମାନଙ୍କ ସହ ବାଂଟିବା’ର ବିଚାର ଉପରେ ଆଧାରିତ ହେବ ।

ଆମ ପ୍ରାଚୀନ ଗ୍ରନ୍ଥରେ ଉଲ୍ଲେଖ ରହିଛି :

ଓଁ ସହ ନାଭବତୁ

ସହ ନୌ ଭୁନକ୍ତୁ

ସହ ବୀର୍ଯ୍ୟ କରୱାୱହୈ

ତେଜସ୍ୱୀ ନା ବଧୀନମସ୍ତୁ ମା ବିଦ୍ୱିଷାୱହୈ

 

ଯାହାର ଅର୍ଥ ହେଉଛି :

ଆମେ ସମସ୍ତେ ସୁରକ୍ଷିତ ରହୁ

ଆମେ ସମସ୍ତେ  ପୋଷଣୀୟ ରହୁ

ଆମେ ସମସ୍ତେ ସମ୍ପୂର୍ଣ୍ଣ ଶକ୍ତି ସହିତ କାର୍ଯ୍ୟ କରିପାରୁ

ଆମ ସମସ୍ତଙ୍କ ବୁଦ୍ଧି ପ୍ରଖର ହେଉ

 

ବନ୍ଧୁଗଣ,

ମୁଁ ଆଶାବାଦୀ ଯେ ଆମେ ଏକ ସଙ୍ଗେ କ’ଣ କରିପାରିବା ।

ଏହି ଶିଖର ସମ୍ମିଳନୀ କେବଳ ଆରମ୍ଭ ଅଟେ, ଆସନ୍ତୁ ଆମେ ସମସ୍ତେ ଆଗକୁ ବଢ଼ିବା  ।

ଧନ୍ୟବାଦ,

ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Safran’s Hyderabad engine MRO starts operations, targets 300 LEAP engines annually

Media Coverage

Safran’s Hyderabad engine MRO starts operations, targets 300 LEAP engines annually
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Unnati Sharma on winning Bronze in Women’s 63 kg Judo
August 02, 2026

The Prime Minister, Shri Narendra Modi, has congratulated Unnati Sharma on winning the Bronze medal in the Women’s 63 kg Judo category at the Commonwealth Games 2026.

The Prime Minister said that Unnati Sharma’s commitment and determination were clearly visible throughout the competition.

Shri Modi wished her continued success in all her future endeavours.

The Prime Minister wrote on X;

“More glory for India in Judo!

Congratulations to Unnati Sharma for winning the Bronze Medal in the Women's 63 kg category at the Commonwealth Games 2026. Her commitment and determination were clearly visible during the games. May she keep excelling in all her forthcoming endeavours.

#CWG2026”