There is new energy and vibrancy in India's development journey: PM Modi
In Gujarat, there is a constant effort to ensure adequate water reaches every part of the state: PM Modi
Medical colleges and hospitals are coming up across Gujarat, not only helping patients but also those who want to study medicine: PM
The Government of India has started Jan Aushadhi stores, which is reducing the prices of medicines: PM Modi
The importance to cleanliness is important because a Clean India ensures people do not suffer from diseases: PM Modi
The health sector requires good doctors, paramedical staff. We also want medical instruments to be made in India: Prime Minister
Pradhan Mantri Jan Arogya Yojana- Ayushman Bharat will transform the health sector and ensure the poor get top class healthcare and that too at affordable prices: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜୁନାଗଡ଼ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ କରିଥିଲେ । ଏଥିମଧ୍ୟରେ ରହିଛି ଏକ ସରକାରୀ ସାଧାରଣ ଡାକ୍ତରଖାନା, ଏକ ଦୁଗ୍ଧ ପ୍ରକ୍ରିୟାକରଣ କାରଖାନା ଏବଂ ଜୁନାଗଡ଼ କୃଷି ବିଶ୍ୱବିଦ୍ୟାଳୟର କେତୋଟି ଅଟ୍ଟାଳିକା ।

ଏହି ଅବସରରେ ଆୟୋଜିତ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, 500 କୋଟି ଟଙ୍କାରୁ ଅଧିକ ବ୍ୟୟରେ 9ଟି ଉପକ୍ରମର ଲୋକାର୍ପଣ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ସେ କହିଥିଲେ ଯେ ଭାରତର ବିକାଶ ଯାତ୍ରାରେ ଏକ ନୂତନ ଶକ୍ତି ଏବଂ ଚମକ ଦେଖା ଦେଉଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗୁଜରାଟରେ ଏହା ସୁନିଶ୍ଚିତ କରାଯିବା ଲାଗି ଲଗାତାର ପ୍ରୟାସ କରାଯାଉଛି ଯେ ରାଜ୍ୟର ପ୍ରତ୍ୟେକ ଭାଗ ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ପରିମାଣର ପାଣି ଯେପରି ପହଁଚିବ । ଆମେ ଜଳ ସଂରକ୍ଷଣ ଦିଗରେ ମଧ୍ୟ କାର୍ଯ୍ୟ କରୁଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ସେ କହିଥିଲେ ଯେ, ଗୁଜରାଟରେ ମେଡ଼ିକାଲ କଲେଜ ଏବଂ ହସପିଟାଲ ନିର୍ମାଣ କରାଯାଉଛି । ଏହାଦ୍ୱାରା କେବଳ ରୋଗୀ ଉପକୃତ ହେବେ ନାହିଁ ବରଂ ସେମାନଙ୍କୁ ମଧ୍ୟ ଲାଭ ମିଳିବ ଯେଉଁମାନେ ଡାକ୍ତରୀ ପଢ଼ିବା ଲାଗି ଚାହୁଁଛନ୍ତି । ସେ ଜନ ଔଷଧି ଯୋଜନା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ, ଯାହା ଅଧୀନରେ ଜନ ଔଷଧି କେନ୍ଦ୍ର ଖୋଲାଯାଉଛି ଏବଂ ଔଷଧ ଦର ହ୍ରାସ ପାଇଛି । ସେ କହିଥିଲେ ଯେ ଗରିବ ଏବଂ ମଧ୍ୟବିତ୍ତବର୍ଗଙ୍କୁ ଶସ୍ତାରେ ଔଷଧ ଯୋଗାଇଦେବା ଗୁରୁତ୍ୱପୂର୍ଣ୍ଣ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସ୍ୱଚ୍ଛତା ଉପରେ ସରକାର ଗୁରୁତ୍ୱ ଦେଇଥିବାରୁ ଚାରିଆଡ଼ୁ ପ୍ରଶଂସା ମିଳୁଛି । ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବା ଜରୁରୀ କାରଣ ସ୍ୱଚ୍ଛ ଭାରତ ଦ୍ୱାରା ଲୋକମାନେ ନିରୋଗ ରହିବା ସୁନିଶ୍ଚିତ ହୋଇପାରିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସ୍ୱାସ୍ଥ୍ୟ କ୍ଷେତ୍ରରେ ଭଲ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କର ଆବଶ୍ୟକତା ରହିଛି । ଆମେ ଚାହୁଁଛୁ ଯେ ଚିକିତ୍ସା ଉପକରଣ ଦେଶରେ ହିଁ ନିର୍ମାଣ କରାଯାଉ । ସେ କହିଥିଲେ ଯେ ଡାକ୍ତରମାନେ ବିଶ୍ୱସ୍ତରୀୟ ପ୍ରଯୁକ୍ତିର ଅଗ୍ରଗତି ସହିତ ପାଦ କୁ ପାଦ ମିଳାଇ ଚାଲିବା ଆବଶ୍ୟକ ।

ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା-ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବ ଏବଂ ଏହା ଗରିବ ଲୋକମାନଙ୍କ ପାଇଁ ଶସ୍ତା ଦରରେ ଉଚ୍ଚ ମାନର ସ୍ୱାସ୍ଥ୍ୟ ସେବା ସୁବିଧା ସୁନିଶ୍ଚିତ କରିପାରିବ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Womaniya' initiative of GeM, sees 27.6% growth, Rs 28,000 crore contracts awarded to women MSEs

Media Coverage

Womaniya' initiative of GeM, sees 27.6% growth, Rs 28,000 crore contracts awarded to women MSEs
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles loss of lives in a mishap in Katihar, Bihar
April 11, 2026
PM announces ex-gratia from PMNRF

Prime Minister Shri Narendra Modi today expressed profound grief over the tragic mishap in Katihar, Bihar, describing the incident as extremely painful.

The Prime Minister extended his heartfelt condolences to the families who have lost their loved ones and prayed for the earliest recovery of those who sustained injuries. Shri Modi further announced an ex-gratia of Rs. 2 lakh from the Prime Minister’s National Relief Fund (PMNRF) for the next of kin of each deceased, noting that Rs. 50,000 would be provided to those injured in the accident.

The Prime Minister wrote on X:

"The mishap in Katihar, Bihar, is extremely painful. Condolences to those who have lost their loved ones. May the injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000."