Launch of key metro projects in Mumbai will greatly enhance ‘Ease of Living’ for people: PM Modi
I urge all Mumbaikars to reduce single-use plastics from their lives and ensure that we eliminate plastic pollution as much as we can: Prime Minister Modi
With several metro projects being developed, mobility will significantly improve in Mumbai while also reducing congestion and pollution from its roads: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମୁମ୍ବାଇ ଇନ ମିନିଟ୍ସ ପରିକଳ୍ପନା ଅନୁରୂପ ଆଜି ବିଭିନ୍ନ ମୁମ୍ବାଇ ମେଟ୍ରୋ ପରିଯୋଜନାର ଉଦଘାଟନ କରିଥିଲେ ଏବଂ ଆଧାରଶୀଳା ରଖିଥିଲେ । ଏହି ପରିଯୋଜନା ଫଳରେ ସହରରେ ମେଟ୍ରୋ ମୌଳିକ ଢ଼ାଂଚାକୁ ପ୍ରୋତ୍ସାହନ ମିଳିବ ଏବଂ ପ୍ରତ୍ୟେକ ମୁମ୍ବାଇବାସୀଙ୍କ ପାଇଁ ସୁରକ୍ଷିତ, ଦ୍ରୂତ ଓ ଉନ୍ନତ ଯାତାୟତର ସାଧନ ଉପଲବ୍ଧ ହେବ ।

ମୁମ୍ବାଇ ବାସୀଙ୍କ ଭାବନାକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ ଯେ, ଲୋକମାନ୍ୟ ତିଳକଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଗଣେଶ ଉତ୍ସବ ଆଜି ସମଗ୍ର ଭାରତ ଓ ବିଦେଶରେ ମଧ୍ୟ ଲୋକପ୍ରିୟ ହୋଇଛି ।

ଇସ୍ରୋ ଓ ଏହାର ବୈଜ୍ଞାନିକ ଦଳର ଦୃଢ଼ ସଂକଳ୍ପ ସମ୍ବନ୍ଧରେ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଲେ, “ଲକ୍ଷ୍ୟ ପ୍ରାପ୍ତ ପାଇଁ ଉଦ୍ୟମ କରୁଥିବା ବ୍ୟକ୍ତି ତିନି ପ୍ରକାରର ହୋଇଥା’ନ୍ତି । ପ୍ରଥମରେ ଯିଏ ଅସଫଳତା ଡରରେ କାର୍ଯ୍ୟ କରନ୍ତି ନାହିଁ, ଦ୍ୱିତୀୟରେ ଯେଉଁମାନେ କାର୍ଯ୍ୟ ଆରମ୍ଭ କରନ୍ତି ମାତ୍ର ଆହ୍ୱାନ ଗୁଡିକର ସାମନା କରିବା ସମୟରେ ଦୂରକୁ ହଟିଯାଆନ୍ତି ଏବଂ ତୃତୀୟରେ ଯେଉଁମାନେ ବଡ ଆହ୍ୱାନ ସତ୍ୱେ ନିରନ୍ତର ପ୍ରୟାସ କରନ୍ତି । ଇସ୍ରୋ ଓ ଏଥିସହିତ ଜଡିତ ଲୋକ ହେଉଛନ୍ତି ତୃତୀୟ ଶ୍ରେଣୀର, ସେମାନେ ମିଶନ ପୁରା ହେବା ପୂର୍ବରୁ ଅଟକି ଯାଆନ୍ତି ନାହିଁ, ଥକନ୍ତି ନାହିଁ କିମ୍ବା ବିଶ୍ରାମ କରନ୍ତି ନାହିଁ ।

ଯଦିଓ ମିଶନ ଚନ୍ଦ୍ରଯାନ-2ରେ ଆମକୁ ଆହ୍ୱାନର ସାମନା କରିବାକୁ ପଡିଛି, ମାତ୍ର ଆମ ବୈଜ୍ଞାନିକ ଲକ୍ଷ୍ୟ ହାସଲ କରିବା ପୂର୍ବରୁ ଅଟକିବେ ନାହିଁ । ଚନ୍ଦ୍ରକୁ ଜିତିବାର ଲକ୍ଷ୍ୟ ନିଶ୍ଚିତ ଭାବେ ପୁରଣ ହେବ । ଏହା ଏକ ଐତିହାସିକ ଉପଲବ୍ଧ ଯେ ଆର୍ବିଟରକୁ ଚନ୍ଦ୍ର କକ୍ଷରେ ସଫଳତାପୂର୍ବକ ସ୍ଥାପିତ କରାଯାଇ ସାରିଛି ।”

ପ୍ରଧାନମନ୍ତ୍ରୀ କହିଲେ କି ଆଜି ମୁମ୍ବାଇରେ 20,000 କୋଟି ଟଙ୍କାର ପରିଯୋଜନାର ଶୁଭାରମ୍ଭ ହୋଇଛି ଯେତବେଳେ କି ମୁମ୍ବାଇ ମେଟ୍ରୋରେ ପୂର୍ବରୁ 1.5 ଲକ୍ଷ କୋଟି ଟଙ୍କା ନିବେଶ କରାଯାଇ ସାରିଛି । ସେ କହିଲେ ଯେ ନୂତନ ମେଟ୍ରୋ ଲାଇନ, ମେଟ୍ରୋ ଭବନ ଏବଂ ମେଟ୍ରୋ ଷ୍ଟେସନରେ ନୂତନ ସୁବିଧା ମୁମ୍ବାଇକୁ ଏକ ନୂତନ ଦିଗ ଦେବ ଏବଂ ମୁମ୍ବାଇବାସୀଙ୍କ ପାଇଁ ଜୀବନ ସହଜ କରିବ । ସେ କହିଲେ, “ବାନ୍ଦ୍ରା ଓ ଏକ୍ସପ୍ରେସୱେ ମଧ୍ୟରେ ସମ୍ପର୍କ ଫଳରେ ପେଶାଦାରମାନଙ୍କ ପାଇଁ ଜୀବନ ସହଜ ହେବ । ଏହି ପରିଯୋଜନା ଫଳରେ ମୁମ୍ବାଇ ପର୍ଯ୍ୟନ୍ତ ଅଳ୍ପ କେତେ ମିନିଟରେ ପହଂଚିହେବ ।” ସେ ମୌଳିକ ଢ଼ାଂଚା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଉଥିବା ପରିବର୍ତ୍ତନକୁ ପ୍ରଶଂସା କରିଥିଲେ ।

ଭାରତ 5 ଟ୍ରିଲିଅନ ଡଲାର ଅର୍ଥବ୍ୟବସ୍ଥାରେ ପରିଣତ ହେବା ଲକ୍ଷ୍ୟ ଦିଗରେ ଅଗ୍ରସର ହେଉଛି । ଏଥିସହିତ ଆମ ସହର ମଧ୍ୟ ଏକବିଂଶ ଶତାବ୍ଦୀର ସହର ହେବା ଆବଶ୍ୟକ । ଏହି ଲକ୍ଷ୍ୟର ଅନୁରୂପ ସରକାର ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଆଧୁନିକ ମୌଳିକ ଢ଼ାଂଚାର ନିର୍ମାଣ ଉପରେ 100 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଯାହାଫଳରେ କି ମୁମ୍ବାଇ ଏବଂ ଅନ୍ୟ ସହରମାନଙ୍କୁ ଲାଭ ମିଳିବ । ପ୍ରଧାନମନ୍ତ୍ରୀ ଭବିଷ୍ୟତ ପାଇଁ ପ୍ରସ୍ତୁତ ମୌଳିକ ଢ଼ାଂଚାର ମହତ୍ୱ ଉପରେ ଆଲୋକପାତ କରି କହିଲେ ଯେ ସହରକୁ ବିକଶିତ କରିବା ସମୟରେ ସମ୍ପର୍କ, ଉତ୍ପାଦକତା, ସ୍ଥାୟୀତ୍ୱ ଓ ସୁରକ୍ଷା ସମ୍ବନ୍ଧରେ ବିଚାର କରିବାର ଆବଶ୍ୟକତା ରହିଛି ।

ପରିବହନକୁ ସହଜ କରିବା ପାଇଁ ସରକାର ଏକୀକୃତ ପରିବହନ ପ୍ରଣାଳୀ ନିର୍ମାଣ କରିବା ପାଇଁ ପ୍ରୟାସରତ ଅଛନ୍ତି । ମୁମ୍ବାଇ ମହାନଗରୀ ଅଂଚଳର ଉନ୍ନତ ମୌଳିକ ଢ଼ାଂଚା ଉପଲବ୍ଧ କରାଇବା ପାଇଁ ଏକ ଦୃଷ୍ଟି ପତ୍ର ଜାରି କରାଯାଇଛି । ଏହି ଦସ୍ତାବିଜରେ କୁହାଯାଇଛି କି ପରିବହନର ବିଭିନ୍ନ ସାଧନ ଯେପରି ମୁମ୍ବାଇ ଲୋକାଲ, ବସ ଆଦିର ସର୍ବୋତମ ଉପଯୋଗ କିପରି ଭାବେ କରାଯିବ । ମୁମ୍ବାଇ ମେଟ୍ରୋ ପାଇଁ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରାଯାଇଛି ।

ପ୍ରଧାନମନ୍ତ୍ରୀ ମୁମ୍ବାଇ ମେଟ୍ରୋର ବିସ୍ତାର ଯୋଜନା ବାବଦରେ ପ୍ରକାଶ କରି କହିଲେ, “ଏହି ସହରରେ ମେଟ୍ରୋର ନେଟୱର୍କ ଆଜି 11 କିଲୋମିଟରରୁ ବୃଦ୍ଧି ପାଇ 2023-24 ପର୍ଯ୍ୟନ୍ତ 325 କିଲୋମିଟରରେ ପହଂଚିବ । ମୁମ୍ବାଇ ମେଟ୍ରୋର କ୍ଷମତା ମଧ୍ୟ ବୃଦ୍ଧି ପାଇ ମୁମ୍ବାଇ ଲୋକାଲର ଆଜିର କ୍ଷମତା ସହିତ ସମାନ ହୋଇଯିବ । ମେଟ୍ରୋ ଲାଇନ ଉପରେ ଚାଲୁଥିବା ଡବାର ନିର୍ମାଣ ମଧ୍ୟ ଭାରତରେ କରାଯିବ ।”

ପ୍ରଧାନମନ୍ତ୍ରୀ କହିଲେ ଯେ ଏହି ଟ୍ରେନ ପରିଯୋଜନା ଫଳରେ 10,000 ଇଂଜିନିୟର ଏବଂ 40,000 କୁଶଳ ଏବଂ ଅଣକୁଶଳ ଶ୍ରମିକମାନଙ୍କ ପାଇଁ ରୋଜଗାରର ଅବସର ସୃଷ୍ଟି ହେବ । ନବୀ ବିମାନବନ୍ଦର, ମୁମ୍ବାଇ ଟ୍ରାନ୍ସ ହାର୍ବର ଟର୍ମିନାଲ ଓ ବୁଲେଟ ଟ୍ରେନ ପରିଯୋଜନା ସମ୍ବନ୍ଧରେ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଆଜି ଯେଉଁ ଗତି ଓ ମାତ୍ରାରେ ପରିଯୋଜନାର କାର୍ଯ୍ୟାନ୍ୱୟନ ହେଉଛି ତାହା ଅଦ୍ଭୁତପୂର୍ବ ।

ଭାରତରେ ମେଟ୍ରୋ ପ୍ରଣାଳୀର ଦ୍ରୂତ ଗତିରେ ବିସ୍ତାର ଆଡକୁ ଇସାରା କରି ପ୍ରଧାନମନ୍ତ୍ରୀ କହିଲେ କି ଏପର୍ଯ୍ୟନ୍ତ ମେଟ୍ରୋ କିଛି ସହର ମଧ୍ୟରେ ସୀମିତ ଥିଲା ଯେତବେଳେ କି ଆଜି ମେଟ୍ରୋର ଉପଲବ୍ଧତା ଅଥବା ନିକଟ ଭବିଷ୍ୟତରେ ଏହାର ଉପଲବ୍ଧତା 27 ସହର ପର୍ଯ୍ୟନ୍ତ ହେବାକୁ ଯାଉଛି । ସେ କହିଲେ, “ଆଜି 675 କିଲୋମିଟର ମେଟ୍ରୋ ଲାଇନ ପରିଚାଳନାରେ ରହିଛି ଯାହା ମଧ୍ୟରୁ ପାଖାପାଖି 400 କିଲୋମିଟରର ପରିଚାଳନା ଗତ ପାଞ୍ଚ ବର୍ଷ ମଧ୍ୟରେ ଆରମ୍ଭ ହୋଇଛି, 850 କିଲୋମିଟରରେ କାମ ଜାରି ରହିଛି ଯେତବେଳେ କି 600 କିଲୋମିଟର ମେଟ୍ରୋ ଲାଇନରେ କାମ କରିବାର ମଂଜୁରି ମିଳିସାରିଛି ।”

ପ୍ରଧାନମନ୍ତ୍ରୀ କହିଲେ କି ଫାଷ୍ଟଟ୍ରାକ ବିକାଶର ଫ୍ରେମରେ ଭାରତର ମୌଳିକ ଢ଼ାଂଚାରେ ସମଗ୍ର ବିକାଶ ପାଇଁ ପ୍ରୟାସ କରାଯାଉଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ ସରକାର ପୂର୍ବରୁ 100 ଦିନରେ ଅନେକ ଐତିହାସିକ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସେ ଜଳ ଜୀବନ ମିଶନ, ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନା, ତିନି ତଲାକର ଉଚ୍ଛେଦ ଏବଂ ଶିଶୁ ସୁରକ୍ଷା ପାଇଁ ଆଇନର ଉଲ୍ଲେଖ କରି କହିଲେ ଯେ ସରକାର ନିର୍ଣ୍ଣାୟକ ଏବଂ ପରିବର୍ତ୍ତନକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି ।

ଜନସାଧାରଣଙ୍କୁ ସେମାନଙ୍କ ଦାୟିତ୍ୱବୋଧ ପ୍ରତି ସଚେତନ ହେବାର ମହତ୍ୱ ବାବଦରେ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଲେ ଯେ ସୁରାଜ ପ୍ରତ୍ୟେକ ଭାରତୀୟର କର୍ତ୍ତବ୍ୟ । ଲୋକମାନଙ୍କୁ ଏଥିପାଇଁ ସଂକଳ୍ପ କରିବା ଓ ଏହାକୁ ପୁରଣ କରିବା ପାଇଁ କଠିନ ପରିଶ୍ରମ କରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ । ସେ ଗଣେଶ ବିସର୍ଜନ ସମୟରେ ଜଳ ପ୍ରଦୂଷଣ କରିବା ନେଇ ବିରତ ହେବା ପାଇଁ ପ୍ରସ୍ତାବ ଦେଇଥିଲେ କାରଣ ଏହାଫଳରେ ଅନେକ ପରିମାଣରେ ପ୍ଲାଷ୍ଟିକ ଓ ଆବର୍ଜନା ସମୁଦ୍ରକୁ ଯାଇଥାଏ ।

ପରିଯୋଜନା ଉପରେ ନଜର

ପ୍ରଧାନମନ୍ତ୍ରୀ ତିନୋଟି ମେଟ୍ରୋ ଲାଇନ ପାଇଁ ଆଧାରଶୀଳା ରଖିଥିଲେ । ଏହାଫଳରେ ସହରରେ ମେଟ୍ରୋ ନେଟୱର୍କର ମୋଟ 42 କିଲୋମିଟରରୁ ଅଧିକର ବିସ୍ତାର ହେବ । ଏହି 3 କରିଡରରେ 9.2 କିଲୋମିଟର ଦୀର୍ଘ ଗାୟମୁଖରୁ ଶିବାଜୀଚୌକ (ମୀରା ରୋଡ) ମେଟ୍ରୋ-10 କରିଡର, 12.7 କିଲୋମିଟର ଦୀର୍ଘ ବଡାଲାରୁ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲ ମେଟ୍ରୋ-11 କରିଡର ଏବଂ 20.7 କିଲୋମିଟର ଦୀର୍ଘ କଲ୍ୟାଣରୁ ତଲୋଜା ମେଟ୍ରୋ-12 କରିଡର ସାମିଲ ରହିଛି ।

ପ୍ରଧାନମନ୍ତ୍ରୀ ଅତ୍ୟାଧୁନିକ ମେଟ୍ରୋ ଭବନର ମଧ୍ୟ ଶିଳାନ୍ୟାସ କରିଥିଲେ, 32-ମହଲା ସହିତ କେନ୍ଦ୍ର ପାଖାପାଖି 340 କିଲୋମିଟର ଦୀର୍ଘ 14ଟି ମେଟ୍ରୋ ଲାଇନର ସଂଚାଳନ ଓ ନିୟନ୍ତ୍ରଣ କରିବ ।

ପ୍ରଧାନମନ୍ତ୍ରୀ କାନ୍ଦିବଲୀ ଇଷ୍ଟରେ ବନ୍ଦୋଙ୍ଗରୀ ମେଟ୍ରୋ ଷ୍ଟେସନର ଉଦଘାଟନ କରିଥିଲେ । ସେ ଏକ ଅତ୍ୟାଧୁନିକ ମେଟ୍ରୋ କୋଚର ମଧ୍ୟ ଉଦଘାଟନ କରିଥିଲେ ଯାହାକୁ କି ମେକ ଇନ ଇଣ୍ଡିଆ ଅନ୍ତର୍ଗତ ନିର୍ମାଣ କରାଯାଇଛି । ପ୍ରଧାନମନ୍ତ୍ରୀ ମହା ମୁମ୍ବାଇ ମେଟ୍ରୋ ପାଇଁ ଏକ ବ୍ରାଣ୍ଡ ପରିକଳ୍ପନା ପତ୍ର ମଧ୍ୟ ଉନ୍ନୋଚିତ କରିଥିଲେ ।

ଏହି ଅବସରରେ ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀ ଭଗତ ସିଂ କୋଶ୍ୟାରୀ, ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡ଼ନଭିସ, କେନ୍ଦ୍ର ରେଳ ଓ ବାଣିଜ୍ୟ ତଥା ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲ ଏବଂ କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱଲେ ମଧ୍ୟ ଉପସ୍ଥିତ ଥିଲେ ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM walks among Yoga participants, guides them: Asanas performed on boats, swimming pools; soldiers practise at 14,000 feet

Media Coverage

PM walks among Yoga participants, guides them: Asanas performed on boats, swimming pools; soldiers practise at 14,000 feet
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the transformative impact of Yoga
June 22, 2026

The Prime Minister, Shri Narendra Modi, said that the remarkable success of the International Day of Yoga is proof that Yoga is not only helping millions of people across the world achieve physical well-being, but is also inspiring them to lead positive lives with confidence.

The Prime Minister shared a Sanskrit Subhashitam-

“चित्तप्रशमनोपायो योग इत्यभिधीयते। प्राणस्पन्दनिरोधो वा द्वेधा योगस्य धारणा॥”

The Subhashitam conveys that yoga is the means of completely calming and quieting the mind. To attain this goal, two principal methods of yoga are prescribed: calming the mind and regulating the flow of the breath.

The Prime Minister wrote on X;

“अंतर्राष्ट्रीय योग दिवस की बड़ी सफलता इस बात का प्रमाण है कि योग न केवल दुनियाभर में करोड़ों लोगों को शारीरिक रूप से स्वस्थ बना रहा है, बल्कि उन्हें आत्मविश्वास के साथ सकारात्मक जीवन जीने के लिए प्रेरित भी कर रहा है।

चित्तप्रशमनोपायो योग इत्यभिधीयते। प्राणस्पन्दनिरोधो वा द्वेधा योगस्य धारणा॥”