PM Modi says the development strides in Kutch are truly commendable
The White Rann has become the cynosure of all eyes from across the world: PM Modi in Anjar
We want to strengthen the existing infrastructure and at the same time want to focus on futuristic development projects: PM Modi
We want to bring qualitative changes in the lives of the common citizen of India: PM Modi in Anjar
Today, we have made effort to make the aviation sector more affordable and improve connectivity, says PM Modi
We cannot alleviate poverty if we are energy poor. A strong energy sector is needed for the growth of any country: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ରବିବାର) ଅଂଜାର ଠାରେ ଅଂଜାର-ମୁନ୍ଦ୍ରା ପାଇପଲାଇନ ପ୍ରକଳ୍ପ, ମୁନ୍ଦ୍ରା ଏଲଏନଜି ଟର୍ମିନାଲ ଏବଂ ପାଳନପୁର-ପାଲି-ବାଦମେର ପାଇପଲାଇନ ପ୍ରକଳ୍ପର ଉଦଘାଟନ କରିଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ କଚ୍ଛଠାରେ ତାଙ୍କୁ ଯେଭଳି ଶ୍ରଦ୍ଧା ମିଳିଥିଲା, ତାହା ଅତୁଳନୀୟ । ବିଗତ 20 ବର୍ଷ ମଧ୍ୟରେ କଚ୍ଛରେ କରାଯାଇଥିବା ବିକାଶ କାର୍ଯ୍ୟଗୁଡିକର ସେ ଭୂରି ଭୂରି ପ୍ରଶଂସା କରିଥିଲେ ।

ସେ କହିଥିଲେ ଯେ ଏଲଏନଜି ଟର୍ମିନାଲର ଉଦଘାଟନ ଆଜି କାର୍ଯ୍ୟକ୍ରମର ପ୍ରମୁଖ ବିଶେଷତା । ସେ କହିଥିଲେ ଯେ ତିନୋଟି ଏନଏନଜି ଟର୍ମିନାଲକୁ ଉଦଘାଟନ କରି ସେ ନିଜକୁ ସୌଭାଗ୍ୟଶାଳୀ ଅନୁଭବ କରୁଛି ।

ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଯେତେବେଳେ ଗୁଜରାଟକୁ ପ୍ରଥମ ଏଲଏନଜି ଟର୍ମିନାଲ ମିଳିଥିଲା ସେତେବେଳେ ଲୋକମାନେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ । ସେ କହିଥିଲେ ଯେ ଏବେ ରାଜ୍ୟକୁ ଚତୁର୍ଥ ଏଲଏନଜି ଟର୍ମିନାଲ ମଧ୍ୟ ପ୍ରାପ୍ତ ହେବାକୁ ଯାଉଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗୁଜରାଟ ଏବେ ଭାରତର ଏଲଏନଜି ହବ ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛି ଯାହା ପ୍ରତ୍ୟେକ ଗୁଜରାଟବାସୀଙ୍କ ପାଇଁ ଗର୍ବର ବିଷୟ ହେବ । ସେ ଗୁରୁତ୍ୱ ପ୍ରଦାନ କରି କହିଥିଲେ ଯେ ସୁଦୃଢ ଶକ୍ତି କ୍ଷେତ୍ର ଯେ କୌଣସି ଦେଶର ବିକାଶ ପାଇଁ ଆବଶ୍ୟକ । ସେ କହିଥିଲେ ଯେ ଯଦି ଆମେ ଶକ୍ତି କ୍ଷେତ୍ରରେ ଧନୀ ହୋଇପାରିବା ନାହିଁ ତେବେ ଦାରିଦ୍ର୍ୟ ଦୂରୀକରଣ ହୋଇପାରିବ ନାହିଁ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଲୋକମାନଙ୍କର ଆଶା ଆକାଂକ୍ଷା ବୃଦ୍ଧି ପାଉଛି ଏବଂ ତାହା ପାରମ୍ପରିକ ଭିତ୍ତିଭୂମି ସହିତ ଆଇ-ୱେଜ, ଗ୍ୟାସ ଗ୍ରୀଡ, ୱାଟର ଗ୍ରୀଡ ଏବଂ ଅପ୍ଟିକାଲ ଫାଇବର ନେଟୱାର୍କ ଆବଶ୍ୟକ କରୁଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ସୁଯୋଗ ରହିଛି ଏବଂ ବିଶ୍ୱବାସୀ ଭାରତ ଭ୍ରମଣ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ସେ କହିଥିଲେ ଯେ ଆମେ କଚ୍ଛରେ ମଧ୍ୟ ଏହା ଦେଖିବାକୁ ପାଇଛୁ ଯେ କିଭଳି ଭାବେ ହ୍ୱାଇଟ ରାନ ସମଗ୍ର ବିଶ୍ଵବାସୀଙ୍କର କେନ୍ଦ୍ରବିନ୍ଦୁ ହୋଇପାରିଛି । ସେ କେନ୍ଦ୍ର ସରକାରଙ୍କ ଦ୍ୱାରା ବିମାନ ଚଳାଚଳ କ୍ଷେତ୍ରକୁ ଅଧିକ ସୁଲଭ ଓ ଶସ୍ତା କରିବା ସହିତ ସଂଯୋଗୀକରଣ କ୍ଷେତ୍ରରେ ଉନ୍ନତି କରିବ ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ମଧ୍ୟ ବର୍ଣ୍ଣନା କରିଥିଲେ ।

ସମସ୍ତ ଗ୍ରାମାଂଚଳରେ ବିଜୁଳି ସଂଯୋଗ ଏବଂ ଭାରତର ପ୍ରତ୍ୟେକ ପରିବାରର ବିଦ୍ୟୁତକରଣ ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ । ସେ କହିଥିଲେ ଯେ କେନ୍ଦ୍ର ସରକାର ଭାରତର ସାଧାରଣ ଲୋକଙ୍କ ଜୀବନରେ ଗୁଣାତ୍ମକ ପରିବର୍ତ୍ତନ ଆଣିବାକୁ ଚାହୁଁଛୁ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Decoding Modi's Triumphant Three-Nation Tour Beyond MoUs

Media Coverage

Decoding Modi's Triumphant Three-Nation Tour Beyond MoUs
NM on the go

Nm on the go

Always be the first to hear from the PM. Get the App Now!
...
PM Modi shares Sanskrit Subhashitam emphasising the importance of Farmers
December 23, 2025

The Prime Minister, Shri Narendra Modi, shared a Sanskrit Subhashitam-

“सुवर्ण-रौप्य-माणिक्य-वसनैरपि पूरिताः।

तथापि प्रार्थयन्त्येव कृषकान् भक्ततृष्णया।।”

The Subhashitam conveys that even when possessing gold, silver, rubies, and fine clothes, people still have to depend on farmers for food.

The Prime Minister wrote on X;

“सुवर्ण-रौप्य-माणिक्य-वसनैरपि पूरिताः।

तथापि प्रार्थयन्त्येव कृषकान् भक्ततृष्णया।।"