Ayurveda isn’t just a medical practice. It has a wider scope and covers various aspects of public and environmental health too: PM
Government making efforts to integrate ayurveda, yoga and other traditional medical systems into Public Healthcare System: PM
Availability of affordable healthcare to the poor is a priority area for the Government: PM Modi
The simplest means to achieve Preventive Healthcare is Swachhata: PM Modi

  • ଦେଶର ପ୍ରତି ଜିଲ୍ଲାରେ ଖୋଲିବ ଆୟୁର୍ବେଦ ଚିକିତ୍ସାଳୟ
  • ସ୍ୱାସ୍ଥ୍ୟସେବା କ୍ଷେତ୍ରରେ 100 ପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶକୁ ମଞ୍ଜୁରି
  • ତିନି ବର୍ଷରେ ସ୍ୱଚ୍ଛତା ଅଭିଯାନରେ ନିର୍ମାଣ ହୋଇଛି 5 କୋଟି ଶୌଚାଳୟ

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଅଖିଳ ଭାରତ ଆର୍ୟୁବେଦ ସଂସ୍ଥାନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି  ।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ସେଠାରେ ଉପସ୍ଥିତ ଜନସାଧାରଣଙ୍କୁ ଧନ୍ୱନ୍ତରୀ ଜୟନ୍ତୀକୁ ଆର୍ୟୁବେଦ ଦିବସ ଭାବେ ପାଳନ କରିବା ନିମନ୍ତେ ଅଭିନନ୍ଦନ ଜଣାଇଥିଲେ । ଅଖିଳ ଭାରତ ଆର୍ୟୁବେଦ ସଂସ୍ଥାନ ପ୍ରତିଷ୍ଠା ଲାଗି ସେ ଆୟୁଷ ମନ୍ତ୍ରଣାଳୟର କାର୍ଯ୍ୟକୁ ପ୍ରଶଂସା କରିଥିଲେ ।

ଇତିହାସ ଏବଂ ଐତିହ୍ୟକୁ ଗ୍ରହଣ ନକଲେ ରାଷ୍ଟ୍ରର ଉନ୍ନତି ହୋଇପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ । ଯେଉଁ ରାଷ୍ଟ୍ରଗୁଡ଼ିକ ନିଜ ଐତିହ୍ୟକୁ ପଛରେ ପକାଇ ଦେଇଥାନ୍ତି, ସେମାନେ ନିଜ ପରିଚୟ ହଜାଇ ଦେଇଥା’ନ୍ତି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ଭାରତ ସ୍ୱାଧୀନତା ଲାଭ କରିନଥିଲା, ଏହାର ଜ୍ଞାନ, ଏହାର ପରମ୍ପରା, ଯୋଗ ଏବଂ ଆର୍ୟୁବେଦକୁ ହେୟଜ୍ଞାନ କରାଯାଉଥିଲା । ଏପରିକି ଏହା ଉପରେ ଭାରତବାସୀଙ୍କ ରହିଥିବା ବିଶ୍ୱାସକୁ ହ୍ରାସ କରିବା ଲାଗି ପ୍ରୟାସ ମଧ୍ୟ କରାଯାଉଥିଲା ବୋଲି ସେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଗତ ତିନି ବର୍ଷ ମଧ୍ୟରେ ପରିସ୍ଥିତି କେତେକାଂଶରେ ବଦଳିଛି; ଏବଂ ଆମ ଐତିହ୍ୟର ଶ୍ରେଷ୍ଠତ୍ୱ ପ୍ରତି ଲୋକମାନଙ୍କ ବିଶ୍ୱାସ ବୃଦ୍ଧି ପାଇଛି । ଆର୍ୟୁବେଦ ଦିବସ ଏବଂ ଯୋଗ ଦିବସରେ ଯେଭଳି ଭାବେ ଲୋକମାନେ ଏକତ୍ରିତ ହେଉଛନ୍ତି ସେଥିରେ ଆମ ଐତିହ୍ୟର ଗୌରବ ପ୍ରତିଫଳିତ ହେଉଛି ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆର୍ୟୁବେଦ କେବଳ ଏକ ଚିକିତ୍ସା ପଦ୍ଧତି ନୁହେଁ, ବରଂ ଏହା ଜନସ୍ୱାସ୍ଥ୍ୟ ଏବଂ ପରିବେଶ ସ୍ୱାସ୍ଥ୍ୟକୁ ମଧ୍ୟ ସୁରକ୍ଷା ଦେଇଥାଏ । ଏହି କାରଣରୁ ସରକାର ସାଧାରଣ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଆର୍ୟୁବେଦ, ଯୋଗ ଏବଂ ଅନ୍ୟ ଆୟୁଷ ବ୍ୟବସ୍ଥାକୁ ସମ୍ମିଳିତ କରିବାକୁ ଚାହୁଁଛନ୍ତି  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ପ୍ରତିଟି ଜିଲ୍ଲାରେ ଗୋଟିଏ କରି ଆୟୁର୍ବେଦ ଚିକିତ୍ସାଳୟ ପ୍ରତିଷ୍ଠା କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି  । ସେ କହିଥିଲେ ଯେ ଦେଶରେ ଗତ ତିନି ବର୍ଷ ମଧ୍ୟରେ 65ରୁ ଅଧିକ ଆୟୁଷ ଡାକ୍ତରଖାନା ପ୍ରତିଷ୍ଠା କରାଯାଇସାରିଲାଣି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଚେରମୂଳି ଏବଂ ଔଷଧୀୟ ବୃକ୍ଷ ବିଶ୍ୱସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଆୟର ଉତ୍ସ ହୋଇପାରିବ । ଭାରତ ଏ ଦିଗରେ ନିଜ ସାମର୍ଥ୍ୟର ଉପଯୋଗ କରିବା ଉଚିତ । ସେ କହିଥିଲେ ଯେ କେନ୍ଦ୍ର ସରକାର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ 100 ପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫଡିଆଇ)କୁ ମଞ୍ଜୁରି ଦେଇଛନ୍ତି  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗରିବ ଲୋକମାନଙ୍କୁ ସୁଲଭ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପ୍ରତି ସରକାର ଗୁରୁତ୍ୱାରୋପ କରୁଛନ୍ତି । ସେ କହିଥିଲେ ଯେ ସରକାର ପ୍ରତିଷେଧକ ଚିକିତ୍ସା ଏବଂ ସୁଲଭ ତଥା ସମସ୍ତଙ୍କ ପାଇଁ ଗ୍ରହଣଯୋଗ୍ୟ ସ୍ୱାସ୍ଥ୍ୟସେବାର ବିକାଶ ପ୍ରତି ଗୁରୁତ୍ୱ ଦେଉଛନ୍ତି  । ସେ କହିଥିଲେ ଯେ ପ୍ରତିଷେଧକ ଚିକିତ୍ସାର ଏକ ସହଜ ମାର୍ଗ ହେଉଛି ସ୍ୱଚ୍ଛତା । ସେ କହିଥିଲେ ଯେ କେନ୍ଦ୍ର ସରକାର ଗତ ତିନି ବର୍ଷ ମଧ୍ୟରେ ସ୍ୱଚ୍ଛତା ଅଭିଯାନ ଜରିଆରେ 5 କୋଟି ଶୌଚାଳୟ ନିର୍ମାଣ କରିଛନ୍ତି  ।

 ପ୍ରଧାନମନ୍ତ୍ରୀ କହିଥିଲେ ଯେ ଲୋକମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲାଗି ନୂଆ ଏମ୍ସଗୁଡ଼ିକ ପ୍ରତିଷ୍ଠା କରାଯାଇଛି  । ଷ୍ଟେଂଟ ଏବଂ ଆଣ୍ଠୁ ପ୍ରତିରୋପଣର କ୍ୟାପିଂ ମୂଲ୍ୟ ହ୍ରାସ ଏବଂ ଶସ୍ତାରେ ଔଷଧ ଯୋଗାଇ ଦେବା ଲାଗି ଜନୌଷଧି କେନ୍ଦ୍ର ପ୍ରତିଷ୍ଠା ଭଳି ପଦକ୍ଷେପ ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ  ।

 

 

 

 

 

 

 

 

 

 

 

 

 

 

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'BRICS 2026 becomes major Bharat achievement for PM Narendra Modi'

Media Coverage

'BRICS 2026 becomes major Bharat achievement for PM Narendra Modi'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 15, 2026
September 15, 2026

A Mandate of Performance: Civic Wins, IPO Surge and Neighbourly Power Reflect Faith in PM Modi’s Leadership