Metro in Delhi has positively impacted the lives of citizens: PM Modi
There is a direct link between connectivity and development; Metro will mean more employment opportunities for the people: PM
Union Government has brought out a policy relating to Metros, to bring uniformity and standardization in metro rail networks across the country: PM
Our aim is also to boost “Make in India” by making metro rail coaches in India itself: PM Modi
Metro systems are an example of cooperative federalism, the Centre and the respective State Govts are working together: PM Modi
New India requires new and smart infrastructure, Union Government is working on roads, railways, highways, airways, waterways and i-ways: PM Modi

ବାହାଦୁରଗଡ-ମୁଣ୍ଡକା ମେଟ୍ରୋ ଲାଇନକୁ ଭିଡିଓ କନଫେରେନ୍ସ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉଦଘାଟନ କରିଛନ୍ତି ।

ଦିଲ୍ଲୀ ମେଟ୍ରୋର ଏହି ନୂତନ ସେକ୍ସନର ଶୁଭାରମ୍ଭ ନେଇ ହରିୟାନା ଓ ଦିଲ୍ଲୀ ଅଧିବାସୀଙ୍କୁ ଅଭିନନ୍ଦନ ଜଣାଇ ସେ କହିଥିଲେ ଯେ ବାହାଦୁରଗଡ ଦିଲ୍ଲୀ ସହ ସଂଯୁକ୍ତ ହେବାର ଦେଖି ସେ ଅତ୍ୟନ୍ତ ଆନନ୍ଦିତ ।

ଗୁରୁଗ୍ରାମ ଏବଂ ଫରିଦାବାଦ ପରେ ଏହିପରି ସଂଯୁକ୍ତ ହେବା ନେଇ ଏହା ହେଉଛି ହରିୟାନାର ତୃତୀୟ ଅଂଚଳ ।

ଦିଲ୍ଲୀର ମେଟ୍ରୋ ନାଗରିକମାନଙ୍କ ଜୀବନ ଉପରେ କିପରି ସକାରାତ୍ମକ ପ୍ରଭାବ ପକାଇଛି ପ୍ରଧାନମନ୍ତ୍ରୀ ସେ ସମ୍ବନ୍ଧରେ ପ୍ରକାଶ କରିଥିଲେ । ବାହାଦୁରଗଡ ଅନେକ ଅର୍ଥନୈତିକ ପ୍ରଗତି କରିଥିବା ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେଠାରେ ଅନେକ ଶିକ୍ଷାନୁଷ୍ଠାନ ରହିଛି ଏବଂ ସେଠାରୁ ଛାତ୍ରମାନେ ଦିଲ୍ଲୀ ଆସିଥା’ନ୍ତି । ମେଟ୍ରୋ ଏହାକୁ ଆହୁରି ସୁବିଧାଜନକ କରିବ ବୋଲି ସେ କହିଥିଲେ ।

ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ସଂଯୋଗ ଏବଂ ଉନ୍ନୟନ ମଧ୍ୟରେ ଏକ ସିଧାସଳଖ ସଂପୃକ୍ତି ରହିଛି । ସେ କହିଲେ ଯେ ମେଟ୍ରୋ ଦ୍ୱାରା ଏହି ଅଂଚଳରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଦେଶବ୍ୟାପୀ ମେଟ୍ରୋ ରେଳ ନେଟୱର୍କର ମାନରେ ସମାନତା ଓ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ମେଟ୍ରୋ ସହିତ ସମ୍ପର୍କିତ ଏକ ନୀତି ନିର୍ଦ୍ଧାରଣ କରିଛନ୍ତି । ସେ କହିଲେ ଯେ ଏହାର ଉଦ୍ଦେଶ୍ୟ ହେଉଛି ଆମର ସହରମାନଙ୍କରେ ସୁବିଧାଜନକ, ସ୍ୱାଚ୍ଛନ୍ଦ୍ୟପୂର୍ଣ୍ଣ ଏବଂ ସୁଲଭ ସହରୀ ଯୋଗାଯୋଗ ପ୍ରକ୍ରିୟା ବିକଶିତ କରିବା । ସେ କହିଲେ ଯେ ଏହାର ଲକ୍ଷ୍ୟ ମଧ୍ୟ ହେଉଛି ଭାରତରେ ମେଟ୍ରୋ ରେଳ କୋଚର ନିର୍ମାଣ କରି ‘ମେକ ଇନ ଇଣ୍ଡିଆ’କୁ ଶକ୍ତି ପ୍ରଦାନ କରିବା ।

ପ୍ରଧାନମନ୍ତ୍ରୀ କହିଲେ ଯେ ମେଟ୍ରୋ ପଦ୍ଧତିର ପ୍ରକ୍ରିୟା ମଧ୍ୟ ସଂଘୀୟ ସହାୟକ ବ୍ୟବସ୍ଥା ସହିତ ସଂପୃକ୍ତ । ଭାରତରେ ଯେତେବେଳେ ମେଟ୍ରୋ ନିର୍ମାଣ କରାଯାଏ ସେତେବେଳେ କେନ୍ଦ୍ର ଓ ସଂପୃକ୍ତ ରାଜ୍ୟ ସରକାରମାନେ ମିଳିତ ଭାବେ କାର୍ଯ୍ୟ କରିଥା’ନ୍ତି ।

ନୂତନ ଭାରତ ନୂଆ ଏବଂ ସ୍ମାର୍ଟ ଭିତ୍ତିଭୂମି ଆବଶ୍ୟକ କରେ ବୋଲି ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଲେ ଯେ କେନ୍ଦ୍ର ସରକାର ରାସ୍ତା, ରେଳଲାଇନ, ରାଜପଥ, ଜଳପଥ ଓ ଆଇ-ୱେ ନିର୍ମାଣ ପାଇଁ କାର୍ଯ୍ୟ କରୁଛନ୍ତି ।  ଉନ୍ନୟନ ପ୍ରକଳ୍ପଗୁଡ଼ିକୁ ସଠିକ ସମୟରେ ଶେଷ ହେବା ନିଶ୍ଚିତ କରିବା ପାଇଁ ସଂଯୋଗ ବ୍ୟବସ୍ଥା ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଥିବାର ସେ କହିଥିଲେ ।

 

 

 

 

 

 

 

 

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total

Media Coverage

Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 28, 2026
August 28, 2026

India’s Growth Story, Grounded: Inclusion, Exports, and Infrastructure Under One Vision of PM Modi