Knowledge and education are not bound to books: PM Modi
Balanced development cannot be pursued without Innovation, says PM Modi
We should we not only educate students in the classrooms of colleges and universities, but also sync them with the expectations of our country: PM Modi
PM Modi says to improve the infrastructure of education, the RISE i.e. Revitalisation of Infrastructure and Systems in Education program has been started
We must realize that in today's world, no country, society or individual can sustain in an isolated state. It is crucial that we develop a vision of 'Global citizen and Global village': PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ପୁନରୁତ୍ଥାନ ଲାଗି ଶିକ୍ଷା କ୍ଷେତ୍ରରେ ଏକାଡେମିକ ନେତୃତ୍ୱ ସଂକ୍ରାନ୍ତ ଏକ ସମ୍ମିଳନୀରେ ଉଦବୋଧନ ଦେଇଛନ୍ତି ।

ସେ କହିଥିଲେ ଯେ ଯେତେବେଳେ କୌଣସି ପୁନରୁତ୍ଥାନ କିମ୍ବା ପୁନର୍ଜାଗରଣ ବିଷୟରେ ଚିନ୍ତା କରିଥାଏ ତ’ ପ୍ରଥମ ଚିତ୍ର ଯାହା ମନକୁ ଆସିଥାଏ, ତାହା ସ୍ୱାମୀ ବିବେକାନନ୍ଦଙ୍କର ହୋଇଥାଏ, ଯିଏ ବିଶ୍ୱ ସମ୍ମୁଖରେ ଭାରତୀୟ ବିଚାର ଶକ୍ତିକୁ ପ୍ରଦର୍ଶନ କରିଥିଲେ ।

ଶିକ୍ଷା ତତ୍ତ୍ଵ ରୂପରେ ଆତ୍ମନିର୍ଭରଶୀଳତା, ଚରିତ୍ର ନିର୍ମାଣ ଏବଂ ମାନବୀୟ ମୂଲ୍ୟବୋଧ ଉପରେ ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା ଗୁରୁତ୍ୱ ଦିଆଯିବାକୁ ପ୍ରଧାନମନ୍ତ୍ରୀ ସ୍ମରଣ କରାଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଶିକ୍ଷା କ୍ଷେତ୍ରରେ ନବସୃଜନ ଏକ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ଵ ହୋଇସାରିଛି ।

ପ୍ରାଚୀନ ଗ୍ରନ୍ଥ, ବେଦକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିନା କୌଣସି ଜ୍ଞାନରେ ଆମ ସମାଜ,ଆମ ଦେଶ, ଏପରିକି ଆମ ଜୀବନର କଳ୍ପନା ମଧ୍ୟ କରିପାରିବା ନାହିଁ । ସେ କହିଥିଲେ ଯେ ତକ୍ଷଶିଳା,ନାଳନ୍ଦା ଏବଂ ବିକ୍ରମଶିଳା ଭଳି ଆମର ପ୍ରାଚୀନ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଜ୍ଞାନ ବ୍ୟତୀତ ଉଦ୍ଭାବନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଥିଲା । ପ୍ରଧାନମନ୍ତ୍ରୀ ଶିକ୍ଷା କ୍ଷେତ୍ରରେ ବାବା ଭୀମରାଓ ଆମ୍ବେଦକର,ଦୀନଦୟାଲ ଉପାଧ୍ୟୟ ଏବଂ ଡ. ରାମମନୋହର ଲୋହିଆଙ୍କ ବିଚାର ବିଷୟରେ ମଧ୍ୟ ସ୍ମରଣ କରାଇଦେଇଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଆଜି କୌଣସି ଦେଶ କିମ୍ବା ବ୍ୟକ୍ତି ଏକୁଟିଆ ହୋଇ ତିଷ୍ଠି ରହିପାରିବ ନାହିଁ । ସେ “ବିଶ୍ୱ ନାଗରିକ” କିମ୍ବା “ବିଶ୍ୱ ଗ୍ରାମ” ଦୃଷ୍ଟିରୁ ଚିନ୍ତା କରିବାର ଗୁରୁତ୍ୱ ବିଷୟରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଯେଉଁ ଆହ୍ୱାନ ଆଜି ଆମ ସମ୍ମୁଖରେ ରହିଛି,ଏହାର ସମାଧାନ ଖୋଜିବା ଲାଗି ଆମର ବିଶ୍ୱବିଦ୍ୟାଳୟ କିମ୍ବା ଆମ ମହାବିଦ୍ୟାଳୟଗୁଡ଼ିକୁ ଲାଭ ଉଠାଇବାର ଆବଶ୍ୟକତା ରହିଛି ।

ସେ କହିଥିଲେ ଯେ ଆମକୁ “ସଂସ୍ଥାନଗୁଡ଼ିକରେ ଉଦ୍ଭାବନ ଏବଂ ବିକାଶକୁ ପ୍ରୋତ୍ସାହନ ଦେଉଥିବା ସ୍ଥିତିଗୁଡ଼ିକୁ ପରସ୍ପର ସହ ଯୋଡ଼ିବା”କୁ ହେବ । ସେ ଛାତ୍ରଛାତ୍ରୀଙ୍କୁ ନିଜ ଶ୍ରେଣୀର ଜ୍ଞାନକୁ ଦେଶର ଆକାଂକ୍ଷା ସହିତ ଯୋଡ଼ିବା ଲାଗି ଆହ୍ୱାନ କରିଥିଲେ । ସେ ଅଟଳ ନବୋନ୍ଵେଷ ପ୍ରୟୋଗଶାଳାବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଯାହା ଛାତ୍ରଛାତ୍ରୀଙ୍କୁ ଉଦ୍ଭାବନ ଲାଗି ପ୍ରୋତ୍ସାହିତ କରିବା ନିମନ୍ତେ ପ୍ରତିଷ୍ଠା କରାଯାଇଛି ।

ସେ ଶିକ୍ଷାର ମୌଳିକ ଭିତ୍ତିଭୂମିରେ ସୁଧାର ଆଣିବା ଲାଗି ରାଜ୍ୟ-ଭିତ୍ତିଭୂମି ଏବଂ ଶିକ୍ଷା ପଦ୍ଧତିର ପୁନରୁଦ୍ଧାର କାର୍ଯ୍ୟକ୍ରମ ବିଷୟରେ ଉଲ୍ଲେଖ କରିଥିଲେ । ସେ ଉଚ୍ଚତର ଶିକ୍ଷା ଲାଗି ନିଆଯାଇଥିବା ପଦକ୍ଷେପ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ।

 

ପ୍ରଧାନମନ୍ତ୍ରୀ ସମାଜ ପାଇଁ ଭଲ ଶିକ୍ଷକ ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ଏହା ମଧ୍ୟ କହିଥିଲେ ଯେ ବିଦ୍ୱାନ ଏବଂ ଛାତ୍ରଛାତ୍ରୀ ଡିଜିଟାଲ ସାକ୍ଷରତାର ପ୍ରସାର କରିବା ଏବଂ ସରକାରୀ କାର୍ଯ୍ୟକ୍ରମ ପାଇଁ ଅଧିକ ସଚେତନତା ସୃଷ୍ଟିର ଦାୟିତ୍ୱ ନେଇପାରିବ, ଯାହାଦ୍ୱାରା ଜୀବନର ସ୍ଥିତିରେଉନ୍ନତି ଆସିପାରିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯୁବକମାନେ “ବ୍ରାଣ୍ଡ ଇଣ୍ଡିଆ”କୁ ଏକ ବିଶ୍ୱସ୍ତରୀୟ ପରିଚୟ ଦେଇଛନ୍ତି । ସେମାନେ ଷ୍ଟାର୍ଟଅପ ଇଣ୍ଡିଆ, ଷ୍ଟାଣ୍ଡ ଅପ୍ ଇଣ୍ଡିଆ ଏବଂ ସ୍କିଲ ଇଣ୍ଡିଆ ଭଳି ଯୋଜନା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ, ଯାହାର ଉଦ୍ଦେଶ୍ୟ ଯୁବ ପ୍ରତିଭାର ବିକାଶ କରିବା ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
UPI platforms processes over 241 billion transactions with value exceeding ₹340 lakh crore in 2025-26, says Nirmala Sitharaman

Media Coverage

UPI platforms processes over 241 billion transactions with value exceeding ₹340 lakh crore in 2025-26, says Nirmala Sitharaman
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam highlighting the true resolve of a representative
April 29, 2026

Prime Minister Shri Narendra Modi shared a Sanskrit Subhashitam today highlighting the true resolve of a representative.

The Prime Minister remarked that as vigilant citizens of the country, it is our duty to ensure record voting to make democracy even stronger.

The Prime Minister wrote on X:

"देश के एक सजग नागरिक के रूप में हमारा कर्तव्य है कि हम लोकतंत्र को और अधिक सशक्त बनाने के लिए रिकॉर्ड मतदान सुनिश्चित करें। इस तरह हम न केवल भारतवर्ष के नवनिर्माण में अपनी सक्रिय भागीदारी निभा सकते हैं, बल्कि एक समर्थ और समृद्ध राष्ट्र की नींव को और मजबूत कर सकते हैं।

राज्ञो हि व्रतमुत्थानं यज्ञः कार्यानुशासनम्।

दक्षिणा वृत्तिसाम्यं च दीक्षितस्याभिषेचनम्॥"

From the perspective of the welfare of the people, continuously uplifting them, faithfully performing duties as a sacred responsibility, ensuring fair judgment, giving generously, treating everyone with equality, and keeping oneself pure, disciplined and dedicated with a consecrated spirit, this is the true resolve of a representative.