ସେୟାର
 
Comments
Science and technology ecosystem should be impactful as well as inspiring: PM Modi
Scientific Temper wipes out superstition: PM Modi
There are no failures in science; there are only efforts, experiments and success: PM

କୋଲକାତାଠାରେ ଅନୁଷ୍ଠିତ ପଞ୍ଚମ ଭାରତ ଆନ୍ତର୍ଜାତିକ ବିଜ୍ଞାନ ଉତ୍ସବକୁ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ  ଶ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଛନ୍ତି ।

ଏହି ସମାରୋହକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଏହି ଉତ୍ସବର ପ୍ରସଙ୍ଗ ହେଉଛି ଗବେଷଣା, ଉଦ୍ଭାବନ, ବିଜ୍ଞାନ ଦ୍ଵାରା ଦେଶର ସଶକ୍ତିକରଣ (RISEN) ଯାହାକି, ଏକବିଂଶ ଶତାବ୍ଦୀରେ ଦେଶର ଆଶାକୁ ସାକାର କରିବ ।

ସେ କହିଲେ ଯେ ସମାଜ ଉପରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଏକ ପ୍ରମୁଖ ପ୍ରଭାବ ରହିଛି ଏବଂ ସେଥିପାଇଁ ଉଭୟ ଉଦ୍ଭାବନ ଓ ନୂତନତାକୁ ସରକାର ଆନୁଷ୍ଠାନିକ ସମର୍ଥନ ପ୍ରଦାନ କରୁଛନ୍ତି ।

ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପାଇଁ ଉତ୍ତମ ପରିବେଶ ସମ୍ବନ୍ଧରେ ଗୁରୁତ୍ୱାରୋପ କରି ସେ କହିଲେ ଯେ ଦେଶରେ ନୂତନତାକୁ ସମର୍ଥନ କରିବା ପାଇଁ ସମସ୍ତ ପ୍ରକାରର ପ୍ରୟାସ କରାଯାଉଛି । ଏ ପ୍ରସଙ୍ଗରେ ସେ ପ୍ରକାଶ କରିଥିଲେ ଯେ 5 ହଜାରରୁ ଉର୍ଦ୍ଧ୍ଵ ଅଟଳ ଟିଙ୍କରିଙ୍ଗ ଲ୍ୟାବ ଓ 200ରୁ ଉର୍ଦ୍ଧ୍ଵ ଅଟଳ ଇନକ୍ୟୁବେସନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ।

ପ୍ରଧାନମନ୍ତ୍ରୀ କହିଲେ, “ବିଜ୍ଞାନ ଆମ ଜୀବନକୁ କିପରି ଭାବେ ସହଜ କରିବାରେ ସହାୟକ ହେବ ସେ ନେଇ ଆମେ ଚିନ୍ତା କରିବା ଆବଶ୍ୟକ । ସମାଜ ପାଇଁ ବିଜ୍ଞାନର ଅନେକ ଆବଶ୍ୟକତା ରହିଛି । ପ୍ରତ୍ୟେକ ବୈଜ୍ଞାନିକ ଏବଂ ନାଗରିକ ଏ ଦିଗରେ ଚିନ୍ତା କରି କାର୍ଯ୍ୟ କଲେ, ଦେଶ ଉନ୍ନତି କରିବ ।”

ବିଜ୍ଞାନ ଆମକୁ ପ୍ରଦାନ କରୁଥିବା ଦୀର୍ଘକାଳୀନ ସମାଧାନ ଓ ଲାଭ ଉପରେ ଧ୍ୟାନ ଦେବା ପାଇଁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ସେ କହିଲେ, “ଆନ୍ତର୍ଜାତିକ ଆଇନ ଓ ଗୁଣବତ୍ତାକୁ ନେଇ ତୁମକୁ ନିୟମିତ ଭାବେ ସତର୍କ ରହିବା ଉଚିତ ।”

ସେ କହିଲେ, “ଆମେ ସମସ୍ତେ ଭଲ ଭାବେ ଜାଣିଛୁ ଯେ ପ୍ରଯୁକ୍ତି ବିଦ୍ୟା ହେଉଛି ଦୁଇଟି ବିଷୟର ସମିଶ୍ରଣ। ପ୍ରଥମଟି ହେଲା ସମସ୍ୟା ଓ ଅନ୍ୟଟି ଏହାର ସମାଧାନ ।”

ସେ କହିଲେ, “ବିଜ୍ଞାନ କ୍ଷେତ୍ରରେ କୌଣସି ବିଫଳତା ନାହିଁ । ଏଥିରେ ରହିଛି କେବଳ ଉଦ୍ୟମ, ପରୀକ୍ଷଣ ଓ ସଫଳତା । କାମ କରିବା ସମୟରେ ଏହି କଥା ମନରେ ରଖିଲେ ନିଜର ବୈଜ୍ଞାନିକ ଅନୁସନ୍ଧାନ କିମ୍ବା ନିଜ ଜୀବନରେ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିନଥାଏ ।”

Click here to read PM's speech

ପ୍ରଧାନମନ୍ତ୍ରୀ ମୋଦୀଙ୍କ 'ମନ କି ବାତ' ପାଇଁ ଆପଣଙ୍କ ବିଚାର ଏବଂ ଅନ୍ତର୍ଦୃଷ୍ଟି ପଠାନ୍ତୁ !
20ଟି ଫୋଟଚିତ୍ର 20 ବର୍ଷର ସେବା ଓ ସମର୍ପଣର ବ୍ୟାଖ୍ୟା କରୁଛି
Explore More
ଦିୱାଲୀ ଅବସରରେ ଜମ୍ମୁ-କଶ୍ମୀର ନୌଶେରାରେ ଭାରତୀୟ ସଶସ୍ତ୍ରବାହିନୀର ସୈନିକମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ମତବିନିମୟ

ଲୋକପ୍ରିୟ ଅଭିଭାଷଣ

ଦିୱାଲୀ ଅବସରରେ ଜମ୍ମୁ-କଶ୍ମୀର ନୌଶେରାରେ ଭାରତୀୟ ସଶସ୍ତ୍ରବାହିନୀର ସୈନିକମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ମତବିନିମୟ
Capital expenditure of States more than doubles to ₹1.71-lakh crore as of Q2

Media Coverage

Capital expenditure of States more than doubles to ₹1.71-lakh crore as of Q2
...

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 6, 2021
December 06, 2021
ସେୟାର
 
Comments

India takes pride in the world’s largest vaccination drive reaching 50% double dose coverage!

Citizens hail Modi Govt’s commitment to ‘reform, perform and transform’.