Jai Jawan, Jai Kisan, Jai Vigyan, Jai Anusandhan: PM Modi at 106th Science Congress
As we boost our discovery science ecosystem, we must also focus on innovation and start-ups: PM Modi
Big data analysis, artificial intelligence, block-chain etc should be utilised in the agricultural sector, especially to help the farmers with relatively small farm-holdings: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି 106ତମ ଭାରତୀୟ ବିଜ୍ଞାନ କଂଗ୍ରେସର ପ୍ରାରମ୍ଭିକ ଅଧୀବେଶନ ଓ ସମାରୋହକୁ ଉଦଘାଟନ କରିଛନ୍ତି ।

ଏହି କଂଗ୍ରେସର ବିଷୟବସ୍ତୁ "ଭବିଷ୍ୟତ ଭାରତ: ବିଜ୍ଞାନ ଏବଂ ପ୍ରଯୁକ୍ତି'ର ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ଅସଲ ଶକ୍ତି ବିଜ୍ଞାନ, ପ୍ରଯୁକ୍ତି ଏବଂ ଉଦ୍ଭାବନକୁ ଲୋକମାନଙ୍କ ସହିତ ଯୋଡ଼ିବାରେ ରହିଛି ।

ପ୍ରଧାନମନ୍ତ୍ରୀ ଅତୀତର ମହାନ ବୈଜ୍ଞାନିକ ଜେସି ବୋଷ, ସିଭି ରମଣ, ମେଘନାଦ ଶାହା ଏବଂ ଏସଏମ ବୋଷଙ୍କ ଭଳି ବୈଜ୍ଞାନିକଙ୍କ ବିଷୟରେ ଉଲ୍ଲେଖ କରି ସେମାନେ "ସର୍ବନିମ୍ନ ସମ୍ବଳ' ଏବଂ "ସର୍ବାଧିକ ପ୍ରୟାସ' ଜରିଆରେ କିପରି ଜନସାଧାରଣଙ୍କ ସେବା କରିଥିଲେ ତାହା ବର୍ଣ୍ଣନା କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ, ଶତାଧିକ ଭାରତୀୟ ବୈଜ୍ଞାନିକମାନଙ୍କ ଜୀବନ ଏବଂ କାର୍ଯ୍ୟ ପ୍ରଯୁକ୍ତିର ବିକାଶ ଏବଂ ରାଷ୍ଟ୍ର ନିର୍ମାଣ ସମ୍ପର୍କରେ ସେମାନଙ୍କ ଗଭୀର ମୌଳିକ ଦୃଷ୍ଟିକୋଣର ପରିଚାୟକ ଅଟେ । ଆମ ବିଜ୍ଞାନର ଆଧୁନିକ ମନ୍ଦିରଗୁଡ଼ିକର ମାଧ୍ୟମରେ ଭାରତ ନିଜର ବର୍ତ୍ତମାନକୁ ବଦଳାଉଛି ଏବଂ ନିଜ ଭବିଷ୍ୟତକୁ ସୁରକ୍ଷିତ କରିବାର କାମ କରୁଅଛି ।

ପ୍ରଧାନମନ୍ତ୍ରୀ ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ଏବଂ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିଚାରଣ କରିଥିଲେ । ସେ କହିଥିଲେ ଯେ ଶାସ୍ତ୍ରୀ ଜୀ "ଜୟ ଯବାନ, ଜୟ କିସାନ'ର ଆହ୍ୱାନ ଦେଇଥିବା ବେଳେ ଅଟଳ ଜୀ ଏହି ଆହ୍ୱାନ ସହିତ "ଜୟ ବିଜ୍ଞାନ'କୁ ଯୋଡ଼ିଥିଲେ । ସେ କହିଥିଲେ ଯେ ଏବେ ସମୟ ଆସିଯାଇଛି ଯେ ଆମେ ଗୋଟିଏ ପାଦ ଆଗକୁ ବଢ଼ିବା ଏବଂ ଏଥିରେ "ଜୟ ଅନୁସନ୍ଧାନ” କୁ ସଂଲଗ୍ନ କରିବା ।

ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ବିଜ୍ଞାନର ଲକ୍ଷ୍ୟ ଦୁଇଟି ଉଦ୍ଦେଶ୍ୟ ହାସଲ କରିବା ଦ୍ୱାରା ସମ୍ପୂର୍ଣ୍ଣ ହୋଇପାରିବ – ଉଦ୍ବେଳିତ ଜ୍ଞାନର ସୃଷ୍ଟି ଏବଂ ଏହି ଜ୍ଞାନକୁ ସାମାଜିକ-ଆର୍ଥିକ ଉନ୍ନତିରେ ଉପଯୋଗ କରିବା ।

ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ବିଜ୍ଞାନ ଇକୋ-ପ୍ରଣାଳୀର ଅନୁସନ୍ଧାନକୁ ପ୍ରୋତ୍ସାହନ ଦେବା ସହିତ ଆମକୁ ଉଦ୍ଭାବନ ଏବଂ ଷ୍ଟାର୍ଟଅପ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ହେବ । ସେ କହିଥିଲେ ଯେ ସରକାର ବୈଜ୍ଞାନିକମାନଙ୍କ ମଧ୍ୟରେ ଉଦ୍ଭାବନ ଭାବନାକୁ ପ୍ରୋତ୍ସାହନ ଦେବା ଲାଗି ଅଟଳ ନବୋନ୍ମେଷ ମିଶନର ଶୁଭାରମ୍ଭ କରିଛନ୍ତି । ସେ କହିଥିଲେ ଯେ 40ବର୍ଷ ତୁଳନାରେ ଗତ 4ବର୍ଷ କାଳରେ ଅଧିକ ପ୍ରଯୁକ୍ତି ବ୍ୟାପାର ଅଙ୍କୁରଣ/ଇନକ୍ୟୁବେଟର୍ସ ପ୍ରତିଷ୍ଠା କରାଯାଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ, ଆମର ବୈଜ୍ଞାନିକମାନଙ୍କୁ ଶସ୍ତା ସ୍ୱାସ୍ଥ୍ୟ ସେବା, ବାସଗୃହ, ସ୍ୱଚ୍ଛ ପାନୀୟ ଜଳ ଏବଂ ଇନ୍ଧନ, କୃଷି ଉତ୍ପାଦକତା ଏବଂ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ରହିଥିବା ସମସ୍ୟାଗୁଡ଼ିକର ସମାଧାନ ଲାଗି ନିଜକୁ ପ୍ରତିବଦ୍ଧ କରିବାକୁ ହେବ । ବିଜ୍ଞାନ ସାର୍ବଭୌମିକ ଅଟେ, ସେଥିପାଇଁ ପ୍ରଯୁକ୍ତିକୁ ସ୍ଥାନୀୟ ଆବଶ୍ୟକତା ଏବଂ ପରିସ୍ଥିତି ଅନୁରୂପ ସମାଧାନ ପ୍ରଦାନ କରିବା ଲାଗି ସ୍ଥାନୀୟ ଦୃଷ୍ଟିକୋଣ ରଖିବାକୁ ହେବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଗ ଡାଟା ବିଶ୍ଳେଷଣ, କୃତ୍ରିମ ଧୀଶକ୍ତି (ଆର୍ଟିଫିସିଆଲ ଇଂଟେଲିଜେନ୍ସ),ବ୍ଲକ ଚେନ ଟେକ୍ନୋଲଜି ଆଦିକୁ କୃଷି କ୍ଷେତ୍ର, ବିଶେଷ କରି କ୍ଷୁଦ୍ର ଚାଷୀମାନଙ୍କ ସହାୟତା ଲାଗି ବ୍ୟବହାର କରାଯିବା ଉଚିତ ।

ପ୍ରଧାନମନ୍ତ୍ରୀ ବୈଜ୍ଞାନିକମାନଙ୍କୁ ନିବେଦନ କରିଥିଲେ ଯେ ସେମାନେ ଲୋକମାନଙ୍କ ଜୀବନକୁ ସୁଗମ କରିବା ଲାଗି କାମ କରିବା ଉଚିତ । ଏ ସନ୍ଦର୍ଭରେ ସେ କମ ବର୍ଷା ହେଉଥିବା କ୍ଷେତ୍ରରେ ମରୁଡ଼ି ପରିଚାଳନା, ବିପର୍ଯ୍ୟୟର ଆଗୁଆ ଚେତାବନୀ ପ୍ରଣାଳୀ, କୁପୋଷଣ ଦୂର କରିବା, ଶିଶୁଙ୍କ ଠାରେ ଜ୍ୱର ରୋଗର ମୁକାବିଲା କରିବା, ସ୍ୱଚ୍ଛ ଇନ୍ଧନ, ସ୍ୱଚ୍ଛ ପାନୀୟ ଜଳ ଏବଂ ସାଇବର ସୁରକ୍ଷା ଭଳି ପ୍ରସଙ୍ଗର ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଏହି କ୍ଷେତ୍ରଗୁଡ଼ିକରେ ଗବେଷଣା ଜରିଆରେ ସମୟବଦ୍ଧ ଉପାୟରେ ସମାଧାନ ବାହାର କରାଯିବା ଉଚିତ ।

ପ୍ରଧାନମନ୍ତ୍ରୀ 2018ରେ ଭାରତୀୟ ବିଜ୍ଞାନର ପ୍ରମୁଖ ଉପଲବ୍ଧୀ ବିଷୟରେ ଉଲ୍ଲେଖ କରିଥିଲେ, ଯାହା ମଧ୍ୟରେ ନିମ୍ନଲିଖିତଗୁଡ଼ିକ ସାମିଲ ରହିଛି ।

•        ବିମାନରେ ବ୍ୟବହୃତ କରିବା ଯୋଗ୍ୟ ଜୈବ-ଇନ୍ଧନର ଉତ୍ପାଦନ

•        ଦିବ୍ୟ ନୟନ-ଦୃଷ୍ଟିହୀନଙ୍କ ପାଇଁ ମେସିନ

•        ଗ୍ରୀବା କର୍କଟ, ଯକ୍ଷ୍ମା ଏବଂ ଡେଙ୍ଗୁର ଚିକିତ୍ସା ଲାଗି ଶସ୍ତା ଉପକରଣ

•        ସିକ୍କିମ-ଦାର୍ଜିଲିଂ କ୍ଷେତ୍ରରେ ବାସ୍ତବିକ ସମୟରେ ଭୂସ୍ଖଳନର ଚେତାବନୀ ପ୍ରଣାଳୀ

ସେ କହିଥିଲେ ଯେ ଶିଳ୍ପ ଉତ୍ପାଦଗୁଡ଼ିକ ଜରିଆରେ ଆମର ଗବେଷଣା ଏବଂ ବିକାଶ ଉପଲବ୍ଧୀର ଲାଭ ଉଠାଇବା ପାଇଁ ବ୍ୟବସାୟ ଏବଂ ବାଣିଜ୍ୟ ସୁଦୃଢ଼ କରିବାର ଆବଶ୍ୟକତା ରହିଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗବେଷଣାକୁ କଳା ଏବଂ ମାନବ ବିଜ୍ଞାନ, ସାମାଜିକ ବିଜ୍ଞାନ, ବିଜ୍ଞାନ ଏବଂ ପ୍ରଯୁକ୍ତି ସହିତ ଯୋଡ଼ିବା ଉଚିତ ।

ଆମର ରାଷ୍ଟ୍ରୀୟ ଗବେଷଣାଗାର, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଆଇଆଇଟି, ଆଇଆଇଏସସି,ଟିଆଇଏଫଆର ଏବଂ ଆଇଆଇଏସଇଆର ଉପରେ ଆଧାରିତ ଗବେଷଣା ଏବଂ ବିକାଶ ଆଧାରରେ ଦେଶର ଶକ୍ତି ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରି କହିଥିଲେ ଯେ ରାଜ୍ୟ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡିକରେ ମଧ୍ୟ ସୁଦୃଢ଼ ଗବେଷଣା ଇ-ପ୍ରଣାଳୀ ବିକଶିତ କରାଯିବାଆବଶ୍ୟକ ।

ସେ କହିଥିଲେ ଯେ କେନ୍ଦ୍ର ସରକାର ରାଷ୍ଟ୍ରୀୟ ଆନ୍ତଃବୈଷୟିକ ସାଇବର ଭୌତିକ ପ୍ରଣାଳୀକୁ ମଞ୍ଜୁରି ଦେଇଛନ୍ତି । ଏଥିରେ 3600 କୋଟି ଟଙ୍କାରୁ ଅଧିକ ନିବେଶ ହେବ । ଏହି ମିଶନ ଅନ୍ତର୍ଗତ ଗବେଷଣା ଏବଂ ବିକାଶ, ପ୍ରଯୁକ୍ତି ବିକାଶ, ମାନବ ସମ୍ବଳ ଏବଂ ଦକ୍ଷତା, ଉଦ୍ଭାବନା, ଷ୍ଟାର୍ଟଅପ ଇକୋ-ପ୍ରଣାଳୀ,ଦୃଢ଼ ଉଦ୍ୟୋଗ ଏବଂ ଅନ୍ତର୍ଜାତୀୟ ସହଯୋଗକୁ ରଖାଯାଇଛି ।

ମହାକାଶ ଗବେଷଣାର ଉପଲବ୍ଧୀ ବିଷୟରେ ପ୍ରଧାନମନ୍ତ୍ରୀ କାର୍ଟୋସାଟ-2 ଏବଂ ଅନ୍ୟ ଉପଗ୍ରହଗୁଡ଼ିକର ସଫଳତା ବିଷୟରେ ଉଲ୍ଲେଖ କରିଥିଲା । ସେ କହିଥିଲେ ଯେ 2022 ଗଗନଯାନ ଜରିଆରେ ମହାକାଶକୁ ତିନି ଜଣ ଭାରତୀୟମାନଙ୍କୁ ପଠାଇବାର ପ୍ରସ୍ତୁତି ଜାରି ରହିଛି । ସେ ସିକଲସେଲ ଆନେମିଆର ପ୍ରଭାବୀ ସମାଧାନ ଖୋଜିବା ଲାଗି ଗବେଷଣା ଆରମ୍ଭ କରାଯିବା ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ "ପ୍ରଧାନମନ୍ତ୍ରୀ ବିଜ୍ଞାନ, ପ୍ରଯୁକ୍ତି ଏବଂ ନବୋନ୍ମେଷ ପରାମର୍ଶ ପରିଷଦ'ଦ୍ୱାରା ବିଜ୍ଞାନ ଏବଂ ପ୍ରଯୁକ୍ତିର ସମୁଚିତ ଉପାୟ କରିବାରେ ସହାୟତା ମିଳିବ ।

ସେ କହିଥିଲେ ଯେ ଆମେ "ପ୍ରଧାନମନ୍ତ୍ରୀ ରିସର୍ଚ୍ଚ ଫେଲୋ ଯୋଜନା ଆରମ୍ଭ କରିଛୁ, ଯାହାର ଅନ୍ତର୍ଗତ ଦେଶର ସର୍ବଶ୍ରେଷ୍ଠ ଶିକ୍ଷାନୁଷ୍ଠାନଗୁଡ଼ିକରୁ ପ୍ରତିଭାସମ୍ପନ୍ନମାନଙ୍କୁ ଆଇଆଇଟି ଏବଂ ଆଇଆଇଏସସିରେ ପିଏଚଡି କାର୍ଯ୍ୟକ୍ରମ ଲାଗି ସିଧାସଳଖ ପ୍ରବେଶ ଦିଆଯିବ । ସେ କହିଥିଲେ ଯେ ଏହି ଯୋଜନା ଦ୍ୱାରା ଉନ୍ନତ ଗବେଷଣାର ମାର୍ଗ ଖୋଲିବ ଏବଂ ପ୍ରମୁଖ ଶିକ୍ଷାନୁଷ୍ଠାନଗୁଡ଼ିକରେ ଶିକ୍ଷକମାନଙ୍କ ଅଭାବ ସମସ୍ୟା ଦୂର ହେବ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
500 ethanol pumps by year-end: Union minister Hardeep Singh Puri

Media Coverage

500 ethanol pumps by year-end: Union minister Hardeep Singh Puri
NM on the go

Nm on the go

Always be the first to hear from the PM. Get the App Now!
...
UK Foreign Secretary meets Prime Minister
June 04, 2026

UK Foreign Secretary Yvette Cooper today met Prime Minister Shri Narendra Modi.

The Prime Minister expressed his pleasure upon the meeting and appreciated the deepening of the India-UK partnership in recent times which has unlocked unprecedented growth opportunities for both countries.

The Prime Minister affirmed that the India-UK Vision 2035 will continue to guide the partnership and strengthen joint efforts for the global good.

The Prime Minister posted on X:

"Pleased to meet UK Foreign Secretary Yvette Cooper. Appreciated the deepening of the India-UK partnership in recent times that has unlocked unprecedented growth opportunities for both our countries.

India-UK Vision 2035 will continue to guide our partnership and strengthen our joint efforts for global good.@YvetteCooperMP"