ଗତ ଦୁଇମାସ ମଧ୍ୟରେ ଷଷ୍ଠ ବଂଦେ ଭାରତର ଯାତ୍ରାରମ୍ଭ
“ରାଜସ୍ଥାନ ଆଜି ଏହାର ପ୍ରଥମ ବଂଦେ ଭାରତ ଏକ୍ସପ୍ରେସ ପାଇଛି । ଏହା ନିଶ୍ଚିତ ଭାବେ ସଂଯୋଗୀକରଣ ବୃଦ୍ଧି କରାଇବା ସହ ପର୍ଯ୍ୟଟନର ଅଭିବୃଦ୍ଧି ଘଟାଇବ”
“ବଂଦେ ଭାରତର ଉତ୍ସାହ ‘ଭାରତ ପ୍ରଥମ ସବୁବେଳେ ପ୍ରଥମ’କୁ ବୁଝିଥାଏ”
“ବଂଦେ ଭାରତ ଟ୍ରେନ ବର୍ତ୍ତମାନ ବିକାଶ, ଆଧୁନିକତା, ସ୍ଥିରତା ଓ ଆତ୍ମନିର୍ଭରତାର ପ୍ରତୀକ ହୋଇଯାଇଛି”
“ଦୁର୍ଭାଗ୍ୟବଶତଃ ନାଗରିକଙ୍କ ଏକ ମୌଳିକ ଆବଶ୍ୟକତା ଓ ଗୁରୁତ୍ୱପୂର୍ଣ୍ଣ ଅଂଶ ରେଳବାଇ ମଧ୍ୟ ରାଜନୀତି ଆଡ଼କୁ ଟଣାହୋଇ ଆସୁଛି”
“୨୦୧୪ ମସିହା ଠାରୁ ରାଜସ୍ଥାନ ରେଳ ବଜେଟ ୧୪ ଗୁଣ ବୃଦ୍ଧି ପାଇଛି । ୨୦୧୪ରେ ଏହା ୭୦୦ କୋଟି ଥିବାବେଳେ ଚଳିତ ବର୍ଷ ଏହା ୯୫୦୦ କୋଟିକୁ ବୃଦ୍ଧି ପାଇଛି”
“ଭାରତ ଗୌରବ ମଣ୍ଡଳ ଟ୍ରେନଗୁଡ଼ିକ ନିରବଚ୍ଛିନ୍ନ ଭାବେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଉତ୍ସାହକୁ ମଜବୁତ କରୁଛନ୍ତି”
“ଯେତେବେଳେ ରେଳ ସଂଯୋଗୀକରଣ ଭିତ୍ତିଭୂମି ମଜବୁତ ହୋଇଥାଏ, ସେତେବେଳେ ଦେଶ ମଧ୍ୟ ମଜବୁତ ହୁଏ। ଏହା ଦେଶର ସାଧାରଣ ନାଗରିକ, ଗରୀବ ଓ ମଧ୍ୟବିତ୍ତଙ୍କୁ ମଧ୍ୟ ସୁବିଧା ପ୍ରଦାନ କରିଥାଏ”

ରାଜସ୍ଥାନର ପ୍ରଥମ ବଂଦେ ଭାରତ ଏକ୍ସପ୍ରେସକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୨-୦୪-୨୦୨୩) ଆଭାସୀ ମାଧ୍ୟମରେ ପତାକା ଦେଖାଇ ଶୁଭାରମ୍ଭ କରାଇଛନ୍ତି ।

ସମବେତ ଜନତାଙ୍କୁ ଉଦବୋଧନ ଦେଇ ଶୌର୍ଯ୍ୟଭୂମି ରାଜସ୍ଥାନର ପ୍ରଥମ ବଂଦେ ଭାରତ ଟ୍ରେନର ପତାକା ଦେଖାଇ ଚଳାଚଳର ଶୁଭାରମ୍ଭ କରିଛନ୍ତି । ଏହା ଜୟପୁର ଓ ଦିଲ୍ଲୀ ମଧ୍ୟରେ ଯାତ୍ରାକୁ ସୁଗମ କରିବା ସହ ରାଜସ୍ଥାନର ପର୍ଯ୍ୟଟନ ଶିଳ୍ପକୁ ମଧ୍ୟ ଅଭିବୃଦ୍ଧିର ସୁଯୋଗ ପ୍ରଦାନ କରିବ । ଏହା ବିଶ୍ୱାସର ସ୍ଥଳ ତୀର୍ଥରାଜ ପୁସ୍କର ଓ ଆଜମେର ସରିଫକୁ ଯାତ୍ରା କରିବାର ବାଟ ଖୋଲିବ ।

ଗତ ଦୁଇମାସ ମଧ୍ୟରେ ପ୍ରଧାନମନ୍ତ୍ରୀ କିପରି ଦେଶରେ ୬ଟି ବଂଦେ ଭାରତ ଟ୍ରେନର ପତାକା ଦେଖାଇ ଯାତ୍ରାରମ୍ଭ କରିଛନ୍ତି ତା’ର ସ୍ମୃତିଚାରଣ କରିଥିଲେ । ସେଗୁଡ଼ିକ ମଧ୍ୟରେ ଦିଲ୍ଲୀ-ଜୟପୁର ବଂଦେ ଭାରତ ଏକ୍ସପ୍ରେସ, ମୁମ୍ବାଇ-ବେଙ୍ଗାଲୁର ବଂଦେ ଭାରତ ଏକ୍ସପ୍ରେସ, ମୁମ୍ବାଇ-ଶିରିଡି ବଂଦେ ଭାରତ ଏକ୍ସପ୍ରେସ, ରାଣୀ କମଳାପତି-ହଜରତ ନିଜାମଉଦ୍ଦିନଙ୍କ ବଂଦେ ଭାରତ ଏକ୍ସପ୍ରେସ, ସିକନ୍ଦରାବାଦ-ତିରୁପତି ବଂଦେ ଭାରତ ଏକ୍ସପ୍ରେସ ଓ ଚେନ୍ନାଇ-କୋଏମ୍ବାଟୁର ଏକ୍ସପ୍ରେସ ଅନ୍ତର୍ଭୁକ୍ତ । ବଂଦେ ଭାରତ ଏକ୍ସପ୍ରେସ ଆରମ୍ଭ ହେବା ପରଠାରୁ ଏ ପର୍ଯ୍ୟନ୍ତ ୬ଠ ଲକ୍ଷ ଯାତ୍ରୀ ଯାତ୍ରା କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । “ବଂଦେ ଭାରତ ଏକ୍ସପ୍ରେସର ଗତିରେ ଏହାର ସ୍ୱାତନ୍ତ୍ର୍ୟତା ରହିଛି ଓ ଜନସାଧାରଣଙ୍କ ସମୟ ବଞ୍ଚାଇଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏକ ଅନୁଧ୍ୟାନ ଅନୁସାରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବଂଦେ ଭାରତ ଏକ୍ସପ୍ରେସରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ପ୍ରତ୍ୟେକ ଯାତ୍ରା କାଳରେ ୨୫୦୦ ଘଣ୍ଟା ସଞ୍ଚୟ କରୁଛି । ବଂଦେ ଭାରତ ଏକ୍ସପ୍ରେସ ତିଆରି ବେଳେ ନିର୍ମାଣ କୌଶଳ, ନିରାପତ୍ତା, ଦ୍ରୁତ ଗତି ଓ ସୁନ୍ଦର ପରିପାଟୀକୁ ଆଖି ଆଗରେ ରଖାଯାଇଛି । ନାଗରିକମାନେ ବଂଦେ ଭାରତ ଏକ୍ସପ୍ରେସକୁ ଖୁବ ପସନ୍ଦ କରୁଥିବା ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଏକ୍ସପ୍ରେସ ଟ୍ରେନ ଦେଶର ପ୍ରଥମ ଅର୍ଦ୍ଧ ସ୍ୱୟଂଚାଳିତ ଟ୍ରେନ ଓ ବିଶ୍ୱର ସୁସଂହତ ଓ ଦକ୍ଷ ଟ୍ରେନ । “ବଂଦେ ଭାରତ ହେଉଛି ପ୍ରଥମ ଟ୍ରେନ ଯାହାକି ଭାରତୀୟ ସୁରକ୍ଷା କବଚ ପଦ୍ଧତି ସହ ତୁଳନୀୟ” ବୋଲି ଶ୍ରୀ ମୋଦୀ କହିଥିଲେ । ଏହା ହେଉଛି ପ୍ରଥମ ଟ୍ରେନ ଯାହା ଅତିରିକ୍ତ ଇଞ୍ଜିନ ବିନା ସାୟାଦ୍ରୀ ଘାଟର ଉଚ୍ଚତାକୁ ମଧ୍ୟ ଅତିକ୍ରମ କରିଥିଲା । “ବଂଦେ ଭାରତ ଏକ୍ସପ୍ରେସ ଭାରତ ପ୍ରଥମ ସବୁବେଳେ ପ୍ରଥମ ଉତ୍ସାହକୁ ଜାଣେ” ବୋଲି ସେ କହିଥିଲେ । ବଂଦେ ଭାରତ ବିକାଶ, ଆଧୁନିକତା, ସ୍ଥାୟୀତ୍ୱ ଓ ଆତ୍ମନିର୍ଭର ଭାରତ ସହ ସମକ୍ଷକ ବୋଲି କହି ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ ।

ନାଗରିକମାନଙ୍କ ମୌଳିକ ଆବଶ୍ୟକତା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ରେଳବାଇକୁ ମଧ୍ୟ ରାଜନୀତି ଆଡ଼କୁ ଟାଣୁଥିବାରୁ ପ୍ରଧାନମନ୍ତ୍ରୀ କ୍ଷୋଭ ପ୍ରକାଶ କରିଥିଲେ । ସେ କହିଥିଲେ ଯେ ଭାରତ ସ୍ୱାଧୀନତା ବେଳେ ମଧ୍ୟ ଏକ ବିଶାଳ ରେଳ ବ୍ୟବସ୍ଥା ଲାଭ କରିଥିଲା । ମାତ୍ର ସ୍ୱାଧୀନତା ପ୍ରାପ୍ତି ପରେ ରାଜନୀତିକ ସ୍ୱାର୍ଥ ଆଧୁନିକୀକରଣ ଉପରେ ରହିଲା । ରେଳମନ୍ତ୍ରୀ ବାଛିବା ଠାରୁ ଟ୍ରେନର ଘୋଷଣା ଓ ଏପରିକି ନିଯୁକ୍ତି କ୍ଷେତ୍ରରେ ମଧ୍ୟ ରାଜନୀତିର ପ୍ରଚ୍ଛନ୍ନ ହାତ ରହିଲା । ରେଳବାଇରେ ଚାକିରି ଦେବା ଆଳରେ ଜମି ଦଖଲ ହେବା ସହ ଅନେକ ଜଗୁଆଳିବୀହିନ ଫାଟକ ବହୁଦିନ ଧରି ପଡ଼ି ରହିଲା ଓ ସ୍ୱଚ୍ଛତା ଏବଂ ନିରାପତ୍ତା ପ୍ରତି କୌଣସି ଧ୍ୟାନ ଦିଆଗଲା ନାହିଁ । ଯେତେବେଳେ ଜନସାଧାରଣ ୨୦୧୪ରେ ଏକ ମଜବୁତ ଓ ସଂଖ୍ୟାଗରିଷ୍ଠ ସରକାରକୁ ନିର୍ବାଚିତ କଲେ ସେତେବେଳେ ପରିସ୍ଥିତି ଟିକେ ଭଲ ଆଡ଼କୁ ଗତି କଲା । “ଯେତେବେଳେ ରାଜନୀତିକ ଛକା ପଞ୍ଝା ହ୍ରାସ ପାଇଲା ରେଳବାଇ ଶାନ୍ତିର ନିଶ୍ୱାସ ଦେବା ସହ ନୂତନ ଶିଖର ଛୁଇଁବାକୁ ଲାଗିଲା” ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ରାଜସ୍ଥାନକୁ ନୂତନ ସୁଯୋଗର ଭୂମି ଭଳି ଗଢ଼ିବାକୁ ଚାହୁଁଛନ୍ତି । ପର୍ଯ୍ୟଟନ ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିବା ରାଜସ୍ଥାନରେ ସଂଯୋଗୀକରଣ ଲାଗି କେନ୍ଦ୍ର ସରକାର ଅନେକ ଅଦ୍ଭୁତପୂର୍ବ କାର୍ଯ୍ୟ କରିଛନ୍ତି । ପ୍ରଧାନମନ୍ତ୍ରୀ ଫେବ୍ରୁଆରୀରେ ଲୋକାର୍ପିତ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେର ଦିଲ୍ଲୀ-ଦୌସା ଲାଲସଟ ସେକ୍ସନର ଲୋକାର୍ପଣ ବିଷୟରେ ଅବତାରଣା କରିଥିଲେ । ଏହି ସେକ୍ସନ ଯୋଗୁ ଦୌସା, ଅଲୱାର, ଭରତପୁର, ସୱାଇମାଧୋପୁର, ଟୋଙ୍କ, ବୁନ୍ଦୀ ଓ କୋଟା ଜିଲ୍ଲା ଉପକୃତ ହେବେ । ରାଜସ୍ଥାନର ସୀମା ଅଞ୍ଚଳର କେନ୍ଦ୍ର ସରକାର ୧୪୦୦ କିଲୋମିଟର ଦୀର୍ଘ ସଡ଼କ ତିଆରି ପାଇଁ କାର୍ଯ୍ୟ କରୁଥିବା ବେଳେ ରାଜସ୍ଥାନ ରାଜ୍ୟର ୧୦୦୦ କିଲୋମିଟର ସଡ଼କ ନିମନ୍ତେ ପ୍ରସ୍ତାବ ରଖିଛି ।

ରାଜସ୍ଥାନରେ ସଂଯୋଗୀକରଣ ପ୍ରାଥମିକତା ନେଇ ଶ୍ରୀ ମୋଦୀ କହିଥିଲେ ଯେ ତରଙ୍ଗା ହିଲରୁ ଅମ୍ବାଜୀ ପର୍ଯ୍ୟନ୍ତ ଏକ ରେଳପଥରେ କାମ ଚାଲିଛି । ଶତାବ୍ଦୀ ବ୍ୟାପୀ ଦାବିଥିବା ଏହି କାର୍ଯ୍ୟ ଏବେ ପୂରଣ ହେବାକୁ ଯାଉଛି । ଉଦୟପୁର-ଅହମ୍ମଦାବାଦ ଓସାରିଆ ରେଳପଥ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସହ ଏହାର ଶତକଡ଼ା ୭୫ ଭାଗର ବିଦୁତକରଣ ମଧ ଶେଷ ହୋଇଛି, ୨୦୧୪ରୁ ରାଜସ୍ଥାନର ରେଳ ବଜେଟ ୧୪ ଗୁଣ ବୃଦ୍ଧି ପାଇଛି । ୨୦୧୪ରେ ଏହା ୭୦୦ କୋଟିରୁ ବୃଦ୍ଧି ପାଇ ଏବେ ୯୫୦୦ କୋଟିରୁ ଅଧିକ ହୋଇଛି । ରେଳପଥ ଦୋହରୀକରଣ ମଧ୍ୟ ଦ୍ୱିଗୁଣିତ ହୋଇଛି । ପ୍ରଶସ୍ତୀକରଣ ଓ ଦୋହରୀକରଣ ଯୋଗୁ ଡୁଙ୍ଗରପୁର, ଉଦୟପୁର, ଚିତୋଡ଼ଗଡ଼, ପାଲୀ ଓ ସିରୋହୀ ଭଳି ଆଦିବାସୀ ଅଞ୍ଚଳର ସୁବିଧା ହୋଇଛି । ଅମୃତ ଭାରତ ରେଳ ଯୋଜନା ଅଧିନରେ ଅନେକ ଷ୍ଟେସନକୁ ଉନ୍ନୀତ କରାଯାଉଛି ।

ପର୍ଯ୍ୟଟକମାନଙ୍କ ହିତକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ବିଭିନ୍ନ ପ୍ରକାର ସର୍କିଟ ଟ୍ରେନ ଚଳାଚଳ ବ୍ୟବସ୍ଥା କରିଛନ୍ତି । ସେ ଭାରତ ଗୌରବ ସର୍କିଟ ଟ୍ରେନର ଉଦାହରଣ ଦେଇଥିଲେ ଯାହାକି ୭୦ ଥର ଯାତ୍ରା କରି ୧୫ ହଜାରରୁ ଅଧିକ ଯାତ୍ରୀ ପରିବହନ କରିଛି । “ସେ ଅଯୋଧ୍ୟା-କାଶୀ ହେଉ ବା ଦକ୍ଷିଣ ଦର୍ଶନ, ଦ୍ୱାରକା ଦର୍ଶନ ବା ଶିଖ୍ ତୀର୍ଥଯାତ୍ରା ସ୍ଥଳୀ ଭାରତ ଗୌରବ ସର୍କିଟ ଟ୍ରେନ ଏପରି ଅନେକ ସ୍ଥାନକୁ ଯାତ୍ରା କରୁଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସାମାଜିକ ଗଣମାଧ୍ୟମରେ ମିଳୁଥିବା ଯାତ୍ରା ସମ୍ପର୍କିତ ମତାମତ ଅନୁସାରେ ଏହି ଟ୍ରେନଗୁଡ଼ିକ ଏକ ଭାରତ ଶ୍ରେଷ୍ଠ ଭାରତ ଉତ୍ସାହକୁ ମଜବୁତ କରୁଛି ।

ଗୋଟିଏ ଷ୍ଟେସନ, ଗୋଟିଏ ସାମଗ୍ରୀ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତୀୟ ରେଳବାଇ ଆଉ ଏକ ଉଦ୍ୟମ କରି ରାଜସ୍ଥାନର ଜିନିଷପତ୍ର ଦେଶର ଅନ୍ୟାନ୍ୟ ସ୍ଥାନରେ ପହଞ୍ଚାଇବାରେ ସାହାଯ୍ୟ କରୁଛି । ଭାରତୀୟ ରେଳବାଇ ୭୦ଟି ଗୋଟିଏ ଷ୍ଟେସନ, ଗୋଟିଏ ସାମଗ୍ରୀ ମଣ୍ଡପ ଜରିଆରେ ଜାୟପୁରୀ ରେଜେଇ, ସଙ୍ଗାନେରୀ ବ୍ଲକ ଛାପା ବିଛଣା ଚାଦର, ଗୋଲାପ ଦ୍ରବ୍ୟ ଓ ଅନ୍ୟାନ୍ୟ ହସ୍ତ କଳାକୃତି ଏହିସବୁ ମଣ୍ଡପରେ ବିକ୍ରି ହେଉଛି। ବଜାରରେ ନିଜ ସାମଗ୍ରୀ ପହଞ୍ଚାଇବା ପାଇଁ ରାଜସ୍ଥାନ ଚାଷୀମାନେ ଏହି ନୂତନ ମାଧ୍ୟମ ପାଇଛନ୍ତି । ବକ୍ତବ୍ୟ ଶେଷ କରି ପ୍ରଧାନମନ୍ତ୍ରୀ ଏହା ବିକାଶରେ ସମସ୍ତଙ୍କ ସହଯୋଗର ଉଦାହରଣ ବୋଲି କହିଥିଲେ । ଯେତେବେଳେ ରେଳ ଭଳି ଶିଳ୍ପୀ ଓ ହସ୍ତତନ୍ତ କାରିଗର ସଂଯୋଗୀକରଣ ଭିତ୍ତିଭୂମି ମଜବୁତ ସେତେବେଳେ ଦେଶ ମଧ୍ୟ ମଜବୁତ । ଦେଶର ସାଧାରଣ ନାଗରିକ, ଗରୀବ ଓ ମଧ୍ୟବିତ୍ତ ଶ୍ରେଣୀ ଏଥିରେ ଉପକୃତ ହୁଅନ୍ତି ।” ଏତିକି କହି ପ୍ରଧାନମନ୍ତ୍ରୀ ଅଭିଭାଷଣ ଶେଷ କରିବା ସହ ରାଜସ୍ଥାନ ବିକାଶରେ ଆଧୁନିକ ବଂଦେ ଭାରତ ଟ୍ରେନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ବିଶ୍ୱାସ ପ୍ରକଟ କରିଥିଲେ ।

ପୃଷ୍ଠଭୂମି-

ଉଦଘାଟନୀ ଟ୍ରେନ ଜୟପୁର ଓ ଦିଲ୍ଲୀ ଛାଉଣୀ ଷ୍ଟେସନ ମଧ୍ୟରେ ଯାତ୍ରା କରିବ । ବଂଦେ ଭାରତ ଏକ୍ସପ୍ରେସର ନିୟମିତ ଯାତ୍ରା ଏପ୍ରିଲ ୧୩, ୨୦୨୩ରୁ ଆରମ୍ଭ ହୋଇ ଏହା ଆଜମେର, ଦିଲ୍ଲୀ ଛାଉଣୀ ଯାଏ ଜୟପୁର, ଅଲୱାର ଓ ଗୁଡଗାଓଁରେ ରହଣୀ ସହ ଯାତ୍ରା କରିବ ।

ନୂନତ ବଂଦେ ଭାରତ ଏକ୍ସପ୍ରେସ ଆଜମେରରୁ ଦିଲ୍ଲୀ ଛାଉଣୀ ପହଂଚିବା ପାଇଁ ୫ ଘଣ୍ଟା ୧୫ ମିନିଟ ନେବ । ବର୍ତ୍ତମାନ ଏହି ପଥରେ ଦ୍ରୁତତମ ଟ୍ରେନ ଶତାବ୍ଦୀ ଏକ୍ସପ୍ରେସ ୬ ଘଣ୍ଟା ୧୫ ମିନିଟ ନେଉଛି । ଏହି ନୂତନ ବଂଦେ ଭାରତ ଏକ୍ସପ୍ରେସ ଯୋଗୁ ଏକ ଘଣ୍ଟା ସମୟ ଯାତ୍ରା ଅବଧି ହ୍ରାସ ପାଇବ ।

ଆଜମେର-ଦିଲ୍ଲୀ ଛାଉଣୀ ବଂଦେ ଭାରତ ଏକ୍ସପ୍ରେସ ବିଶ୍ୱର ପ୍ରଥମ ସେମି ହାଇସ୍ପିଡ ପାସେଞ୍ଜର ଟ୍ରେନ ଓଇଆଇସି ଟେରିଟୋରୀରେ ହେବ । ଏହି ଟ୍ରେନ ରାଜସ୍ଥାନର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପୁସ୍କର, ଆଜମେର ସରିଫ ଦରଘା ଇତ୍ୟାଦି ସହ ସଂଯୋଗ କରିବା ସହ ଅଞ୍ଚଳର ସାମାଜିକ ଆର୍ଥିକ ବିକାଶରେ ମଧ୍ୟ ସହାୟକ ହେବ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s maternal mortality drops nearly 80% since 1990: Global study

Media Coverage

India’s maternal mortality drops nearly 80% since 1990: Global study
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings on Madhavpur Mela in Porbandar, Gujarat
March 29, 2026

The Prime Minister, Shri Narendra Modi has extended greetings for the ongoing Madhavpur Mela taking place in Porbandar, Gujarat. Shri Modi remarked that this vibrant celebration highlights our glorious culture and at the same time it reinforces the timeless cultural bond between Gujarat and the Northeast. “This festival brings together diverse traditions, reflecting the true spirit of ‘Ek Bharat, Shreshtha Bharat.’ I call upon people to visit this Mela!”, Shri Modi stated.

The Prime Minister spoke about the significance of the Madhavpur Mela and its importance in our culture in Mann Ki Baat programme of April 2022.

The Prime Minister posted on X:

“My best wishes for the ongoing Madhavpur Mela taking place in Porbandar, Gujarat.

This vibrant celebration highlights our glorious culture and at the same time it reinforces the timeless cultural bond between Gujarat and the Northeast.

This festival brings together diverse traditions, reflecting the true spirit of ‘Ek Bharat, Shreshtha Bharat.’ I call upon people to visit this Mela!”

“In the #MannKiBaat programme of April 2022, I spoke about the significance of the Madhavpur Mela and its importance in our culture. Do listen…”