ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାରାଣାସୀ ଗସ୍ତ କରିଥିଲେ ।

ସେ ବାରାଣାସୀରେ ଆନ୍ତର୍ଜାତିକ ଧାନ ଗବେଷଣଶ ପ୍ରତିଷ୍ଠାନ କ୍ୟାମ୍ପସକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ସେ ଏହି ପ୍ରତିଷ୍ଠାନର ବିଭିନ୍ନ ପରୀକ୍ଷାଗାର ବୁଲି ଦେଖିଥିଲେ ।

ଦୀନଦୟାଲ ହସ୍ତକଳା ସଙ୍କୁଳରେ ପ୍ରଧାନମନ୍ତ୍ରୀ ଏକ ଜିଲ୍ଲା, ଏକ ଉତ୍ପାଦ (ଓଡିଓପି) ପ୍ରଦର୍ଶନୀ ବୁଲି ଦେଖିଥିଲେ ।

ସେ ଏକ ବ୍ୟାପକ ପେନସନ ପରିଚାଳନା ଯୋଜନାର ଶୁଭାରମ୍ଭ କରିଥିଲେ । ବାରାଣସୀରେ ବିଭିନ୍ନ ପ୍ରକଳ୍ପକୁ ଉତ୍ସର୍ଗ କରିବା ସହ ଫଳକ ଉନ୍ମୋଚନ ପୂର୍ବକ କେତେକ ପ୍ରକଳ୍ପର ଆଧାରଶିଳା ରଖିଥିଲେ ।

ଆଜି ଉନ୍ମୋଚିତ ହୋଇଥିବା ବିଭିନ୍ନ ପ୍ରକଳ୍ପ ଉନ୍ମୋଚନ ସମ୍ବନ୍ଧରେ ପ୍ରକାଶ କରି ସେ କହିଲେ ଯେଏହିସବୁ ପ୍ରକଳ୍ପ ସମୂହର ଏକ ସାଧାରଣ ବିଷୟ ରହିଛି । ଏହା ହେଉଛି ସୁଗମ ଜୀବନଧାରଣ ଏବଂ ବ୍ୟବସାୟ କରିବାରେ ସହଜତା । ଉତ୍ତର ପ୍ରଦେଶ ସରକାରଙ୍କର “ଏକ ଜିଲ୍ଲା, ଏକ ଉତ୍ପାଦ”କୁ ସେ“ମେକ ଇନ ଇଣ୍ଡିଆ”ର ସମ୍ପ୍ରସାରଣ ବୋଲି ବର୍ଣ୍ଣନା କରିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଉତ୍ତର ପ୍ରଦେଶରେ କ୍ଷୁଦ୍ର ଏବଂ ମଧ୍ୟମ ଧରଣର ଉଦ୍ୟୋଗ ଗୁଡ଼ିକ ହେଉଛି ପରମ୍ପରାର ଅଂଶବିଶେଷ । ଏହି ପ୍ରସଙ୍ଗରେ ସେ ଭାଡୋହିର କାର୍ପେଟ ଶିଳ୍ପ, ମୀରଟର କ୍ରୀଡ଼ା ସାମଗ୍ରୀ ଶିଳ୍ପ ଏବଂ ବାରାଣସୀର ଶିଲ୍କ ତଥା ରେଶମ ଶିଳ୍ପ ବିଷୟରେ ପ୍ରକାଶ କରିଥିଲେ । ସେ ବାରାଣସୀ ଏବଂ ପୂର୍ବାଂଚଳକୁ ହସ୍ତଶିଳ୍ପ ଏବଂ କଳାର ଏକ ହବ୍ ଭାବେ ବର୍ଣ୍ଣନା କରିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ବାରାଣସୀ ଏବଂ ଆଖପାଖ ଅଂଚଳର 10 ଟି ଉତ୍ପାଦ ଭୌଗୋଳିକ ସୂଚକ ଟ୍ୟାଗ ହାସଲ କରିଛି । ସେ କହିଲେ ଯେ ଉତ୍ତମ ଯନ୍ତ୍ରାଂଶ, ପ୍ରଶିକ୍ଷଣ ଏବଂ ବିପଣନ ସହାୟତା ଜରିଆରେ “ଏକ ଜିଲ୍ଲା, ଏକ ଉତ୍ପାଦ” ସ୍କିମ ଅନ୍ତର୍ଗତ କାର୍ଯ୍ୟ ତଥା ହସ୍ତକଳା ଉତ୍ପାଦ ନିଶ୍ଚିତ ଭାବେ ବ୍ୟବସାୟକୁ ଲାଭପ୍ରଦ କରିବା ।ସେ କହିଲେ ଯେ ତାଙ୍କୁ ସୂଚନା ଦିଆଯାଇଛି କି ଏହି କାର୍ଯ୍ୟକ୍ରମ ସମୟରେ 2000 କୋଟି ଟଙ୍କାର ଋଣ ପ୍ରଦାନ କରାଯିବ ।

ସେ କହିଲେ ଯେ ଏହି ଯୋଜନାର ଗୁରୁତ୍ୱ ହେଉଛି ଉତ୍ପାଦ ନିର୍ମାତାମାନଙ୍କ ପାଇଁ ସାମଗ୍ରୀକ ସମାଧାନ ପ୍ରଦାନ କରିବା । ସେ କହିଲେ ଦିନଦୟାଲ ହସ୍ତକଳା ଶଙ୍କୁଳ ଏବେ ଏହାର ପ୍ରକୃତ ଉଦ୍ଦେଶ୍ୟ ପୂରଣ କରୁଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ ସାଧାରଣ ଜନତାଙ୍କ ଜୀବନକୁ ଉନ୍ନତ କରିବା ଏବଂ ବ୍ୟବସାୟ କରିବାର ସହଜତାକୁ ପ୍ରସାର କରିବାରେ କେନ୍ଦ୍ର ସରକାର କାର୍ଯ୍ୟ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଲେ ଯେ ଆଜି ସମ୍ପନ୍ନ – ପେନସନ ପରିଚାଳନା ଓ ପ୍ରାଧିକରଣ ବ୍ୟବସ୍ଥାର ଶୁଭାରମ୍ଭ କରାଗଲା, ଯାହାକି ଟେଲିକମ ବିଭାଗର ପେନସନଧାରୀମାନଙ୍କ ପାଇଁ ଲାଭପ୍ରଦ ହେବ ଏବଂ ଠିକ ସମୟରେ ପେନସନ ପ୍ରଦାନ କରାଯାଇ ପାରିବ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଜୀବନ ଧାରଣର ସହଜତା ଏବଂ ନାଗରିକ କୈନ୍ଦ୍ରିକ ସେବା ପାଇବାରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ବୈଷୟିକ ଜ୍ଞାନକୌଶଳର ଉପଯୋଗ କରୁଛନ୍ତି ।

ସେ କହିଲେ ଯେ ଡାକ ଘର ମାଧ୍ୟମରେ ବ୍ୟାଙ୍କିଙ୍ଗ ସେବାକୁ ପ୍ରସାରିତ କରିବା ପାଇଁ ଇଣ୍ଡିଆ ପୋଷ୍ଟ ପେମେଣ୍ଟବ୍ୟାଙ୍କର ବ୍ୟବହାର କରାଯାଉଛି । ସେ କହିଲେ ଯେ ଗ୍ରାମାଂଚଳର ଜନସାଧାରଣଙ୍କୁ ବିଭିନ୍ନ ଡିଜିଟାଲ ସେବା ପ୍ରଦାନ କରିବା ପାଇଁ 3 ଲକ୍ଷ ସାଧାରଣ ସେବା କେନ୍ଦ୍ରରୁ ଅଧିକ ନେଟୱାର୍କ ସହାୟକ ହେଉଛି । 

 

ସେ ମଧ୍ୟ ଦେଶରେ ଇଂଟରନେଟ ସଂଯୋଗରେ ବହୁ ପରିମାଣରେ ବୃଦ୍ଧି ହୋଇଥିବା ସମ୍ବନ୍ଧରେ ପ୍ରକାଶ କରିଥିଲେ । ସେ କହିଲେ ଯେ ସମ୍ପ୍ରତି ଦେଶର ଏକ ଲକ୍ଷ ପଂଚାୟତ ବ୍ରଡବ୍ୟାଣ୍ଡ ମାଧ୍ୟମରେ ସଂଯୁକ୍ତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ କହିଲେ ଯେ ଡିଜିଟାଲ ଭାରତ ଜନସାଧାରଣଙ୍କୁ ସହାୟତା କରିବା ସହ ସରକାରୀ କାର୍ଯ୍ୟରେ ସ୍ଵଚ୍ଛତା ଆଣୁଛି ଏବଂ ଦୁର୍ନୀତି ନିବାରଣରେ ମଧ୍ୟ ସହାୟକ ହେଉଛି । ଏହି ପ୍ରସଙ୍ଗରେ ସେ ସରକାରୀ ଇ-ବଜାର ବା ଜିଇଏମ ସମ୍ବନ୍ଧରେ ପ୍ରକାଶ କରିଥିଲେ । ସେ କହିଲେ ଯେ ଏମଏସଏମଇ ଗୁଡ଼ିକ ପାଇଁ ଜିଇଏମ ଅତ୍ୟନ୍ତ ଉପଯୋଗୀ ହେବ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଏମଏସଏମଇ ଗୁଡ଼ିକୁ ସଶକ୍ତ କରିବା ପାଇଁ କେନ୍ଦ୍ର ସରକାର ସଂକଳ୍ପବଦ୍ଧ ଅଛନ୍ତି । ଏମଏସଏମଇ ଗୁଡ଼ିକ ପାଇଁ ଋଣ ସୁଲଭ କରିବା ପାଇଁ ବ୍ୟବସାୟ କରିବାର ସହଜତା ମଧ୍ୟ ନିଶ୍ଚିତ କରାଯାଉଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ ଏଲଏନଏଜି ମାଧ୍ୟମରେ ପୂର୍ବ ଭାରତରେ ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ଅତ୍ୟାଧୁନିକ ସୁବିଧା ପ୍ରଦାନ ନେଇ ବଡ ଧରଣର ପ୍ରୟାସ କରାଯାଉଛି । ଏହାର ଏକ ଲାଭ ହେଉଛି ବାରାଣସୀର ହଜାର ହଜାର ଗୃହରେ ଏବେ ରୋଷେଇ ଗ୍ୟାସ ଉପଲବ୍ଧ ହେଉଛି ବୋଲି ସେ କହିଥିଲେ ।

ବାରାଣସୀରେ ଧାନ ଗବେଷଣା ପ୍ରତିଷ୍ଠାନ ସମ୍ବନ୍ଧରେ ସୂଚନା ପ୍ରଦାନ କରି ସେ କହିଲେ ଯେ ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ କୃଷିକୁ ଲାଭପ୍ରଦ କରିବା ପାଇଁ ଏହି କେନ୍ଦ୍ର ହେଉଛି ଆମ ପଦକ୍ଷେପର ଫଳ ।

ପ୍ରଧାନମନ୍ତ୍ରୀ କହିଲେ ଯେ କାଶୀର ରୂପାନ୍ତରଣ ଏବେ ଦୃଶ୍ୟମାନ ହେଉଛି । ସେ କହିଲେ ଯେ ଆଜି ଉନ୍ମୋଚିତ ହୋଇଥିବା ଉନ୍ନୟନ ପ୍ରକଳ୍ପ ଗୁଡ଼ିକ ଏ ଦିଗରେ ଆହୁରି ଅଧିକ ସହାୟକ ହେବ । ଗଙ୍ଗା ନଦୀକୁ ସ୍ୱଚ୍ଛ କରିବା ପାଇଁ କେନ୍ଦ୍ର ସରକାରଙ୍କ ସଂକଳ୍ପବଦ୍ଧତାକୁ ସେ ଦୋହରାଇଥିଲେ । ସେ କହିଲେ ଯେ ଏହି ଲକ୍ଷ୍ୟ ହାସଲ କରିବା ଦିଗରେ ଜନସାଧାରଣଙ୍କ ସମର୍ଥନ ସହାୟକ ହେଉଛି ।

ପ୍ରଧାନମନ୍ତ୍ରୀ ଆତ୍ମବିଶ୍ୱାସ ପ୍ରକାଶ କରିଥିଲେ ଯେ ଚଳିତ ମାସ ଶେଷ ବେଳକୁ ବାରାଣସୀରେ ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ସଫଳ ହେବ ।

 

Click here to read PM's speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's forex reserves hit all-time high of $729.33 billion after $12.42 billion jump

Media Coverage

India's forex reserves hit all-time high of $729.33 billion after $12.42 billion jump
NM on the go

Nm on the go

Always be the first to hear from the PM. Get the App Now!
...
PM expresses happiness at enthusiasm of young friends from Uzbekistan
August 29, 2026

The Prime Minister, Shri Narendra Modi expressed happiness at the enthusiasm of young friends from Uzbekistan ahead of his visit to the country. Sharing a video showcasing their enthusiasm, the Prime Minister said that it was especially heartwarming to see them express themselves so beautifully in Hindi.

Shri Modi posted on X:

As I am about to begin my Uzbekistan visit, I am very happy to see the enthusiasm of my young friends from Uzbekistan, beautifully expressed in this video.

What makes it even more special is the fact that they did it in Hindi and they did it so well!