ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରୟାଗରାଜରେ ସ୍ୱଚ୍ଛ କୁମ୍ଭ, ସ୍ୱଚ୍ଛ ଆଭାର କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ।

ସେ ପ୍ରୟାଗରାଜରେ ପବିତ୍ର ସଙ୍ଗମର ଜଳରେ ବୁଡ ପକାଇବା ପରେ, ଆଉ ଏକ ସ୍ୱଚ୍ଛ କୁମ୍ଭ ସୁନିଶ୍ଚିତ କରିବା ପାଇଁ ନିର୍ବାଚିତ ସ୍ୱଚ୍ଛତା କାର୍ଯ୍ୟକର୍ତ୍ତାମାନଙ୍କୁ ସେମାନଙ୍କ ପ୍ରୟାସର ସମ୍ମାନ ସ୍ୱରୂପ ‘ଚରଣ ବନ୍ଦନା’ କରି ମଞ୍ଚ ଉପରେ ପହଞ୍ଚିଥିଲେ ।

ସେ ଏହି ସମସ୍ତ ବ୍ୟକ୍ତିଙ୍କୁ ‘କର୍ମ ଯୋଗୀ’ ଭାବେ ଉଲ୍ଲେଖ କରିଥିଲେ, ଯେଉଁମାନେ କି କୁମ୍ଭ ପାଇଁ ପ୍ରୟାଗରାଜରେ ଏକତ୍ରିତ ହେଉଥିବା ଭକ୍ତମାନଙ୍କୁ ସର୍ବଶ୍ରେଷ୍ଠ ବ୍ୟବସ୍ଥା ସୁନିଶ୍ଚିତ କରିବାରେ ସାମିଲ ରହିଛନ୍ତି । ଏହି ସନ୍ଦର୍ଭରେ ସେ ଏନଡିଆରଏଫ, ନାବିକ, ସ୍ଥାନୀୟ ଜନସାଧାରଣ ଏବଂ ସ୍ୱଚ୍ଛତା କର୍ମୀମାନଙ୍କ ସମ୍ବନ୍ଧରେ ମଧ୍ୟ ଉଲ୍ଲେଖ କରିଥିଲେ । ଗତ କିଛି ସପ୍ତାହ ମଧ୍ୟରେ 21 କୋଟିରୁ ଅଧିକ ଜନସାଧାରଣ କୁମ୍ଭ ଗସ୍ତ କରିଛନ୍ତି ଉଲ୍ଲେଖ କରି, ସେ କହିଲେ ଯେ ସ୍ୱଚ୍ଛତା କାର୍ଯ୍ୟକର୍ତ୍ତାମାନେ ପ୍ରଦର୍ଶିତ କରିଛନ୍ତି କି କିଛି ବି ଅସମ୍ଭବ ନୁହେଁ । ସେ କହିଲେ ଯେ ଚଳିତ ବର୍ଷ କୁମ୍ଭକୁ ମିଳିଥିବା ପ୍ରଶଂସାର ସେମାନେ ହେଉଛନ୍ତି ସବୁଠାରୁ ବଡ ସୁପାତ୍ର । ସେ କହିଲେ ଯେ ସେହି ସମୟ ଯେତେବେଳେ କି ସେ କିଛି ସଫେଇ କର୍ମଚାରୀମାନଙ୍କ ଚରଣ ବନ୍ଦନା କଲେ, ତାହା ସବୁବେଳେ ତାଙ୍କ ସ୍ମରଣରେ ରହିବ ।

 

ପ୍ରଧାନମନ୍ତ୍ରୀ କହିଲେ ଯେ ଆଜି ଘୋଷିତ ସ୍ୱଚ୍ଛତା ସେବା ସମ୍ମାନ କୋଷ ସ୍ୱଚ୍ଛତା କାର୍ଯ୍ୟକର୍ତ୍ତା ଏବଂ ସେମାନଙ୍କ ପରିବାରର ଆବଶ୍ୟକତା ସମୟରେ ସହାୟତା କରିବ ।

ପ୍ରଧାନମନ୍ତ୍ରୀ କହିଲେ ଯେ ସ୍ୱଚ୍ଛ ଭାରତ ଅଭିଯାନ ଦ୍ରୂତଗତିରେ ଆଗକୁ ବଢ଼ୁଛି । ଦେଶ ଚଳିତ ବର୍ଷ ଅକ୍ଟୋବର 2କୁ ମହାତ୍ମାଗାନ୍ଧୀଙ୍କ 150ତମ ଜୟନ୍ତୀ ପୂର୍ବରୁ ଖୋଲାରେ ଶୌଚ ମୁକ୍ତ ହେବା ଆଡକୁ ବଢ଼ୁଛି ।

ଗଙ୍ଗା ନଦୀର ସ୍ୱଚ୍ଛତା ଚଳିତ ବର୍ଷ ମଧ୍ୟ ବଡ ଚର୍ଚ୍ଚାର ବିଷୟ ରହିଛି । ସେ କହିଲେ ଯେ ଆଜି ସେ ଏହାକୁ ପ୍ରଥମ ଥର ପାଇଁ ଅନୁଭବ କରିଛନ୍ତି । ନମାମି ଗଙ୍ଗେ କେନ୍ଦ୍ର ସରକାରଙ୍କ ପ୍ରୟାସର ପରିଣାମ । ସେ କହିଲେ ଯେ ନଦୀରେ ପଡୁଥିବା ନାଳମାନଙ୍କୁ ଅବରୁଦ୍ଧ କରାଯାଉଛି ଏବଂ ସିୱେଜ ଟ୍ରିଟମେଣ୍ଟ ପ୍ଳାଣ୍ଟ ନିର୍ମାଣ କରାଯାଉଛି । କିଛି ଦିନ ପୂର୍ବରୁ ତାଙ୍କୁ ସିଓଲ ଶାନ୍ତି ପୁରସ୍କାର ମିଳିଛି, ଯେଉଁଥିରେ ପାଖାପାଖି 1.30 କୋଟି ଟଙ୍କା ସାମିଲ ଥିଲା । ସେ କହିଲେ ଯେ ସେ ଏହି ରାଶିକୁ ନମାମି ଗଙ୍ଗା ମିଶନ ପାଇଁ ଦାନ କରିଦେଇଛନ୍ତି । ସେ କହିଲେ ଯେ ପ୍ରଧାନମନ୍ତ୍ରୀ ଭାବେ ତାଙ୍କୁ ମିଳିଥିବା ଉପହାର ଏବଂ ସ୍ମାରକୀମାନଙ୍କୁ ମଧ୍ୟ ନିଲାମ କରିଦିଆଯାଇଛି ଏବଂ ଏହି ଆୟ ମଧ୍ୟ ନମାମି ଗଙ୍ଗେ ମିଶନକୁ ପ୍ରଦାନ କରାଯାଇଛି ।

ପ୍ରଧାନମନ୍ତ୍ରୀ କୁମ୍ଭ ସହିତ ଜଡିତ ନାବିକମାନଙ୍କୁ ମଧ୍ୟ ବିଶେଷ ଭାବେ ପ୍ରଶଂସା କରିଥିଲେ । ସେ ଏହା ମଧ୍ୟ କହିଥିଲେ ଯେ ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ କୁମ୍ଭ ଆସୁଥିବା ତୀର୍ଥଯାତ୍ରୀମାନଙ୍କୁ ଅକ୍ଷୟ ବଟ ଯାତ୍ରା କରିବାର ସୁଯୋଗ ମିଳିଛି ।

ପ୍ରଧାନମନ୍ତ୍ରୀ ସେଠାରେ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତିମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ସେ ଏ ସମ୍ବନ୍ଧରେ ଉତ୍ତର ପ୍ରଦେଶ ପୋଲିସ ଦ୍ୱାରା ନିର୍ବାହ କରାଯାଇଥିବା ଭୂମିକାର ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଚଳିତ ବର୍ଷ କୁମ୍ଭ ପାଇଁ କରାଯାଇଥିବା ବ୍ୟବସ୍ଥାମାନଙ୍କରେ ମହତ୍ୱପୂର୍ଣ୍ଣ ଭିତ୍ତିଭୂମିର ବିକାଶ ସାମିଲ ରହିଛି, ଯାହାକି କୁମ୍ଭ ମେଳା ଶେଷ ହେବା ପରେ ମଧ୍ୟ ସହରର ସେବା କରି ଚାଲିବ ।

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
First multilingual Indian speech recognition model trained on 65 languages and dialects released

Media Coverage

First multilingual Indian speech recognition model trained on 65 languages and dialects released
NM on the go

Nm on the go

Always be the first to hear from the PM. Get the App Now!
...
President’s address on the eve of 80th Independence Day reflects the nation’s strength and inspires renewed determination for a Viksit Bharat: PM
August 14, 2026

Prime Minister Shri Narendra Modi today lauded the address delivered by President of India, Smt. Droupadi Murmu, on the eve of 80th Independence Day noting that it was motivating and thoughtful.

The Prime Minister observed that her thoughts reflect the strength of our nation and the aspirations of every Indian. He stated that her message inspires us all to work with renewed determination for a Viksit Bharat.

In a post on X, the Prime Minister shared:

"A motivating and thoughtful address by Rashtrapati Ji on the eve of Independence Day.

Her thoughts reflect the strength of our nation and the aspirations of every Indian.

Her message inspires us all to work with renewed determination for a Viksit Bharat.

@rashtrapatibhvn"