ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ଗୁରୁ ନାନକ ଦେବ ଜୀଙ୍କ ବାଣୀ ଓ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ କରିଛନ୍ତି । ସେ ସମନ୍ୱିତ ତନଖି ଫାଟକ (ଆଇସିପି) ଏବଂ କର୍ତାରପୁର କରିଡର ଉଦଘାଟନ ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଏହା କହିଛନ୍ତି । ସେ ଗୁରୁ ନାନକ ଦେବ ଜୀଙ୍କ 550ତମ ଜୟନ୍ତୀ ଉପଲକ୍ଷେ ସ୍ମାରକୀ ମୁଦ୍ରା ମଧ୍ୟ ଉନ୍ମୋଚନ କରିଥିଲେ ।

ପ୍ରଧାନମନ୍ତ୍ରୀ ଏକ ବଡ଼ ସାଧାରଣ ସଭାରେ ଉଦବୋଧନ ଦେଇ କହିଥିଲେ ଯେ ଡେରା ବାବା ନାନକଙ୍କ ପବିତ୍ର ସ୍ଥଳୀରେ କର୍ତାରପୁର କରିଡର ରାଷ୍ଟ୍ରକୁ ସମର୍ପିତ କରି ସେ ଗୌରବାନ୍ୱିତ ମନେ କରୁଛନ୍ତି ।

ଏଥିପୂର୍ବରୁ ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ କୌମୀ ସେବା ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ଏହାକୁ ଶ୍ରୀ ଗୁରୁ ନାନକ ଦେବ ଜୀଙ୍କ ପାଦପଦ୍ମରେ ସମର୍ପିତ କରୁଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ 550ତମ ଗୁରୁ ନାନକ ଜୟନ୍ତୀ ଅବସରରେ ଆଇସିପି ଏବଂ କର୍ତାରପୁର କରିଡର ଉଦଘାଟନ ଏକ ଶୁଭ ଆଶୀର୍ବାଦ ଯାହା ଏବେ ପାକିସ୍ତାନରେ ଗୁରୁଦ୍ୱାରା ଦରବାର ସାହିବ ଲାଗି ଯାତ୍ରାକୁ ସୁଗମ କରିବ ।

ପ୍ରଧାନମନ୍ତ୍ରୀ ଏସପିଜି, ପଞ୍ଜାବ ସରକାର ଏବଂ ସେହି ଲୋକମାନଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରିଥିଲେ ଯେଉଁମାନେ ସୀମା ଆରପଟକୁ ତୀର୍ଥ ଯାତ୍ରୀଙ୍କ ଗମନାଗମନ ପାଇଁ ସୁବିଧା କରିବା ଉଦେ୍ଦଶ୍ୟରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏହି କରିଡର ନିର୍ମାଣ ଶେଷ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ଗୁରୁ ନାନକ ଦେବ ଜୀଙ୍କୁ କେବଳ ଭାରତର ନୁହେଁ ବରଂ ସାରା ବିଶ୍ୱ ପାଇଁ ଏକ ପ୍ରେରଣା ବୋଲି କହିଥିଲେ । ସେ କହିଥିଲେ ଯେ ଗୁରୁ ନାନକ ଦେବ ଜୀ କେବଳ ଗୁରୁ ନୁହନ୍ତି, ବରଂ ଏକ ଦର୍ଶନ ତଥା ସେ ଆମ ଜୀବନ ପାଇଁ ଆଧାର ସ୍ତମ୍ଭ । ସେ କହିଥିଲେ ଯେ ଗୁରୁ ନାନକ ଦେବ ଜୀ ଆମକୁ ଆଦର୍ଶ ଜୀବନଯାପନର ମହତ୍ୱ ବିଷୟରେ ଶିକ୍ଷା ଦେଇଥିଲେ । ସେ ଆମକୁ ସଚ୍ଚୋଟତା ଏବଂ ଆତ୍ମବିଶ୍ୱାସ ଆଧାରିତ ଏକ ଆର୍ଥିକ ବ୍ୟବସ୍ଥା ମଧ୍ୟ ଦେଇଥିଲେ ।

ଧାନମନ୍ତ୍ରୀ କହିଥିଲେ ଯେ ଗୁରୁ ନାନକ ଦେବ ଜୀ ସମାଜରେ ସମାନତା, ଭାଇଚାରା ଓ ଏକତାର ଶିକ୍ଷା ଦେଇଥିଲେ ଏବଂ ସେ ବିଭିନ୍ନ ସାମାଜିକ କଳୁଷତାକୁ ଦୂର କରିବା ଲାଗି ସଂଘର୍ଷ କରିଥିଲେ ।

ପ୍ରଧାନମନ୍ତ୍ରୀ କର୍ତାରପୁରକୁ ନାନକ ଦେବ ଜୀଙ୍କ ଦିବ୍ୟ ଆଭା ପୂର୍ଣ୍ଣ ଏକ ପବିତ୍ର ସ୍ଥାନ ବୋଲି ବର୍ଣ୍ଣନା କରି କହିଥିଲେ ଯେ ଏହି କରିଡର ଦେଇ ହଜାର ହଜାର ଭକ୍ତ ଓ ତୀର୍ଥଯାତ୍ରୀଙ୍କୁ ସହାୟତା ମିଳିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ସରକାର ଦେଶର ସମୃଦ୍ଧ ଐତିହ୍ୟ ଏବଂ ସଂସ୍କୃତିକୁ ସୁରକ୍ଷିତ ରଖିବା ଲାଗି ପ୍ରୟାସ କରିଛନ୍ତି । ସେ କହିଥିଲେ ଯେ ଗୁରୁ ନାନକ ଦେବ ଜୀଙ୍କ 550ତମ ଜୟନ୍ତୀ ଅବସରରେ ସାରା ଦେଶରେ ଏବଂ ଆମ ଦୂତାବାସଗୁଡ଼ିକ ଜରିଆରେ ସାରା ବିଶ୍ୱରେ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।

ସେ ସ୍ମରଣ କରାଇ ଦେଇଥିଲେ ଯେ ଗୁରୁ ଗୋବିନ୍ଦ ସିଂହଙ୍କ 350ତମ ଜୟନ୍ତୀ ସାରା ଦେଶରେ ପାଳନ କରାଯାଇଥିଲା । ସେ କହିଥିଲେ ଯେ ଗୁରୁ ଗୋବିନ୍ଦ ସିଂହ ଜୀଙ୍କ ସମ୍ମାନରେ ଗୁଜରାଟର ଜାମନଗରରେ 750 ଶଯ୍ୟା ବିଶିଷ୍ଟ ଏକ ଅତ୍ୟାଧୁନିକ ଡାକ୍ତରଖାନା ନିର୍ମାଣ କରାଯାଇଛି । 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ୟୁନେସ୍କୋ ସହାୟତାରେ ଗୁରୁ ବାଣୀକୁ ବିଶ୍ୱର ବିଭିନ୍ନ ଭାଷାରେ ଅନୁବାଦ କରାଯାଉଛି ଯାହାଦ୍ୱାରା ଯୁବପିଢ଼ି ଏଥିରୁ ଲାଭାନ୍ୱିତ ହୋଇପାରିବ । ସେ କହିଥିଲେ ଯେ ସୁଲତାନପୁର ଲୋଧୀକୁ ଏକ ଐତିହ୍ୟ ସହର ଭାବେ ବିକଶିତ କରାଯାଉଛି । ଗୁରୁ ନାନକ ଦେବଙ୍କ ସହିତ ଜଡ଼ିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଯୋଡ଼ିବା ଲାଗି ଏକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶ୍ରୀ ଅକାଳ ତଖତ, ଦାମ ଦାମା ସାହିବ, ତେଜପୁର ସାହିବ, କେଶଗଢ଼ ସାହିବ, ପଟନା ସାହିବ ଓ ହୁଜୁର ସାହିବ ମଧ୍ୟରେ ଟ୍ରେନ ଏବଂ ବିମାନ ଯୋଗାଯୋଗ ସୁଦୃଢ଼ କରାଯାଉଛି । ଅମୃତସର ଏବଂ ନାନ୍ଦୋଡ ମଧ୍ୟରେ ଏକ ସ୍ୱତନ୍ତ୍ର ବିମାନ ସେବା ଆରମ୍ଭ କରାଯାଇଛି । ସେହିପରି ଅମୃତସରରୁ ଲଣ୍ଡନକୁ ଏୟାର ଇଣ୍ଡିଆର ବିମାନ ଉଡ଼ାଣ ସମୟରେ ଏକ ଓଁକାର ବାର୍ତ୍ତା ବଜାଯାଉଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ସରକାର ଆଉ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ଯାହାର ଲାଭ ସାରା ବିଶ୍ୱରେ ରହୁଥିବା ବିଭିନ୍ନ ଶିଖ ପରିବାରକୁ ମିଳିଛି । ବିଦେଶରେ ରହୁଥିବା ଅନେକ ଶିଖ ଯେଉଁମାନେ ଭାରତକୁ ଆସିବା ଲାଗି ବର୍ଷ ବର୍ଷ ଧରି ସମସ୍ୟାର ସମ୍ମୁଖୀନ ହେଉଥିଲେ ତାହା ଏବେ ଦୂର କରି ଦିଆଯାଇଛି । ଏବେ ଅନେକ ପରିବାର ଭିସା ଏବଂ ଓସିଆଇ କାର୍ଡ ପାଇଁ ଆବେଦନ କରିପାରିବେ । ସେମାନେ ଭାରତରେ ନିଜ ସମ୍ପର୍କୀୟଙ୍କୁ ସହଜରେ ଭେଟି ପାରିବେ ଓ ତୀର୍ଥସ୍ଥଳୀ ବୁଲିପାରିବେ ।

ସେ କହିଥିଲେ କେନ୍ଦ୍ର ସରକାରଙ୍କ ଅନ୍ୟ ଦୁଇଟି ନିଷ୍ପତ୍ତି ମଧ୍ୟ ଶିଖ ସମୁଦାୟର ସହାୟତା କରିଛି । ଏଥିରୁ ପ୍ରଥମଟି ହେଉଛି ଅନୁଚ୍ଛେଦ 370 ଉଚ୍ଛେଦ । ଏହାଦ୍ୱାରା ଏବେ ଜମ୍ମୁ-କଶ୍ମୀର ଓ ଲେହରେ ରହୁଥିବା ଶିଖ ସମୁଦାୟକୁ ସହାୟତା ମିଳିପାରିବ ଏବଂ ସେମାନଙ୍କୁ ଦେଶର ଅନ୍ୟ ନାଗରିକଙ୍କ ଭଳି ସମାନ ଅଧିକାର ମିଳିବ । ସେହିପରି ନାଗରିକତା ସଂଶୋଧନ ବିଲ ଦ୍ୱାରା ଶିଖମାନଙ୍କୁ ଦେଶର ନାଗରିକ ହେବା ସହଜ ହୋଇପାରିବ ।

ସେ କହିଥିଲେ ଯେ ଗୁରୁ ନାନକ ଦେବ ଜୀଙ୍କ ଠାରୁ ଆରମ୍ଭ କରି ଗୁରୁ ଗୋବିନ୍ଦ ସିଂହ ଜୀଙ୍କ ପର୍ଯ୍ୟନ୍ତ ଅନେକ ଆଧ୍ୟାତ୍ମିକ ଗୁରୁ ଭାରତର ଏକତା ଓ ସୁରକ୍ଷା ପାଇଁ ନିଜ ଜୀବନକୁ ସମର୍ପି ଦେଇଥିଲେ । ଅନେକ ଶିଖ ଭାରତର ସ୍ୱାଧୀନତା ପାଇଁ ନିଜ ଜୀବନର ବଳିଦାନ ଦେଇଥିଲେ । କେନ୍ଦ୍ର ସରକାର ଏହାକୁ ଉଜ୍ଜିବିତ କରିବା ଲାଗି ଅନେକ ପଦକ୍ଷେପ ନେଇଛନ୍ତି । ସେ କହିଥିଲେ ଯେ ଜାଲିଆନାୱାଲା ବାଗ ସ୍ମାରକୀର ଆଧୁନିକୀକରଣ କରାଯାଉଛି । ଶିଖ ଛାତ୍ରଛାତ୍ରୀଙ୍କ ଦକ୍ଷତାରେ ସୁଧାର ଏବଂ ସ୍ୱରୋଜଗାର ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି । ଏହି ସନ୍ଦର୍ଭରେ ସେ ପାଖାପାଖି 27 ଲକ୍ଷ ଶିଖ ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିବା ଛାତ୍ରବୃତି ବିଷୟରେ ଉଲ୍ଲେଖ କରିଥିଲେ ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Housing ministry raises EWS housing target under PMAY 2.0 by 350%

Media Coverage

Housing ministry raises EWS housing target under PMAY 2.0 by 350%
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the loss of lives in a mishap in East Jaintia Hills, Meghalaya
February 05, 2026
PM announces ex-gratia from PMNRF

Prime Minister Shri Narendra Modi today condoled the loss of lives the mishap in East Jaintia Hills, Meghalaya. He announced an ex-gratia of Rs. 2 lakh from PMNRF for the next of kin of each deceased and Rs. 50,000 to the injured.

The PMO India handle in post on X said:

“Pained by the mishap in East Jaintia Hills, Meghalaya. Condolences to those who lost their loved ones. May the injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi”