ଭିତ୍ତିଭୂମି ବିକାଶ ଯୋଗୁଁ ଆତ୍ମନିର୍ଭର ଭାରତର ପ୍ରମୁଖ କେନ୍ଦ୍ର ଭାବେ ଉଭା ହେବ ଆସାମ – ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମର ଶିବସାଗର ଠାରେ ଭୂମିହୀନ ଆଦିବାସୀମାନଙ୍କୁ ଜମି  ଆବଣ୍ଟନ  ପ୍ରମାଣପତ୍ର  ବଣ୍ଟନ କରିଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ ଏବଂ ଆସାମ ସରକାରଙ୍କ ମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ରାମେଶ୍ୱର ତେଲି ଏହି ଅବସରରେ ଉପସ୍ଥିତ ଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆସାମର ଏକ ଲକ୍ଷରୁ ଅଧିକ ଲୋକେ ଜମି ଅଧିକାର ପାଇଥିବାବେଳେ ଶିବସାଗର ଲୋକଙ୍କର ଗୋଟିଏ ବଡ ଚିନ୍ତା ଦୂର ହୋଇଛି । ସେ କହିଛନ୍ତି ଯେ ଆଜିର କାର୍ଯ୍ୟକ୍ରମ ଆସାମର ସ୍ଥାନୀୟ ଲୋକଙ୍କ ଆତ୍ମସମ୍ମାନ, ସ୍ୱାଧିନତା ଏବଂ ସୁରକ୍ଷା ସହିତ ଜଡିତ । ଦେଶ ପାଇଁ ବଳିଦାନ ଦେଇଥିବା ଶିବସାଗର ଗୁରୁତ୍ୱ ସଂକ୍ରାନ୍ତରେ ସେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଆସାମ ଇତିହାସରେ ଶିବସାଗରର ଗୁରୁତ୍ୱକୁ ଧ୍ୟାନରେ ରଖି ଶିବସାଗରକୁ ଦେଶର 5ଟି ପ୍ରମୁଖ ପ୍ରତ୍ନତାତ୍ୱିକ ସ୍ଥାନ ମଧ୍ୟରେ ସାମିଲ ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ।

ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇ କହିଛନ୍ତି ଯେ ଦେଶ ନେତାଜୀଙ୍କୁ ତାଙ୍କର 125ତମ ଜନ୍ମବାର୍ଷିକୀରେ ମନେପକାଉ ଥିବାରୁ 23 ଜାନୁଆରୀକୁ ‘ପରାକ୍ରମ ଦିବସ’ ଭାବ ପାଳନ କରାଯାଉଛି । ଆଜି ମଧ୍ୟ ଭାରତ ଗଠନର ପ୍ରେରଣାକୁ ପାଳନ କରିବାପାଇଁ ପରାକ୍ରମ ଦିବସରେ ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆରମ୍ଭ ହୋଇଛି । ସେ କହିଛନ୍ତି ଯେ ନେତାଜୀଙ୍କ ବୀରତ୍ୱ ଓ ବଳୀଦାନ ଏବେ ବି ଆମକୁ ପ୍ରେରଣା ଯୋଗାଉଛି । ଭାରତରତ୍ନ ଭୂପେନ ହଜାରିକାଙ୍କ ପଂକ୍ତିକୁ ଉଦ୍ଧାର କରି ସେ ଜମିର ଗୁରୁତ୍ୱ ଉପରେ ଜୋର ଦେଇଥିଲେ ।

“ଓ ମୁର ଧରିତ୍ରୀ ଆଇ,

ଚୋରୋନୋଟେ ଡିବା ଥାଇ,

ଖେତିୟୋକୋର ନିସ୍ତାର ନାଇ

ମାଟି ବିନେ ଓହୋହାଇ ।”

ଏହାର ଅର୍ଥ ହେଉଛି ମାଟି ମା’, ମୋତେ ଗୋଟିଏ ପାଦ ସ୍ଥାନ ଦିଅ । ତୁମ ବିନା ଚାଷୀର ମାନେ କ’ଣ ? ଜମି ବିନା ସେ ଅସହାୟ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସ୍ୱାଧୀନତାର ଏତେ ବର୍ଷ ପରେ, ଆସାମରେ ଲକ୍ଷାଧିକ ପରିବାର ଅଛନ୍ତି ଯେଉଁମାନେ ପୂର୍ବରୁ ଜମିରୁ ବଞ୍ଚିତ ହୋଇଥିଲେ । ସେ ଦର୍ଶାଇଛନ୍ତି ଯେ ଯେତେବେଳେ ସୋନୱାଲ ସରକାର କ୍ଷମତାକୁ ଆସିଲେ 6ଲକ୍ଷରୁ ଅଧିକ ଆଦିବାସୀ କାଗଜପତ୍ର ନଥିବାରୁ ସେମାନଙ୍କ ଜମି ଦାବି କରିପାରୁନଥିଲେ । ସୋନୱାଲ ସରକାରଙ୍କର ନୂତନ ଜମି ନୀତି ଏବଂ ଆସାମବାସୀଙ୍କ ପ୍ରତି ତାଙ୍କର ପ୍ରତିବଦ୍ଧିତାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଜମି ପଟ୍ଟା ଦ୍ୱାରା ଆସାମର ମୂଳ ବାସିନ୍ଦାଙ୍କର ବହୁଦିନର ଦାବି ପୂରଣ ହୋଇପାରିଛି । ଏହା ମଧ୍ୟ ଲକ୍ଷ ଲକ୍ଷ ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ପାଇଁ ବାଟ ଫିଟାଇଛି । ସେ କହିଛନ୍ତି ଯେ ବର୍ତ୍ତମାନ ଜମି ଅଧିକାର ସହିତ ହିତାଧିକାରୀମାନେ ବିଭିନ୍ନ ଯୋଜନାରୁ ନିଶ୍ଚିତ ଉପକୃତ ହେବେ, ଯାହା ସେମାନେ ପିଏମ୍‌ କିଷାନ ସମ୍ମାନ ନିଧି, କିଷାନ କ୍ରେଡିଟ୍‌ କାର୍ଡ, ଶସ୍ୟ ବୀମା ନୀତି ଆଦି ନୀତିରୁ ବଞ୍ଚିତ ହେଉଥିଲେ । କେବଳ ଏତିକି ନୁହେଁ, ସେମାନେ ଏଣିକି ବ୍ୟାଙ୍କ୍‌ରୁ ଋଣ ମଧ୍ୟ ପାଇପାରିବେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆସାମର ଦ୍ରୁତ ବିକାଶ ସହିତ ଆଦିବାସୀମାନଙ୍କର ସୁରକ୍ଷା ପାଇଁ ସରକାରଙ୍କର ପ୍ରତିବଦ୍ଧତା ରହିଛି । ସେ କହିଛନ୍ତି ଯେ ଆସମାର ଭାଷା ଏବଂ ଏହାର ସାହିତ୍ୟକୁ ପ୍ରୋତ୍ସାହନ  ପାଇଁ ଅନେକ ପଦକ୍ଷେପ ନିଆଯାଉଛି । ଅନୁରୂପ ଭାବେ ପ୍ରତ୍ୟେକ ସମ୍ପ୍ରଦାୟର ମହାନ ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଉଛି । ଗତ ସାଢେ 4ବର୍ଷ ମଧ୍ୟରେ, ଐତିହାସିକ, ଧାର୍ମିକ ଓ ଆଧ୍ୟତ୍ୱିକ ସ୍ଥଳଗୁଡିକୁ ସଂରକ୍ଷିତ କରି ରଖିବାପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ କାଜିରଙ୍ଗା ଜାତୀୟ ଉଦ୍ୟାନକୁ ଜବରଦଖଲମୁକ୍ତ ଓ ଏହାର ବିକାଶ ପାଇଁ ତ୍ୱରିତ ପ୍ରଦକ୍ଷେପ ନିଆଯାଉଛି ।

ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇ କହିଛନ୍ତି ଯେ ଆତ୍ମନିର୍ଭର ଭାରତ ପାଇଁ ଉତ୍ତର ପୂର୍ବ ଓ ଆସାମର ଦ୍ରୁତ ବିକାଶ ଜରୁରୀ ।  ଆତ୍ମନିର୍ଭର ଆସାମର ରାସ୍ତା ଆସାମ ଲୋକଙ୍କ ବିଶ୍ୱାସ ଦେଇ ଗତିକରେ । ଯେତେବେଳେ ମୌଳିକ ସୁବିଧା ସହିତ ଭିତ୍ତିଭୂମିର ବିକାଶ ହେବ ସେତେବେଳେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ବର୍ଷ ବର୍ଷ ଧରି ଏହି ଦୁଇ କ୍ଷେତ୍ରରେ ଆସାମରେ ଅକଳନୀୟ କାର୍ଯ୍ୟ କରାଯାଇଛି । ଆସାମରେ ପ୍ରାୟ 1.75କୋଟି ଗରିବ ଲୋକଙ୍କ ଜନଧନ ଆକାଉଣ୍ଟ ଖୋଲାଯାଇଛି । ଏହି ଆକାଉଣ୍ଟ ଯୋଗୁଁ କରୋନା ସମୟରେ ହଜାର ହଜାର ପରିବାରଙ୍କ ବ୍ୟାଙ୍କ୍‌ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଯାଇ ପାରିଛି । ଆସାମରେ ଜନସଂଖ୍ୟାର 40 ପ୍ରତିଶତ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ 1.5ଲକ୍ଷ ଲୋକ ମାଗଣା ଚିକିସôା ସୁବିଧା ପାଇଛନ୍ତି । ଆସାମରେ ଶୌଚାଳୟ ନିର୍ମାଣ ଗତ 6ବର୍ଷରେ 38 ପ୍ରତିଶତରୁ 100 ପ୍ରତିଶତକୁ ବୃଦ୍ଧି ପାଇଛି । ପାଞ୍ଚ ବର୍ଷ ପୂର୍ବେ 50 ପ୍ରତିଶତରୁ କମ୍‌ ପରିବାର ବିଦୁ୍ୟତ୍‌ ବ୍ୟବହାର କରୁଥିଲେ, ବର୍ତ୍ତମାନ ଏହା ପ୍ରାୟତଃ 100 ପ୍ରତିଶତ ପରିବାର ନିକଟରେ ପହଞ୍ଚିଛି । ଜଳ ଜୀବନ ମିଶନ ଯୋଜନାରେ ଆସାମରେ ଗତ 1.5 ବର୍ଷ ମଧ୍ୟରେ 2.5ଲକ୍ଷ ଘରକୁ ପାଇପ୍‌ ଯୋଗେ ପାନୀୟଜଳ ସଂଯୋଗ ଦିଆଯାଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ସୁବିଧା ମୁଖ୍ୟତଃ ମହିଳାମାନଙ୍କୁ ଅଧିକ ଲାଭ ଦେଇଥାଏ । ଉଜ୍ୱଳା ଯୋଜନାରେ 35ଲକ୍ଷ ପରିବାରଙ୍କ ରୋଷେଇ ଘରେ ଗ୍ୟାସ ସଂଯୋଗ ହୋଇଥିବାବେଳେ ଏଥିରୁ 4ଲକ୍ଷ ହେଉଛନ୍ତି ଏସ୍‌ସି/ଏସ୍‌ଟି ବର୍ଗର । 2014ରେ ଏଲ୍‌ପିଜି ଗ୍ୟାସ ସଂଯୋଗ 40 ପ୍ରତିଶତ ଥିବାବେଳେ ଏବେ ତାହା 99 ପ୍ରତିଶତରେ ପହଞ୍ଚିଛି । 2014ରେ 330 ଟି ଗ୍ୟାସ ବିତରକ ଥିବାବେଳେ ଏବେ ତାହା 576ରେ ପହଞ୍ଚିଛି । କରୋନା ସମୟରେ 50ଲକ୍ଷରୁ ଅଧିକ ମାଗଣା ଗ୍ୟାସ ସିଲିଣ୍ଡର ବଣ୍ଟନ କରାଯାଇଛି । ଉଜ୍ୱଳା ଯୋଜନା ଏହି ଅଞ୍ଚଳର ମହିଳାଙ୍କ ଜୀବନକୁ ସହଜ କରିଥିବାବେଳେ ନୂତନ ବଣ୍ଟନ କେନ୍ଦ୍ର ଦ୍ୱାରା ନୂଆ ରୋଜଗାର ସୃଷ୍ଟି ହୋଇଛି ।

ତାଙ୍କ ସରକାରର ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ମନ୍ତ୍ର ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସରକାର ସମସ୍ତ ବର୍ଗର ଲୋକଙ୍କ ନିକଟରେ ବିକାଶର ଲାଭ ପହଞ୍ଚାଉଛନ୍ତି । ଦୀର୍ଘ ବର୍ଷ ଧରି ଅବହେଳା ଯୋଗୁଁ କ୍ଷତିଗ୍ରସ୍ତ ହେଉଥିବା ଚାଇ ଜନଜାତିର ବିକାଶ ପାଇଁ ନିଆଯାଉଥିବା ପଦକ୍ଷେପ ସଂକ୍ରାନ୍ତରେ ସେ ଦର୍ଶାଇଛନ୍ତି । ଏହି ଜନଜାତିର ଘର ଗୁଡିକରେ ଶୌଚାଳୟ ସୁବିଧା ସହିତ ପିଲାମାନଙ୍କୁ ଶିକ୍ଷା ପ୍ରଦାନ, ସ୍ୱାସ୍ଥ୍ୟ ସୁବିଧା ଏବଂ ନିଯୁକ୍ତି ପାଇଛନ୍ତି । ଚାଇ ଜନଜାତିର ଲୋକେ ବ୍ୟାଙ୍କିଙ୍ଗ୍‌ ସୁବିଧା ସହିତ ଯୋଡିହେବା ସଂଗେ ସଂଗେ ବିଭିନ୍ନ ଯୋଜନାର ସୁବିଧା ସିଧାସଳଖ ସେମାନଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରୁ ପାଇପାରୁଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ ଶ୍ରମିକ ନେତା ସନ୍ତୋଷ ଟୋପ୍ନୋଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ଏହି ଜନଜାତିର ଅବଦାନକୁ ସ୍ୱୀକୃତି ପ୍ରଦାନ କରାଯାଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ଜନଜାତିଙ୍କୁ ଏକାଠି କରିବାର ନୀତି ଯୋଗୁଁ ଆସାମର ପ୍ରତ୍ୟେକ ଅଞ୍ଚଳ ଶାନ୍ତି ଓ ବିକାଶର ସହ ଆଗକୁ ବଢୁଛି । ଐତିହାସିକ ବୋଡୋ ରାଜିନାମା ସହିତ ଆମାସର ବୃହତ୍‌ ଅଞ୍ଚଳରେ ବର୍ତ୍ତମାନ ଶାନ୍ତି ଓ ବିକାଶର ଧାରା ଫେରିଛି । ପ୍ରଧାନମନ୍ତ୍ରୀ ଆଶା କରିଛନ୍ତି ଯେ ରାଜିନାମା ପରେ ନିକଟରେ ବୋଡୋଲ୍ୟାଣ୍ଡ ଟେରିଟୋରିଆଲ କାଉନସିଲ ପ୍ରତିନିଧିଙ୍କ ନିର୍ବାଚନ ବିକାଶର ନୂଆ ରୂପରେଖ ସୃଷ୍ଟି କରିବ ।

ବିଗତ ଛଅ ବର୍ଷ ମଧ୍ୟରେ ଯୋଗାଯୋଗ ଓ ଅନ୍ୟ ଭିତ୍ତିଭୂମି ଆଧୁନିକୀକରଣ କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ପୂର୍ବ ଏସୀୟ ଦେଶଗୁଡିକ ସହିତ ଭାରତର ଯୋଗାଯୋଗ କ୍ଷେତ୍ରରେ ଆସାମ ଏବଂ ଉତ୍ତରପୂର୍ବ ଅଞ୍ଚଳ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଭିତ୍ତିଭୂମିର ବିକାଶ ଯୋଗୁଁ ଆସାମ ଆତ୍ମନିର୍ଭର ଭାରତର ପ୍ରମୁଖ କେନ୍ଦ୍ର ପାଲଟିବାକୁ ଯାଉଛି । ପ୍ରଧାନମନ୍ତ୍ରୀ ତାଲିକାଭୁକ୍ତ କରିଥିବା ଆସାମର ଗ୍ରାମାଞ୍ଚଳରେ ଥିବା 11 ହଜାର କିଲୋମିଟର ସଡକ, ଡଃ.ଭୂପେନ ହଜାରିକା ସେତୁ, ବୋଗିବିଲ୍‌ ସେତୁ, ସରାଇଘାଟି ସେତୁ ଏବଂ ଅନ୍ୟ ନିର୍ମାଣାଧିନ ଓ ନିର୍ମାଣ ସରିଥିବା ସେତୁଗୁଡିକ ଆସାମର ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବ । ବଙ୍ଗଳାଦେଶ, ଭୂଟାନ ଏବଂ ମ୍ୟାମାର ସହିତ ଜଳପଥ ସଂଯୋଗ ଉପରେ ଅତିରିକ୍ତ ଭାବେ ଗୁରତ୍ୱ ଦିଆଯାଉଛି । ରେଳ ଓ ବିମାନ ସଂଯୋଗ ବୃଦ୍ଧି ଯୋଗୁଁ ଆସମାରେ ଶିଳ୍ପ କ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ଆଣି ଦେଇଛି । ଲୋକପ୍ରିୟ ଗୋପୀନାଥ ବୋରଡୋଲୋଇ ଆର୍ନ୍ତଜାତିକ ବିମାନବନ୍ଦରର ନୂଆ ଅତ୍ୟାଧୁନିକ ଟର୍ମିନାଲ ଏବଂ କଷ୍ଟମ କ୍ଲିୟରାନ୍ସ, କୋକ୍ରାଝର ସ୍ଥିତ ରୁପ୍‌ସୀ ବିମାନବନ୍ଦରର ଆଧୁନିକୀକରଣ, ବୋଙ୍ଗାଇଗାଓଁରେ ବହୁମୁଖୀ ଲଜିଷ୍ଟିକ ହବ୍‌ ଆଦି ଆସାମ ଶିଳ୍ପ ବିକାଶ ପାଇଁ ସହାୟକ ହେବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ଗ୍ୟାସ ଭିତ୍ତିକ ଅର୍ଥନୀତି କ୍ଷେତ୍ରରେ ଆସାମ ଏକ ପ୍ରମୁଖ ସହଯୋଗୀ । ଆମାମର ତୈଳ ଏବଂ ଗ୍ୟାସ ଭିତ୍ତିଭୂମି କ୍ଷେତ୍ରରେ 40ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ ହୋଇଛି । ଗୌହାଟୀ-ବାରାଉନି ଗ୍ୟାସ ପାଇପ୍‌ଲାଇନ୍‌ ଉତ୍ତରପୂର୍ବ ଓ ପୂର୍ବ ଭାରତ ମଧ୍ୟରେ ଯୋଗାଯୋଗକୁ ଅଧିକ ସୁଦୃଢ କରିବ । ନୁମାଲିଗଡ ତୈଳ ବିଶୋଧନାଗାରରେ ଜୈବ ବିଶୋଧନ ସୁବିଧା କରାଯାଇଛି ଯାହାଦ୍ୱାରା ଆସାମ ଇଥାନେଲ ଭଳି ଜୈବ ଇନ୍ଧନ ଉତ୍ପାଦନର ପ୍ରମୁଖ କେନ୍ଦ୍ର ହେବ । ଆଗାମୀ ଦିନରେ ପ୍ରତିଷ୍ଠା ହେବାକୁ ଥିବା ଏମ୍‌ସ ଓ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନ ଯୁବବର୍ଗଙ୍କୁ ନୂତନ ସୁବିଧା ଯୋଗାଇବା ସହିତ ଏହି ଅଞ୍ଚଳକୁ ସ୍ୱାସ୍ଥ୍ୟ ଓ ଶିକ୍ଷାର ହବ୍‌ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
7 hyper local foods that PM Modi made popular via speeches, social media and Mann ki Baat

Media Coverage

7 hyper local foods that PM Modi made popular via speeches, social media and Mann ki Baat
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Rastriya Swatantra Party leaders on electoral success in Nepal
March 09, 2026

The Prime Minister, Shri Narendra Modi, had warm telephone conversations with Mr. Rabi Lamichhane, Chairman of the Rastriya Swatantra Party (RSP), and Mr. Balendra Shah, Senior Leader of the RSP.

Shri Modi congratulated both leaders on their electoral victories and the RSP’s resounding success in the Nepal elections. He conveyed his best wishes for the forthcoming new Government and reaffirmed India’s commitment to work with them for mutual prosperity, progress and well-being of the people of both countries.

Expressing confidence in the future of India-Nepal relations, the Prime Minister said that with joint endeavours, the partnership between the two nations will scale new heights in the years ahead.

In a X post, the Prime Minister said;

“Had warm telephone conversations with Mr. Rabi Lamichhane, Chairman of the Rastriya Swatantra Party (RSP) and Mr. Balendra Shah, Senior Leader of the RSP.

Congratulated both leaders on their electoral victories and RSP’s resounding success in the Nepal elections. Conveyed my best wishes for their forthcoming new Government and India's commitment to work with them for mutual prosperity, progress and well-being of our two countries.

I am confident that with our joint endeavours, India and Nepal relations will scale new heights in the years ahead.

@hamrorabi

@ShahBalen

@party_swatantra”