Relationship between India and the Kyrgyz Republic is filled with goodwill from centuries of shared historical links: PM
We regard Kyrgyz Republic as a valuable partner in making Central Asia a region of sustainable peace, stability and prosperity: PM
We will work to strengthen bilateral trade & economic linkages, facilitate greater people-to-people exchanges: PM to Kyrgyz President
We shall give special emphasis to youth exchanges in our technical and economic cooperation programme with Kyrgyz Republic: PM

କିରଗିଜ ପ୍ରଜାତନ୍ତ୍ରର ରାଷ୍ଟ୍ରପତି ମହାନୁଭବ ଶ୍ରୀ ଆଲମେଜବେକ ଆତମବାୟେଭ,

ଉପସ୍ଥିତ ଭଦ୍ରମହିଳା ଓ ଭଦ୍ରବ୍ୟକ୍ତିଗଣ ଏବଂ ଗଣମାଧ୍ୟମର ସଦସ୍ୟବୃନ୍ଦ ।

ରାଷ୍ଟ୍ରପତି ଆଲମାଜବେକ ଆତମବାୟେଭଙ୍କୁ ତାଙ୍କ ପ୍ରଥମ ଆନୁଷ୍ଠାନିକ ଭାରତ ଗସ୍ତ ଅବସରରେ ସ୍ଵାଗତ କରିବାର ସୁଯୋଗ ପାଇ ମୁଁ ଖୁବ ଆନନ୍ଦିତ । ରାଷ୍ଟ୍ରପତି ମହୋଦୟ, ଗତ ବର୍ଷ ମୋର କିରଗିଜ ପ୍ରଜାତନ୍ତ୍ର ଗସ୍ତ କାଳରେ ଆପଣ ମୋତେ ଯେଉଁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଓ ଆତିଥେୟତା ପ୍ରଦାନ କରିଥିଲେ, ତାର ସ୍ମୃତି ମୋ ମନରେ ସତେଜ ରହିଛି । ଏବେ ଆପଣଙ୍କ ଭାରତ ଗସ୍ତ ଆମର ସହଯୋଗ ଏବଂ ବିଭିନ୍ନ ପର୍ଯ୍ୟାୟର ଯୋଗାଯୋଗର ମାତ୍ରାକୁ ଆହୁରି ବୃଦ୍ଧି କରିବାରେ ଯଥେଷ୍ଟ ମାତ୍ରାରେ ସହାୟକ ହେବ । ଭାରତ ଓ କିରଗିଜସ୍ତାନ ମଧ୍ୟରେ ଶହ ଶହ ବର୍ଷର ଐତିହାସିକ ଯୋଗସୂତ୍ର ଓ ସମ୍ପର୍କ ରହିଆସିଛି ଯାହା ସଦ୍ଭାବନାରେ ଭରପୂର । ଉଭୟ ଦେଶର ଜନସାଧାରଣଙ୍କ ମଧ୍ୟରେ ସହଯୋଗର ଏକ ବିଚିତ୍ର ଉଷ୍ମତା ରହିଛି ଯାହା କେନ୍ଦ୍ର ଏସିଆ ପର୍ଯ୍ୟନ୍ତ ବ୍ୟାପ୍ତ । ପୁଣି ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ପରମ୍ପରା ଉପରେ ଉଭୟ ରାଷ୍ଟ୍ର ସମାନ ଭାବେ ଆସ୍ଥାବାଦୀ । କିରଗିଜସ୍ତାନରେ ଗଣତାନ୍ତ୍ରିକ ପରମ୍ପରାର ଏକ ସୁଦୃଢ଼ ଭିତ୍ତି ସ୍ଥାପନର ସବୁ ଶ୍ରେୟ ରାଷ୍ଟ୍ରପତି ଶ୍ରୀ ଆତମବାୟେଭଙ୍କୁ ଯାଏ ।

ବନ୍ଧୁଗଣ,

ଆମର ଦ୍ଵିପାକ୍ଷିକ ସହଯୋଗ ପ୍ରସଙ୍ଗରେ ରାଷ୍ଟ୍ରପତି ଆତମବାୟେଭ ଏବଂ ମୁଁ ବ୍ୟାପକ ଆଲୋଚନା କରୁଛୁ । ସେହି ଦ୍ଵିପାକ୍ଷିକ ସହଯୋଗ ପରିସରକୁ ବ୍ୟାପକ ଓ ନିବିଡ କରିବା ଉପରେ ଆମେ ଗୁରୁତ୍ଵାରୋପ କରୁଛୁ । ସେହିପରି ଆତଙ୍କବାଦ, ଉଗ୍ରବାଦ ଏବଂ ମୌଳବାଦ ଭଳି ସମାନ ଚାଲେଞ୍ଜଠାରୁ ଆମ ଯୁବଗୋଷ୍ଠୀ ଓ ସମାଜକୁ କିପରି ସୁରକ୍ଷିତ ରଖାଯାଇପାରିବ ସେହି ପ୍ରସଙ୍ଗରେ ଆମେ ଆଲୋଚନା କରୁଛୁ । ଉପୟ ପକ୍ଷ ଉପକାରସିଦ୍ଧ ହେବା ଭଳି ଏପରି ଚାଲେଞ୍ଜର ମୁକାବିଲା ସକାଶେ ଆମେ ଘନିଷ୍ଠତାର ସହ କାନ୍ଧକୁ କାନ୍ଧ ମିଳାଇ କାର୍ଯ୍ୟ କରିବା ସକାଶେ ସହମତ ହୋଇଛୁ । କେନ୍ଦ୍ର ଏସୀୟ କ୍ଷେତ୍ରକୁ ଦୀର୍ଘକାଳୀନ ଶାନ୍ତି, ସ୍ଥିରତା ଓ ସମୃଦ୍ଧିର କ୍ଷେତ୍ରରେ ପରିଣତ କରିବା ସକାଶେ ଆମର ସମାନ ଲକ୍ଷ୍ୟରେ କିରଗିଜ ପ୍ରଜାତନ୍ତ୍ର ଏକ ବଳିଷ୍ଠ ସହଯୋଗୀ ବୋଲି ଆମେ ବିବେଚନା କରୁ । ଏହି ସବୁ ପ୍ରସଙ୍ଗରେ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଆମକୁ ମୂଲ୍ୟବାନ କାର୍ଯ୍ୟଯୋଜନାର ଢ଼ାଂଚା ଯୋଗାଇଦେଇପାରିବ ।

ବନ୍ଧୁଗଣ,

ରାଷ୍ଟ୍ରପତି ଆତମାବାୟେଭ ଏବଂ ମୁଁ ପ୍ରତିରକ୍ଷା କ୍ଷେତ୍ରରେ ଆମର ସହଯୋଗ କାର୍ଯ୍ୟକ୍ରମର ସମୀକ୍ଷା କରୁଛୁ । କିରଗିଜ-ଭାରତ ପାର୍ବତ୍ୟ ବାୟୋ-ମେଡିକାଲ ଗବେଷଣା କେନ୍ଦ୍ର ଆମ ସହଯୋଗର ଏକ ସଫଳ ଉଦାହରଣ । ଏହା ଏକ ସଫଳ ଓ ଉପକାରସିଦ୍ଧ ଗବେଷଣା ପ୍ରୟାସ ଏବଂ ଏହାକୁ ଆମେ ଆଗକୁ ବଢାଇବାକୁ ଚାହୁଁ । ପୁନଶ୍ଚ, କିରଗିଜ ପ୍ରଜାତନ୍ତ୍ରରେ ଆମେ ଏକ କିରଗିଜ-ଭାରତ ମିଳିତ ସାମରିକ ତାଲିକ କେନ୍ଦ୍ର ସ୍ଥାପନ ଦିଗରେ କାର୍ଯ୍ୟ ଆରମ୍ଭ କରିଛୁ । ଆତଙ୍କବାଦ ନିରୋଧୀ ଆମର ମିଳିତ ସାମରିକ ଅଭ୍ୟାସ ଏକ ବାର୍ଷିକ କାର୍ଯ୍ୟକ୍ରମରେ ପରିଣତ ହୋଇଛି । ଏହାର ପରବର୍ତ୍ତୀ କାର୍ଯ୍ୟକ୍ରମ କିରଗିଜ ପ୍ରତାନ୍ତ୍ରରେ ଆସନ୍ତା ବର୍ଷ ପ୍ରାରମ୍ଭରେ ଆୟୋଜନ କରାଯିବ । 

ବନ୍ଧୁଗଣ,

ଆମ ଦୁଇ ରାଷ୍ଟ୍ରଙ୍କ ମଧ୍ୟରେ ଆର୍ଥିକ ସହଯୋଗକୁ ଘନିଷ୍ଠ କରିବାର ଆବଶ୍ୟକତା ନେଇ ରାଷ୍ଟ୍ରପତି ଆତମବାୟେଭ ଏବଂ ମୁଁ ସହମତ ହୋଇଛୁ । ଏହି ଉଦ୍ଦେଶ୍ୟ ହାସଲ ନିମନ୍ତେ ଆମେ ଦ୍ଵିପାକ୍ଷିକ ବାଣିଜ୍ୟ ଓ ଆର୍ଥିକ ସହଯୋଗକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରୁଛୁ ଏବଂ ଦୁଇ ଦେଶର ଲୋକ-ଲୋକଙ୍କ ମଧ୍ୟରେ ଅଧିକ ପ୍ରତ୍ୟକ୍ଷ ସମ୍ପର୍କ ପାଇଁ ପ୍ରୟାସ ଜାରି ରଖିବୁ । ସ୍ଵାସ୍ଥ୍ୟସେବା, ପର୍ଯ୍ୟଟନ, ସୂଚନା ପ୍ରଯୁକ୍ତି, କୃଷି, ଖଣିଖନନ ଓ ଶକ୍ତି କ୍ଷେତ୍ରରେ ଉଭୟ ଦେଶର ଶିଳ୍ପ ଓ ବାଣିଜ୍ୟ ସଂସ୍ଥାମାନେ ଅଧିକ ସହଯୋଗ କରିବା ପାଇଁ ଆମେ ପ୍ରୋତ୍ସାହନ ଯୋଗାଇଦେବୁ । ଆମେ ଆମର ବିକାଶ ସହଯୋଗକୁ ବୃଦ୍ଧି କରିବା ସହ ଲୋକମାନଙ୍କ ଦକ୍ଷତା ବୃଦ୍ଧି ଓ ତାଲିମ ପ୍ରଦାନ ଲାଗି ନିଷ୍ପତ୍ତି ଗ୍ରହଣ କରିଛୁ । ଏଭଳି କାର୍ଯ୍ୟକ୍ରମରେ ଉଭୟ ଦେଶର ନାଗରିକଙ୍କୁ କେନ୍ଦ୍ରବିନ୍ଦୁ ଭାବେ ଗ୍ରହଣ କରାଯାଇଛି । କିରଗିଜ ପ୍ରଜାତନ୍ତ୍ର ସହ ବୈଷୟିକ ଓ ଆର୍ଥିକ ସହଯୋଗ କାର୍ଯ୍ୟକ୍ରମରେ ଆମେ ଯୁବଗୋଷ୍ଠୀଙ୍କ ଆଦାନପ୍ରଦାନ ଉପରେ ବିଶେଷ ଗୁରୁତ୍ଵ ଆରୋପ କରିଛୁ । ଆଜି ସ୍ଵାକ୍ଷରିତ ବୁଝାମଣା ଏବଂ ପୂର୍ବରୁ ହୋଇଥିବା ସହମତ ଏ ଦିଗରେ କାର୍ଯ୍ୟ କରିବାକୁ ସହାୟକ ହେବ । କେନ୍ଦ୍ର ଏସିଆ କ୍ଷେତ୍ର ସହ ପ୍ରଥମ ପ୍ରୟାସ ସ୍ଵରୂପ, ଆମେ ଗତବର୍ଷ କିରଗିଜ ପ୍ରଜାତନ୍ତ୍ର ସହ ଏକ ଟେଲି ମେଡିସିନ ସଂଯୋଗ ସ୍ଥାପନ କରିଥିଲୁ । କିରଗିଜ ପ୍ରଜାତନ୍ତ୍ରର ଅନ୍ୟାନ୍ୟ କ୍ଷେତ୍ରକୁ ଏହି କାର୍ଯ୍ୟକ୍ରମର ସଂପ୍ରସାରଣ ସକାଶେ ଆମେ ଏବେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛୁ ।

ବନ୍ଧୁଗଣ,

୨୦୧୭ ମସିହା ମାର୍ଚ୍ଚ ମାସରେ ଭାରତ ଓ କିରଗିଜ ପ୍ରଜାତନ୍ତ୍ର ପରସ୍ପର ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର ୨୫ତମ ବାର୍ଷିକୀ ପାଳନ କରିବେ । ଏହି ମାଇଲଖୁଂଟର ଆମେ ଯେତିକି ନିକଟତର ହେଉଛୁ, ରାଷ୍ଟ୍ରପତି ଆତମବାୟେଭଙ୍କ ଭାରତ ଗସ୍ତ ଏହି ପ୍ରକ୍ରିୟାକୁ ଆଗେଇ ନେବା ଓ ସମ୍ପର୍କକୁ ଆହୁରି ନିବିଡ କରିବା ଦିଗରେ ଯଥେଷ୍ଟ ସହାୟକ ହେବ । ନିକଟରେ ଆମ ମଧ୍ୟରେ ହୋଇଥିବା ଆଲୋଚନା ଏବଂ ଆଗାମୀ ମାସ ଏବଂ ବର୍ଷରେ ଆମର ସମ୍ପର୍କର ଡୋରୀକୁ ଆହୁରି ମଜଭୁତ କରିବ । ରାଷ୍ଟ୍ରପତି ଆତମବାୟେଭଙ୍କ ଭାରତ ଗସ୍ତ ସ୍ମରଣୀୟ ଏବଂ ଫଳପ୍ରସୂ ହେଉ ବୋଲି ମୁଁ କାମନା କରୁଛି ।

ଆପଣମାନଙ୍କୁ ଧନ୍ୟବାଦ ।

ଆପଣମାନଙ୍କୁ ସମସ୍ତଙ୍କୁ ଅଶେଷ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Exclusive: Just two friends in a car, says Putin on viral carpool with PM Modi

Media Coverage

Exclusive: Just two friends in a car, says Putin on viral carpool with PM Modi
NM on the go

Nm on the go

Always be the first to hear from the PM. Get the App Now!
...
India–Russia friendship has remained steadfast like the Pole Star: PM Modi during the joint press meet with Russian President Putin
December 05, 2025

Your Excellency, My Friend, राष्ट्रपति पुतिन,
दोनों देशों के delegates,
मीडिया के साथियों,
नमस्कार!
"दोबरी देन"!

आज भारत और रूस के तेईसवें शिखर सम्मेलन में राष्ट्रपति पुतिन का स्वागत करते हुए मुझे बहुत खुशी हो रही है। उनकी यात्रा ऐसे समय हो रही है जब हमारे द्विपक्षीय संबंध कई ऐतिहासिक milestones के दौर से गुजर रहे हैं। ठीक 25 वर्ष पहले राष्ट्रपति पुतिन ने हमारी Strategic Partnership की नींव रखी थी। 15 वर्ष पहले 2010 में हमारी साझेदारी को "Special and Privileged Strategic Partnership” का दर्जा मिला।

पिछले ढाई दशक से उन्होंने अपने नेतृत्व और दूरदृष्टि से इन संबंधों को निरंतर सींचा है। हर परिस्थिति में उनके नेतृत्व ने आपसी संबंधों को नई ऊंचाई दी है। भारत के प्रति इस गहरी मित्रता और अटूट प्रतिबद्धता के लिए मैं राष्ट्रपति पुतिन का, मेरे मित्र का, हृदय से आभार व्यक्त करता हूँ।

Friends,

पिछले आठ दशकों में विश्व में अनेक उतार चढ़ाव आए हैं। मानवता को अनेक चुनौतियों और संकटों से गुज़रना पड़ा है। और इन सबके बीच भी भारत–रूस मित्रता एक ध्रुव तारे की तरह बनी रही है।परस्पर सम्मान और गहरे विश्वास पर टिके ये संबंध समय की हर कसौटी पर हमेशा खरे उतरे हैं। आज हमने इस नींव को और मजबूत करने के लिए सहयोग के सभी पहलुओं पर चर्चा की। आर्थिक सहयोग को नई ऊँचाइयों पर ले जाना हमारी साझा प्राथमिकता है। इसे साकार करने के लिए आज हमने 2030 तक के लिए एक Economic Cooperation प्रोग्राम पर सहमति बनाई है। इससे हमारा व्यापार और निवेश diversified, balanced, और sustainable बनेगा, और सहयोग के क्षेत्रों में नए आयाम भी जुड़ेंगे।

आज राष्ट्रपति पुतिन और मुझे India–Russia Business Forum में शामिल होने का अवसर मिलेगा। मुझे पूरा विश्वास है कि ये मंच हमारे business संबंधों को नई ताकत देगा। इससे export, co-production और co-innovation के नए दरवाजे भी खुलेंगे।

दोनों पक्ष यूरेशियन इकॉनॉमिक यूनियन के साथ FTA के शीघ्र समापन के लिए प्रयास कर रहे हैं। कृषि और Fertilisers के क्षेत्र में हमारा करीबी सहयोग,food सिक्युरिटी और किसान कल्याण के लिए महत्वपूर्ण है। मुझे खुशी है कि इसे आगे बढ़ाते हुए अब दोनों पक्ष साथ मिलकर यूरिया उत्पादन के प्रयास कर रहे हैं।

Friends,

दोनों देशों के बीच connectivity बढ़ाना हमारी मुख्य प्राथमिकता है। हम INSTC, Northern Sea Route, चेन्नई - व्लादिवोस्टोक Corridors पर नई ऊर्जा के साथ आगे बढ़ेंगे। मुजे खुशी है कि अब हम भारत के seafarersकी polar waters में ट्रेनिंग के लिए सहयोग करेंगे। यह आर्कटिक में हमारे सहयोग को नई ताकत तो देगा ही, साथ ही इससे भारत के युवाओं के लिए रोजगार के नए अवसर बनेंगे।

उसी प्रकार से Shipbuilding में हमारा गहरा सहयोग Make in India को सशक्त बनाने का सामर्थ्य रखता है। यह हमारेwin-win सहयोग का एक और उत्तम उदाहरण है, जिससे jobs, skills और regional connectivity – सभी को बल मिलेगा।

ऊर्जा सुरक्षा भारत–रूस साझेदारी का मजबूत और महत्वपूर्ण स्तंभ रहा है। Civil Nuclear Energy के क्षेत्र में हमारा दशकों पुराना सहयोग, Clean Energy की हमारी साझा प्राथमिकताओं को सार्थक बनाने में महत्वपूर्ण रहा है। हम इस win-win सहयोग को जारी रखेंगे।

Critical Minerals में हमारा सहयोग पूरे विश्व में secure और diversified supply chains सुनिश्चित करने के लिए महत्वपूर्ण है। इससे clean energy, high-tech manufacturing और new age industries में हमारी साझेदारी को ठोस समर्थन मिलेगा।

Friends,

भारत और रूस के संबंधों में हमारे सांस्कृतिक सहयोग और people-to-people ties का विशेष महत्व रहा है। दशकों से दोनों देशों के लोगों में एक-दूसरे के प्रति स्नेह, सम्मान, और आत्मीयताका भाव रहा है। इन संबंधों को और मजबूत करने के लिए हमने कई नए कदम उठाए हैं।

हाल ही में रूस में भारत के दो नए Consulates खोले गए हैं। इससे दोनों देशों के नागरिकों के बीच संपर्क और सुगम होगा, और आपसी नज़दीकियाँ बढ़ेंगी। इस वर्ष अक्टूबर में लाखों श्रद्धालुओं को "काल्मिकिया” में International Buddhist Forum मे भगवान बुद्ध के पवित्र अवशेषों का आशीर्वाद मिला।

मुझे खुशी है कि शीघ्र ही हम रूसी नागरिकों के लिए निशुल्क 30 day e-tourist visa और 30-day Group Tourist Visa की शुरुआत करने जा रहे हैं।

Manpower Mobility हमारे लोगों को जोड़ने के साथ-साथ दोनों देशों के लिए नई ताकत और नए अवसर create करेगी। मुझे खुशी है इसे बढ़ावा देने के लिए आज दो समझौतेकिए गए हैं। हम मिलकर vocational education, skilling और training पर भी काम करेंगे। हम दोनों देशों के students, scholars और खिलाड़ियों का आदान-प्रदान भी बढ़ाएंगे।

Friends,

आज हमने क्षेत्रीय और वैश्विक मुद्दों पर भी चर्चा की। यूक्रेन के संबंध में भारत ने शुरुआत से शांति का पक्ष रखा है। हम इस विषय के शांतिपूर्ण और स्थाई समाधान के लिए किए जा रहे सभी प्रयासों का स्वागत करते हैं। भारत सदैव अपना योगदान देने के लिए तैयार रहा है और आगे भी रहेगा।

आतंकवाद के विरुद्ध लड़ाई में भारत और रूस ने लंबे समय से कंधे से कंधा मिलाकर सहयोग किया है। पहलगाम में हुआ आतंकी हमला हो या क्रोकस City Hall पर किया गया कायरतापूर्ण आघात — इन सभी घटनाओं की जड़ एक ही है। भारत का अटल विश्वास है कि आतंकवाद मानवता के मूल्यों पर सीधा प्रहार है और इसके विरुद्ध वैश्विक एकता ही हमारी सबसे बड़ी ताक़त है।

भारत और रूस के बीच UN, G20, BRICS, SCO तथा अन्य मंचों पर करीबी सहयोग रहा है। करीबी तालमेल के साथ आगे बढ़ते हुए, हम इन सभी मंचों पर अपना संवाद और सहयोग जारी रखेंगे।

Excellency,

मुझे पूरा विश्वास है कि आने वाले समय में हमारी मित्रता हमें global challenges का सामना करने की शक्ति देगी — और यही भरोसा हमारे साझा भविष्य को और समृद्ध करेगा।

मैं एक बार फिर आपको और आपके पूरे delegation को भारत यात्रा के लिए बहुत बहुत धन्यवाद देता हूँ।