Relationship between India and the Kyrgyz Republic is filled with goodwill from centuries of shared historical links: PM
We regard Kyrgyz Republic as a valuable partner in making Central Asia a region of sustainable peace, stability and prosperity: PM
We will work to strengthen bilateral trade & economic linkages, facilitate greater people-to-people exchanges: PM to Kyrgyz President
We shall give special emphasis to youth exchanges in our technical and economic cooperation programme with Kyrgyz Republic: PM

କିରଗିଜ ପ୍ରଜାତନ୍ତ୍ରର ରାଷ୍ଟ୍ରପତି ମହାନୁଭବ ଶ୍ରୀ ଆଲମେଜବେକ ଆତମବାୟେଭ,

ଉପସ୍ଥିତ ଭଦ୍ରମହିଳା ଓ ଭଦ୍ରବ୍ୟକ୍ତିଗଣ ଏବଂ ଗଣମାଧ୍ୟମର ସଦସ୍ୟବୃନ୍ଦ ।

ରାଷ୍ଟ୍ରପତି ଆଲମାଜବେକ ଆତମବାୟେଭଙ୍କୁ ତାଙ୍କ ପ୍ରଥମ ଆନୁଷ୍ଠାନିକ ଭାରତ ଗସ୍ତ ଅବସରରେ ସ୍ଵାଗତ କରିବାର ସୁଯୋଗ ପାଇ ମୁଁ ଖୁବ ଆନନ୍ଦିତ । ରାଷ୍ଟ୍ରପତି ମହୋଦୟ, ଗତ ବର୍ଷ ମୋର କିରଗିଜ ପ୍ରଜାତନ୍ତ୍ର ଗସ୍ତ କାଳରେ ଆପଣ ମୋତେ ଯେଉଁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଓ ଆତିଥେୟତା ପ୍ରଦାନ କରିଥିଲେ, ତାର ସ୍ମୃତି ମୋ ମନରେ ସତେଜ ରହିଛି । ଏବେ ଆପଣଙ୍କ ଭାରତ ଗସ୍ତ ଆମର ସହଯୋଗ ଏବଂ ବିଭିନ୍ନ ପର୍ଯ୍ୟାୟର ଯୋଗାଯୋଗର ମାତ୍ରାକୁ ଆହୁରି ବୃଦ୍ଧି କରିବାରେ ଯଥେଷ୍ଟ ମାତ୍ରାରେ ସହାୟକ ହେବ । ଭାରତ ଓ କିରଗିଜସ୍ତାନ ମଧ୍ୟରେ ଶହ ଶହ ବର୍ଷର ଐତିହାସିକ ଯୋଗସୂତ୍ର ଓ ସମ୍ପର୍କ ରହିଆସିଛି ଯାହା ସଦ୍ଭାବନାରେ ଭରପୂର । ଉଭୟ ଦେଶର ଜନସାଧାରଣଙ୍କ ମଧ୍ୟରେ ସହଯୋଗର ଏକ ବିଚିତ୍ର ଉଷ୍ମତା ରହିଛି ଯାହା କେନ୍ଦ୍ର ଏସିଆ ପର୍ଯ୍ୟନ୍ତ ବ୍ୟାପ୍ତ । ପୁଣି ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ପରମ୍ପରା ଉପରେ ଉଭୟ ରାଷ୍ଟ୍ର ସମାନ ଭାବେ ଆସ୍ଥାବାଦୀ । କିରଗିଜସ୍ତାନରେ ଗଣତାନ୍ତ୍ରିକ ପରମ୍ପରାର ଏକ ସୁଦୃଢ଼ ଭିତ୍ତି ସ୍ଥାପନର ସବୁ ଶ୍ରେୟ ରାଷ୍ଟ୍ରପତି ଶ୍ରୀ ଆତମବାୟେଭଙ୍କୁ ଯାଏ ।

ବନ୍ଧୁଗଣ,

ଆମର ଦ୍ଵିପାକ୍ଷିକ ସହଯୋଗ ପ୍ରସଙ୍ଗରେ ରାଷ୍ଟ୍ରପତି ଆତମବାୟେଭ ଏବଂ ମୁଁ ବ୍ୟାପକ ଆଲୋଚନା କରୁଛୁ । ସେହି ଦ୍ଵିପାକ୍ଷିକ ସହଯୋଗ ପରିସରକୁ ବ୍ୟାପକ ଓ ନିବିଡ କରିବା ଉପରେ ଆମେ ଗୁରୁତ୍ଵାରୋପ କରୁଛୁ । ସେହିପରି ଆତଙ୍କବାଦ, ଉଗ୍ରବାଦ ଏବଂ ମୌଳବାଦ ଭଳି ସମାନ ଚାଲେଞ୍ଜଠାରୁ ଆମ ଯୁବଗୋଷ୍ଠୀ ଓ ସମାଜକୁ କିପରି ସୁରକ୍ଷିତ ରଖାଯାଇପାରିବ ସେହି ପ୍ରସଙ୍ଗରେ ଆମେ ଆଲୋଚନା କରୁଛୁ । ଉପୟ ପକ୍ଷ ଉପକାରସିଦ୍ଧ ହେବା ଭଳି ଏପରି ଚାଲେଞ୍ଜର ମୁକାବିଲା ସକାଶେ ଆମେ ଘନିଷ୍ଠତାର ସହ କାନ୍ଧକୁ କାନ୍ଧ ମିଳାଇ କାର୍ଯ୍ୟ କରିବା ସକାଶେ ସହମତ ହୋଇଛୁ । କେନ୍ଦ୍ର ଏସୀୟ କ୍ଷେତ୍ରକୁ ଦୀର୍ଘକାଳୀନ ଶାନ୍ତି, ସ୍ଥିରତା ଓ ସମୃଦ୍ଧିର କ୍ଷେତ୍ରରେ ପରିଣତ କରିବା ସକାଶେ ଆମର ସମାନ ଲକ୍ଷ୍ୟରେ କିରଗିଜ ପ୍ରଜାତନ୍ତ୍ର ଏକ ବଳିଷ୍ଠ ସହଯୋଗୀ ବୋଲି ଆମେ ବିବେଚନା କରୁ । ଏହି ସବୁ ପ୍ରସଙ୍ଗରେ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଆମକୁ ମୂଲ୍ୟବାନ କାର୍ଯ୍ୟଯୋଜନାର ଢ଼ାଂଚା ଯୋଗାଇଦେଇପାରିବ ।

ବନ୍ଧୁଗଣ,

ରାଷ୍ଟ୍ରପତି ଆତମାବାୟେଭ ଏବଂ ମୁଁ ପ୍ରତିରକ୍ଷା କ୍ଷେତ୍ରରେ ଆମର ସହଯୋଗ କାର୍ଯ୍ୟକ୍ରମର ସମୀକ୍ଷା କରୁଛୁ । କିରଗିଜ-ଭାରତ ପାର୍ବତ୍ୟ ବାୟୋ-ମେଡିକାଲ ଗବେଷଣା କେନ୍ଦ୍ର ଆମ ସହଯୋଗର ଏକ ସଫଳ ଉଦାହରଣ । ଏହା ଏକ ସଫଳ ଓ ଉପକାରସିଦ୍ଧ ଗବେଷଣା ପ୍ରୟାସ ଏବଂ ଏହାକୁ ଆମେ ଆଗକୁ ବଢାଇବାକୁ ଚାହୁଁ । ପୁନଶ୍ଚ, କିରଗିଜ ପ୍ରଜାତନ୍ତ୍ରରେ ଆମେ ଏକ କିରଗିଜ-ଭାରତ ମିଳିତ ସାମରିକ ତାଲିକ କେନ୍ଦ୍ର ସ୍ଥାପନ ଦିଗରେ କାର୍ଯ୍ୟ ଆରମ୍ଭ କରିଛୁ । ଆତଙ୍କବାଦ ନିରୋଧୀ ଆମର ମିଳିତ ସାମରିକ ଅଭ୍ୟାସ ଏକ ବାର୍ଷିକ କାର୍ଯ୍ୟକ୍ରମରେ ପରିଣତ ହୋଇଛି । ଏହାର ପରବର୍ତ୍ତୀ କାର୍ଯ୍ୟକ୍ରମ କିରଗିଜ ପ୍ରତାନ୍ତ୍ରରେ ଆସନ୍ତା ବର୍ଷ ପ୍ରାରମ୍ଭରେ ଆୟୋଜନ କରାଯିବ । 

ବନ୍ଧୁଗଣ,

ଆମ ଦୁଇ ରାଷ୍ଟ୍ରଙ୍କ ମଧ୍ୟରେ ଆର୍ଥିକ ସହଯୋଗକୁ ଘନିଷ୍ଠ କରିବାର ଆବଶ୍ୟକତା ନେଇ ରାଷ୍ଟ୍ରପତି ଆତମବାୟେଭ ଏବଂ ମୁଁ ସହମତ ହୋଇଛୁ । ଏହି ଉଦ୍ଦେଶ୍ୟ ହାସଲ ନିମନ୍ତେ ଆମେ ଦ୍ଵିପାକ୍ଷିକ ବାଣିଜ୍ୟ ଓ ଆର୍ଥିକ ସହଯୋଗକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରୁଛୁ ଏବଂ ଦୁଇ ଦେଶର ଲୋକ-ଲୋକଙ୍କ ମଧ୍ୟରେ ଅଧିକ ପ୍ରତ୍ୟକ୍ଷ ସମ୍ପର୍କ ପାଇଁ ପ୍ରୟାସ ଜାରି ରଖିବୁ । ସ୍ଵାସ୍ଥ୍ୟସେବା, ପର୍ଯ୍ୟଟନ, ସୂଚନା ପ୍ରଯୁକ୍ତି, କୃଷି, ଖଣିଖନନ ଓ ଶକ୍ତି କ୍ଷେତ୍ରରେ ଉଭୟ ଦେଶର ଶିଳ୍ପ ଓ ବାଣିଜ୍ୟ ସଂସ୍ଥାମାନେ ଅଧିକ ସହଯୋଗ କରିବା ପାଇଁ ଆମେ ପ୍ରୋତ୍ସାହନ ଯୋଗାଇଦେବୁ । ଆମେ ଆମର ବିକାଶ ସହଯୋଗକୁ ବୃଦ୍ଧି କରିବା ସହ ଲୋକମାନଙ୍କ ଦକ୍ଷତା ବୃଦ୍ଧି ଓ ତାଲିମ ପ୍ରଦାନ ଲାଗି ନିଷ୍ପତ୍ତି ଗ୍ରହଣ କରିଛୁ । ଏଭଳି କାର୍ଯ୍ୟକ୍ରମରେ ଉଭୟ ଦେଶର ନାଗରିକଙ୍କୁ କେନ୍ଦ୍ରବିନ୍ଦୁ ଭାବେ ଗ୍ରହଣ କରାଯାଇଛି । କିରଗିଜ ପ୍ରଜାତନ୍ତ୍ର ସହ ବୈଷୟିକ ଓ ଆର୍ଥିକ ସହଯୋଗ କାର୍ଯ୍ୟକ୍ରମରେ ଆମେ ଯୁବଗୋଷ୍ଠୀଙ୍କ ଆଦାନପ୍ରଦାନ ଉପରେ ବିଶେଷ ଗୁରୁତ୍ଵ ଆରୋପ କରିଛୁ । ଆଜି ସ୍ଵାକ୍ଷରିତ ବୁଝାମଣା ଏବଂ ପୂର୍ବରୁ ହୋଇଥିବା ସହମତ ଏ ଦିଗରେ କାର୍ଯ୍ୟ କରିବାକୁ ସହାୟକ ହେବ । କେନ୍ଦ୍ର ଏସିଆ କ୍ଷେତ୍ର ସହ ପ୍ରଥମ ପ୍ରୟାସ ସ୍ଵରୂପ, ଆମେ ଗତବର୍ଷ କିରଗିଜ ପ୍ରଜାତନ୍ତ୍ର ସହ ଏକ ଟେଲି ମେଡିସିନ ସଂଯୋଗ ସ୍ଥାପନ କରିଥିଲୁ । କିରଗିଜ ପ୍ରଜାତନ୍ତ୍ରର ଅନ୍ୟାନ୍ୟ କ୍ଷେତ୍ରକୁ ଏହି କାର୍ଯ୍ୟକ୍ରମର ସଂପ୍ରସାରଣ ସକାଶେ ଆମେ ଏବେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛୁ ।

ବନ୍ଧୁଗଣ,

୨୦୧୭ ମସିହା ମାର୍ଚ୍ଚ ମାସରେ ଭାରତ ଓ କିରଗିଜ ପ୍ରଜାତନ୍ତ୍ର ପରସ୍ପର ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର ୨୫ତମ ବାର୍ଷିକୀ ପାଳନ କରିବେ । ଏହି ମାଇଲଖୁଂଟର ଆମେ ଯେତିକି ନିକଟତର ହେଉଛୁ, ରାଷ୍ଟ୍ରପତି ଆତମବାୟେଭଙ୍କ ଭାରତ ଗସ୍ତ ଏହି ପ୍ରକ୍ରିୟାକୁ ଆଗେଇ ନେବା ଓ ସମ୍ପର୍କକୁ ଆହୁରି ନିବିଡ କରିବା ଦିଗରେ ଯଥେଷ୍ଟ ସହାୟକ ହେବ । ନିକଟରେ ଆମ ମଧ୍ୟରେ ହୋଇଥିବା ଆଲୋଚନା ଏବଂ ଆଗାମୀ ମାସ ଏବଂ ବର୍ଷରେ ଆମର ସମ୍ପର୍କର ଡୋରୀକୁ ଆହୁରି ମଜଭୁତ କରିବ । ରାଷ୍ଟ୍ରପତି ଆତମବାୟେଭଙ୍କ ଭାରତ ଗସ୍ତ ସ୍ମରଣୀୟ ଏବଂ ଫଳପ୍ରସୂ ହେଉ ବୋଲି ମୁଁ କାମନା କରୁଛି ।

ଆପଣମାନଙ୍କୁ ଧନ୍ୟବାଦ ।

ଆପଣମାନଙ୍କୁ ସମସ୍ତଙ୍କୁ ଅଶେଷ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Moving beyond Western paradigms: The geopolitical lesson of India’s multi-alignment

Media Coverage

Moving beyond Western paradigms: The geopolitical lesson of India’s multi-alignment
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles loss of lives in a mishap in Surat, Gujarat
June 02, 2026
PM announces ex-gratia from PMNRF

Prime Minister Shri Narendra Modi today expressed deep pain over the tragic mishap in Surat district, Gujarat. He extended his heartfelt condolences to those who have lost their loved ones and prayed for the earliest recovery of the injured. The Prime Minister noted that rescue operations are underway and authorities are providing all possible assistance at the accident site.

The Prime Minister has announced an ex-gratia of Rs. 2 lakh from the Prime Minister’s National Relief Fund (PMNRF) for the next of kin of each deceased. Shri Modi also noted that Rs. 50,000 would be provided to those who sustained injuries in the incident.

The Prime Minister posted on X:

"Deeply pained to hear about a mishap in Surat district, Gujarat. My condolences to those who have lost their loved ones. May the injured recover at the earliest. Rescue operations are underway and authorities are providing all possible assistance at the accident site.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM"