Intra-BRICS trade and investment targets should be more ambitious: PM
India is the world's most open and investment friendly economy due to political stability, predictable policy and business friendly reforms: PM
Prime Minister Shri Narendra Modi addresses BRICS Business Forum

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବ୍ରାଜିଲଠାରେ ଅନୁଷ୍ଠିତ ବ୍ରିକ୍ସ ଶିଖର ସମ୍ମିଳନୀ ସମୟରେ ବ୍ରିକ୍ସ ବ୍ୟବସାୟିକ ମଞ୍ଚକୁ ସମ୍ବୋଧିତ କରିଛନ୍ତି । ବ୍ରିକ୍ସ ରାଷ୍ଟ୍ର ପ୍ରମୁଖ ମାନେ ମଧ୍ୟ ଏହି ବ୍ୟବସାୟିକ ମଞ୍ଚକୁ ସମ୍ବୋଧିତ କରିଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି,  ବିଶ୍ୱର ଆର୍ଥିକ ଅଭିବୃଦ୍ଧିରେ ବ୍ରିକ୍ସ ଦେଶମାନଙ୍କର ଯୋଗଦାନ ହେଉଛି 50 ପ୍ରତିଶତ । ବୈଶ୍ୱିକ ସ୍ତରରେ ମାନ୍ଦାବସ୍ଥା ସତ୍ତ୍ୱେ, ବ୍ରିକ୍ସ ଦେଶଗୁଡ଼ିକ ଆର୍ଥିକ ବିକାଶକୁ ଗତି ପ୍ରଦାନ କରିଛନ୍ତି, ଲକ୍ଷ ଲକ୍ଷ ଜନସାଧାରଣଙ୍କୁ ଦାରିଦ୍ର୍ୟରୁ ବାହାରକୁ ବାହାର କରିଛନ୍ତି ଏବଂ ପ୍ରାଦ୍ୟୋଗିକୀ ଓ ନବାଚାରରେ ନୂତନ ସଫଳତା ହାସଲ କରିଛନ୍ତି ।

ବ୍ରିକ୍ସ ଦେଶମାନଙ୍କର ଆନ୍ତଃ-ବାଣିଜ୍ୟ ଓ ନିବେଶ ଲକ୍ଷ୍ୟ ଆହୁରି ଅଧିକ ମହତ୍ୱକାଂକ୍ଷୀ ହେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ଆଗ୍ରହ ପ୍ରକାଶ କରିଥିଲେ । ସେ ବ୍ରିକ୍ସ ଦେଶମାନଙ୍କ ମଧ୍ୟରେ ବାଣିଜ୍ୟ କାରବାର ମୂଲ୍ୟକୁ କମ କରିବା ପାଇଁ ପ୍ରସ୍ତାବ ଆହ୍ୱାନ କରିଥିଲେ । ଆଗାମୀ ବ୍ରିକ୍ସ ସମ୍ମିଳନୀ ସୁଦ୍ଧା ଅତି କମରେ ପାଞ୍ଚଟି କ୍ଷେତ୍ର ଚିହ୍ନଟ କରାଯିବା ଆବଶ୍ୟକ, ଯାହାକୁ ନେଇ ବ୍ରିକ୍ସ ଦେଶମାନଙ୍କ ମଧ୍ୟରେ ସଂଯୁକ୍ତ ଉପକ୍ରମ ଗଠନ କରାଯାଇ ପାରିବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଆସନ୍ତାକାଲି ଶିଖର ସମ୍ମିଳନୀ ସମୟରେ ବ୍ରିକ୍ସ ନବାଚାର ନେଟୱର୍କ ଓ ଭବିଷ୍ୟତର ନେଟୱର୍କ ପାଇଁ ବ୍ରିକ୍ସ ସଂସ୍ଥାନ ଭଳି ମହତ୍ୱପୂର୍ଣ୍ଣ ପଦକ୍ଷେପ ଉପରେ ବିଚାର କରାଯିବ। ମାନବ ସମ୍ବଳ ଉପରେ କେନ୍ଦ୍ରିତ ଏହି ପ୍ରୟାସରେ ଯୋଗଦେବା ପାଇଁ ସେ ଘରୋଇ କ୍ଷେତ୍ରମାନଙ୍କୁ ଅନୁରୋଧ କରିଥିଲେ । ସେ ଏହା ମଧ୍ୟ ପ୍ରସ୍ତାବ ଦେଇଥିଲେ ଯେ ବ୍ରିକ୍ସ ଦେଶମାନଙ୍କ ମଧ୍ୟରେ ପାରସ୍ପରିକ ସାମାଜିକ ସୁରକ୍ଷା ବୁଝାମଣା ଉପରେ ବିଚାର କରାଯିବା ଆବଶ୍ୟକ ।

ରାଜନୈତିକ ସ୍ଥିରତା, ପୂର୍ବାନୁମାନ ଯୋଗ୍ୟ ନୀତି ଏବଂ ବ୍ୟବସାୟ ଅନୁକୂଳ ସୁଧାର କାରଣରୁ ଭାରତ ବିଶ୍ୱର ସବୁଠାରୁ ମୁକ୍ତ ଏବଂ ନିବେଶ ଅନୁକୂଳ ଅର୍ଥ ବ୍ୟବସ୍ଥାରେ ପରିଣତ ହୋଇଛି ପ୍ରଧାନମନ୍ତ୍ରୀ କହିଥିଲେ  ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Why Abrogation Of Article 370 Was A Strategic Necessity For India

Media Coverage

Why Abrogation Of Article 370 Was A Strategic Necessity For India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 05, 2026
August 05, 2026

Viksit Bharat in Action: Inclusive, Green, and Globally Competitive Under PM Modi