ଆଜି ରାଷ୍ଟ୍ରୀୟ ଏକତା ଦିବନ ପାଳନ ଅବସରରେ ଗୁଜରାଟର କେୱଡିଆଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଷ୍ଟାଚ୍ୟୁ ଅଫ ୟୁନିଟିଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ  ସେବାକୁ ପରମ ଧର୍ମ ବୋଲି ଗ୍ରହଣ କରିବା ସକାଶେ ପ୍ରଶାସନିକ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଭାବ ବିନିମୟ କାର୍ଯ୍ୟକ୍ରମରେ ପ୍ରାୟ 430 ଜଣ ଭାରତୀୟ ପ୍ରଶାସନିକ ସେବାର ଶିକ୍ଷାନବୀଶ ଅଧିକାରୀ ଓ ଅନ୍ୟମାନେ ଯୋଗ ଦେଇଥିଲେ ।

ଏହି ପ୍ରଶାସନିକ ଶିକ୍ଷାନବୀଶ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କ ସହ ଏକ ପୃଥକ୍‌ ଭାବ ବିନିମୟ ବେଳେ କେତେଗୁଡ଼ିଏ କ୍ଷେତ୍ର ଯଥା, କୃଷି ଓ ଗ୍ରାମାଞ୍ଚଳ ସଶକ୍ତିକରଣ, ସ୍ୱାସ୍ଥ୍ୟସେବା ସଂସ୍କାର ଓ ନୀତି ନିର୍ଦ୍ଧାରଣ, ପୋଷଣୀୟ ଗ୍ରାମାଞ୍ଚଳ ବିକାଶ ପଦ୍ଧତି, ସମାବେଶୀ ସହରାଞ୍ଚଳ ବିକାଶ ଏବଂ ଭବିଷ୍ୟତର ଶିକ୍ଷା ପଦ୍ଧତି ପ୍ରସଙ୍ଗରେ ସେମାନଙ୍କର ମତ ଉପସ୍ଥାପନ କରିଥିଲେ ।

ଏହିସବୁ ଶିକ୍ଷାନବୀଶମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଲେ ଯେ ‘ଏଭଳି ମିଳିତ ଫାଉଣ୍ଡେସନ୍‌ ପାଠ୍ୟକ୍ରମ ଯାହାକି ଦେଶର ବିଭିନ୍ନ ସିଭିଲ ସର୍ଭିସ ଅଧିକାରୀମାନଙ୍କୁ ପ୍ରଦାନ କରାଯାଇଥାଏ, ଗୋଟିଏ ଦୃଷ୍ଟିରୁ ତାହା ଭାରତରେ ପ୍ରଶାସନିକ ସେବା କ୍ଷେତ୍ରରେ ଗୋଟିଏ ନୂତନ ଅଧ୍ୟାୟ ସୃଷ୍ଟି କରିଛି । ଆଜି ପର୍ଯ୍ୟନ୍ତ ଆପଣମାନେ ମସୌରୀ, ହାଇଦ୍ରାବାଦ ଓ ଅନ୍ୟାନ୍ୟ ସ୍ଥାନମାନଙ୍କରେ ତାଲିମ ଗ୍ରହଣ କରିଆସୁଥିଲେ । ମୁଁ କହିବାକୁ ଚାହେଁ ଯେ ଆପଣମାନଙ୍କୁ ବିଭିନ୍ନ ସେବା ପାଇଁ ଢ଼ାଞ୍ଚାରେ ପରିଣତ କରିବା ପୂର୍ବରୁ- ଯେଉଁଭଳି ଭାବେ ଏବେ ପ୍ରଶାସନିକ କାର୍ଯ୍ୟ ଚାଲିଛି – ଆପଣମାନଙ୍କ କର୍ମମୟ ଜୀବନର ପ୍ରାରମ୍ଭରେ ଆପଣମାନେ ଯେଉଁଭଳି ଭାବେ ତାଲିମ ଗ୍ରହଣ କରୁଛନ୍ତି , ତାହା ମହତ୍ତ୍ୱପୂର୍ଣ୍ଣ ହେବା ଏକାନ୍ତ ଜରୁରି ।’

ପ୍ରଶାସନିକ ଶିକ୍ଷାନବୀଶମାନଙ୍କ ପ୍ରୟାସକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ ଯେ ‘ଏବେ ହିଁ ଦେଶର ସିଭିଲ ସର୍ଭିସ କ୍ଷେତ୍ରରେ ବାସ୍ତବରେ ଏକତା ଘଟୁଛି ଏବଂ ସେଥିରେ ଆପଣମାନଙ୍କ ସମସ୍ତଙ୍କର ବଳିଷ୍ଠ ଯୋଗଦାନ ରହିଛି । ଏହି ଆରମ୍ଭକୁ ସଂସ୍କାର ବୋଲି ଗ୍ରହଣ କରାଯାଇପାରେ । ଏହି ସଂସ୍କାର ପ୍ରକ୍ରିୟାକୁ କେବଳ ତାଲିମ କ୍ଷେତ୍ରରେ ଏକତା ଅବା ସମନ୍ୱୟ ବୋଲି ସୀମିତ ରଖିବା ଅନୁଚିତ । ଏହାକୁ ସଂପ୍ରସାରିତ କରିବାକୁ ପଡ଼ିବ ଏବଂ ତାହା ଆମର କାର୍ଯ୍ୟ ଦୃଷ୍ଟିଭଙ୍ଗୀ ଏବଂ ଆମର ପରିକଳ୍ପନାର ପରିସରକୁ ବୃଦ୍ଧି କରିବାରେ ସହାୟକ ହେବ । ଏହାକୁ ହିଁ ବାସ୍ତବରେ ସିଭିଲ ସର୍ଭିସ କ୍ଷେତ୍ରରେ ସମନ୍ୱୟ ଓ ଏକତା ବୋଲି ଅଭିହିତ କରାଯାଇପାରିବ । ଏହି ଆରମ୍ଭ ଆପଣମାନଙ୍କ ଭିତରେ ସୃଷ୍ଟି ହୋଇସାରିଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଏବଂ, ଏହି ତାଲିମ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ, ଆପଣମାନେ ଶିକ୍ଷାନବୀଶ ଅଧିକାରୀ ଭାବେ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ବିଶ୍ୱ ନେତୃବର୍ଗ ଓ ବିଶେଷଜ୍ଞମାଙ୍କ ସହ ଭାବ ବିନିମୟ କରିବାର ସୁଯୋଗ ପାଇବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ମତ ପୋଷଣ କରିଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ ଯେ  ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପରିକଳ୍ପନା ଥିଲା ଯେ ରାଷ୍ଟ୍ର ନିର୍ମାଣରେ ସିଭିଲ ସର୍ଭିସକୁ ଏକ ଗୁରୁତ୍ୱପୂର୍ଣ୍ଣ ସାଧନରେ ପରିଣତ କରିବା ।

‘ରାଷ୍ଟ୍ର ନିର୍ମାଣ ଦିଗରେ ଦେଶର ସମସ୍ତ ପ୍ରଶାସନିକ ସେବାକୁ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମରେ ପରିଣତ କରି ଦେଶର ପ୍ରଗତି ହାସଲ କରିବା ଥିଲା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଚିନ୍ତାଧାରା । ଏହି ଲକ୍ଷ୍ୟ ହାସଲ କରିବା ସକାଶେ ସର୍ଦ୍ଦାର ପଟେଲଙ୍କୁ ଜୀବନରେ ଅନେକ ଚାଲେଞ୍ଜର ସାମ୍ନା କରିବାକୁ ପଡ଼ିଥିଲା ।

ଜନସାଧାରଣରେ ଏକଥା ସେତେବେଳେ ବିଶ୍ୱାସ କରାଯାଉଥିଲା ଯେ ଯେଉଁ ଅଧିକାରୀମାନେ ସ୍ୱାଧୀନତା ସଂଗ୍ରାମ ବେଳେ ଏହାକୁ ଚପାଇ ରଖିବା ଲାଗି ଏତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ସେମାନଙ୍କୁ ଏବେ ରାଷ୍ଟ୍ର ଗଠନରେ କିଭଳି ଭାବେ ଉପଯୋଗ କରାଯାଇପାରିବ ? କିନ୍ତୁ ସର୍ଦ୍ଦାର ପଟେଲ ତାଙ୍କର ଦୂରଦୃଷ୍ଟି ବଳରେ ବ୍ୟବସ୍ଥା ଉପରେ ବିଶ୍ୱାସ ରଖିଥିଲେ ଯେ ଦେଶକୁ ଆଗେଇ ନେବା ଦିଗରେ କାର୍ଯ୍ୟ କରିବା ସକାଶେ ସେମାନଙ୍କର ଯଥେଷ୍ଟ ସାମର୍ଥ୍ୟ ରହିଛି।’

“ଏହି ପ୍ରଶାସକମାନେ ହିଁ ଭାରତର ଦେଶୀୟ ରାଜ୍ୟଗୁଡ଼ିକର ମିଶ୍ରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।”

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଶିକ୍ଷାନବୀଶ ପ୍ରଶାସନିକ ଅଧିକାରୀମାନଙ୍କ ସହ ନିଜର ଅନୁଭବ ବାଣ୍ଟିବା ଅବସରରେ କହିଲେ ଯେ ସାଧାରଣ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ସକାଶେ ମନରେ ଦୃଢ଼ ଇଚ୍ଛାଶକ୍ତି ଏବଂ ପ୍ରତିବଦ୍ଧତା ରହିବା ଆବଶ୍ୟକ ବୋଲି ସର୍ଦ୍ଦାର ପଟେଲ ସଦାବେଳେ କହୁଥିଲେ ।

‘ଆଜକୁ ପ୍ରାୟ 100 ବର୍ଷ ପୂର୍ବେ ଅହମ୍ମଦାବାଦ ପୌରପାଳିକାରେ ସେ ଏଭଳି ସଂସ୍କାର କାର୍ଯ୍ୟକ୍ରମ ପ୍ରବର୍ତ୍ତନ କରିଥିଲେ । ଏଥିପାଇଁ ତାଙ୍କୁ ମାତ୍ର 10 ବର୍ଷ ସମୟ ଲାଗିଥିଲା ଏବଂ ସେତେବେଳେ ତାଙ୍କ ହାତରେ ସୀମିତ ସମ୍ବଳ ମଧ୍ୟ ଥିଲା । ଏହା କେବଳ ତାଙ୍କର ଅସାଧାରଣ ସାମର୍ଥ୍ୟ ଯୋଗୁ ହିଁ ସମ୍ଭବପର ହୋଇପାରିଥିଲା ବୋଲି ପ୍ରଧାନମନ୍ତ୍ରୀ ସୂଚାଇଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ‘ ଏଭଳି ଦୂରଦୃଷ୍ଟି ସମ୍ପନ୍ନ ପରିକଳ୍ପନା  ଦ୍ୱାରା ହିଁ ସ୍ୱାଧୀନ ଭାରତରେ ସେ ସିଭିଲ ସର୍ଭିସର ଢାଞ୍ଚା ନିର୍ମାଣ କରିଥିଲେ ।’

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶିକ୍ଷାନବୀଶ ପ୍ରଶାସନିକ ଅଧିକାରୀମାନଙ୍କୁ ଆହ୍ୱାନ ଜଣାଇ କହିଥିଲେ ଯେ ନିରପେକ୍ଷ ଭାବେ ଏବଂ ନିଃସ୍ୱାର୍ଥପର ମନୋଭାବର ସହ ସେମାନେ ସମସ୍ତ କାର୍ଯ୍ୟ ସଂପାଦନ କରିବା ଉଚିତ ।

‘ନିରପେକ୍ଷ ଚିନ୍ତାଧାରା ଏବଂ ନିଃସ୍ୱାର୍ଥପର ମନୋଭାବର ସହ ଯେଉଁ କାର୍ଯ୍ୟ କରାଯିବ ତାହା ନୂତନ ଭାରତ ଗଠନ ପାଇଁ ଏକ ସୁଦୃଢ଼ ଭିତ୍ତିଭୂମି ସ୍ଥାପନ କରିବ ।”

‘ନୂତନ ଭାରତର ପରିକଳ୍ପନା ଓ ସ୍ୱପ୍ନକୁ ସାକାର କରିବା ନିମନ୍ତେ, ଆମର ପ୍ରଶାସନିକ ସେବାର ଅଧିକାରୀମାନେ ସଦାସର୍ବଦା ନୂଆ ନୂଆ ଉପାୟ ଚିନ୍ତା କରିବା ଆବଶ୍ୟକ ଏବଂ ନୂତନ ଭାବେ ପ୍ରତ୍ୟେକ କାର୍ଯ୍ୟକୁ ଏକବିଂଶ ଶତାବ୍ଦୀରେ ସଂପାଦନ କରିବା ଉଚିତ । ଦେଶ ପାଇଁ ଆମର ଏଭଳି ଏକ ପ୍ରଶାସନିକ କଳ ଆବଶ୍ୟକ ଯାହା ସୃଜନଶୀଳ ହୋଇଥିବ, ସର୍ଜନଶୀଳ ହୋଇଥିବ, ଚିନ୍ତାଶୀଳ ହୋଇଥିବ ଏବଂ ଅଭିନବତ୍ତ୍ଵକୁ ଗ୍ରହଣ କରିପାରୁଥିବ । ସେହିଭଳି ଏହାର ପ୍ରତ୍ୟେକ କାର୍ଯ୍ୟ ପ୍ରତି ଏକ ସକରାତ୍ମକ ଦୃଷ୍ଟିଭଙ୍ଗୀ ଥିବ ଏବଂ ଅତି ନମ୍ର ଭାବେ ସେ  ସେହି କାର୍ଯ୍ୟ ସଂପାଦନ କରୁଥିବ । ଏହା ଦ୍ୱାରା ଅତି ପେଶାଦାରୀ ଓ ପ୍ରଗତିଶୀଳ ଢ଼ଙ୍ଗରେ, ଉତ୍ସାହ ଓ ଆଗ୍ରହର ସହ, ସକ୍ରିୟ ଓ ସୃଜନଶୀଳ ଭାବେ, ସ୍ୱଚ୍ଛ ଓ ପ୍ରଯୁ‌କ୍ତି ଯୁକ୍ତ ଉପାୟରେ ସବୁକିଛି ସମ୍ଭବପର ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ ଆଶା ପୋଷଣ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଲେ ଯେ ଆମର ଅଧିକାଂଶ ବରିଷ୍ଠ ପ୍ରଶାସନିକ ଅଧିକାରୀ ଯେତେବେଳେ ସମ୍ବଳ ସୀମିତ ଥିଲା ସେହି ପରିସ୍ଥିତିରେ ସୁଦ୍ଧା ଢ଼େର୍‌ କିଛି ହାସଲ କରିପାରିଛନ୍ତି । ସେତେବେଳେ ଉତ୍ତମ ସଡ଼କ ନଥିଲା, ଯାନବାହନ ନଥିଲା, ଟେଲିଫୋନ୍‌ ନଥିଲା, ରେଳ ସଂଯୋଗ ନଥିଲା, ହସପିଟାଲ ନଥିଲା, ବିଦ୍ୟାଳୟ କି ମହାବିଦ୍ୟାଳୟ ଆଦି ନଥିଲା ।

‘ଆଜି ଆଉ ପରିସ୍ଥିତି ସେଭଳି ନାହିଁ । ସେଥିରେ ଢ଼େର୍‌ କିଛି ଉନ୍ନତି ଓ ପରିବର୍ତ୍ତନ ଘଟିଛି । ଭାରତ ଏବେ ବିପୁଳ ପ୍ରଗତି ଦିଗରେ ଧାବମାନ ଏବଂ ତାହା ହାସଲ କରିଛି ମଧ୍ୟ । ଆମ ନିକଟରେ ବିପୁଳ ଯୁବଶକ୍ତି ରହିଛି, ବିଶାଳ ଆଧୁନିକ ପ୍ରଯୁକ୍ତି ଉବଲବ୍ଧ ଅଛି ଏବଂ ଖାଦ୍ୟ ସଂପଦର ମଧ୍ୟ ଅଭାବ ନାହିଁ । ଆପଣମାନଙ୍କ ନିକଟରେ ଏବେ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ଓ ଦାୟିତ୍ୱ ରହିଛି । ଆପଣମାନେ ଭାରତର ଦକ୍ଷତାକୁ ବୃଦ୍ଧି କରନ୍ତୁ ଏବଂ ଏବଂ ଦେଶର ସ୍ଥିରତାକୁ ଅଧିକ ମଜଭୁତ କରନ୍ତୁ ।’

ପ୍ରଧାନମନ୍ତ୍ରୀ କହିଲେ ଯେ ଦେଶ ସେବା ସକାଶେ ଶିକ୍ଷାନବୀଶ ପ୍ରଶାସନିକ ଅଧିକାରୀମାନେ ସେମାନଙ୍କୁ ସଂପୂର୍ଣ୍ଣ ଭାବେ ସମର୍ପିତ କରିବା ଆବଶ୍ୟକ ।

‘ଆପଣମାନେ କେବଳ ଜଣେ ଜଣେ ପ୍ରଶାସନିକ ଅଧିକାରୀ ଭାବେ କ୍ୟାରିଅର୍‌ ଗଢ଼ିବା ସକାଶେ ଏଥିରେ ଯୋଗ ଦେଇନାହାନ୍ତି କିମ୍ବା ଖଣ୍ଡିଏ ଉତ୍ତମ ଚାକିରି ପାଇବା ଲାଗି । ଆପଣମାନେ ସେବା ମନୋଭାବ ନେଇ ଏହାକୁ ଗ୍ରହଣ କରିଛନ୍ତି । ଆପଣମାନଙ୍କ ମନରେ ‘ସେବା ପରମୋ ଧର୍ମ’ ମନ୍ତ୍ର ପ୍ରତିଧ୍ୱନିତ ହେଉଛି’ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ‘ଆପଣମାନଙ୍କ ପ୍ରତ୍ୟେକଟି କାର୍ଯ୍ୟ, ପ୍ରତିଟି ସନ୍ତକ ଲକ୍ଷ’ ଲକ୍ଷ ଲୋକଙ୍କ ଜୀବନରେ ପ୍ରତିଫଳିତ ହେବ । ଆପଣମାନଙ୍କ ନିଷ୍ପତ୍ତି ହୁଏତ ସ୍ଥାନୀୟ ଅବା କ୍ଷେତ୍ରୀୟ ହୋଇଥାଇପାରେ କିନ୍ତୁ ଏହାର ଆଭିମୁଖ୍ୟରେ ଜାତୀୟ ଚେତନା ଥିବା ବାଞ୍ଛନୀୟ । ସେଇଥିପାଇଁ ଆପଣମାନେ ସଦାବେଳେ ଚିନ୍ତା କରିବା ଆବଶ୍ୟକ ଯେ ଆପଣମାନଙ୍କ ନିଷ୍ପତ୍ତି କିଭଳି ଭାବେ ଦେଶ ଉପରେ ପ୍ରଭାବ ପକାଇବ ।’

‘ସେଇଥି ପାଇଁ ଆପଣମାନଙ୍କ ନିଷ୍ପତ୍ତି ସଦାବେଳେ ଦୁଇଟି ମୌଳିକ ନୀତି ଉପରେ ଆଧାରିତ ହେବା ଆବଶ୍ୟକ । ସେଥିରୁ ପ୍ରଥମଟି ହେଲା, ମହାତ୍ମା ଗାନ୍ଧୀ କହିଥିଲେ ଯେ ଆପଣଙ୍କ ଯେକୌଣସି ନିଷ୍ପତ୍ତି ସମାଜର ଶେଷତମ ଲୋକ ପାଇଁ ମୂଲ୍ୟ ରଖୁଥିବା ଉଚିତ ଏବଂ ତାହା ଦ୍ୱାରା ସମାଜର ସର୍ବନିମ୍ନ ସ୍ତରରେ ରହୁଥିବା ଲୋକମାନେ ଉପକୃତ ହୋଇପାରୁଥିବା ଆବଶ୍ୟକ । ଏବଂ ଦ୍ୱିତୀୟଟି ହେଲା ଆମର ଯେକୌଣସି ନିଷ୍ପତ୍ତି ଦେଶର ଏକତା, ସ୍ଥିରତା ଓ ସାମର୍ଥ୍ୟ ବୃଦ୍ଧିରେ ସହାୟକ ହେଉଛି ଅବା ନାହିଁ ।’

ପ୍ରଧାନମନ୍ତ୍ରୀ ତାଙ୍କର ଉଦ୍‌ବୋଧନ ଛଳରେ କହିଥିଲେ ଯେ ଦେଶର 100ଟି ଆକାଂକ୍ଷୀ ଜିଲ୍ଲାର ସ୍ଥିତି ଯାହାକି ଏତେଦିନ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଅବହେଳିତ ଅବସ୍ଥାରେ ରହିଆସିଛି ଏବଂ ସେମାନେ ଏକ ଦୟନୀୟ ଜୀବନ ଯାପନ କରୁଛନ୍ତି ସେସବୁର କିଭଳି ଉନ୍ନତି ଘଟିପାରିବ ।

‘100ରୁ ଅଧିକ ଜିଲ୍ଲା ବିକାଶ ଦୌଡ଼ରେ ଢ଼େର୍‌ ପଛରେ ଅଛନ୍ତି ଏବଂ ସେଗୁଡ଼ିକୁ ଏବେ ଆକାଂକ୍ଷୀ ଜିଲ୍ଲା ଭାବେ ଚିହ୍ନଟ କରାଯାଇଛି । ସେମାନେ ସବୁ କ୍ଷେତ୍ରରେ ଅବହେଳିତ ଅବସ୍ଥାରେ ରହିଛନ୍ତି ଏବଂ ଦେଶ ପାଇଁ ଏହା ହେଲା ସବୁଠାରୁ ବଡ଼ ବିଡ଼ମ୍ବନା । ଏବେ ସେଗୁଡ଼ିକର ବିକାଶ ଘଟାଇବା ବେଶ୍‌ କଷ୍ଟସାଧ୍ୟ ହୋଇପଡ଼ିଛି । ଆମେ ଏବେ ଏଚଡ଼ିଆଇର ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟ କରିବା ଲାଗି ପ୍ରୟାସ କରୁଛୁ । ପ୍ରଯୁକ୍ତିର ସହାୟତା ନେଇ ସେହିସବୁ ଜିଲ୍ଲାଗୁଡ଼ିକରେ ସବୁ ପ୍ରକାର ବିକାଶ ଯୋଜନା ପ୍ରବର୍ତ୍ତନ କରୁଛୁ । ଏହା ଉପରେ ମଧ୍ୟ ଆପଣମାନଙ୍କୁ ଢ଼େର୍‌ କିଛି କାର୍ଯ୍ୟ କରିବାକୁ ପଡ଼ିବ । ଆମେ ସମସ୍ତେ ଏକତ୍ର ଭାବେ ଏହିସବୁ ଆକାଂକ୍ଷୀ ଜିଲ୍ଲାଗୁଡ଼ିକୁ ବିକଶିତ କରିବାକୁ ପଡ଼ିବ।’

ପ୍ରଧାନମନ୍ତ୍ରୀ ଏହି ଅବସରରେ ଶିକ୍ଷାନବୀଶ ପ୍ରଶାସନିକ ଅଧିକାରୀମାନଙ୍କୁ କହିଥିଲେ ଯେ ଗୋଟିଏ ସମସ୍ୟା ଉପରେ କାର୍ଯ୍ୟ କରିବା ଏବଂ ଏହାର ସଂପୂର୍ଣ୍ଣ ସମାଧାନ ସୂତ୍ର ବାହାର କରିବା ଆବଶ୍ୟକ । ଏହା ଦ୍ୱାରା ସେଠାକାର ଲୋକମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଏବଂ ସେମାନେ ଏହିସବୁ କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ ।’

‘ଆମେ ଉତ୍ସାହରେ ହେଉ ଅବା ଉତ୍କଣ୍ଠା ଯୋଗୁ ହେଉ ଏକା ସାଙ୍ଗରେ ଅନେକ ଗୁଡ଼ିଏ କାର୍ଯ୍ୟ କରିଥାଉ । ତେଣୁ ଆମର ସୀମିତ ସମ୍ବଳ ମଧ୍ୟ ଖେଳେଇ ହୋଇଯାଏ ଓ ସରିଯାଏ । ତାହା କରିବା ବ୍ୟତୀତ ଆମେ ଗୋଟିଏ ସମସ୍ୟା ଉପରେ ଧ୍ୟାନ କେନ୍ଦ୍ରୀତ କରିବା ଉଚିତ । ତାହାର ସମାଧାନ ସୂତ୍ର ବାହାର କରିବା ଆବଶ୍ୟକ । ଗୋଟିଏ ଜିଲ୍ଲା ଗୋଟିଏ ସମସ୍ୟା ଏବଂ ସଂପୂର୍ଣ୍ଣ ସମାଧାନ । ତଦ୍ୱାରା ଗୋଟିଏ ସମସ୍ୟା ବୋଝ ସମାଧାନ ହୋଇଯିବ । ଆପଣମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଏବଂ ଲୋକଙ୍କ ଆତ୍ମବିଶ୍ୱାସ ବଢ଼ିବ । ସେହିସବୁ କାର୍ଯ୍ୟକ୍ରମରେ ସେମାନଙ୍କ ଭାଗିଦାରୀତା ବଢ଼ିବ ।’

ଯୁବ ପ୍ରଶାସନିକ ଶିକ୍ଷାନବୀଶ ଅଧିକାରୀମାନଙ୍କୁ ଅନୁରୋଧ କରି ପ୍ରଧାନମନ୍ତ୍ରୀ କହିଲେ ଯେ ସେମାନେ ନିର୍ମଳ ମନୋଭାବ ନେଇ ସମସ୍ତ କାର୍ଯ୍ୟ ସଂପାଦନ କରିବା ଆବଶ୍ୟକ  । ପୁଣି ସବୁ କାର୍ଯ୍ୟ ପର୍ଯ୍ୟନ୍ତ ଲୋକମାନେ ଯେଭଳି ପହଞ୍ଚି ପାରୁଥିବେ ତାହା ସୁନିଶ୍ଚିତ କରିବା ଉଚିତ ।

‘ଆପଣମାନେ ସଦାବେଳେ ଗରମ ଶକ୍ତି ପରିବର୍ତ୍ତେ ନରମ ଶକ୍ତି ପ୍ରଦର୍ଶନ କରିବା ଉଚିତ । ଲୋକମାନେ ଆପଣମାନଙ୍କ ନିକଟରେ କିଭଳି ସହଜରେ ପହଞ୍ଚି ପାରିବେ ସେଥିପ୍ରତି ଆପଣମାନେ ସଚେତନ ରହିବା ବାଞ୍ଛନୀୟ । ଆପଣମାନଙ୍କ ମନ ସବୁ କାର୍ଯ୍ୟ ଲାଗି ସ୍ୱଚ୍ଛ ହେବା ଦରକାର । ଆପଣମାନଙ୍କ ନିକଟରେ ସବୁ ସମସ୍ୟାର ସମାଧାନ ସୂତ୍ର ଥାଇନପାରେ କିନ୍ତୁ ଅନ୍ତତଃପକ୍ଷେ ଆପଣମାନେ ତାହା ଶୁଣିବା ଆବଶ୍ୟକ । ଏ ଦେଶର ସାଧାରଣ ଜନତା ଅଧିକାଂଶ ସମୟରେ ସେତିକିରେ ସନ୍ତୁଷ୍ଟ ହୋଇଥାନ୍ତି ଯଦି ତାଙ୍କ ସମସ୍ୟାକୁ କେହି ମନଧ୍ୟାନ ଦେଇ ଶୁଣେ ଏବଂ ସମବେଦନା ଜଣାଏ । ସେ ଚାହେଁ ସେ ସମ୍ମାନ ପାଉ ଏବଂ ତାର ଆତ୍ମମର୍ଯ୍ୟାଦା ଅତୁଟ ରହୁ। ତାକୁ ନିଜର ସମସ୍ୟାକୁ ଉପସ୍ଥାପିତ କରିବା ଲାଗି ଉପଯୁକ୍ତ ପ୍ଲାଟଫର୍ମ ମିଳୁ ।’

ପ୍ରଧାନମନ୍ତ୍ରୀ କହିଲେ ଯେ ପ୍ରଶାସନିକ ଅଧିକାରୀମାନେ ଉପଯୁକ୍ତ ଜନମତ ସଂଗ୍ରହର ବ୍ୟବସ୍ଥା ସୃଷ୍ଟି କରିବା ଉଚିତ । ଫଳରେ ସେମାନେ ଉଚିତ ନିଷ୍ପତ୍ତି ଗ୍ରହଣ କରିପାରିବେ । ‘ଯେକୌଣସି ବ୍ୟବସ୍ଥାରେ, ଯେକୌଣସି ପ୍ରଶାସନରେ ସକ୍ରିୟ ଓ ସଫଳ ହେବାକୁ ହେଲେ ଆପଣମାନଙ୍କ ନିକଟରେ ଉପଯୁକ୍ତ ଜନମତ ସଂଗ୍ରହର ବ୍ୟବସ୍ଥା ରହିବା ଜରୁରି । ଆପଣମାନେ ନିଜ ବିରୋଧୀଙ୍କ ଠାରୁ ସୁଦ୍ଧା ସେମାନଙ୍କର ମନୋଭାବ ଜାଣିପାରିବେ ଏବଂ ତାହା ଆପଣଙ୍କ ଦୃଷ୍ଟିଭଙ୍ଗୀକୁ ଅଧିକ ଗଭୀର ଓ ବ୍ୟାପକ କରିବ ଓ ଆପଣ ସଂସ୍କାର ପ୍ରକ୍ରିୟାକୁ ମଧ୍ୟ ସୁଦୃଢ଼ କରିପାରିବେ’ ବୋଲି ସେ କହିଥିଲେ ।

ପ୍ରଶାସନିକ ଶିକ୍ଷାନବୀଶ ଅଧିକାରୀମାନଙ୍କୁ ଆହ୍ୱାନ ଜଣାଇ ପ୍ରଧାନମନ୍ତ୍ରୀ କହିଲେ ଯେ ସେମାନେ ପ୍ରତ୍ୟେକ ସମସ୍ୟାର ପ୍ରଯୁକ୍ତିଗତ ସମାଧାନ ସୂତ୍ର ବାହାର କରିବା ଆବଶ୍ୟକ । ଏହା ଦ୍ୱାରା ଦେଶ ନିର୍ଦ୍ଧାରିତ ସମୟରେ 5 ଟ୍ରିଲିୟନ ଅର୍ଥନୀତି ଲକ୍ଷ୍ୟ ହାସଲ କରିପାରିବ ।

ପୂର୍ବରୁ ଏକ ପୃଥକ୍‌ ଭାବ ବିନିମୟ ସମୟରେ ଏହି ଶିକ୍ଷାନବୀଶ ପ୍ରଶାସନିକ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କ ସହ ଭାବ ବିନିମୟ କରିବା ସହ ତାଙ୍କ ବିଭିନ୍ନ ପ୍ରସଙ୍ଗ, ଯଥା କୃଷି ଓ ଗ୍ରାମାଞ୍ଚଳ ସଶକ୍ତିକରଣ, ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସଂସ୍କାର ଓ ନୀତି ନିର୍ଦ୍ଧାରଣ; ପୋଷଣୀୟ ଗ୍ରାମାଞ୍ଚଳ ପରିଚାଳନା ବ୍ୟବସ୍ଥା, ସମାବେଶୀ ସହରୀକରଣ ଏବଂ ଭବିଷ୍ୟତର ଶିକ୍ଷା ବ୍ୟବସ୍ଥା ସଂପର୍କରେ ନିଜ ନିଜ ଚିନ୍ତନ ଉପସ୍ଥାପନ କରିଥିଲେ ।

पूरा भाषण पढ़ने के लिए यहां क्लिक कीजिए

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian youth are at the forefront of tech-led growth, innovation: PM Modi

Media Coverage

Indian youth are at the forefront of tech-led growth, innovation: PM Modi
NM on the go

Nm on the go

Always be the first to hear from the PM. Get the App Now!
...
Prime Minister highlights efforts over the last 12 years to make quality healthcare more affordable and accessible
June 14, 2026
PM shares a glimpse of the health sector's transformation and reaffirms the commitment to build a healthy India

Prime Minister Shri Narendra Modi today stated that over the last 12 years, India has worked to make quality healthcare more affordable and accessible. He noted that we feel proud when we are known as the nation with the world’s largest healthcare programme, Ayushman Bharat, which provides top-quality healthcare to the most vulnerable.

Shri Modi pointed out that other efforts like PM Bharatiya Jan Aushadhi Pariyojana have made medicines affordable. The Prime Minister highlighted that the prices of stents and knee implants have become affordable and this has helped many people.

PM Modi observed that, at the same time, medical education has become more accessible to people due to more institutions and seats being available. He emphasized that we will keep building on this ground covered so far in order to build a healthy India, sharing a glimpse of how the health sector has been transformed.

In a series of posts on X, the Prime Minister shared:

"Over the last 12 years, India has worked to make quality healthcare more affordable and accessible.

We feel proud when we are known as the nation with the world’s largest healthcare programme, Ayushman Bharat, which provides top-quality healthcare to the most vulnerable.

Other efforts like PM Bharatiya Jan Aushadhi Pariyojana have made medicines affordable. The prices of stents and knee implants have become affordable and this has helped many people.

At the same time, medical education has become more accessible to people due more institutions and seats being available.

We will keep building on this ground covered so far in order to build a healthy India.

#12YearsOfSwasthBharat “ 

“A glimpse of how the health sector has been transformed….

#12YearsOfSwasthBharat"