Discussions were held with President Bolsonaro on areas including bio-energy, cattle genomics, health and traditional medicine, cyber security: PM
India and Brazil are working to strengthen defence industrial cooperation: PM Modi

ମହାମହିମ ବ୍ରାଜିଲ ରାଷ୍ଟ୍ରପତି ଶ୍ରୀ ଜୈଏର ବୋଲ୍ସୋନାରୋ, ଦୁଇ ଦେଶର ବରିଷ୍ଠ ମନ୍ତ୍ରୀ ଏବଂ ଅଧିକାରୀ ଗଣ ।

ବନ୍ଧୁଗଣ,

ନମସ୍କାର ।

ସୁପ୍ରଭାତ, ଭାରତକୁ ଆପଣମାନଙ୍କୁ ସ୍ୱାଗତ ।[ବୋ ଟ୍ରେଡ(ସୁପ୍ରଭାତ)ବେମ-ଭିଣ୍ଡୋ ଏ ଇଣ୍ଡିଆ]

ମୋର ମିତ୍ର ରାଷ୍ଟ୍ରପତି ବୋଲ୍ସୋନାରୋ ଏବଂ ତାଙ୍କର ଉଚ୍ଚସ୍ତରୀୟ ପ୍ରତିନିଧଙ୍କୁ ମୁଁ ଭାରତରେ ହାର୍ଦ୍ଦିକ ସ୍ୱାଗତ କରୁଛି । ଗତ ଆଠମାସ ମଧ୍ୟରେ ଏହା ହେଉଛି ଆମର ତୃତୀୟ ସାକ୍ଷାତ । ଏହା ଆମମାନଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ମିତ୍ରତା ଏବଂ ଦୁଇ ଦେଶ ମଧ୍ୟରେ ନିବିଡ ହେଉଥିବା ସଂପର୍କଙ୍କୁ ଦର୍ଶାଉଛି ।

ମହାମହିମ,

ଏହା ହେଉଛି ଆମ ପାଇଁ ଗର୍ବର ବିଷୟ କି ଆମର 71ତମ ଗଣତନ୍ତ୍ର ଦିବସରେ ଆପଣ ହେଉଛନ୍ତି ଆମର ମୁଖ୍ୟ ଅତିଥି । ଆସନ୍ତାକାଲି ରାଜପଥରେ ଗଣତନ୍ତ୍ର ଦିବସ ପରେଡରେ ଆପଣ ଭାରତର ବିବିଧତାର ରଙ୍ଗବେରଙ୍ଗ ଏବଂ ଉଲ୍ଲାସପୂର୍ଣ୍ଣ ସ୍ୱରୂପ ଦେଖିବେ । ବ୍ରାଜିଲ ମଧ୍ୟ ନିଜେ ହେଉଛି ଉଲ୍ଲାସ ପର୍ବରେ ପରିପୂର୍ଣ୍ଣ ଥିବା ଏକ ଦେଶ । ଜଣେ ମିତ୍ରଙ୍କ ସହିତ ଏହି ବିଶେଷ ପର୍ବରେ ଆମେ ଆମର ଖୁସି ବାଣ୍ଟିବୁ । ଭାରତର ନିମନ୍ତ୍ରଣ ସ୍ୱୀକାର କରିଥିବା ଯୋଗୁଁ ମୁଁ ଆପଣଙ୍କୁ ଧନ୍ୟବାଦ ଅର୍ପଣ କରୁଛି । ଏହା ହେଉଛି ତୃତୀୟ ଥର ପାଇଁ ଯେତେବେଳେ କି ବ୍ରାଜିଲର ରାଷ୍ଟ୍ରପତି ଆମକୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ଆଉ ଭାରତ ଏବଂ ବ୍ରାଜିଲ ମଧ୍ୟରେ ସୁଦୃଢ଼ ବନ୍ଧୁତାର ଏହା ହେଉଛି ପ୍ରତୀକ ।

ବନ୍ଧୁଗଣ,

ଭାରତ ଏବଂ ବ୍ରାଜିଲର ସାମରିକ ଭାଗିଦାରୀ ହେଉଛି ଆମର ସମାନ ବିଚାରଧାରା ଏବଂ ମୂଲ୍ୟବୋଧ ଉପରେ ଆଧାରିତ । ତେଣୁ, ଭୌଗୋଳିକ ଦୂରତା ରହିବା ସତ୍ତ୍ୱେ ମଧ୍ୟ ଆମେ ଦୁହେଁ ବିଶ୍ୱର ଅନେକ ମଞ୍ଚରେ ଏକାଠି ହୋଇଥାଉ । ଆଉ ବିକାଶରେ ମଧ୍ୟ ଜଣେ ଅନ୍ୟଜଣଙ୍କର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ମଧ୍ୟ ରହିଛୁ । ତେଣୁ ଆଜି ରାଷ୍ଟ୍ରପତି ବୋଲ୍ସୋନାରୋ ଏବଂ ମୁଁ ଆମର ଦ୍ୱିପାକ୍ଷିକ ସହଯୋଗର ସମସ୍ତ କ୍ଷେତ୍ରକୁ ଆହୁରି ପରିବ୍ୟାପ୍ତ କରିବା ଉପରେ ସହମତି ପ୍ରକାଶ କରିଛୁ । ଆମର ସାମରିକ ଭାଗିଦାରୀକୁ ଆହୁରି ସୁଦୃଢ଼ କରିବା ପାଇଁ ଏକ ବୃହତ ଆକ୍ସନ୍ ପ୍ଲାନ ପ୍ରସ୍ତୁତ କରାଯାଇଛି । ବର୍ଷ 2023ରେ ଦୁଇ ଦେଶ ମଧ୍ୟରେ ରହିଥିବା କୂଟନୈତିକ ସଂପର୍କର ପ୍ଲାଟିନମ ଜୁବୁଲି ବର୍ଷ ହେବ । ମୋର ସଂପୂର୍ଣ୍ଣ ବିଶ୍ୱାସ ରହିଛି ଯେ ସେ ପର୍ଯ୍ୟନ୍ତ ଏହି କାର୍ଯ୍ୟାନ୍ୱୟନ ଯୋଜନା ଆମର ସାମରିକ ଭାଗିଦାରୀ, ଲୋକଙ୍କୁ ଲୋକମାନଙ୍କ ସହିତ ଯୋଡ଼ିବା ଏବଂ ବ୍ୟବସାୟିକ ସହଯୋଗକୁ ଆହୁରି ନିବିଡ କରିବ ।

ମୁଁ ଖୁସି ଯେ ଆମେ ଆଜି କେତେକ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷର ମଧ୍ୟ କରିଛୁ । ନିବେଶ ହେଉ କିମ୍ବା ଅପରାଧିକ ମାମଲାରେ ଆଇନଗତ ସହାୟତା, ଏହି ବୁଝାମଣା ଆମର ସହଯୋଗକୁ ନୂତନ ଆଧାର ପ୍ରଦାନ କରିବ । ବିବିଧ କ୍ଷେତ୍ର, ଯେଭଳି ବାୟୋ-ଏନର୍ଜି (ଜୈବିକ ଶକ୍ତି), ପ୍ରାଣୀ ଜେନୋମିକ୍ସ, ସ୍ୱାସ୍ଥ୍ୟ ଏବଂ ପାରମ୍ପରିକ ଔଷଧ, ସାଇବର ନିରପତ୍ତା, ବିଜ୍ଞାନ ଏବଂ ବୈଷୟିକ ଜ୍ଞାନ, ତୈଳ ଏବଂ ଗ୍ୟାସ ତଥା ସଂସ୍କୃତିରେ ଆମର ସହଯୋଗ ଆହୁରି ଦ୍ରୁତ ଗତିରେ ଆଗକୁ ବଢ଼ିବ । ଗାଈମାନଙ୍କର ସ୍ୱାସ୍ଥ୍ୟ ଏବଂ ଉନ୍ନତ ପ୍ରଜାତିଗୁଡ଼ିକ ଉପରେ ସହଯୋଗ ହେଉଛି ଆମର ସମ୍ବନ୍ଧର ଏକ ଅନନ୍ୟ ଏବଂ ସୁଖଦ ଦିଗ । କୌଣସି ଏକ ସମୟରେ, ଭାରତରୁ ଗୀର୍ ଏବଂ କଙ୍କରେଜୀ ପ୍ରଜାତିର ଗାଈ ବ୍ରାଜିଲ ଯାଇଥିଲେ । ଆଉ ଆଜି, ବ୍ରାଜିଲ ଏବଂ ଭାରତ ଏହି ବିଶେଷ ପଶୁଧନକୁ ବୃଦ୍ଧି କରିବାରେ ଏବଂ ସେଥିରୁ ମାନବ ସମାଜକୁ ଲାଭ ପହଂଚାଇବା ଉପରେ ସହଯୋଗ କରୁଛନ୍ତି । ଏହି ସହଯୋଗର ଆର୍ଥିକ, ସାମାଜିକ ଏବଂ ସାଂସ୍କୃତିକ ମହତ୍ଵକୁ କୌଣସି ମଧ୍ୟ ଭାରତୀୟଙ୍କ ପାଇଁ ଶବ୍ଦ ମାଧ୍ୟମରେ ବର୍ଣ୍ଣନା କରିବା କଷ୍ଟକର ହେବ ।

ପାରମ୍ପରିକ କ୍ଷେତ୍ର ବ୍ୟତୀତ କେତେକ ନୂତନ କ୍ଷେତ୍ରରେ ମଧ୍ୟ ଆମମାନଙ୍କ ସମ୍ବନ୍ଧରେ ଯୋଡ଼ି ହେଉଛି । ଆମର ପ୍ରତିରକ୍ଷା ଶିଳ୍ପ ସହଯୋଗକୁ ବୃଦ୍ଧିକରିବା ପାଇଁ ନୂତନ ଉପାୟଗୁଡ଼ିକ ଉପରେ ଧ୍ୟାନ ଦିଆଯାଉଛି । ସୁରକ୍ଷା ସହଯୋଗ କ୍ଷେତ୍ରରେ ଆମେ ବହୁମୁଖୀ ସହଯୋଗୀ ଚାହୁଁଛୁ । ଏହିସବୁ ଭାବନାଗୁଡ଼ିକୁ ଦେଖି ଆମେ ଖୁସି ଅନୁଭବ କରୁଛୁ କି ଆଗାମୀ ମାସରେ ଲକ୍ଷ୍ନୌରେ ଡିଫେନ୍ସ ଏକ୍ସପୋ- 2020ରେ ବ୍ରାଜିଲର ଏକ ବଡ଼ ପ୍ରତିନିଧି ଦଳ ଭାଗ ନେବେ । ମୁଁ ଖୁସି ଯେ ଜୈବ-ଶକ୍ତି, ଆୟୁର୍ବେଦ ଏବଂ ଆଡଭାନ୍ସଡ଼ କମ୍ପ୍ୟୁଟିଙ୍ଗ ଉପରେ ଗବେଷଣାରେ ସହଯୋଗ ବୃଦ୍ଧି କରିବା ଉପରେ ଆମର ଶିକ୍ଷାଗତ ଏବଂ ଗବେଷଣା ପ୍ରତିଷ୍ଠାନ ମଧ୍ୟରେ ସହମତି ହୋଇଛି ।

ମହାମହିମ,

ଭାରତର ଅର୍ଥନୈତିକ ପରିବର୍ତ୍ତନରେ ବ୍ରାଜିଲ ହେଉଛି ଏକ ମୂଲ୍ୟବାନ ଅଂଶ । ଖାଦ୍ୟ ଏବଂ ଶକ୍ତି କ୍ଷେତ୍ରରେ ଆମର ଆବଶ୍ୟକତାଗୁଡ଼ିକ ପାଇଁ ଆମେ ବ୍ରାଜିଲକୁ ଏକ ବିଶ୍ୱସନୀୟ ସ୍ରୋତଭାବେ ଦେଖୁଛୁ । ଆମର ଦ୍ୱିପାକ୍ଷିକ ବ୍ୟବସାୟ ଯଦିଓ ବଢ଼ୁଛି । ଦୁଇ ବଡ଼ ଅର୍ଥବ୍ୟବସ୍ଥା ଭିତରେ ସମାନତାକୁ ଦେଖି ଆମେ ଏହାକୁ ବହୁତ ବୃଦ୍ଧି କରିପାରିବା । ଆପଣମାନଙ୍କ ସହିତ ବ୍ରାଜିଲର ପ୍ରଭାବଶାଳୀ ବ୍ୟବସାୟିକ ପ୍ରତିନିଧିଙ୍କୁ ଭାରତରେ ସ୍ୱାଗତ କରି ଆମେ ଖୁସି ଅନୁଭବ କରୁଛୁ । ମୋର ବିଶ୍ୱାସ ରହିଛି କି ଭାରତୀୟ ଉଦ୍ୟମୀମାନଙ୍କ ସହିତ ଏବଂ ବ୍ୟବସାୟୀଙ୍କ ସହିତ ସେମାନଙ୍କର ସାକ୍ଷାତକାର କିଛି ଭଲ ପରିଣାମ ନେଇ ଆସିବ ।

ବନ୍ଧୁଗଣ,

ଦୁଇ ଦେଶ ତରଫରୁ ନିବେଶକୁ ସୁଗମ କରିବା ପାଇଁ ଆବଶ୍ୟକ ଆଇନଗତ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯାଇଛି । ଆଜିର ପାରସ୍ପରିକ-ସଂଯୋଗ ବିଶ୍ୱରେ ଭାରତ ଏବଂ ବ୍ରାଜିଲ ମଧ୍ୟରେ ବୃତ୍ତିଗତ ସାମାଜିକ ସୁରକ୍ଷା ବୁଝାମଣାର ସହଜ ଗମନାଗମନ ପାଇଁ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

ବନ୍ଧୁଗଣ,

ଦୁଇଟି ବଡ଼ ଗଣତାନ୍ତ୍ରିକ ଏବଂ ବିକାଶଶୀଳ ଦେଶ ହୋଇଥିବା କାରଣରୁ ଗୁରୁତ୍ୱପୂର୍ଣ୍ଣ ବିଶ୍ୱ ଏବଂ ବହୁମୁଖୀ ପ୍ରସଙ୍ଗ ଉପରେ ଭାରତ ଏବଂ ବ୍ରାଜିଲର ବିଚାରଧାରାରେ ଗଭୀର ଭାବେ ସମାନତା ରହିଛି । ହୁଏତ ଆତଙ୍କବାଦର ଗୁରୁତର ସମସ୍ୟା ହେଉ କିମ୍ବା ପର୍ଯ୍ୟାବରଣର ପ୍ରଶ୍ନ । ବିଶ୍ୱ ସମ୍ମୁଖରେ ବର୍ତ୍ତମାନର ଜଟିଳ ପରିସ୍ଥିତିରେ ରହିଥିବା ଆହ୍ୱାନ ଉପରେ ଆମର ଦୃଷ୍ଟିଭଙ୍ଗୀ ଅନେକାଂଶରେ ଏକାଭଳି ରହିଛି । ବ୍ରାଜିଲ ଏବଂ ଭାରତର ହିତ ହେଉଛି ସମାନ । ବିଶେଷ ଭାବେ ବ୍ରିକ୍ସ ଏବଂ ଆଇବିଏସଏରେ ଆମର ସହଭାଗୀ, ହେଉଛି ଭାରତର ବୈଦେଶିକ ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ । ଆଜି ଆମେ ସ୍ଥିର କରିଛୁ କି ଦୁଇ ଦେଶ ବହୁମୁଖୀ ପ୍ରସଙ୍ଗ ଉପରେ ନିଜର ସହଯୋଗକୁ ଆହୁରି ସୁଦୃଢ଼ କରିବେ । ଆଉ ଆମେ ସୁରକ୍ଷା ପରିଷଦ, ସଂଯୁକ୍ତ ରାଷ୍ଟ୍ର ଏବଂ ଅନ୍ୟ ଅନ୍ତରାଷ୍ଟ୍ରୀୟ ସଂଗଠନଗୁଡ଼ିକରେ ଆବଶ୍ୟକୀୟ ସଂସ୍କାର ଆଣିବା ପାଇଁ ମିଳିମିଶି ପ୍ରୟାସ କରି ଚାଲିବା ।

ସାଥୀଗଣ,

ମୁଁ ଆଉ ଥରେ ପୁଣି ରାଷ୍ଟ୍ରପତି ବୋଲ୍ସୋନାରୋ ଏବଂ ତାଙ୍କର ପ୍ରତିନିଧିଙ୍କୁ ଭାରତକୁ ସ୍ୱାଗତ କରୁଛି । ସେମାନଙ୍କର ଏହି ଯାତ୍ରା ଭାରତ-ବ୍ରାଜିଲ ସମ୍ବନ୍ଧରେ ଏକ ନୂତନ ଅଧ୍ୟାୟର ହେଉଛି ଶୁଭାରମ୍ଭ ।

ମ୍ୟୁଟୋ ଅବ୍ରିଗାଡୋ

ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Defence exports skyrocket to record Rs 38,424cr in 2025-26, 62.7 per cent rise over previous fiscal

Media Coverage

Defence exports skyrocket to record Rs 38,424cr in 2025-26, 62.7 per cent rise over previous fiscal
NM on the go

Nm on the go

Always be the first to hear from the PM. Get the App Now!
...
Prime Minister highlights values of harmony and compassion on Good Friday
April 03, 2026

The Prime Minister, Shri Narendra Modi, said that Good Friday reminds us of the sacrifice of Jesus Christ.

Shri Modi expressed hope that the day deepens the values of harmony, compassion and forgiveness.

He said that brotherhood and hope should guide everyone.

In a X post, Shri Modi said;

“Good Friday reminds us of Jesus Christ’s sacrifice. May this day further deepen the values of harmony, compassion and forgiveness. May brotherhood and hope guide us all.”