ସେୟାର
 
Comments
PM Modi and Bangladesh PM jointly launch projects pertaining to LPG, vocational training and social facility
In one year, we have inaugurated total 12 joint projects (between India and Bangladesh): PM Modi

ମାନ୍ୟବର ପ୍ରଧାନମନ୍ତ୍ରୀ ଶେଖ ହସୀନା,

ମହାଭାଗ,

ବନ୍ଧୁଗଣ,

ନମସ୍କାର ।

ସବାଇକେ ଶାରୋଦୀୟୋ ଶୁଭେଚ୍ଛା ।

 

ମୁଁ ଖୁସି ଯେ ପ୍ରଧାନମନ୍ତ୍ରୀ ଶେଖ ହସୀନା ଜୀଙ୍କ ସହିତ ଆଉ ତିନୋଟି ଦ୍ୱିପାକ୍ଷିକ ପ୍ରକଳ୍ପ ଉଦଘାଟନ କରିବାର ସୁଯୋଗ ମୋତେ ମିଳିଛି । ଗତ ଏକ ବର୍ଷ ମଧ୍ୟରେ ଆମେ ଭିଡିଓ ଲିଙ୍କ ମାଧ୍ୟମରେ 9ଟି ପ୍ରକଳ୍ପର ଶୁଭାରମ୍ଭ କରିଥିଲୁ । ଆଜିର ତିନୋଟି ପ୍ରକଳ୍ପକୁ ମିଶାଇ ଗୋଟିଏ ବର୍ଷ ମଧ୍ୟରେ ଆମେ ଏକ ଡଜନ ଯୁଗ୍ମ ପ୍ରକଳ୍ପର ଶୁଭାରମ୍ଭ କରିଛୁ । ଏହି ଉପଲବ୍ଧିକୁ ନେଇ ମୁଁ ଦୁଇ ଦେଶର ଅଧିକାରୀ ଓ ସମସ୍ତ ନାଗରିକମାନଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି ।

ଆଜିର ଏହି ତିନୋଟି ପ୍ରକଳ୍ପ ତିନୋଟି ଭିନ୍ନ ଭିନ୍ନ କ୍ଷେତ୍ରରେ ରହିଛି:- ଏଲପିଜି ଆମଦାନୀ, ବୃତ୍ତିଗତ ପ୍ରଶିକ୍ଷଣ ଓ ସାମାଜିକ ସୁବିଧା । ମାତ୍ର ଏହି ତିନୋଟିର ଉଦ୍ଦେଶ୍ୟ ସମାନ । ଆଉ ଏହା ହେଉଛି-ଆମ ନାଗରିକମାନଙ୍କ ଜୀବନକୁ ଉନ୍ନତ କରିବା । ଏହା ମଧ୍ୟ ହେଉଛି ଭାରତ-ବାଂଲାଦେଶ ସମ୍ପର୍କର ମୂଳମନ୍ତ୍ର । ଭାରତ-ବାଂଲାଦେଶ ଭାଗିଦାରିତାର ଆଧାର ହେଉଛି ମିତ୍ରତା ଦ୍ୱାରା ସମସ୍ତ ନାଗରିକଙ୍କ ବିକାଶ ସୁନିଶ୍ଚିତ କରିବା ।

ବାଂଲାଦେଶରୁ ଅଧିକ ସଂଖ୍ୟାରେ ଏଲପିଜିର ଯୋଗାଣ ଫଳରେ ଦୁଇ ଦେଶକୁ ଲାଭ ମିଳିବ । ଏହା ଫଳରେ ବାଂଲାଦେଶରେ ରପ୍ତାନୀ, ଆୟ ଓ ରୋଜଗାର ମଧ୍ୟ ବଢ଼ିବ । ଯୋଗାଯୋଗର ଦୂରତ୍ୱ 1500 କିଲୋମିଟର ହ୍ରାସ ପାଇବା ଦ୍ୱାରା ଆର୍ଥିକ ଲାଭ ମଧ୍ୟ ମିଳିବ ଏବଂ ପରିବେଶ ପ୍ରଦୂଷଣ ମଧ୍ୟ ହ୍ରାସ ପାଇବ । ଦ୍ୱିତୀୟ ପ୍ରକଳ୍ପ-ବାଂଲାଦେଶ-ଭାରତ ବୃତ୍ତିଗତ ଦକ୍ଷତା ବିକାଶ ପ୍ରତିଷ୍ଠାନ, ବାଂଲାଦେଶର ଔଦ୍ୟୋଗିକ ବିକାଶ ପାଇଁ କୁଶଳୀ ମାନବଶକ୍ତି ଓ ଟେକ୍ନିସିଆନ ପ୍ରସ୍ତୁତ କରିବ ।

ହାଭାଗ,

ଢ଼ାକାର ରାମକୃଷ୍ଣ ମିଶନରେ ବିବେକାନନ୍ଦ ଭବନ ଦୁଇ ମହାମାନବଙ୍କ ଜୀବନରୁ ପ୍ରେରଣା ନେଇଥାଏ । ଆମ ସମାଜ ଓ ମୂଲ୍ୟବୋଧ ଉପରେ ସ୍ୱାମୀ ରାମକୃଷ୍ଣ ଓ ସ୍ୱାମୀ ବିବେକାନନ୍ଦଙ୍କର ଗଭୀର ପ୍ରଭାବ ରହିଛି ।

ବାଂଲା ସଂସ୍କୃତିର ଉଦାରତା ଓ ମୁକ୍ତ ଭାବନା ପରି ଏହି ମିଶନରେ ମଧ୍ୟ ସମସ୍ତ ପନ୍ଥଙ୍କୁ ମାନୁଥିବା ସମ୍ପ୍ରଦାୟଙ୍କ ପାଇଁ ସ୍ଥାନ ରହିଛି । ଆଉ ଏହି ମିଶନ ସମସ୍ତ ସମ୍ପ୍ରଦାୟର ଉତ୍ସବକୁ ସମାନ ଭାବେ ପାଳନ କରିଥାଏ । ଭବନରେ 100ରୁ ଅଧିକ ବିଶ୍ୱବିଦ୍ୟାଳୟର ଛାତ୍ର ଓ ଗବେଷଣା କରୁଥିବା ବିଦ୍ୱାନମାନେ ରହିବାର ବ୍ୟବସ୍ଥା କରାଯାଇଛି ।

ହାଭାଗ,

ଭାରତ ବାଂଲାଦେଶ ସହିତ ଏହାର ଭାଗିଦାରିତାକୁ ପ୍ରାଥମିକତା ପ୍ରଦାନ କରିଥାଏ । ଆମେ ଗର୍ବିତ ଯେ ଭାରତ-ବାଂଲାଦେଶ ସମ୍ବନ୍ଧ ଦୁଇ ମିତ୍ର ପଡୋଶୀ ଦେଶଙ୍କ ମଧ୍ୟରେ ସହଯୋଗକୁ ନେଇ ସମଗ୍ର ବିଶ୍ୱ ପାଇଁ ଏକ ଉତ୍ତମ ଉଦାହରଣ । ମୁଁ ଖୁସି ଯେ ଆମର ଆଜିର ଆଲୋଚନା ଫଳରେ ଆମ ସମ୍ପର୍କକୁ ଆହୁରି ଅଧିକ ଶକ୍ତି ମିଳିବ ।

ଜୟ ହିନ୍ଦ! ଜୟ ବାଂଲା!  ଜୟ ଭାରତ-ବାଂଲା ବନ୍ଧୁତ୍ୱ!

ଧନ୍ୟବାଦ ।

Disclaimer: PM's speech was delivered in Hindi. This is an approximate translation of the speech.

ଦାନ
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
PM Modi announces contest to select students who will get to attend 'Pariksha pe Charcha 2020'

Media Coverage

PM Modi announces contest to select students who will get to attend 'Pariksha pe Charcha 2020'
...

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 6, 2019
December 06, 2019
ସେୟାର
 
Comments

PM Narendra Modi addresses the Hindustan Times Leadership Summit; Highlights How India Is Preparing for Challenges of the Future

PM Narendra Modi’s efforts towards making students stress free through “Pariksha Pe Charcha” receive praise all over

The Growth Story of New India under Modi Govt.