Indian diaspora is the true ambassador of India: PM Modi
India is continuously working with the spirit of Indian Solutions- Global Applications: PM Modi
‘Make in India’ is turning India into a Global Hub for Electronics and Automobile Manufacturing: PM Narendra Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଟୋକିଓଠାରେ ଭାରତୀୟ ସମ୍ପ୍ରଦାୟଙ୍କ ସହ ମତ ବିନିମୟ କରିଛନ୍ତି । ନିଜ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ ଭାରତ-ଜାପାନ ଭାଗୀଦାରୀତାର ବିଭିନ୍ନ ଦିଗ ଉପରେ ଗୁରୁତ୍ୱାରୋପ କରିଥିଲେ ।

ତାଙ୍କୁ ପ୍ରଦାନ କରାଯାଇଥିବା ଭବ୍ୟ ଆତିଥ୍ୟ ଏବଂ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ  ଶ୍ରୀ ମୋଦୀ ଜାପାନ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । । ସେ ମଧ୍ୟ ଜାପାନରେ ରହୁଥିବା ଭାରତୀୟ ସମ୍ପ୍ରଦାୟଙ୍କୁ ଦୀପାବଳିର ଶୁଭକାମନା ଜଣାଇଥିଲେ ।

ଭାରତୀୟ ସମ୍ପ୍ରଦାୟକୁ  ଜାପାନରେ ଭାରତର ରାଷ୍ଟ୍ରଦୂତ ଭାବେ ଅଭିହିତ କରି, ପ୍ରଧାନମନ୍ତ୍ରୀ ସେମାନଙ୍କୁ ଭାରତରେ ନିବେଶ କରିବା ଏବଂ ମାତୃଭୂମି ସହ ସାଂସ୍କୃତିକ ସମ୍ପର୍କ ରକ୍ଷା କରିବା ପାଇଁ ପ୍ରେରିତ କରିଥିଲେ ।

ଗତ 4 ବର୍ଷ ମଧ୍ୟରେ ସରକାରଙ୍କ ସଫଳତା ସମ୍ପର୍କରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତ ନିୟମିତ ଭାବେ ଭାରତୀୟ ସମାଧାନ ପନ୍ଥା-ବୈଶ୍ୱିକ ପ୍ରୟୋଗ ବିଚାରଧାରା ଅନୁସାରେ କାର୍ଯ୍ୟ କରୁଛି । ସେ କହିଲେ ଯେ ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ନେଇ ଭାରତର ମଡେଲ ବିଶେଷ କରି ଜାମ (ଜନ ଧନ ଯୋଜନା, ମୋବାଇଲ, ଆଧାର) ତ୍ରୟ ଓ ଡିଜିଟାଲ କାରବାର ମଡେଲକୁ ସମ୍ପ୍ରତି ବିଶ୍ୱବ୍ୟାପୀ ପ୍ରଶଂସା କରାଯାଉଛି ।

ପ୍ରଧାନମନ୍ତ୍ରୀ ଭାରତର ଉଚ୍ଚ ସଫଳତା ଯୁକ୍ତ ମହାକାଶ କାର୍ଯ୍ୟକ୍ରମ ଏବଂ ଭାରତରେ ନିର୍ମାଣକରାଯାଉଥିବା ଶକ୍ତିଶାଳୀ ଡିଜିଟାଲ ଭିତ୍ତିଭୂମି ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଲେ ଯେ‘ମେକ ଇନ ଇଣ୍ଡିଆ’ କାର୍ଯ୍ୟକ୍ରମ ଭାରତକୁ ଇଲେକ୍ଟ୍ରୋନିକ୍ସ ଏବଂ ଅଟୋମୋବାଇଲ ନିର୍ମାଣ କ୍ଷେତ୍ରରେ ଏକ ଗ୍ଲୋବାଲ ହବରେ ପରିଣତ କରୁଛି ।

 ଏକ ‘ନୂତନ ଭାରତ’ର ନିର୍ମାଣ ପାଇଁ ସ୍ମାର୍ଟ ଭିତ୍ତିଭୂମି ପ୍ରତିଷ୍ଠା ଲାଗି ଜାପାନର ଯୋଗଦାନ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଭାରତ ଏବଂ ଜାପାନ ମଧ୍ୟରେ ନିୟମିତ ଭାବେ ସମ୍ପର୍କରେ ଉନ୍ନତି ଆଣିବା ପାଇଁ କଠିନ ପ୍ରଚେଷ୍ଟା କରିବାକୁ ସେ ଭାରତୀୟ ସମ୍ପ୍ରଦାୟକୁ ପ୍ରେରିତ କରିଥିଲେ । ପ୍ରଧାନମନ୍ତ୍ରୀ ଏବେ ଦୁଇ ଦିନିଆ ଜାପାନ ଗସ୍ତରେ ଅଛନ୍ତି ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Parliament passes Jan Vishwas Bill 2026, decriminalising 717 offences, fines up to Rs 1 crore

Media Coverage

Parliament passes Jan Vishwas Bill 2026, decriminalising 717 offences, fines up to Rs 1 crore
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 3, 2026
April 03, 2026

India’s Sweet, Fast & High-Tech Revolution: FY26 Milestones That Signal Viksit Bharat Has Arrived