ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୋରିଆରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିଛନ୍ତି ।

ତାଙ୍କୁ ଦମଦାର ସ୍ୱାଗତ କରିଥିବାରୁ ସେ ସିଓଲରେ ଥିବା ଭାରତୀୟ ସମ୍ପ୍ରଦାୟକୁ ଧନ୍ୟବାଦ ପ୍ରଦାନ କରିଥିଲେ ।

ସେ କହିଲେ ଯେ ଭାରତ ଏବଂ କୋରିଆ ମଧ୍ୟରେ ସମ୍ପର୍କ କେବଳ ବ୍ୟବସାୟିକ ସମ୍ପର୍କ ଆଧାରରେ ପ୍ରତିଷ୍ଠିତ ନୁହେଁ । ସେ କହିଲେ ଯେ ଉଭୟ ଦେଶ ମଧ୍ୟରେ ସମ୍ପର୍କର ମୁଖ୍ୟ ଆଧାର ହେଉଛି ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ । ପ୍ରଧାନମନ୍ତ୍ରୀ ଭାରତ ଏବଂ କୋରିଆ ମଧ୍ୟରେ ବର୍ଷ ବର୍ଷ ଧରି ରହିଥିବା ସମ୍ପର୍କ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ ଏବଂ ରାଣୀ ସୂର୍ଯ୍ୟରତ୍ନାଙ୍କ ସମ୍ବନ୍ଧରେ ସ୍ମରଣ କରିଥିଲେ ଯିଏକି ଅଯୋଧ୍ୟାରୁ ହଜାର ହଜାର କିଲୋମିଟର ଦୂର ଯାତ୍ରା କରି କୋରିଆ ରାଜାଙ୍କୁ ବିବାହ କରିଥିଲେ ।

ସେ ମଧ୍ୟ ସ୍ମରଣ କରିଥିଲେ ଯେ ଏଇ ନିକଟରେ ଦୀପାବଳିରେ କୋରିଆର ପ୍ରଥମ ମହିଳା କିମ ଜଙ୍ଗ-ସୁକ ଅଯୋଧ୍ୟା ଗସ୍ତ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ବୌଦ୍ଧ ଧର୍ମ ଉଭୟ ଦେଶ ମଧ୍ୟରେ ଏହି ବନ୍ଧୁତ୍ୱର ବନ୍ଧନକୁ ଆହୁରି ଅଧିକ ମଜଭୁତ କରିଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତୀୟ ସମ୍ପ୍ରଦାୟ କୋରିଆରେ ବିକାଶ, ଗବେଷଣା ଏବଂ ଅଭିନବତା କ୍ଷେତ୍ରରେ ଯୋଗଦାନ କରୁଥିବାରୁ ସେ ଅତ୍ୟନ୍ତ ଆନନ୍ଦିତ ।

ସେ କୋରିଆରେ ଯୋଗ ଏବଂ ଭାରତୀୟ ପର୍ବପର୍ବାଣୀମାନଙ୍କର ଲୋକପ୍ରିୟତା ସମ୍ବନ୍ଧରେ ପ୍ରକାଶ କରିଥିଲେ । ସେ କହିଲେ ଯେ ଭାରତୀୟ ଖାଦ୍ୟ ମଧ୍ୟ କୋରିଆରେ ଖୁବଶୀଘ୍ର ଲୋକପ୍ରିୟତା ହାସଲ କରୁଛି । ଏସିଆନ ଗେମ୍ସରେ ଭାରତୀୟ କ୍ରୀଡ଼ା କବାଡିରେ କୋରିଆର ଚମତ୍କାର ପ୍ରଦର୍ଶନ ସମ୍ବନ୍ଧରେ ସେ ମଧ୍ୟ ପ୍ରକାଶ କରିଥିଲେ ।

 

ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଥିବା ଭାରତୀୟ ସମ୍ପ୍ରଦାୟକୁ ପ୍ରଧାନମନ୍ତ୍ରୀ ଭାରତର ରାଷ୍ଟ୍ରଦୂତ ଭାବେ ବର୍ଣ୍ଣନା କରିଥିଲେ, ଯେଉଁମାନେ କି ସେମାନଙ୍କ କଠିନ ପରିଶ୍ରମ ଏବଂ ଶୃଙ୍ଖଳା ଦ୍ୱାରା ବିଶ୍ୱବ୍ୟାପୀ ଭାରତର ମର୍ଯ୍ୟଦା ବୃଦ୍ଧି କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଲେ ଯେ ଚଳିତ ବର୍ଷ ଭାରତ ମହାତ୍ମା ଗାନ୍ଧୀଙ୍କ 150ତମ ଜନ୍ମବାର୍ଷିକୀ ପାଳନ କରୁଛି । ସେ କହିଲେ ଯେ ବିଶ୍ୱ ବାପୁଙ୍କ ବିଷୟରେ ଅଧିକ ଜାଣିବା ଆବଶ୍ୟକ ଏବଂ ଏହି ଉଦ୍ଦେଶ୍ୟକୁ ପୂରଣ କରିବା ହେଉଛି ଆମର ଦାୟିତ୍ୱ ।

ପ୍ରଧାନମନ୍ତ୍ରୀ କହିଲେ ଯେ କୋରିଆ ସହିତ ଭାରତର ସମ୍ପର୍କ ଦୃଢ଼ୀଭୁତ ହେଉଛି ଏବଂ ଉଭୟ ଦେଶ ଏହି ଅଞ୍ଚଳରେ ଶାନ୍ତି, ସ୍ଥାୟୀତ୍ୱ ଏବଂ ସମୃଦ୍ଧି ପାଇଁ ଏକାଠି କାମ କରୁଛନ୍ତି । ସେ କହିଲେ ଯେ ସମ୍ପ୍ରତି ଭାରତୀୟ ବ୍ରାଣ୍ଡ କୋରିଆରେ ମିଳୁଛି ଏବଂ କୋରିଆ ବ୍ରାଣ୍ଡ ଭାରତର ଘରେ ଘରେ ପରିଚିତ ହୋଇଛି ।

ସମ୍ପ୍ରତି ଭାରତରେ ହୋଇଥିବା ଅର୍ଥନୈତିକ ପ୍ରଗତି ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ବ୍ୟାପକ ଭାବେ ପ୍ରକାଶ କରିଥିଲେ ।

ସେ କହିଥିଲେ ଯେ ଭାରତ ଖୁବ ଶୀଘ୍ର ଏକ 5 ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ ହେବ ।

 

ବ୍ୟବସାୟ କରିବାର ସହଜତା ଏବଂ ଜୀବନ ଧାରଣର ସହଜତା କ୍ଷେତ୍ରରେ ଯେଉଁ ବ୍ୟାପକ ପ୍ରଗତି ହୋଇଛି ସେ ସମ୍ବନ୍ଧରେ ସେ ପ୍ରକାଶ କରିଥିଲେ । ସେ ମଧ୍ୟ ଜିଏସଟି ଏବଂ କ୍ୟାସ ବିହୀନ ଅର୍ଥନୀତି ସମ୍ବନ୍ଧରେ ପ୍ରକାଶ କରିଥିଲେ ।

ସେ କହିଥିଲେ ଯେ ବିଶ୍ୱ ଏବେ ଭାରତରେ ଏକ ଅର୍ଥନୈତିକ ଅନ୍ତର୍ଭୁକ୍ତିର ବିପ୍ଳବ ପରିଲକ୍ଷିତ କରୁଛି । ଏହି ପ୍ରସଙ୍ଗରେ ସେ ବ୍ୟାଙ୍କ ଆକାଉଣ୍ଟ, ବୀମା ଏବଂ ମୁଦ୍ରା ଲୋନ ବିଷୟରେ କହିଥିଲେ ।

ସେ କହିଲେ ଯେ ବିଭିନ୍ନ ସଫଳତା ଯୋଗୁ ଭାରତର ମର୍ଯ୍ୟଦା ବୃଦ୍ଧି ହେଉଛି । ସେ ଗରିବମାନଙ୍କର ମୁକ୍ତ ଚିକିତ୍ସା, ବିଶ୍ୱର ସବୁଠାରୁ ଉଚ୍ଚତମ ପ୍ରତିମୂର୍ତ୍ତି-ଷ୍ଟାଚ୍ୟୁ ଅଫ ୟୁନିଟି ଏବଂ ଡିଜିଟାଲ ଭାରତ ସମ୍ବନ୍ଧରେ ପ୍ରକାଶ କରିଥିଲେ ।

 

 

ପ୍ରଧାନମନ୍ତ୍ରୀ ମଧ୍ୟ ସ୍ୱଚ୍ଛ ଉର୍ଜା କ୍ଷେତ୍ରରେ ଭାରତର ବିକାଶ ଏବଂ ଆନ୍ତର୍ଜାତିକ ସୌର ଗଠବନ୍ଧନର ଗଠନ ସମ୍ବନ୍ଧରେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏବେ ଭାରତରେ ଏକ ନୂତନ ଶକ୍ତି ଆସିଛି । ସେ କହିଥିଲେ ଯେ ଆସନ୍ତାକାଲି ସେ ଭାରତର ଜନସାଧାରଣ ଏବଂ ଭାରତୀୟ ସମ୍ପ୍ରଦାୟଙ୍କ ତରଫରୁ ସିଓଲ ଶାନ୍ତି ପୁରସ୍କାର ଗ୍ରହଣ କରିବେ ।

ପ୍ରୟାଗରାଜରେ ଚାଲିଥିବା କୁମ୍ଭମେଳା ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ଏବଂ କହିଥିଲେ ଯେ ଏଥର କୁମ୍ଭମେଳାରେ ଯେପରି ଭାବେ ସ୍ୱଚ୍ଛତା ରକ୍ଷା କରାଯାଉଛି ତାହାକୁ ବିଶ୍ୱ ଦେଖୁଛି । ସେମାନଙ୍କ ବ୍ୟକ୍ତିଗତ ପ୍ରୟାସ ଦ୍ୱାରା ଭାରତରେ ପର୍ଯ୍ୟଟନର ପ୍ରସାର କରିବା ପାଇଁ ସେ କୋରିଆରେ ରହିଥିବା ଭାରତୀୟ ସମ୍ପ୍ରଦାୟଙ୍କୁ ପ୍ରେରିତ କରିଥିଲେ ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
The Nari Shakti Decade: How 12 years of policy reforms under Modi govt transformed lives of women in Bharat

Media Coverage

The Nari Shakti Decade: How 12 years of policy reforms under Modi govt transformed lives of women in Bharat
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 7, 2026
June 07, 2026

India on the Rise: Celebrating Milestones from Grassroots to the Global Stage Under the Leadership of PM Modi