India has a long tradition of handicrafts and Varanasi has played a key role in this regard: PM Modi
We want our weavers and artisans belonging to the carpet industry to prosper and get global recognition: PM Modi
For the carpet sector, our mantra is Farm to Fibre, Fibre to Fabric, Fabric to Fashion and Fashion to Foreign: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ଜରିଆରେ ବାରାଣସୀରେ ଆୟୋଜିତ ଇଣ୍ଡିଆ କାର୍ପେଟ ଏକ୍ସପୋକୁ ସମ୍ବୋଧିତ କରିଥିଲେ ।

ଭାରତ ଏବଂ ବିଦେଶରୁ ଆସିଥିବା ଅତିଥିମାନଙ୍କୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରଥମ ଥର ପାଇଁ ବାରାଣସୀର ଦୀନଦୟାଲ ହସ୍ତକଳା ସଂକୁଳ ଠାରେ ଇଣ୍ଡିଆ କାର୍ପେଟ ଏକ୍ସପୋ ଆୟୋଜନ କରାଯାଉଛି । କାର୍ପେଟ ଶିଳ୍ପ ପାଇଁ ବାରାଣସୀ, ଭଦୋଇ ଏବଂ ମିର୍ଜାପୁର ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ବୋଲି ସେ ଉଲ୍ଲେଖ କରିଥିଲେ । ହସ୍ତଶିଳ୍ପ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ଲାଗି ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ ହସ୍ତଶିଳ୍ପର ଦୀର୍ଘ ପରମ୍ପରା ରହିଛି, ଏବଂ ବାରାଣସୀ ଏହି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି । ଏହି ପରିପ୍ରେକ୍ଷୀରେ ସେ ସ୍ଥାନୀୟ ଅଂଚଳର ବାସିନ୍ଦା ମହାନ ସନ୍ଥ କବି, କବୀରଙ୍କ ବିଷୟରେ ଉଲ୍ଲେଖ କରିଥିଲେ ।

ସେ କହିଥିଲେ ଯେ ସ୍ୱାଧୀନତା ସଂଗ୍ରାମ ଏବଂ ଆତ୍ମନିର୍ଭରଶୀଳତା ପାଇଁ ହସ୍ତଶିଳ୍ପ ପ୍ରେରଣାର ଉତ୍ସ ହୋଇ ଆସିଛି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମହାତ୍ମା ଗାନ୍ଧୀଙ୍କ ସତ୍ୟାଗ୍ରହ, ଏବଂ ଚରଖା ବିଷୟରେ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଆଜି ଗାଲିଚାର ସର୍ବବୃହତ ଉତ୍ପାଦନକାରୀ ଏବଂ ବିଶ୍ୱ ବଜାରରେ ଏହାର ଅଂଶଧନ ପାଖାପାଖି 35 ପ୍ରତିଶତ ରହିଛି । ଏହି କ୍ଷେତ୍ରରେ ପ୍ରଭାବୀ ରପ୍ତାନୀ ପ୍ରଦର୍ଶନ ବିଷୟରେ ସେ କହିଥିଲେ । ସେ କହିଥିଲେ ମଧ୍ୟମ ବର୍ଗଙ୍କ ଉତ୍ଥାନ ଏବଂ ଗାଲିଚା ଶିଳ୍ପକୁ ଦିଆଯାଉଥିବା ସହଯୋଗ ଏହି କ୍ଷେତ୍ରର ଅଭିବୃଦ୍ଧି ଲାଗି ଦୁଇଟି ବଡ଼ କାରଣ । ସେ ଗାଲିଚା ପ୍ରସ୍ତୁତକାରୀମାନଙ୍କ ଦକ୍ଷତାର ପ୍ରଶଂସା କରିଥିଲେ, ଯାହା “ଭାରତ ନିର୍ମିତ ଗାଲିଚା”କୁ ଏକ ବଡ଼ ବ୍ରାଣ୍ଡରେ ପରିଣତ କରିପାରିଛି । ଗାଲିଚା ରପ୍ତାନୀକାରୀମାନଙ୍କୁ ଦିଆଯାଉଥିବା ଲଜିଷ୍ଟିକ୍ସ ସହଯୋଗ ଏବଂ ମାନ ସୁନିଶ୍ଚିତ କରିବା ଲାଗି ବିଶ୍ୱସ୍ତରୀୟ ପରୀକ୍ଷାଗାର ନିର୍ମାଣ କରାଯିବା ବିଷୟରେ ସେ କହିଥିଲେ । ସେ ମଧ୍ୟ ଅନ୍ୟ ସହାୟକ ପଦକ୍ଷେପ ବିଶେଷ କରି ଆଧୁନିକ ଲୁଗାବୁଣା ଯନ୍ତ୍ର ଏବଂ ଏହି କ୍ଷେତ୍ର ପାଇଁ ଉପଲବ୍ଧ ଋଣ ସୁବିଧା ବିଷୟରେ କହିଥିଲେ ।

ଗାଲିଚା ନିର୍ମାତାମାନଙ୍କ ଦକ୍ଷତା ଏବଂ କଠିନ ପରିଶ୍ରମକୁ ରାଷ୍ଟ୍ରର ଏକ ଶକ୍ତି ଭାବେ ସୁନିଶ୍ଚିତ କରିବା ଲାଗି କେନ୍ଦ୍ର ସରକାର ସମର୍ପିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From school to PG, girls now outnumber boys

Media Coverage

From school to PG, girls now outnumber boys
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 1, 2026
May 01, 2026

From Stolen Treasures to Smart Trains: PM Modi’s Blueprint for a Proud, Connected, Self-Reliant India