ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୋଏମ୍ବାଟୁରସ୍ଥିତ ଶ୍ରୀରାମକୃଷ୍ଣ ମଠ ପକ୍ଷରୁ ଆୟୋଜିତ ସ୍ୱାମୀ ବିବେକାନନ୍ଦଙ୍କ ଚିକାଗୋ ବତ୍କୃତାର 125ତମ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁଭିଡିଓ କନଫରେନ୍ସ ଜରିଆରେ ସମ୍ବୋଧିତ କରିଛନ୍ତି ।

ତାଙ୍କର ଉଦବୋଧନରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାମୀଜୀଙ୍କ ଅଭିଭାଷଣର କିପରି ପ୍ରଭାବ ପଡ଼ିଥିଲା- ଏବଂ ଏହା ଭାରତ ବିଷୟରେ ପାଶ୍ଚାତ୍ୟ ଜଗତର ଧାରଣା କିଭଳି ପରିବର୍ତ୍ତନ କରିଥିଲା ଏବଂ ଭାରତୀୟ ବିଚାର ଏବଂ ଦର୍ଶନକୁ କିପରି ଉଚିତ ସ୍ଥାନ ମିଳିଥିଲା ତାହା ଏହି ସମାରୋହରୁ ପ୍ରତିଫଳିତ ହେଉଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାମୀ ବିବେକାନନ୍ଦ ସାରା ବିଶ୍ୱକୁ ବୈଦିକ ଦର୍ଶନର ବିଶାଳ ବୈଭବ ସମ୍ପର୍କରେ ପରିଚୟ କରାଇଥିଲେ । “ଚିକାଗୋରୁ ସେ ସାରା ବିଶ୍ୱକୁ ବୈଦିକ ଦର୍ଶନର ଜ୍ଞାନ ବିତରଣ କରିଥିଲେ, ସେ ମଧ୍ୟ ଦେଶକୁ ଏହାର ସମୃଦ୍ଧ ଐତିହ୍ୟ ଏବଂ ଅପାର ସମ୍ଭାବନା ବିଷୟରେ ସ୍ମରଣ କରାଇଦେଇଥିଲେ । ସେ ଆମକୁ ଆମର ଆତ୍ମବିଶ୍ୱାସ, ଆମର ଗର୍ବ, ଆମର ମୌଳିକତା ଆମକୁ ଫେରାଇ ଦେଇଥିଲେ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ସ୍ୱାମୀ ବିବେକାନନ୍ଦଙ୍କ ଏହି ଦୂରଦୃଷ୍ଟି ସହିତ “ଭାରତ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସର ସହିତ ଆଗକୁ ବଢ଼ୁଛି” । ସେ ମଧ୍ୟ ଭାରତ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ଯୋଜନା ବିଷୟରେ କହିଥିଲେ ।

ନିମ୍ନରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ ଦିଆଗଲା :

“ସ୍ୱାମୀ ବିବେକାନନ୍ଦଙ୍କ ଚିକାଗୋ ଅଭିଭାଷଣର 125ତମ ବର୍ଷପୂର୍ତ୍ତି ସଂକ୍ରାନ୍ତ ଉଦଯାପନୀ ସମାରୋହ ଅବସରରେ ଉପସ୍ଥିତ ହୋଇ ମୁଁ ନିଜକୁ ଗର୍ବିତ ମନେ କରୁଛି । ମୁଁ ଜାଣିବାକୁ ପାଇଛି ଯେ ଏଠାରେ ଯୁବ ଏବଂ ବୟସ୍କଙ୍କୁ ମିଶାଇ 4 ହଜାର ବନ୍ଧୁ ଉପସ୍ଥିତ ଅଛନ୍ତି ।

ଘଟଣାକ୍ରମେ, 125 ବର୍ଷ ପୂର୍ବେ ଯେତେବେଳେ ସ୍ୱାମୀ ବିବେକାନନ୍ଦ ଚିକାଗୋ ଠାରେ ବିଶ୍ୱ ଧର୍ମ ସମ୍ମିଳନୀରେ ଅଭିଭାଷଣ ରଖିଥିଲେ, ସେଠାରେ ମଧ୍ୟ 4 ହଜାର ଦର୍ଶକ ଉପସ୍ଥିତ ଥିଲେ ।

ମୁଁ ଜାଣିନାହିଁ ଯେ ଏହି ମହାନ, ପ୍ରେରଣାଦାୟୀ ବକ୍ତୃତାର ଆଉ କୌଣସି ଉଦାହରଣ ରହିଥିବ ।

ବୋଧହୁଏ ନା ।

ଏହି ସମାରୋହ, ତେଣୁ, ସ୍ୱାମୀଜୀଙ୍କ ଅଭିଭାଷଣର ପ୍ରଭାବ- ଏହା କିପରି ଭାରତ ବିଷୟରେ ପାଶ୍ଚାତ୍ୟର ଧାରଣାକୁ ବଦଳାଇ ଦେଇଥିଲା ଏବଂ ଏହା ଭାରତୀୟ ବିଚାର ଏବଂ ଦର୍ଶନକୁ ଉଚିତ ସ୍ଥାନ ପ୍ରଦାନ କରିଥିଲା, ତାହାକୁ ପ୍ରତିଫଳନ କରୁଛି ।

ଚିକାଗୋ ଅଭିଭାଷଣର ବର୍ଷପୂର୍ତ୍ତି ଅବସରରେ ଆପଣମାନେ ଏହି ଯେଉଁ ସମାରୋହ ଆୟୋଜନ କରିଛନ୍ତି ତାହା ଅତି ସ୍ୱତନ୍ତ୍ର ।

ଐତିହାସିକ ଅଭିଭାଷଣର ସ୍ମାରକ ସମାରୋହରେ ଆଜି ଅଂଶବିଶେଷ ହୋଇଥିବାରୁ ରାମକୃଷ୍ଣ ମଠ ଏବଂ ମିଶନ ସହିତ ଜଡ଼ିତ ସମସ୍ତଙ୍କୁ, ତାମିଲନାଡ଼ୁ ସରକାରଙ୍କୁ, ଏଠାରେ ଏକତ୍ରିତ ମୋର ହଜାର ହଜାର ଯୁବବନ୍ଧୁମାନଙ୍କୁ ଅଭିନନ୍ଦନ ।

ସନ୍ଥମାନଙ୍କର ସାତ୍ତ୍ୱିକ ଗୁଣ ଏବଂ ଯୁବକମାନଙ୍କର ଶକ୍ତି ଏବଂ ଉତ୍ସାହର ଅଭିନବ ମେଳକ ଏଠାରେ ଏକତ୍ରିତ ହେବା ଭାରତର ବାସ୍ତବ ଶକ୍ତିର ପ୍ରତୀକ ।

ମୁଁ ହୁଏତ’ ଆପଣମାନଙ୍କଠାରୁ ଦୂରରେ ଥାଏ ତଥାପି ମୁଁ ଏହି ଅଭିନବ ଶକ୍ତିକୁ ଅନୁଭବ କରିପାରୁଛି ।

ମୁଁ ଜାଣିବାକୁ ପାଇଛି ଯେ ଏହି ଦିବସକୁ ଆପଣ କେବଳ ଅଭିଭାଷଣ ମାଧ୍ୟମରେ ସୀମିତ ରଖିନାହାନ୍ତି । ମଠ ପକ୍ଷରୁ ଆହୁରି ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସ୍ୱାମୀଜୀଙ୍କ ବାଣୀର ପ୍ରସାର ଲାଗି ବିଦ୍ୟାଳୟ ଏବଂ ମହାବିଦ୍ୟାଳୟଗୁଡ଼ିକରେ ପ୍ରତିଯୋଗିତାମାନ ଆୟୋଜନ କରାଯାଇଛି । ଆମର ଯୁବକମାନେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିତର୍କ କରିବେ ଏବଂ ଆଜି ଭାରତ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ସମାଧାନ ଖୋଜିବାର ପ୍ରୟାସ କରିବେ । ଅଂଶଗ୍ରହଣ ପାଇଁ ଲୋକମାନଙ୍କର ଏହି ଉତ୍ସାହ, ମିଳିତ ଭାବେ, ଦେଶର ଆହ୍ୱାନଗୁଡ଼ିକୁ ମୁକାବିଲା ଲାଗି ସେମାନଙ୍କ ସମର୍ପଣ, ଏକ ଭାରତ, ଶ୍ରେଷ୍ଠ ଭାରତର ଏହି ଦର୍ଶନ- ଏହା ହେଉଛି ସ୍ୱାମୀଜୀଙ୍କ ବାର୍ତ୍ତାର ମୂଳତତ୍ତ୍ଵ ।

ବନ୍ଧୁଗଣ,  ନିଜର ଅଭିଭାଷଣ ମାଧ୍ୟମରେ ସ୍ୱାମୀ ବିବେକାନନ୍ଦ ଭାରତୀୟ ସଂସ୍କୃତି, ଦର୍ଶନ ଏବଂ ପ୍ରାଚୀନ ପରମ୍ପରାର ଆଲୋକ ସାରା ବିଶ୍ୱକୁ ଦେଖାଇଥିଲେ ।

ଚିକାଗୋରେ ତାଙ୍କ ଅଭିଭାଷଣ ବିଷୟରେ ଅନେକ ଲୋକ ଲେଖିଛନ୍ତି । ଆପଣମାନେ, ଆଜିର କାର୍ଯ୍ୟକ୍ରମ ଅବସରରେ, ଏହି ଅଭିଭାଷଣର ଗୁରୁତ୍ୱପୂର୍ଣ୍ଣ ଦିଗ ବିଷୟରେ ଆଲୋଚନା କଲେ ।  ଆମେ ସ୍ୱାମୀଜୀଙ୍କ ବାଣୀକୁ ଅନୁସରଣ କରିବା ଏବଂ ସେଥିରୁ ନୂଆ କଥା ଶିଖିବା ଜାରି ରଖିବା ।

ସ୍ୱାମୀଜୀଙ୍କ ଅଭିଭାଷଣର ପ୍ରଭାବକୁ ବର୍ଣ୍ଣନା କରିବା ଲାଗି ମୁଁ ସ୍ୱାମୀଜୀଙ୍କ ନିଜସ୍ୱ ଶବ୍ଦକୁ ବ୍ୟବହାର କରିବି । ଚେନ୍ନାଇରେ ତାଙ୍କୁ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ, “ଚିକାଗୋ ଧର୍ମ ସମ୍ମିଳନୀ ଭାରତ ଏବଂ ଭାରତୀୟ ବିଚାର ପାଇଁ ଏକ ଚମତ୍କାର ସଫଳତା ଥିଲା । ଏହାଦ୍ୱାରା ବେଦାନ୍ତର ଦର୍ଶନ ସାରା ବିଶ୍ୱରେ ଖେଳିଯାଇଥିଲା” ।

ବନ୍ଧୁଗଣ,

ସ୍ୱାମୀଜୀଙ୍କ ଜୀବନକାଳକୁ ଦେଖିଲେ ତାଙ୍କ ଉପଲବ୍ଧୀ ଆହୁରି ମହାନ ପ୍ରତିୟମାନ ହେବ ।

ଆମ ଦେଶ ବିଦେଶୀ ଶାସକଙ୍କ ଅଧୀନରେ ଥିଲା । ଆମେ ଗରିବ ଥିଲୁ, ଆମ ସମାଜକୁ ପଛୁଆ ଭାବେ ଦେଖାଯାଉଥିଲା ଏବଂ ବାସ୍ତବରେ, ସମାଜରେ ଅନେକ କଳୁଷତା ଭରି ରହିଥିଲା ଯାହା ଆମ ସାମାଜିକ ଜୀବନର ଅଂଶବିଶେଷ ଥିଲା ।

ବୈଦେଶିକ ଶାସକମାନେ, ସେମାନଙ୍କ ବିଚାରପତିମାନେ, ସେମାନଙ୍କ ପ୍ରଚାରକମାନେ, ଆମ ହଜାର ହଜାର ବର୍ଷର ଜ୍ଞାନ ଏବଂ ସାଂସ୍କୃତିକ ଐତିହ୍ୟକୁ ନିମ୍ନଗାମୀ କରିବାର କୌଣସି ସୁଯୋଗ ଛାଡ଼ୁନଥିଲେ ।

ଆମର ନିଜସ୍ୱ ଲୋକମାନଙ୍କୁ ନିଜର ଐତିହ୍ୟକୁ ନ୍ୟୁନ କରି ଦେଖିବା ଲାଗି ଶିଖାଯାଉଥିଲା । ସେମାନେ ନିଜ ମୂଳକୁ ଭୁଲିଯାଇଥିଲେ । ଏହି ମାନସିକତାକୁ ସ୍ୱାମୀଜୀ ଅହ୍ୱାନ ଦେଇଥିଲେ । ଭାରତୀୟ ସଂସ୍କୃତିର ଜ୍ଞାନ ଏବଂ ଦାର୍ଶନିକ ବିଚାର ଉପରେ ଶହ ଶହ ବର୍ଷ ଧରି ପଡ଼ିରହିଥିବା କଳୁଷତା ଦୂର କରିବାର ଦାୟିତ୍ୱ ସେ ନିଜ କାନ୍ଧରେ ବହନ କରିଥିଲେ ।

ବିଶ୍ୱକୁ ସେ ବୈଦିକ ଦର୍ଶନ ବୈଭବ ବିଷୟରେ ପରିଚିତ କରାଇଥିଲେ । ଚିକାଗୋରେ, ସେ ବିଶ୍ୱକୁ ବୈଦିକ ଦର୍ଶନ ଶିଖାଇଥିଲେ, କିନ୍ତୁ ସେ ମଧ୍ୟ ଆମ ଦେଶକୁ ନିଜର ସମୃଦ୍ଧ ଅତୀତ ଏବଂ ବ୍ୟାପକ ସମ୍ଭାବନା ବିଷୟରେ ସ୍ମରଣ କରାଇଦେଇଥିଲେ । ଆମର ଆତ୍ମବିଶ୍ୱାସ, ଆମର ଗର୍ବ ଏବଂ ଆମ ମୂଳକୁ ସେ ଆମକୁ ଫେରାଇ ଦେଇଥିଲେ ।

ସ୍ୱାମୀଜୀ ଆମ ସମସ୍ତଙ୍କୁ ସ୍ମରଣ କରାଇ ଦେଇଥିଲେ ଯେ ଏହା ହେଉଛି ସେହି ଭୂମି ଯେଉଁଠାରୁ,ଜୁଆରର ଢେଉ ଭଳି ଆଧ୍ୟାତ୍ମିକତା ଏବଂ ଦର୍ଶନ ବାରମ୍ବାର ଉଠିଥିଲା ଏବଂ ସାରା ବିଶ୍ୱକୁ ବୁଡ଼ାଇ ଦେଇଥିଲା; ଏବଂ ଏହା ହେଉଛି ସେହି ଭୂମି ଯେଉଁଠାରୁ ଏପରି ଢେଉ ଉଠିଥିଲା ଯାହା ନିମ୍ନଗାମୀ ମାନବଜାତିକୁ ଜୀବନ୍ତ ଏବଂ ଶକ୍ତି ପ୍ରଦାନ କରିବା ଲାଗି ଆଗେଇ ଚାଲିଥିଲା ।

ସ୍ୱାମୀ ବିବେକାନନ୍ଦ କେବଳ ସାରା ବିଶ୍ୱରେ ନିଜର ଛାପ ଛାଡ଼ିଯାଇନଥିଲେ, ବରଂ ଦେଶର ସ୍ୱାଧୀନତାକୁ ଆନ୍ଦୋଳନକୁ ନୂଆ ଉତ୍ସାହ ପ୍ରଦାନ କରିଥିଲେ ।

ଆମେ କରିପାରିବା, ଆମେ ସମର୍ଥ- ଏହି ଭାବନାର ସହିତ ସେ ଦେଶର ଲୋକମାନଙ୍କୁ ଜାଗ୍ରତ କରିଥିଲେ । ଏହା ହେଉଛି ଆତ୍ମବିଶ୍ୱାସ, ଆତ୍ମବିଶ୍ୱାସ ଯାହା ସେହି ଯୁବ ସନ୍ୟାସୀଙ୍କ ପ୍ରତିଟି ରକ୍ତବିନ୍ଦୁରେ ରହିଥିଲା । ସେ ଦେଶ ପାଇଁ ଏହି ଆତ୍ମବିଶ୍ୱାସ ଫେରାଇ ଆଣିଥିଲେ । ତାଙ୍କର ମନ୍ତ୍ର ଥିଲା“ନିଜ ଉପରେ ବିଶ୍ୱାସ ରଖ, ଦେଶକୁ ଭଲ ପାଅ” ।

ବନ୍ଧୁଗଣ,

ସ୍ୱାମୀ ବିବେକାନନ୍ଦଙ୍କ ଏହି ଦୂରଦୃଷ୍ଟି ସହିତ, ଭାରତ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସର ସହିତ ଆଗେଇ ଚାଲିଛି । ନିଜ ଉପରେ ବିଶ୍ୱାସ ଥିଲେ ଏବଂ କଠିନ ପରିଶ୍ରମ କରିବାର ଇଚ୍ଛା ଥିଲେ ଆମେ କ’ଣ ହାସଲ କରିପାରିବା ନାହିଁ?

ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ ପାଇଁ ଭାରତର ଅତିପ୍ରାଚୀନ ଯୋଗ ଏବଂ ଆୟୁର୍ବେଦ ପରମ୍ପରା ରହିଥିବା ସାରା ବିଶ୍ୱ ଏବେ ବିବେଚନା କରୁଛି; ଏହା ମଧ୍ୟ; ସମାନ ଭାବେ ଅତ୍ୟାଧୁନିକ ପ୍ରଯୁକ୍ତିର ଶକ୍ତିକୁ  କାମରେ ଲଗାଉଛି ।

ଆଜି, ଯେତେବେଳେ ଭାରତ ଏକ ସଙ୍ଗେ 100ଟି ଉପଗ୍ରହ ପ୍ରେରଣ କରିପାରୁଛି, ସାରା ବିଶ୍ୱ ମଙ୍ଗଳଯାନ ଏବଂ ଗଗନଯାନ ବିଷୟରେ ଚର୍ଚ୍ଚା କରୁଛି, ଭୀମ ଭଳି ଆମର ଡିଜିଟାଲ ଆପକୁ ଅନ୍ୟମାନେ ଅନୁସରଣ କରିବାକୁ ଚାହୁଁଛନ୍ତି, ସେତେବେଳେ ଆମ ଦେଶର ଆତ୍ମବିଶ୍ୱାସ ଆହୁରି ବୃଦ୍ଧି ପାଉଛି । ଆମେ ଗରିବ, ବଂଚିତ ଏବଂ ପଛୁଆ ଲୋକମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି ଲାଗି କଠିନ ପରିଶ୍ରମ କରୁଛୁ । ଆମର ଯୁବକ ଏବଂ ଆମର ଭଉଣୀମାନଙ୍କ ଆତ୍ମବିଶ୍ୱାସରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି ।

ନିକଟରେ, ଏସୀୟ କ୍ରୀଡ଼ାରେ, ଆମର ଖେଳାଳିମାନେ ପ୍ରଦର୍ଶନ କରିଛନ୍ତି ଯେ ସେମାନେ ଯେତେ ଗରିବ ହୁଅନ୍ତୁ ପଛେ, ସେମାନ ଯେକୌଣସି ପରିବାରରୁ ଆସିଥା’ନ୍ତୁ ପଛେ, ଆତ୍ମବିଶ୍ୱାସର ସହିତ ଏବଂ କଠିନ ପରିଶ୍ରମ ଦ୍ୱାରା, ତୁମ ଦେଶ ତୁମ ଉପରେ ଗର୍ବ କରିପାରିବ ।

ଦେଶରେ ରେକର୍ଡ ପରିମାଣର ଫସଲ ଉତ୍ପାଦନ ଆମ କୃଷକମାନଙ୍କ ଏହି ମନୋଭାବକୁ ଦର୍ଶାଉଛି । ଦେଶର ବ୍ୟବସାୟୀ ଗୋଷ୍ଠୀ, ଆମର ଶ୍ରମିକମାନେ ଆମର ଶିଳ୍ପ ଉତ୍ପାଦନକୁ ତ୍ୱରାନ୍ୱିତ କରୁଛନ୍ତି । ଆପଣମାନଙ୍କ ଭଳି ଯୁବ ଇଞ୍ଜିନିୟର, ଉଦ୍ୟୋଗୀ, ବୈଜ୍ଞାନିକମାନେ ଦେଶକୁ ଷ୍ଟାର୍ଟଅପର ଏକ ନୂଆ ବିପ୍ଳବ ଦିଗରେ ଆଗେଇ ନେଉଛନ୍ତି ।

ବନ୍ଧୁଗଣ,

ଭାରତର ଭବିଷ୍ୟତ ଯୁବକମାନଙ୍କ ଉପରେ ନିର୍ଭର କରିଥାଏ ବୋଲି ସ୍ୱାମୀଜୀ ଦୃଢ଼ ଭାବେ ବିଶ୍ୱାସ କରୁଥିଲେ । ସେ ବେଦର ଉଦ୍ଧୃତାଂଶ ଉଲ୍ଲେଖ କରିଥିଲେ “ସେହି ଯୁବ, ଦୃଢ଼ ଏବଂ ସୁସ୍ଥ ଥିବା ତୀକ୍ଷ୍ଣ ବୁଦ୍ଧିମତା ହିଁ ଭଗବାନଙ୍କ ନିକଟରେ ପହଁଚିଥାଏ” ।

ମୁଁ ଏଥିପାଇଁ ଆନନ୍ଦିତ ଯେ ଆଜିର ଯୁବ ସଂକଳ୍ପ ନେଇ ଆଗକୁ ବଢ଼ୁଛି । ଯୁବକମାନଙ୍କ ଆକାଂକ୍ଷାକୁ ଧ୍ୟାନରେ ରଖି ସରକାର ଏକ ନୂଆ କାର୍ଯ୍ୟପଦ୍ଧତି ଏବଂ ଏକ ନୂଆ ଦୃଷ୍ଟିକୋଣ ସାମ୍ନାକୁ ଆଣିଛି ।

ବନ୍ଧୁଗଣ,

ସ୍ୱାଧୀନତାର 70 ବର୍ଷ ପରେ ଆମର ଯୁବକମାନଙ୍କ ମଧ୍ୟରେ ଏପରି ଅନେକ ଅଛନ୍ତି ଯେଉଁମାନଙ୍କ ପାଖରେ ରୋଜଗାର ହାସଲ କରିବା ଲାଗି ଆବଶ୍ୟକ କୁଶଳତା ନାହିଁ । ତେବେ ସାକ୍ଷରତାରେ ବୃଦ୍ଧି ହୋଇଛି, କିନ୍ତୁ ଆମର ଶିକ୍ଷା ବ୍ୟବସ୍ଥା ଦକ୍ଷତା ବିକାଶ ପ୍ରତି ବିଶେଷ ଧ୍ୟାନ ଦେଇନାହାନ୍ତି ।

ଯୁବକମାନଙ୍କ ପାଇଁ ଦକ୍ଷତା ବିକାଶର ମହତ୍ୱକୁ ବୁଝି ସରକାର ଦକ୍ଷତା ବିକାଶ ଲାଗି ଏକ ପୃଥକ ମନ୍ତ୍ରଣାଳୟ ଗଠନ କରିଛନ୍ତି ।

ଏହାବ୍ୟତୀତ ଆମ ସରକାର ସେହି ଯୁବକମାନଙ୍କ ପାଇଁ ବ୍ୟାଙ୍କ ଦ୍ୱାର ଖୋଲିଦେଇଛନ୍ତି ଯେଉଁମାନେ ନିଜ ଉଦ୍ୟମରେ ନିଜ ସ୍ୱପ୍ନକୁ ପୂରଣ କରିବାକୁ ଚାହାନ୍ତି ।

ମୁଦ୍ରା ଯୋଜନା ଅଧିନରେ ବର୍ତ୍ତମାନସୁଦ୍ଧା 13 କୋଟି ଲୋକମାନଙ୍କୁ ଋଣ ଦିଆଯାଇଛି । ଏହି ଯୋଜନାର ଦେଶର ଗ୍ରାମାଂଚଳ ଏବଂ ସହରରେ ସ୍ୱରୋଜଗାରକୁ ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି ।

ଷ୍ଟାର୍ଟଅପ ଇଣ୍ଡିଆ ଅଭିଯାନ ଅନ୍ତର୍ଗତ ଉଦ୍ଭାବନ ବିଚାର ଲାଗି ସରକାର ଉପଯୁକ୍ତ ମଂଚ ପ୍ରଦାନ କରିଛନ୍ତି ।

ଫଳସ୍ୱରୂପ ଗତବର୍ଷ 8 ହଜାର ଷ୍ଟାର୍ଟଅପକୁ ମାନ୍ୟତା ପ୍ରମାଣପତ୍ର ମିଳିଛି, ଯେତେବେଳେ କି 2016ରେ ଏହି ସଂଖ୍ୟା 800 ଥିଲା । ଏହାର ଅର୍ଥ ହେଉଛି ଯେ ଗୋଟିଏ ବର୍ଷରେ ଦୁଇଗୁଣା ବୃଦ୍ଧି ହୋଇଛି ।

ବିଦ୍ୟାଳୟରେ ଉଦ୍ଭାବନର ବାତାବରଣ ସୃଷ୍ଟି ଲାଗି “ଅଟଳ ନବସୃଜନ ମିଶନ”ର ଆରମ୍ଭ କରାଯାଇଛି । ଏହି ଯୋଜନା ଅନ୍ତର୍ଗତ ଆସନ୍ତା 5 ବର୍ଷରେ ସାରା ଦେଶରେ 5 ହଜାର ଅଟଳନବୋନ୍ଵେଷ ପ୍ରୟୋଗଶାଳା ପ୍ରତିଷ୍ଠା କରାଯିବ ।

ନବସୃଜନ ଭଳି ବିଚାର ଆଗକୁ ଆଣିବା ଲାଗି ସ୍ମାର୍ଟ ଇଣ୍ଡିଆ ହାକାଥନ ଭଳି କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଉଛି ।

ବନ୍ଧୁଗଣ,

ସ୍ୱାମୀ ବିବେକାନନ୍ଦ ଆମ ସାମାଜିକ-ଆଥିର୍କ ସମସ୍ୟା ବିଷୟରେ ବିଚାରବ୍ୟକ୍ତ କରିଥିଲେ । ସେ କହିଥିଲେ ଯେ ସମାଜରେ ସମାନତା ସେତେବେଳେ ପ୍ରତିଷ୍ଠା ହୋଇପାରିବ, ଯେତେବେଳେ ଆମେ ଗରିବମାନଙ୍କ ମଧ୍ୟରୁ ସବୁଠୁ ଗରିବକୁ ସର୍ବୋଚ୍ଚ ସ୍ଥାନରେ ବସିଥିବା ବ୍ୟକ୍ତି ସହିତ ସମକକ୍ଷ ବସାଇପାରିବା । ଗତ 4 ବର୍ଷ ଧରି ଆମେ ଏହି ଦିଗରେ  କାର୍ଯ୍ୟ କରୁଛୁ । ଜନ-ଧନ ଏକାଉଣ୍ଟ ଏବଂ ଇଣ୍ଡିଆ ପୋଷ୍ଟ ପେମେଂଟ ବ୍ୟାଙ୍କ ମାଧ୍ୟମରେ ଗରିବଙ୍କ ଘର ଦ୍ୱାର ପର୍ଯ୍ୟନ୍ତ ବ୍ୟାଙ୍କ ସେବା  ପହଁଚାଇ ଦିଆଯାଇଛି । ଗରିବମାନଙ୍କ ମଧ୍ୟରୁ ସର୍ବାଧିକ ଗରିବଙ୍କୁ ସହାୟତା ପ୍ରଦାନ କରିବା ଲାଗି ବାସଗୃହ,ଗ୍ୟାସ ଏବଂ ବିଦ୍ୟୁତ ସଂଯୋଗ, ସ୍ୱାସ୍ଥ୍ୟ ଏବଂ ଜୀବନ ବୀମା ଭଳି ଯୋଜନା ଲାଗୁ କରାଯାଇଛି ।

ଚଳିତ ମାସର 25 ତାରିଖରେ ଆମେ ସାରା ଦେଶରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରିବାକୁ ଯାଉଛୁ । ଏହି ଯୋଜନା ଅନ୍ତର୍ଗତ 10 କୋଟିରୁ ଅଧିକ ଗରିବ ପରିବାରକୁ ଗୁରୁତର ରୋଗ ପାଇଁ ନିଃଶୁଳ୍କ ଚିକିତ୍ସା ଲାଗି 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ସୁନିଶ୍ଚିତ କରାଯିବ । ମୁଁ ତାମିଲନାଡ଼ୁ ସରକାର ଏବଂ ଏଠାକାର ଲୋକମାନଙ୍କୁ ଏହି ଯୋଜନା ସହିତ ଯୋଡ଼ି ହେବା ଲାଗି ଅଭିନନ୍ଦନ ଜଣାଉଛି ।

ଆମର ଦୃଷ୍ଟିକୋଣ କେବଳ ଦାରିଦ୍ର୍ୟ ଦୂର କରିବା ନୁହେଁ, ବରଂ ଦେଶରେ ଦାରିଦ୍ର୍ୟର କାରଣକୁ ଶେଷ କରିବା ଅଟେ ।

ମୁଁ ଆପଣମାନଙ୍କୁ ସ୍ମରଣ କରାଇ ଦେବାକୁ ଚାହୁଁଛି ଯେ ଆଜିର ଦିନ ଏକ ଅନ୍ୟ ପ୍ରକାରର ଘଟଣାକୁ ସ୍ମରଣ କରାଇ ଦେଉଛି, ତାହା ହେଉଛି 9/11 ଆତଙ୍କବାଦୀ ଆକ୍ରମଣ । ଏହି ଘଟଣା ସାରା ବିଶ୍ୱକୁ ପ୍ରଭାବିତ କରିଥିଲା । ରାଷ୍ଟ୍ର ସମୁଦାୟ ଏହି ସମସ୍ୟାର ସମାଧାନ ଖୋଜିବା ଲାଗି ପ୍ରୟାସ କରୁଛି । ବାସ୍ତବରେ ଏହି ସମସ୍ୟାର ସମାଧାନ ସ୍ୱାମୀଜୀଙ୍କ ଦ୍ୱାରା ଚିକାଗୋରେ ପ୍ରଦର୍ଶିତ କରାଯାଇଥିବା ମାର୍ଗରେ ରହିଛି- ସହିଷ୍ଣୁତା ଏବଂ ଗ୍ରହଣଯୋଗ୍ୟତା ।

ସ୍ୱାମୀଜୀ କହୁଥିଲେ ଯେ ମୁଁ ଏକଥାକୁ ନେଇ ଗର୍ବିତ ଯେ ମୁଁ ଏପରି ଏକ ଧର୍ମର ଅନୁଗାମୀ ଯାହା ସାରା ବିଶ୍ୱକୁ ସହିଷ୍ଣୁତା ଏବଂ ସର୍ବକାଳନୀ ଗ୍ରହଣୀୟତାର ବାର୍ତ୍ତା ଦେଇଛି ।

ବନ୍ଧୁଗଣ,

ଆମ ଦେଶ ସ୍ୱାଧୀନ ବିଚାରର ଦେଶ ଅଟେ । ଶହ ଶହ ବର୍ଷ ଧରି ଆମ ମାଟି ବିଭିନ୍ନ ବିଚାରଧାରା ଏବଂ ସଂସ୍କୃତିର ସ୍ଥଳୀ ହୋଇ ରହିଛି । ବିଚାର-ବିମର୍ଶ କରିବା ଏବଂ ନିଷ୍ପତି ନେବା ଆମର ପରମ୍ପରା ଭାବେ ରହିଆସିଛି । ଗଣତନ୍ତ୍ର ଏବଂ ବିତର୍କ, ଆମର ମୂଲ୍ୟବୋଧ ।

କିନ୍ତୁ ବନ୍ଧୁଗଣ, ଏହାର ଅର୍ଥ ଏହା ନୁହେଁ ଯେ ଆମ ସମାତ ସବୁ ପ୍ରକାରର କଳୁଷତାର ମୁକ୍ତ ହୋଇଯାଇଛି । ଅଭିନବ ବିବିଧତା ପରିପୂର୍ଣ୍ଣ ଏହି ବିଶାଳ ରାଷ୍ଟ୍ର ସମ୍ମୁଖରେ ଅନେକ ଆହ୍ୱାନ ରହିଛି ।

ସ୍ୱାମୀ ବିବେକାନନ୍ଦ କହୁଥିଲେ, ସବୁ ଯୁଗରେ ଅଳ୍ପ ବହୁତ ସବୁସ୍ଥାନରେ ଦୁଷ୍ଟବ୍ୟକ୍ତ ରହିଛନ୍ତି । ଆମକୁ ସମାଜର ଏହି ଦୁଷ୍ଟ ବ୍ୟକ୍ତିତ୍ୱଙ୍କ ଠାରୁ ସାବଧାନ ରହିବାର ଅଛି ଏବଂ ସେମାନଙ୍କୁ ପରାଜିତ କରିବାର ଅଛି । ଆମକୁ ଏହା ମନେ ରଖିବାକୁ ହେବ ଯେ ସମସ୍ତ ସମ୍ବଳର ଉପସ୍ଥିତି ସତ୍ତ୍ୱେ ଯେତେବେଳେ ବି ଭାରତୀୟ ସମାଜରେ ବିଭାଜନ ହୋଇଛି ଏବଂ ଅନ୍ତରୀଣ ସଂଘର୍ଷ ହୋଇଛି, ବାହ୍ୟ ଶତ୍ରୁମାନେ ସେହି ପରିସ୍ଥିତିର ଫାଇଦା ଉଠାଇଛନ୍ତି ।

ଏହି ସଂଘର୍ଷର ସମୟରେ ଆମର ସନ୍ଥ ଏବଂ ସମାଜ ସୁଧାରକମାନେ ଆମକୁ ସଠିକ ମାର୍ଗ ଦେଖାଇଛନ୍ତି । ଏହି ରାସ୍ତା ଆମକୁ ଏକାଠି ମିଳିମିଶି ରହିବାର ବାର୍ତ୍ତା ଦେଇଥାଏ ।

ସ୍ୱାମୀ ବିବେକାନନ୍ଦଙ୍କ ପ୍ରେରଣାରୁ ଆମକୁ ଏକ ନୂଆ ଭାରତର ନିର୍ମାଣ କରିବାକୁ ଅଛି ।

ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ମୁଁ ମୋର ଅଭିଭାଷଣ ଶେଷ କରୁଛି । ଆପଣମାନେ ମୋତେ ଏହି ଐତିହାସିକ କାର୍ଯ୍ୟକ୍ରମରେ ସାମିଲ ହେବାର ସୁଅବସର ପ୍ରଦାନ କରିଛନ୍ତି । ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ସେହି ହଜାର ହଜାର ବନ୍ଧୁମାନଙ୍କୁ ଅଭିନନ୍ଦନ, ଯେଉଁମାନେ ସ୍ୱାମୀଜୀଙ୍କ ବାର୍ତ୍ତାକୁ ପଢ଼ୁଛନ୍ତି, ବୁଝୁଛନ୍ତି ଏବଂ ପ୍ରତିଯୋଗିତାରେ ଭାଗ ନେଉଛନ୍ତି ଏବଂ ପୁରସ୍କାର ଜିତୁଛନ୍ତି ।

ଆପଣମାନଙ୍କୁ ସମସ୍ତ ପୁଣିଥରେ ଧନ୍ୟବାଦ  ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
On Puri’s Grand Road, a devotee’s submission

Media Coverage

On Puri’s Grand Road, a devotee’s submission
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the Amir of Qatar
July 16, 2026
PM conveys heartfelt condolences on the passing of the Father Amir of Qatar
PM recalls the Father Amir’s visionary leadership and his contribution to strengthening India-Qatar relations
The two leaders reaffirm their resolve to carry forward the Father Amir’s legacy

Prime Minister Shri Narendra Modi had a telephone conversation today with the Amir of the State of Qatar, H.H. Sheikh Tamim bin Hamad Al Thani.

Prime Minister conveyed his heartfelt condolences on the passing of H.H. Sheikh Hamad bin Khalifa Al Thani, the Father Amir of Qatar.

Recalling the Father Amir’s significant contributions as the chief architect of modern Qatar, Prime Minister paid tribute to his visionary leadership, and recalled his pivotal role in strengthening India-Qatar relations over the years as well as his deep affection for India and the Indian community in Qatar.

The Amir of Qatar thanked Prime Minister for his call and conveyed his appreciation for the words of support in this difficult hour.

The two leaders reaffirmed their resolve to carry forward the Father Amir’s legacy and further strengthen the India-Qatar Strategic Partnership and people-to-people ties.

They agreed to remain in close touch.