ଆଜିର ଯୁବଗୋଷ୍ଠୀଙ୍କ ମନ ଆତ୍ମନିର୍ଭର ଭାରତ ଉତ୍ସାହରେ ଭରପୂର- ପ୍ରଧାନମନ୍ତ୍ରୀ
ଅଷ୍ଟ୍ରେଲିଆରେ ଭାରତୀୟ କ୍ରିକେଟ ଦଳର ବିଜୟ ନୂତନ ତରୁଣ ଭାରତରେ ଉତ୍ସାହର ପ୍ରତୀକ-ପ୍ରଧାନମନ୍ତ୍ରୀ
NEP-ଆମ ଶିକ୍ଷା ପଦ୍ଧତିର ତଥ୍ୟ ଓ ତଥ୍ୟ ବିଶ୍ଲେଷଣ କରିବ –ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଆସାମର ତେଜପୁର ବିଶ୍ୱବିଦ୍ୟାଳୟର ଅଷ୍ଟାଦଶ ସମାବର୍ତ୍ତନ ସମାରୋହକୁ ଭିଡିଓ କନ୍‍ଫରେନ୍ସିଂ ଜରିଆରେ ସମ୍ବୋଧିତ କରିଛନ୍ତି । ଆସାମ ରାଜ୍ୟପାଳ ପ୍ରଫେସର ଜଗଦୀଶ ମୁଖି, କେନ୍ଦ୍ରମନ୍ତ୍ରୀ ଶ୍ରୀ ରମେଶ ପେଖାରିଆଲ ନିଶଙ୍କ ଏବଂ ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୱାଲ ଏହି ଅବସରରେ ଉପସ୍ଥିତ ଥିଲେ ।

ଏହି ଅବସରରେ ଅଭିଭାଷଣରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ବାରଶହରୁ ଅଧିକ ଛାତ୍ରଛାତ୍ରୀଙ୍କ ନିମନ୍ତେ ଜୀବନର ଏକ ସ୍ମରଣୀୟ ମୂହୁର୍ତ୍ତ । ତାଙ୍କର ବିଶ୍ୱାସ ଯେ, ତେଜପୁର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଯାହାସବୁ ଶିକ୍ଷାଲାଭ କରିଛନ୍ତି, ତାହା ଆସାମ ଓ ଦେଶର ପ୍ରଗତିକୁ ଆଗେଇ ନେବାରେ ସହାୟକ ହେବ । ଭାରତରତ୍ନ ଭୂପେନ ହଜାରୀକାଙ୍କ ଦ୍ୱାରା ଲିଖିତ ବିଶ୍ୱବିଦ୍ୟାଳୟର ସଂଗୀତରେ ଥିବା ଭାବନା ତେଜପୁରର ମହାନ ଇତିହାସକୁ ଉଦ୍‍ଜୀବିତ କରିଥାଏ । ବିଶ୍ୱବିଦ୍ୟାଳୟ ସଙ୍ଗୀତର କେତେକ ଫକ୍ତି ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ କହିଲେ,

“ଅଗ୍ନିଗଡର ସ୍ଥାପତ୍ୟ, କଲିୟା ଭୋମରା ସେତୁ ନିର୍ମାଣ ଜ୍ଞାନ ଜ୍ୟୋର୍ତିମୟ

ସେହି ସ୍ଥାନରେ ବିରାଜି ସେ ତେଜପୁର ବିଶ୍ୱବିଦ୍ୟାଳୟ”

ଯେଉଁଠି ରହିଛି ଅଗ୍ନିଗଡରେ ସ୍ଥାପତ୍ୟ ସେଠାରେ ଅବସ୍ଥିତ ତେଜପୁର ବିଶ୍ୱବିଦ୍ୟାଳୟ ଆଉ ଯେଉଁଠି ରହିଛି କାଳିଆ ଭଅଁର ସେତୁ ଓ ସେଇଠି ରହିଛି ଜ୍ଞାନର ଜ୍ୟୋତି । ଭୂପେନା ଦା, ଜ୍ୟୋତି ପ୍ରସାଦ ଅଗ୍ରୱାଲ, ବିଷ୍ଣୁ ପ୍ରସାଦ ରାୱାଙ୍କ ଭଳି ମହାନ୍‍ ବ୍ୟକ୍ତିତ୍ୱ ତେଜପୁର ସହ ପରିଚିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ବିଦ୍ୟାର୍ଥୀମାନଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିଠାରୁ ଆରମ୍ଭ କରି ଦେଶ ସ୍ୱାଧୀନତାର ଶହେ ବର୍ଷ ପୂର୍ତ୍ତି ପର୍ଯ୍ୟନ୍ତ ଆପଣମାନଙ୍କ ଜୀବନ ପାଇଁ ସ୍ୱର୍ଣ୍ଣୀମ ବର୍ଷ । ଆସାମ ଓ ଉତ୍ତର ପୂର୍ବାଞ୍ଚଳର ବିକାଶକୁ ଏକ ନୂଆ ଶିଖରେ ପହଞ୍ଚାଇବା ସହ ତେଜପୁରର ଗୌରବ ସମଗ୍ର ବିଶ୍ୱରେ ପହଞ୍ଚାଇବାକୁ ସେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ । ସଂଯୋଗୀକରଣ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ପୂର୍ବାଞ୍ଚଳରେ ସରକାରଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରୁ ସୁବିଧା ନେବାକୁ ସେ ପରାମର୍ଶ ମଧ୍ୟ ଦେଇଥିଲେ ।

ତେଜପୁର ବିଶ୍ୱବିଦ୍ୟାଳୟରେ ମଧ୍ୟ ଅଭିନବ ଅନୁସନ୍ଧାନ ପାଇଁ ପ୍ରସିଦ୍ଧ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଏହି ତୃଣମୂଳସ୍ତରର ଉଦ୍‌ଭାବନଗୁଡିକ ସ୍ଥାନୀୟ ସମସ୍ୟାର ସମାଧାନ କରିବା ସହ ବିକାଶରର ନୂତନ ଦ୍ୱାରା ଉନ୍ମକ୍ତ କରିଛି । ତେଜପୁର ବିଶ୍ୱବିଦ୍ୟାଳୟ ସ୍ପଳ୍ପ ବ୍ୟୟ ଯୁକ୍ତ ପ୍ରଯୁକ୍ତି ବିଦ୍ୟା ଉପଯୋଗକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ସ୍ୱଚ୍ଛ ପାନୀୟ ଜଳ, ପ୍ରତ୍ୟେକ ଗ୍ରାମରେ ବଜ୍ୟବସ୍ତୁରୁ ଶକ୍ତି ଉତ୍ପାଦନ. ବାୟୋଗ୍ୟାସ ଓ ଜୈବସାର ପ୍ରସ୍ତୁତି, ଉତ୍ତର-ପୂର୍ବାଞ୍ଚଳର ଜୈବ ବିବିଧତା ଓ ଐତିହ୍ୟର ସଂରକ୍ଷଣ, ଲୋପ ପାଇଯାଉଥିବା ଆଶଂକା ଥିବା ଉତ୍ତର-ପୂର୍ବାଞ୍ଚଳ ଆଦିବାସୀମାନଙ୍କର ଭାଷାର ନଥିକରଣ, ବଟଦ୍ରବଥାନା, ନାଓଗଙ୍ଗର ପ୍ରାଚୀନ କାଠ ଖୋଦେଇ କଳା ସୁରକ୍ଷା ତଥା ଔପନିବେଶିକ କାଳରେ ଆସାମରେ ବହି ଓ କାଗଜପତ୍ରର ଡିଜିଟାଇଜେସନ ଇତ୍ୟାଦି ସଂରକ୍ଷଣ ଅଭିଯାନ କେତେକ ଉଦାହରଣ ବୋଲି ଶ୍ରୀ ମୋଦି କହିଥିଲେ ।

ଅନେକ ସ୍ଥାନୀୟ ଆବଶ୍ୟକତାକୁ ପୂରଣ କରିବା ନେଇ ତେଜପୁର ବିଶ୍ୱବିଦ୍ୟାଳୟ ପରିସରର ପ୍ରଧାନମନ୍ତ୍ରୀ ଉଦାହରଣ ଦେଇଥିଲେ। ଏଠାରେ ଛାତ୍ରାବାସଗୁଡିକରେ ନାମକରଣ ସ୍ଥାନୀୟ ନଈ ଓ ପାହାଡଗୁଡିକ ଅନୁସାରେ କରାଯାଇଛି । ଏଗୁଡିକ କେବଳ ନାମ ଉଦ୍ଦେଶ୍ୟରେ ନୁହେଁ ବରଂ ଜୀବନରେ ଉତ୍ସାହ ଆଣିଦେବା ପାଇଁ ଉଦ୍ଦିଷ୍ଟ । ସେ କହିଥିଲେ ଯେ ଜୀବନ ସଂଗ୍ରାମରେ ଅନେକ ବାଧାବିଘ୍ନ ସମ୍ମୁଖୀନ ହେବାକୁ ପଡିବ ବହୁତ ପାହାଡ ଓ ନଦୀ ପାର ହେବାକୁ ପଡିବ । ସେ ଛାତ୍ରଛାତୀମାନଙ୍କୁ କହିଥିଲେ ଯେ, ପ୍ରତ୍ୟେକ ପର୍ବତାରୋହଣ ସହ ଦକ୍ଷତା ବୃଦ୍ଧି ହୋଇ ନୂତନ ଆହ୍ୱାନର ସମ୍ମୁଖୀନ ହେବା ପାଇଁ ପ୍ରେରଣା ମିଳିଥାଏ । ଯେପରି ଅନେକ ଶାଖା ଓ ଉପନଦୀ ମିଶି ଗୋଟିଏ ବଡ ହୋଇ ସମୁଦ୍ରରେ ମିଶିଥାଏ । ସେହିପରି ଜୀବନରେ ବିଭିନ୍ନ ଲୋକଙ୍କଠାରୁ ଜ୍ଞାନ ଆହରଣ କରି ଆମର ଲକ୍ଷ୍ୟ ସାଧନ ଦିଗରେ ବ୍ରତୀ ହେବା ଦରକାର। ଏହିଭଳି ମନୋଭାବ ନେଇ ଉତ୍ତରପୂର୍ବାଞ୍ଚଳ ଦେଶର ବିକାଶରେ ସହଭାଗୀ ହେବ ବୋଲି ସେ କହିଥିଲେ ।

ଆତ୍ମନିର୍ଭର୍ର ଅଭିଯାନର ଉପରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମ୍ପଦ, ଭିତ୍ତିଭୂମି, ପ୍ରଯୁକ୍ତିବିଜ୍ଞାନ, ଆଞ୍ଚଳିକ ଓ ପରିଚାଳନାଗତ ଶକ୍ତି ଇତ୍ୟାଦି ପରିବର୍ତ୍ତନ ମୁଖ୍ୟ ହୋଇଥିଲେ ମଧ୍ୟ ସବୁଠାରୁ ବଡ ପରିବର୍ତ୍ତନ ହେଲା କାର୍ଯ୍ୟ ଓ ପ୍ରତିକ୍ରିୟା ,ଉତ୍ସାହ, ଉଦ୍ଦୀପନା ଯାହାକି ଆଜି ଯୁବ ସମାଜ ପାଖରେ ଭରପୂର ରହିଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜିର ଯୁବ ସମାଜ କୌଣସି ଆହ୍ୱାନର ମୁକାବିଲା ପାଇଁ ସଦା ପ୍ରସ୍ତୁତ । ନିକଟରେ ଅଷ୍ଟ୍ରେଲିଆରେ ଭାରତୀୟ ଯୁବ କ୍ରିକେଟ ଦଳର ସଫଳତାର ସେ ଉଦାହରଣ ଦେଇଥିଲେ । ଭାରତୀୟ କ୍ରିକେଟ ଦଳ ଅନେକ ଆହ୍ୱାନର ସମ୍ମୁଖୀନ ହୋଇଥିଲା । ସେମାନେ ପ୍ରଥମ ଶୋଚନୀୟଭାବେ ପରାଜିତ ହୋଇ ମଧ୍ୟ ପରାଜୟର ଗ୍ଳାନିରୁ ଓହରି ଦ୍ୱିତୀୟ ମ୍ୟାଚରେ ବିଜୟୀ ହେଲେ । ଆହତ ହେବା ସତ୍ତ୍ୱେ ଆମର ଖେଳାଳୀମାନେ ଅସାଧାରଣ ସଂକଳ୍ପ ଓ ଦକ୍ଷତା ପ୍ରଦର୍ଶନ କରିଥିଲେ । ପ୍ରତିକୂଳ ଅବସ୍ଥା ଦ୍ୱାରା ହତୋତ୍ସାହିତ ନ ହୋଇ ସେମାନେ ସେମାନେ ମୁଣ୍ଡ ଉପରକୁ ଦାୟିତ୍ୱ ନେଇ ନୂତନ ସମାଧାନର ପନ୍ଥା ଖୋଜିଲେ । ଖେଳାଳିମାନେ ଅନଭିଜ୍ଞ ଥିଲେ ମଧ୍ୟ ସେମାନଙ୍କ ନୈତିକ ମନୋବଳ ଉଚ୍ଚରେ ଥିବାରୁ ସେମାନେ ସୁଯୋଗକୁ ହାତଛଡା ହେବାକୁ ଦେଇ ନଥିଲେ । ନିଜର ଦକ୍ଷତା ଓ ମନୋବଳ ଯୋଗୁଁ ସେମାନେ ଗୋଟେ ଭଲ ଦଳକୁ ହରାଇ ପାରିଲେ ।

ଶ୍ରୀ ମୋଦି ଜୋର୍ ଦେଇ କହିଥିଲେ ଯେ, ଆମ ଖେଳାଳୀମାନଙ୍କ ଉଚ୍ଚକୋଟୀର ପ୍ରଦର୍ଶନ କେବଳ କ୍ରୀଡାକ୍ଷେତ୍ର ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ନୁହେଁ । ଶ୍ରୀ ମୋଦି ଉନ୍ନତ କାର୍ଯ୍ୟରୁ ଜୀବନର ମୂଲ୍ୟବାନ ଶିକ୍ଷାର ଅବତାରଣା କରିଥିଲେ । ପ୍ରଥମତଃ ଆମର ସାମର୍ଥ୍ୟ ଉପରେ ଆସ୍ଥା ଓ ବିଶ୍ୱାସ, ଦ୍ୱିତୀୟତଃ ସରକାରାତ୍ମକ ମନୋଭାବ ଅନୁକୂଳ ଫଳାଫଳ ଦେଇଥାଏ । ତୃତୀୟତଃ ଯଦି ଦୁଇଟି ବିକଳ୍ପ ଯଥା ନିରାପଦରେ ଅସୀମାଂଶିତ ରଖିବା ଓ କଷ୍ଟସାଧ୍ୟ ବଜାୟ, ତେବେ ଜଣେ କଷ୍ଟସାଧ୍ୟ ବିଜୟକୁ ବାଛିବା ଅଧିକ ଶ୍ରେୟସ୍କର ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଆକସ୍ମିକ ବିଫଳତାର କୌଣସି କ୍ଷତି ନାହିଁ, ମାତ୍ର ଜଣେ ଆବଶ୍ୟକ ସ୍ଥଳେ ସମ୍ଭାବ୍ୟ ବିପଦ ବା ରିସ୍କ ପ୍ରତି ପଛଘୁଞ୍ଚା ଦେବା ମଧ୍ୟ ଅନୁଚିତ । ଆମକୁ ଦକ୍ଷ ଓ ନିର୍ଭୟ ହେବାକୁ ପଡିବ । ଆମେ ବିଫଳତାର ଭୟ ଓ ଅଯଥା ଚାପରୁ ମୁକ୍ତ ହେଲେ ଯାଇ ନିର୍ଭୟ ହୋଇପାରିବ । ନୂତନ ଭାରତ ପାଇଁ ଦୃଢନିଶ୍ଚିତ ଓ ଲକ୍ଷ୍ୟ ସାଧନ ପ୍ରତି ଉତ୍ସର୍ଗୀକୃତ ଭାବନା କେବଳ କ୍ରିକେଟ ପଡିଆ ନୁହେଁ ଆପଣମାନେ ସମସ୍ତେ ଏଥିରେ ସହଭାଗୀ ବୋଲି ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ ।

ଏହି ଆତ୍ମବିଶ୍ୱାସ ଓ ଭୟହୀନ ବାତାବରଣ ଓ ଯୁବଶକ୍ତି ଦେଶକୁ ମଜବୁତ କରିବା ସହ କରୋନା ବିରୁଦ୍ଧରେ ସଂଗ୍ରାମ କରିଛି । ପ୍ରଥମରୁ ଦେଖାଦେଇଥିବା ବିଭିନ୍ନ ଭୟ ଓ କଳ୍ପନାଜଳ୍ପନାର ଅନ୍ତଘଟାଇ ସାହସର ସହ ଦେଶ ସମସ୍ୟାର ମୁକାବିଲା କରିଛି ଓ ଅର୍ଥ ଏହାର ଅନ୍ତରାୟ ହୋଇନାହିଁ । ପରିସ୍ଥିତି ସହ ସାଲିସ ନ କରି ଦେଶ ଶୀଘ୍ର ଓ ଆଗତୁରା ଦୃତତାର ସହ ଭୂତାଣୁର ମୁକାବିଲା କରିବାରେ ପଛକୁ ହଟିନାହିଁ । ଦେଶ ମଧ୍ୟରେ ସମାଧାନର ପନ୍ଥା ବାହାର କଲେ ସଂକ୍ରମଣ ରୋକିବା ସହ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଧ୍ୟ ସୁଦୃଢ କରିଛି । ଟିକା ଗବେଷଣା ଓ ଉତ୍ପାଦନ ସାମର୍ଥ୍ୟ ଆମ ଦେଶ ବିଶ୍ୱର ସହ ଅନ୍ୟାନ୍ୟ ଦେଶଗୁଡିକୁ ସୁରକ୍ଷାର କବଚ ପ୍ରଦାନ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତରଣ, ଆଞ୍ଚଳିକ ବ୍ୟାପର ଓ ଡିଜିଟାଇଜେସନ, ବିଶ୍ୱର ସର୍ବବୃହତ୍ ବ୍ୟାଙ୍କ ଅନ୍ତର୍ଭୁକ୍ତୀକରଣ, ବିଶ୍ୱର ସର୍ବବୃହତ ଶୌଚାଳୟ ନିର୍ମାଣ ଅଭିଯାନ, ସବୁଘରକୁ ପାଇପଜଳ ଯୋଗାଣ, ବିଶ୍ୱର ବୃହତ ସ୍ୱାସ୍ଥ୍ୟ ବୀମା ଓ ଟିକାକରଣ ଅଭିଯାନ ଆଦି ଦେଶର ସଫଳ କାର୍ଯ୍ୟକ୍ରମ ହେବା ସହ ବୃହତ ଯୋଜନାଗୁଡିକୁ ମଧ୍ୟ କାର୍ଯ୍ୟକାରୀ କରାଯାଇଛି । ଏହି ପ୍ରକଳ୍ପ ଆସାମ ଓ ଉତ୍ତର-ପୂର୍ବାଞ୍ଚଳ ପାଇଁ ମଧ୍ୟ ସୁବିଧା ଯୋଗାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ନୂତନ ବୈଷୟିକ ଜ୍ଞାନ କିପରି ନୂତନ ସମ୍ଭାବନା ସୃଷ୍ଟି କରିଛି ପ୍ରଧାନମନ୍ତ୍ରୀ ତା’ର ଦୃଷ୍ଟାନ୍ତ ଦେଇଥିଲେ । ସମ୍ପୂର୍ଣ୍ଣ ଭର୍ଚ୍ୟୁଆଲ ହୋଇ ମଧ୍ୟ ଆମ ବିଶ୍ୱବିଦ୍ୟାଳୟଗୁଡିକ କିପରି ବିଶ୍ୱର ଅନ୍ୟାନ୍ୟ ବିଶ୍ୱବିଦ୍ୟାଳୟ ସହ ସମନ୍ୱୟ ରକ୍ଷା କରିପାରିବେ ଓ ଏହିସବୁ ଯୋଜନା ଓ ପରିବର୍ତ୍ତନର ନିୟନ୍ତ୍ରଣ ଓ କାର୍ଯ୍ୟକାରୀତା ଉପର ଶ୍ରୀ ମୋଦୀ ଗୁରତ୍ୱଆରୋପ କରିଥିଲେ । ଏ ଦିଗରେ ଜାତୀୟ ଶିକ୍ଷାନୀତି ବେଶ୍ ସହାୟକ ହେବବୋଲି ସେ କହିଛନ୍ତି । ଏହି ନୀତିରେ ଅଧିକରୁ ଅଧିକ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ହୋଇଛି । ନୂତନ ଶିକ୍ଷାନୀତି (NEP) ଆମ ଶିକ୍ଷା ବ୍ୟବସ୍ଥାର ତଥ୍ୟ ଓ ଏହା ବିଶ୍ଲେଷଣ କରିବ ।

ପ୍ରଧାନମନ୍ତ୍ରୀ ତେଜପୁର ବିଶ୍ୱ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ଏହି ସବୁ ଲକ୍ଷ୍ୟ ହାସଲ ଦିଗରେ ସାହାଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ଆନୁଷ୍ଠାନିକ ଶିକ୍ଷା ଶେଷ କରି ସେମାନେ କେବଳ ନିଜ ଭବିଷ୍ୟତ ପାଇଁ ନୁହେଁ ବରଂ ଦେଶ ଭବିଷ୍ୟତ ଗଠନ ନିମନ୍ତେ ପରାମର୍ଶ ଦେଇଥିଲେ । ଆଦର୍ଶକୁ ଉଚ୍ଚାରଖି କାର୍ଯ୍ୟକଲେ ସେମାନେ ଜବୀନର ସମସ୍ତ ଉତ୍‌ଥାନ ପତନରୁ ନିଜକୁ ସୁରକ୍ଷିତ ରଖିପାରିବେ । ଆଗାମୀ 25/26ବର୍ଷ ସେମାନଙ୍କ ଦେଶ ନିମନ୍ତେ ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଛାତ୍ରଛାତ୍ରୀମାନେ ଦେଶକୁ ଉଚ୍ଚତାର ଶିଖରରେ ପହଞ୍ଚାଇପାରିବେ ବୋଲି ଆଶାବ୍ୟକ୍ତ କରିଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
7 hyper local foods that PM Modi made popular via speeches, social media and Mann ki Baat

Media Coverage

7 hyper local foods that PM Modi made popular via speeches, social media and Mann ki Baat
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Rastriya Swatantra Party leaders on electoral success in Nepal
March 09, 2026

The Prime Minister, Shri Narendra Modi, had warm telephone conversations with Mr. Rabi Lamichhane, Chairman of the Rastriya Swatantra Party (RSP), and Mr. Balendra Shah, Senior Leader of the RSP.

Shri Modi congratulated both leaders on their electoral victories and the RSP’s resounding success in the Nepal elections. He conveyed his best wishes for the forthcoming new Government and reaffirmed India’s commitment to work with them for mutual prosperity, progress and well-being of the people of both countries.

Expressing confidence in the future of India-Nepal relations, the Prime Minister said that with joint endeavours, the partnership between the two nations will scale new heights in the years ahead.

In a X post, the Prime Minister said;

“Had warm telephone conversations with Mr. Rabi Lamichhane, Chairman of the Rastriya Swatantra Party (RSP) and Mr. Balendra Shah, Senior Leader of the RSP.

Congratulated both leaders on their electoral victories and RSP’s resounding success in the Nepal elections. Conveyed my best wishes for their forthcoming new Government and India's commitment to work with them for mutual prosperity, progress and well-being of our two countries.

I am confident that with our joint endeavours, India and Nepal relations will scale new heights in the years ahead.

@hamrorabi

@ShahBalen

@party_swatantra”