ଆଜିର ଯୁବଗୋଷ୍ଠୀଙ୍କ ମନ ଆତ୍ମନିର୍ଭର ଭାରତ ଉତ୍ସାହରେ ଭରପୂର- ପ୍ରଧାନମନ୍ତ୍ରୀ
ଅଷ୍ଟ୍ରେଲିଆରେ ଭାରତୀୟ କ୍ରିକେଟ ଦଳର ବିଜୟ ନୂତନ ତରୁଣ ଭାରତରେ ଉତ୍ସାହର ପ୍ରତୀକ-ପ୍ରଧାନମନ୍ତ୍ରୀ
NEP-ଆମ ଶିକ୍ଷା ପଦ୍ଧତିର ତଥ୍ୟ ଓ ତଥ୍ୟ ବିଶ୍ଲେଷଣ କରିବ –ପ୍ରଧାନମନ୍ତ୍ରୀ

ନମସ୍କାର!

ଆସାମର ରାଜ୍ୟପାଳ ପ୍ରଫେସର ଜଗଦୀଶ ମୁଖୀ ମହାଶୟ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ରମେଶ ପୋଖରୀୟାଲ ନିଶଙ୍କ ମହାଶୟ, ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ ମହାଶୟ, ତେଜପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବି. କେ. ଜୈନ ମହାଶୟ, ଅନ୍ୟାନ୍ୟ ଅଧ୍ୟାପକଗଣ ଏବଂ ତେଜପୁର ବିଶ୍ୱବିଦ୍ୟାଳୟର ତେଜସ୍ୱୀ, ପ୍ରତିଭାବାନ, ମୋର ପ୍ରିୟ ଛାତ୍ରଗଣ, ଆଜି ୧୨୦୦ରୁ ଅଧିକ ଛାତ୍ରମାନଙ୍କ ପାଇଁ, ସାରା ଜୀବନ ମନେ ରହବା ଭଳି ମୁହୂର୍ତ। ଆପଣଙ୍କର ଶିକ୍ଷକ-ପ୍ରଫେସରଗଣ, ଆପଣଙ୍କର ମାତା-ପିତାଙ୍କ ପାଇଁ ମଧ୍ୟ ଆଜି ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ। ଆଉ ସବୁଠାରୁ ବଡ଼ କଥା ହେଉଛି ଯେ ଆଜିଠାରୁ ଆପଣମାନଙ୍କର କ୍ୟାରିୟର ସହିତ ତେଜପୁର ବିଶ୍ୱବିଦ୍ୟାଳୟର ନାମ ସଦା ସର୍ବଦା ପାଇଁ ଯୋଡି ହୋଇ ଯାଇଛି। ଆଜି ଆପଣମାନେ ଯେତିକି ଖୁସି ଅଛନ୍ତି, ମୁଁ ମଧ୍ୟ ସେତିକି ଖୁସି ଅଛି। ଆଜି ଆପଣମାନେ ନିଜର ଭବିଷ୍ୟତକୁ ନେଇ ଆଶାରେ ପରିପୂର୍ଣ୍ଣ ହୋଇଛନ୍ତି, ସେତିକି ହିଁ ମୋର ଆପଣମାନଙ୍କ ଉପରେ ବିଶ୍ୱାସ ରହିଛି। ମୋର ଭରସା ରହିଛି ଯେ ଆପଣମାନେ ତେଜପୁରରେ ରହି ତେଜପୁର ବିଶ୍ୱବିଦ୍ୟାଳୟରେ ଯାହା ଶିକ୍ଷାଲାଭ କରିଛନ୍ତି, ତାହା ଆସାମର ପ୍ରଗତିକୁ, ଦେଶର ପ୍ରଗତିକୁ ଗତି ଦେବ, ନୂତନ ଶୀଖରରେ ନେଇ ପହଞ୍ଚାଇବ।

ସାଥୀଗଣ,

ଏହି ବିଶ୍ୱାସର ଆହୁରି ଅନେକ କାରଣ ମଧ୍ୟ ରହିଛି - ପ୍ରଥମ – ତେଜପୁରର ଏହି ଐତିହାସିକ ସ୍ଥାନ, ଏହାର ପୌରାଣିକ ଇତିହାସରୁ ମିଳୁଥିବା ପ୍ରେରଣା। ଦ୍ୱିତୀୟତଃ- ତେଜପୁର ବିଶ୍ୱବିଦ୍ୟାଳୟରେ ଆପଣମାନେ ଯେଉଁ କାର୍ଯ୍ୟ କରୁଛନ୍ତି, ଯାହା ମୋତେ ଅବଗତ କରାଯାଇଛି, ତାହା ବହୁ ପରିମାଣରେ ଉତ୍ସାହ ଜାଗ୍ରତ କରୁଛି। ଆଉ ତୃତୀୟରେ- ପୂର୍ବ ଭାରତର ସାମର୍ଥ୍ୟ ଉପରେ, ଏଠାକାର ଲୋକମାନେ, ଏଠାକାର ଯୁବକମାନଙ୍କର କ୍ଷମତା ଉପରେ, ରାଷ୍ଟ୍ରନିର୍ମାଣର ସେମାନଙ୍କର ପ୍ରୟାସ ଉପରେ କେବଳ ମାତ୍ର ମୋର ନୁହେଁ, ବରଂ ଦେଶର ମଧ୍ୟ ଅତୁଟ ବିଶ୍ୱାସ ରହିଛି।

ସାଥୀଗଣ,

ଏବେ ପୁରସ୍କାର ଏବଂ ପଦକ ଦେବା ପୂର୍ବରୁ ଯେଉଁ ବିଶ୍ୱବିଦ୍ୟାଳୟର ସଙ୍ଗୀତ ଗାନ କରାଯାଇଛି, ସେଥିରେ ନିହିତ ଭାବ ତେଜପୁରର ମହାନ ଇତିହାସକୁ ପ୍ରଣାମ କରୁଛି। ମୁଁ ଏହାର କିଛି ପଂକ୍ତିଗୁଡ଼ିକୁ ଦୋହରାଇବାକୁ ଚାହୁଁଛି ଆଉ ଏଥିପାଇଁ ମଧ୍ୟ ଦୋହରାଇବାକୁ ଚାହୁଁଛି କାରଣ ଏହା ହେଉଛି ଆସାମରର ଗୌରବ, ଭାରତରତ୍ନ ଭୁପେନ ହଜାରିକା ମହାଶୟ ଲେଖିଛନ୍ତି। ସେ ଲେଖିଛନ୍ତି - ଅଗ୍ନିଗଡର ସ୍ଥାପତ୍ୟ, କାଲିୟାଭୋମୋରାର ସେତୁ ନିର୍ମାଣ, ଜ୍ଞାନ ଜ୍ୟୋତିର୍ମୟ, ସୋହି ସ୍ଥାନତେ ବିରାଜିସେ ତେଜପୁର ବିଶ୍ୱବିଦ୍ୟାଳୟ, ଅର୍ଥାତ ଯେଉଁଠାରେ ଅଗ୍ନିଗଡ଼ ଭଳି ସ୍ଥାପତ୍ୟ ରହିଛି, ଯେଉଁଠାରେ କାଲିୟା-ଭୋମୋରା ସେତୁ ରହିଛି, ଯେଉଁଠାରେ ଜ୍ଞାନର ଜ୍ୟୋତି ରହିଛି, ଏଭଳି ସ୍ଥାନରେ ବିରାଜମାନ ହୋଇଛି ତେଜପୁର ବିଶ୍ୱବିଦ୍ୟାଳୟ। ଏହି ତିନୋଟି ପଂକ୍ତିରେ ଭୁପେନ ଦା’କେତେ କିଛିର ବର୍ଣ୍ଣନା କରି ଦେଇଛନ୍ତି। ଅଗ୍ନିଗଡ଼ର, ରାଜକୁମାର ଅନିରୁଦ୍ଧ-ରାଜକୁମାରୀ ଉଷା-ଭଗବାନ ଶ୍ରୀ କୃଷ୍ଣଙ୍କ ସହିତ ଜଡ଼ିତ ଇତିହାସ, ମହାନ ଓହୋମ ଶୁରବୀର କାଲିୟା-ଭୋମୋରା ଫୁକନଙ୍କ ଦୂରଦୃଷ୍ଟି, ଜ୍ଞାନର ଭଣ୍ଡାର, ଏହା ହେଉଛି ତେଜପୁରର ପ୍ରେରଣା। ଭୁପେନ ଦା’ଙ୍କ ସହିତ ହିଁ ଜ୍ୟୋତି ପ୍ରସାଦ ଅଗ୍ରୱାଲ, ବିଷ୍ଣୁ ପ୍ରସାଦ ରାଭାଙ୍କ ଭଳି ମହାନ ବ୍ୟକ୍ତିତ୍ୱ ତେଜପୁରର ପରିଚୟ ରହି ଆସିଛନ୍ତି। ଆପଣ ଏହମାନଙ୍କର କର୍ମଭୂମିରେ, ଜନ୍ମଭୂମିରେ ପଢ଼ୁଛନ୍ତି ଆଉ ଏଥିପାଇଁ ଆପଣଙ୍କ ଉପରେ ଗର୍ବର ଭାବ ହେବା ଏବଂ ଗୌରବର କାରଣ ଆତ୍ମବିଶ୍ୱାସରେ ଭରି ରହିଥିବା ଆପଣଙ୍କର ଜୀବନ ହେବ, ଏହା ହେଉଛି ବହୁତ ସ୍ୱାଭାବିକ।

ସାଥୀଗଣ,

ଆମ ଦେଶ ଏ ବର୍ଷ ନିଜ ସ୍ୱାଧୀନତାର ୭୫ ବର୍ଷରେ ପ୍ରବେଶ କରୁଛି। ଶହ-ଶହ ବର୍ଷର ପରାଧୀନତାର ଶୃଙ୍ଖଳରୁ ମୁକ୍ତି ପ୍ରଦାନ କରିବା ପାଇଁ ଆସାମର ଅଗଣିତ ଲୋକଙ୍କର ଯୋଗଦାନ ରହିଛି। ଯେଉଁମାନେ ସେହି ସମୟରେ ଥିଲେ, ସେମାନେ ଦେଶର ସ୍ୱାଧୀନତା ପାଇଁ ଜୀବନ ଦେଇଦେଲେ, ନିଜର ଯୁବାବସ୍ଥାକୁ ଜଳାଞ୍ଜଳି ଦେଇ ଦେଇଥିଲେ, ଏବେ ଆପଣଙ୍କୁ ନୂତନ ଭାରତ ପାଇଁ, ଆତ୍ମନିର୍ଭର ଭାରତ ପାଇଁ ବଞ୍ଚିକରି ଦେଖାଇବାକୁ ପଡ଼ିବ। ଏବେଠାରୁ ନେଇ ଭାରତ ସ୍ୱାଧୀନତାର ୧୦୦ ବର୍ଷ ପୂରଣ ହେବା ପର୍ଯ୍ୟନ୍ତ, ଏହି ୨୫-୨୬ ବର୍ଷର ସମୟ ଆପଣମାନଙ୍କର ଜୀବନ ପାଇଁ ମଧ୍ୟ ହେଉଛି ସ୍ୱର୍ଣ୍ଣିମ ବର୍ଷ। ଆପଣମାନେ କଳ୍ପନା କରନ୍ତୁ ୧୯୨୦-୨୧ ରେ ଯେଉଁ ଯୁବକ, ଯେଉଁ ଝିଅ ଆପଣଙ୍କର ବୟସର ହେବେ, ଆଜି ଆପଣ ଯେଉଁ ବୟସରଙ୍କ ଉପନୀତ, ୧୯୨୦-୨୧ର ସମୟରେ ସେମାନେ କ’ଣ ସ୍ୱପ୍ନ ଦେଖୁଥିବେ। ସେମାନେ ନିଜର କେଉଁ କଥା ପାଇଁ ଜୀବନ ଶୈଳୀକୁ ଢ଼ାଳୁଥିବେ, କେଉଁ କଥାଗୁଡ଼ିକର ପୂର୍ତି ପାଇଁ ନିଜେ ନିଜକୁ ସେଥିରେ ଖାପ ଖୁଆଇ ଚଳିବେ। ଯଦି ଟିକିଏ ମାତ୍ର ସ୍ମରଣ କରିବା, ୧୦୦ ବର୍ଷ ପୂର୍ବେ ଆପଣମାନଙ୍କ ବୟସର ଲୋକମାନେ କ’ଣ କରୁଥିଲେ ତେବେ ଆଗକୁ ଆପଣମାନଙ୍କୁ ଆଉ କ’ଣ କରିବାକୁ ହେବ, ଏହାକୁ ଚିନ୍ତା କରିବାରେ ଡେରି ଲାଗିବ ନାହିଁ, ଏହା ହେଉଛି ଆପଣମାନଙ୍କର ସ୍ୱର୍ଣ୍ଣିମ ସମୟ। ତେଜପୁରର ତେଜ ସମଗ୍ର ଭାରତରେ, ସାରା ବିଶ୍ୱରେ ଖେଳାଇ ଦିଅନ୍ତୁ। ଆସାମକୁ, ଉତର-ପୂର୍ବର ବିକାଶକୁ ନୂତନ ଶୀଖରକୁ ନେଇ ଯାଆନ୍ତୁ। ଆମ ସରକାର ଆଜି ଯେଉଁଭଳି ଭାବେ ଉତର-ପୂର୍ବର ବିକାଶ ପାଇଁ ଲାଗି ପଡ଼ିଛନ୍ତି, ଯେଉଁଭଳି ଭାବେ ଯୋଗାଯୋଗ, ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟ ହେଉଛି ତାହା ଦ୍ୱାରା ଆପଣମାନଙ୍କ ପାଇଁ ଅନେକଗୁଡ଼ିଏ ନୂତନ ସମ୍ଭାବନା ସୃଷ୍ଟି ହେଉଛି। ଏହିସବୁ ସମ୍ଭାବନାଗୁଡ଼ିକର ସଂପୂର୍ଣ୍ଣ ଭାବେ ଲାଭ ଉଠାନ୍ତୁ। ଆପଣଙ୍କର ପ୍ରୟାସ ଏହା ସୂଚାଉଛି ଯେ ଆପଣଙ୍କ ନିକଟରେ କ୍ଷମତା ମଧ୍ୟ ରହିଛି, ନୂତନ ଭାବେ ଚିନ୍ତା କରିବାର, ନୂଆ କିଛି କରିବାର ସାମର୍ଥ୍ୟ ମଧ୍ୟ ରହିଛି।

ସାଥୀଗଣ,

ତେଜପୁର ବିଶ୍ୱବିଦ୍ୟାଳୟର ଆଉ ଏକ ପରିଚୟ ନିଜର ନବୋନ୍ମେଷ କେନ୍ଦ୍ର ପାଇଁ ମଧ୍ୟ ରହିଛି। ଆପଣମାନଙ୍କର ତୃଣମୂଳ ନବସୃଜନ, ଭୋକାଲ ଫର୍‍ ଲୋକାଲକୁ ମଧ୍ୟ ନୂତନ ଗତି ଦେଉଛନ୍ତି, ନୂତନ ଶକ୍ତି ପ୍ରଦାନ କରୁଛନ୍ତି। ଏହି ନବସୃଜନ ସ୍ଥାନୀୟ ସମସ୍ୟାଗୁଡ଼ିକୁ ସମାଧାନ କରିବାରେ କାର୍ଯ୍ୟରେ ଆସୁଛି, ଯାହା ଫଳରେ ବିକାଶର ନୂତନ ଦ୍ୱାର ଉନ୍ମୁକ୍ତ ହେଉଛି। ଏବେ ମୋତେ ଯେପରି ଅବଗତ କରାଯାଇଛି ଯେ ଆପଣଙ୍କର ରାସାୟନିକ ବିଜ୍ଞାନର ବିଭାଗ ପିଇବା ପାଣିକୁ ସଫା କରିବା ପାଇଁ ଏକ କମ୍‍ ଦାମର ସହଜ ଟେକ୍ନୋଲୋଜି ଉପରେ କାର୍ଯ୍ୟ କରୁଛନ୍ତି। ଏହାର ଲାଭ ଆସାମର ଅନେକ ଗାଁକୁ ହେଉଛି। ବରଂ ମୋତେ ଏହା ଅବଗତ କରାଯାଇଛି କି ଏବେ ଏହି ନୂତନ ଟେକ୍ନୋଲୋଜି ଛତିଶଗଡ଼ରେ, ଓଡ଼ିଶାରେ, ବିହାରରେ, କର୍ଣ୍ଣାଟକ ଏବଂ ରାଜସ୍ଥାନ ଭଳି ରାଜ୍ୟ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚି ପାରିଛି, ଏହାର ଅର୍ଥ ଆପଣଙ୍କର ଯଶ କିର୍ତୀର ପତାକା ଏବେ ଖେଳାଇ ହେବାରେ ଲାଗିଛି। ଭାରତରେ ଏହି ପ୍ରକାରର ଟେକ୍ନୋଲୋଜିର ବିକାଶ ଫଳରେ ପ୍ରତ୍ୟେକ ଘରେ ଜଳ ପହଞ୍ଚାଇବା ପାଇଁ – ଜଳ ଜୀବନ ମିଶନର ଯେଉଁ ସ୍ୱପ୍ନ ରହିଛି, ତାହାର ଏକ ସଶକ୍ତୀକରଣ ହେବ।

ସାଥୀଗଣ,

ପାଣି ବ୍ୟତୀତ ଗାଁରେ ଆବର୍ଜନାକୁ ଶକ୍ତିରେ ପରିବର୍ତନ କରିବାର ଯେଉଁ ଦାୟିତ୍ୱ ଆପଣମାନେ ଉଠାଇଛନ୍ତି, ତାହାର ମଧ୍ୟ ବହୁତ ବଡ଼ ପ୍ରଭାବ ରହିଛି। ଫସଲ ଗୁଡ଼ିକର ଅବଶେଷ ଆମର କୃଷକ ଏବଂ ଆମର ପର୍ଯ୍ୟାବରଣ ଦୁଇଟି ଯାକ ପାଇଁ ହେଉଛି ଏକ ବହୁତ ବଡ଼ ଆହ୍ୱାନ। ବାୟୋଗ୍ୟାସ ଏବଂ ଜୈବିକ ସାର ସହିତ ଜଡ଼ିତ ଏକ ଶସ୍ତା ଏବଂ ପ୍ରଭାବୀ ଟେକ୍ନୋଲୋଜିକୁ ନେଇ ଯେଉଁ କାର୍ଯ୍ୟ ଆପଣ ଆପଣଙ୍କ ବିଶ୍ୱବିଦ୍ୟାଳୟରେ କରୁଛନ୍ତି, ତାହା ଫଳରେ ଦେଶର ଏକ ବହୁତ ବଡ଼ ସମସ୍ୟା ସମାଧାନ ହୋଇ ପାରିବ।

ସାଥୀଗଣ,

ମୋତେ ଏହି କଥାର ସୂଚନା ଦିଆଯାଇଛି ଯେ ତେଜପୁର ବିଶ୍ୱବିଦ୍ୟାଳୟ, ଉତର-ପୂର୍ବର ଜୈବ ବିବିଧତା ଏବଂ ପ୍ରସିଦ୍ଧ ଐତିହ୍ୟକୁ ସଂରକ୍ଷିତ କରିବାର ଅଭିଯାନ ମଧ୍ୟ ଚଳାଇଛି। ଉତର-ପୂର୍ବର ଆଦିବାସୀ ସମାଜର ସେହିସବୁ ଭାଷା ଯେଉଁଗୁଡ଼ିକ ଉପରେ ବିପଦ ରହିଛି କିମ୍ବା ବିଲୁପ୍ତ ହେବାର ସମ୍ଭାବନା, ସେଗୁଡ଼ିକୁ ଡକ୍ୟୁମେଣ୍ଟ କରିବା ହେଉଛି ଏକ ଖୁବ ପ୍ରଶଂସନୀୟ କାର୍ଯ୍ୟ। ଏହିଭଳି ଭାବେ, ସନ୍ଥ ଶ୍ରୀମନ୍ତ ଶଙ୍କରଦେବଙ୍କ ଜନ୍ମଭୂମି, ନଗାଁୱର ବାତାଦ୍ରବ ଥାନରେ ଶହ-ଶହ ବର୍ଷ ପୁରୁଣା କାଠ ଉପରେ ଖୋଦା ଯାଇଥିବା କଳାର ସଂରକ୍ଷଣ ହେଉ, କିମ୍ବା ପରାଧୀନତାର କାଳଖଣ୍ଡରେ ଲେଖା ଯାଇଥିବା ଆସାମର ପୁସ୍ତକଗୁଡ଼ିକ ଏବଂ ସନ୍ଦର୍ଭଗୁଡିକର ଡିଜିଟାଲୀକରଣ, ଆପଣମାନେ ପ୍ରକୃତରେ ଏତେ ସବୁ ବିବିଧ କାର୍ଯ୍ୟରେ ଲାଗିଛନ୍ତି। କେହି ମଧ୍ୟ ଶୁଣିବେ, ତାଙ୍କୁ ଗର୍ବ ଅନୁଭବ ହେବ ଯେ ଏତେ ଦୂର ହିନ୍ଦୁସ୍ତାନର ପୂର୍ବ ଉପକଣ୍ଠରେ ତେଜପୁରରେ ଏହି ତପସ୍ୟା ହେଉଅଛି, ସାଧନା ହେଉଛି, ଆପଣ ପ୍ରକୃତରେ ଚମତ୍କାର କରୁଛନ୍ତି।

ସାଥୀଗଣ,

ମୁଁ ଯେତେବେଳେ ଏତେସବୁ ଜାଣିଲି ସେତେବେଳେ ମନରେ ଏହି ପ୍ରଶ୍ନ ମଧ୍ୟ ଆସିଲା ଯେ ସ୍ଥାନୀୟ ବିଷୟଗୁଡ଼ିକ ଉପରେ, ସ୍ଥାନୀୟ ଆବଶ୍ୟକତାଗୁଡ଼ିକ ଉପରେ ଏତେ ସବୁ କାର୍ଯ୍ୟ, ଏତେ ଗବେଷଣା କରିବାର ପ୍ରେରଣା ଆପଣମାନଙ୍କୁ କେଉଁଠାରୁ ମିଳୁଛି? ଏହାର ଉତର ମଧ୍ୟ ତେଜପୁର ବିଶ୍ୱବିଦ୍ୟାଳୟର କ୍ୟାମ୍ପସରେ ହିଁ ରହିଛି। ଏବେ ଯେମିତି ଆପଣଙ୍କର ଛାତ୍ରାବାସ ସବୁ। ଚରାଇଦେବ, ନୀଲାଚଲ, ପଞ୍ଚନଜଙ୍ଘା, ପଟକାଇ, ଧାନସିରୀ, ସୁବନସିରୀ, କୋପିଲୀ, ଏ ସମସ୍ତ ପର୍ବତ, ଶୀଖର ଏବଂ ନଦୀଗୁଡ଼ିକର ନାମରେ ରହିଛି। ଆଉ ଏସବୁ କେବଳ ନାମ ନୁହେଁ। ଏ ହେଉଛି ଜୀବନର ଜୀବନ୍ତ ପ୍ରେରଣା ମଧ୍ୟ। ଜୀବନ ଯାତ୍ରାରେ ଆମକୁ ଅନେକ କଷ୍ଟ, ଅନେକ ପର୍ବତ ସବୁର ସାମ୍ନା କରିବାକୁ ପଡ଼ିଥାଏ, କେତେସବୁ ନଦୀଗୁଡ଼ିକୁ ଅତିକ୍ରମ କରିବାକୁ ପଡ଼ିଥାଏ। ଏହା ଗୋଟିଏ ଥରର କାର୍ଯ୍ୟ ହୋଇ ନଥାଏ। ଆପଣ ଗୋଟିଏ ପର୍ବତ ଚଢ଼ନ୍ତି ଆଉ ପୁଣି ଅନ୍ୟଟି ଆଡ଼କୁ ଅଗ୍ରସର ହୁଅନ୍ତି। ପ୍ରତି ପର୍ବତାରୋହଣ ସହିତ ଆପଣଙ୍କର ଅଭିଜ୍ଞତା ମଧ୍ୟ ବଢ଼ିଥାଏ, ଆପଣଙ୍କର ଅଭିଜ୍ଞତା ମଧ୍ୟ ବଢ଼ିଥାଏ ଆଉ ନୂତନ ଆହ୍ୱାନଗୁଡ଼ିକୁ ନେଇ ଆପଣଙ୍କର ଚିନ୍ତାଧାରା ମଧ୍ୟ ପ୍ରସ୍ତୁତ ହୋଇଥାଏ। ଏହିଭଳି ଭାବେ ନଦୀସବୁ ମଧ୍ୟ ଆମକୁ ବହୁତ କିଛି ଶିକ୍ଷା ଦେଇଥାଆନ୍ତି। ନଦୀଗୁଡ଼ିକ କେତେ ସବୁ ସହଯୋଗୀ ଧାରା ସହିତ ମିଶି ଗଠିତ ହୋଇ ଥାଆନ୍ତି ଆଉ ପୁଣି ସମୁଦ୍ରରେ ଯାଇ ମିଶିଯାଆନ୍ତି। ଆମକୁ ମଧ୍ୟ ଜୀବନରେ ଭିନ୍ନ ଭିନ୍ନ ଲୋକଙ୍କଠାରୁ ଜ୍ଞାନ ନେବା ଦରକାର, ଶିଖିବା ଦରକାର ଆଉ ସେହି ଶିକ୍ଷା ସହିତ ଆଗକୁ ବଢ଼ି ନିଜର ଲକ୍ଷ୍ୟକୁ ପ୍ରାପ୍ତ କରିବା ଆବଶ୍ୟକ।

ସାଥୀଗଣ,

ଯେତେବେଳେ ଏହି ଅଭିସନ୍ଧି ସହିତ ଆପଣ ଆଗକୁ ବଢ଼ିବେ, ତେବେ ଆସାମ, ଉତର-ପୂର୍ବ, ଦେଶର ବିକାଶରେ ନିଜର ଯୋଗଦାନ କରି ପାରିବେ। ଆପଣମାନେ ଦେଖିଥିବେ, କରୋନାର ଏହି ସମୟ ମଧ୍ୟରେ ଆତ୍ମନିର୍ଭର ଭାରତ ଅଭିଯାନ ଆମର ଶବ୍ଦକୋଷର ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ଯାଇଛି। ଆମର ପୁରୁଷାର୍ଥ, ଆମର ସଂକଳ୍ପ, ଆମର ସିଦ୍ଧି, ଆମର ପ୍ରୟାସ, ସବୁକିଛି ତାହାର ଆଖପାଖରେ ଆମେ ଅନୁଭବ କରୁଛେ କିନ୍ତୁ ପ୍ରକୃତରେ ଏହି ଅଭିଯାନ ହେଉଛି କ’ଣ? ପ୍ରକୃତରେ କ’ଣ ପରିବର୍ତନ ହୋଇ ପାରୁଛି? କ’ଣ ଏହି ପରିବର୍ତନ ହେଉଛି କେବଳ ଉତ୍ସ ନିମନ୍ତେ? କ’ଣ ଏହି ପରିବର୍ତନ ହେଉଛି କେବଳ ଭୌତିକ ଭିତିଭୂମି ନିମନ୍ତେ? କ’ଣ ଏହି ପରିବର୍ତନ ହେଉଛି କେବଳ ଟେକ୍ନୋଲୋଜି ନିମନ୍ତେ? କ’ଣ ଏହି ପରିବର୍ତନ ହେଉଛି କେବଳ ବର୍ଦ୍ଧିତ ଅର୍ଥନୀତି କିମ୍ବା ରଣନୀତିକ ମାଇଟ୍‍ ନିମନ୍ତେ? ଏଭଳି ସମସ୍ତ ପ୍ରଶ୍ନର ଉତର ହେଉଛି ହଁ। କିନ୍ତୁ, ଏଥିମଧ୍ୟରୁ ଯାହା ହେଉଛି ସବୁଠାରୁ ବଡ଼ ପରିବର୍ତନ, ତାହା ହେଉଛି ପ୍ରବୃତିର, କ୍ରିୟା ଏବଂ ପ୍ରତିକ୍ରିୟାର ଦୃଷ୍ଟିଭଙ୍ଗୀର। ପ୍ରତ୍ୟେକ ଆହ୍ୱାନ, ପ୍ରତ୍ୟେକ ସମସ୍ୟା ସହିତ ମୁକାବଲା କରିବା ପାଇଁ ଆମ ଦେଶର ଯୁବକଙ୍କର ଅନ୍ଦାଜ, ଦେଶର ମନୋଭାବ, ଏବେ କିଛି ଅଲଗା ରହିଛି। ଏହାର ଏକ ତାଜା ଉଦାହରଣ ଏବେ ଆମେ କ୍ର୍ରିକେଟ ଦୁନିଆରେ ଦେଖାଇଛୁ। ଆପଣମାନଙ୍କ ମଧ୍ୟରୁ ଅନେକ ଭାରତୀୟ କ୍ରିକେଟ ଟିମର ଅଷ୍ଟ୍ରେଲିଆ ଗସ୍ତକୁ ବେଶ ଅନୁସରଣ କରିଥିବେ। ଏହି ଗସ୍ତରେ କେଉଁ କେଉଁ ଆହ୍ୱାନ ଆମ ଦଳ ସାମ୍ନାରେ ଆସି ନଥିଲା? ଆମେ ଏତେ ଖରାପ ଭାବେ ହାରିଲେ କିନ୍ତୁ ସେତିକି ଶୀଘ୍ର ଆମେ ସେଥିରୁ ବାହାରି ଆସିଲେ ଆଉ ପରବର୍ତୀ ମ୍ୟାଚରେ ବିଜୟ ହାସଲ କଲେ। ଆହତ ହେବା ପରେ ମଧ୍ୟ ଆମ ଖେଳାଳୀମାନେ ମ୍ୟାଚରେ ତିଷ୍ଠି ରହିବା ପାଇଁ ମୈଦାନରେ ଦୃଢ଼ ହୋଇ ରହିଲେ। ଆହ୍ୱାନମୂଳକ ପରିସ୍ଥିତିରେ ନିରାଶ ହେବା ବଦଳରେ ଆମ ଯୁବ ଖେଳାଳୀମାନେ ଆହ୍ୱାନର ସାମ୍ନା କଲେ। ନୂତନ ସମାଧାନ ଖୋଜିଲେ। କିଛି ଖେଳାଳୀମାନଙ୍କର ଅନୁଭବ ନିଶ୍ଚିତ ଭାବେ କମ୍‍ ଥିଲା, କିନ୍ତୁ ଉତ୍ସାହ ସେତିକି ସୁଦୃଢ଼ ଥିବା ଦେଖିବାକୁ ମିଳିଲା। ସେମାନଙ୍କୁ ଯେତେବେଳେ ହିଁ ସୁଯୋଗ ମିଳିଲା, ସେମାନେ ଇତିହାସ ସୃଷ୍ଟି କଲେ। ଏକ ଉନ୍ନତ ଦଳର ନିଜ ପ୍ରତିଭା ଏବଂ ପ୍ରଦର୍ଶନରେ ସେହି ଶକ୍ତି ଥିଲା, ଯାହାଦ୍ୱାରା ସେମାନେ ଏତେ ଅନୁଭବୀ ଦଳକୁ, ଏତେ ପୁରୁଣା ଖେଳାଳୀଙ୍କ ଦଳକୁ ପରାଜିତ କରି ଦେଲେ।

ଯୁବ ସାଥୀଗଣ,

କ୍ରିକେଟର ମୈଦାନରେ ଆମ ଖେଳାଳୀମାନଙ୍କର ଏହି ପ୍ରଦର୍ଶନ କେବଳ କ୍ରୀଡ଼ା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ନୁହେଁ, ଏହା ମଧ୍ୟ ଜୀବନରେ ଏକ ବହୁତ ବଡ଼ ଶିକ୍ଷା। ପ୍ରଥମ ଶିକ୍ଷା ଏହା ହେଉଛି ଯେ ଆମକୁ ନିଜର ଦକ୍ଷତା ଉପରେ ବିଶ୍ୱାସ ରଖିବା ଉଚିତ, ଆତ୍ମବିଶ୍ୱାସ ରହିବା ଉଚିତ। ଦ୍ୱିତୀୟ ଶିକ୍ଷା ଆମର ମାନସିକ ସ୍ଥିତିକୁ ନେଇ। ଆମେ ଯଦି ସକରାତ୍ମକ ଚିନ୍ତାଧାରାକୁ ନେଇ ଆଗକୁ ବଢ଼ିବା, ତେବେ ସକରାତ୍ମକ ପରିଣାମ ଆସିବ। ତୃତୀୟ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା, ଯଦି ଆପଣଙ୍କ ପାଖରେ ଗୋଟିଏ ପଟେ ନିରାପଦରେ ବହାରିଯିବାର ସୁଯୋଗ ଅଛି, ଆଉ ଅନ୍ୟପକ୍ଷରେ କଠିନ ବିଜୟର ବିକଳ୍ପ ଅଛି, ତେବେ ଆପଣଙ୍କୁ ବିଜୟର ସୁଯୋଗ ନିଶ୍ଚିତ ବାଛିବା ଉଚିତ। ଯଦି ଜିତିବାର ପ୍ରୟାସରେ କେବେ– କେବେ ଅସଫଳତା ମଧ୍ୟ ହାତକୁ ଆସିଥାଏ, ତେବେ ସେଥିରେ କୌଣସି କ୍ଷତି ନାହିଁ। ରିସ୍କ ନେବା ଦ୍ୱାରା, ପ୍ରୟୋଗ କରିବା ପାଇଁ ଡରିବା ଉଚିତ ନୁହେଁ। ଆମକୁ ସକ୍ରିୟ ଏବଂ ନିର୍ଭୟ ହେବାକୁ ପଡ଼ିବ। ଆମ ମଧ୍ୟରେ ଯେଉଁ ନିରାଶାର ଡର ରହିଛି, ଆମେ ଯେଉଁ ଅନାବଶ୍ୟକ ଚାପ ନିଜ ଉପରକୁ ନେଉଛେ, ସେଥିରୁ ଯଦି ବାହାରି ଆସିବା, ତେବେ ନିର୍ଭିକ ଭାବେ ଠିଆ ହୋଇ ପାରିବା।

ସାଥୀଗଣ,

ଉତ୍ସାହରେ ପରିପୂର୍ଣ୍ଣ ହୋଇ, ନିଜର ଲକ୍ଷ୍ୟ ହାସଲ ପାଇଁ ଉତ୍ସର୍ଗୀକୃତ ଭାବେ ଭାରତକୁ ନା କେବଳ କ୍ରିକେଟ୍ ପଡ଼ିଆକୁ ଦେଖିବାକୁ ମିଳେ, ଏପରି ନୁହେଁ । ଆପଣମାନେ ମଧ୍ୟ ହେଉଛନ୍ତି ଏଭଳି ଏକ ସମାନ ପ୍ରତିଛବି । ଆପଣମାନେ ଆତ୍ମବିଶ୍ୱାସରେ, ସେଲ୍ଫ କନଫିଡେନ୍ସରେ ପରିପୂର୍ଣ୍ଣ। ଆପଣମାନେ ଚିରାଚରିତ ଧାରାଠାରୁ ବାହାରି ଚିନ୍ତା କରିବାକୁ ଏବଂ ଚାଲିବାକୁ ଭୟ କରନ୍ତି ନାହିଁ। ଆପଣମାନଙ୍କ ଭଳି ଏହି ଯୁବ ଶକ୍ତି ଭାରତକୁ କରୋନା ବିରୋଧୀ ଲଢେଇରେ ବହୁତ ଶକ୍ତି ଦେଇଛନ୍ତି । ଆପଣମାନଙ୍କର ମନେ ଥିବ, ଏହି ଲଢେଇର ଆରମ୍ଭରେ, ଆଶଙ୍କା ବ୍ୟକ୍ତ କରାଯାଉ ଥିଲା ଯେ ଏତେ ବଡ଼ ଜନସଂଖ୍ୟା ବିଶିଷ୍ଟ ଭାରତ, ସମ୍ବଳ ଅଭାବରୁ କରୋନା ଦ୍ୱାରା ନଷ୍ଟଭ୍ରଷ୍ଟ ହୋଇଯିବ। କିନ୍ତୁ ଭାରତ ପ୍ରମାଣିତ କରି ଦେଖାଇ ଦେଇଛି ଯେ, ଯଦି ଆପଣଙ୍କ ପାଖରେ ସମାଧାନ ଏବଂ ସ୍ଥିରତା ଅଛି, ତେବେ ସମ୍ବଳ ପ୍ରସ୍ତୁତ କରିବାକୁ ଅଧିକ ସମୟ ଲାଗେ ନାହିଁ । ଭାରତ ଏହା କରିଦେଖାଇଲା ଭାରତ ପରିସ୍ଥିତି ସହିତ ବୁଝାମଣା କରିବା ପରିବର୍ତ୍ତେ, ଭାରତ ସମସ୍ୟା ବଢିଚାଲୁ ଏହାକୁ ଅପେକ୍ଷା କରିବା ପରିବର୍ତ୍ତେ ଦ୍ରୁତ ଗତିରେ ନିଷ୍ପତ୍ତି ନେଇଥିଲା, ସକ୍ରିୟତାର ସହ ନିଷ୍ପତ୍ତି ନେଲା। ଏହାର ଫଳ ସ୍ୱରୂପ, ଭାରତ ଭୂତାଣୁ ଅପେକ୍ଷା ଅଧିକ ପ୍ରଭାବଶାଳୀ ଭାବରେ ଅଗ୍ରସର ହୋଇପରିଲା, ପ୍ରଭାବଶାଳୀ ଢଙ୍ଗରେ ଲଢିପାରିଲା । ମେଡ ଇନ୍ ଇଣ୍ଡିଆ ସମାଧାନ ସହିତ ଆମେ ଭୂତାଣୁର ବ୍ୟାପକତାକୁ ପ୍ରତିହତ କଲୁ, ଆମର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଉନ୍ନତ କଲୁ। ପ୍ରତିଷେଧକ ଟିକା ସହିତ ଜଡିତ ଗବେଷଣା ଏବଂ ଉତ୍ପାଦନ କ୍ଷମତା ବୃଦ୍ଧି କଲୁ, ବର୍ତ୍ତମାନ ଆମ ଟିକାର କ୍ଷମତା ଭାରତ ତଥା ବିଶ୍ବର ଅନେକ ଦେଶକୁ ସୁରକ୍ଷା କବଚର ବିଶ୍ୱାସ ପ୍ରଦାନ କରୁଛି।

ଯଦି ଆମେ ଆମର ବୈଜ୍ଞାନିକମାନଙ୍କୁ, ନିଜର ଗବେଷଣା, ଆମର ବିଦ୍ୱାନ, ଆମର ବୈଜ୍ଞାନିକମାନଙ୍କ ସହିତ ଆମର ଉଦ୍ୟୋଗର ଶକ୍ତି ଉପରେ ନିର୍ଭର କରିନଥାନ୍ତୁ, ତେବେ ଏହି ସଫଳତା ସମ୍ଭବ ହୋଇଥାନ୍ତା କି ? ଆଉ ସଥୀଗଣ, କେବଳ ସ୍ୱାସ୍ଥ୍ୟ କ୍ଷେତ୍ର କାହିଁକି, ଆମର ଡିଜିଟାଲ୍ ଭିତ୍ତିଭୂମିକୁ ଧରି ନିଅନ୍ତୁ। ଯଦି ଆମେ ଏହା ମାନିନେଇ ବସିଯାଇଥାନ୍ତୁ ଯେ ଭାରତରେ ସାକ୍ଷରତାର ଅଭାବରୁ ଡିବିଟି ଏବଂ ଡିଜିଟାଲ କାରବାର ସମ୍ଭବ ନୁହେଁ, ତେବେ କଣ କରୋନା ଭଳି ସଂକଟରେ ସରକାର ଗରିବରୁ ଗରିବ ଲୋକଙ୍କ ନିକଟରେ ଏତେ ପ୍ରଭାବଶାଳୀ ଢଙ୍ଗରେ ପହଞ୍ଚି ପାରି ଥାଆନ୍ତେ ? ଆଜି ଯେଉଁ ଅର୍ଥନୈତିକ ଟେକ୍ନୋଲୋଜିରେ, ଡିଜିଟାଲ୍ ଅନ୍ତର୍ଭୂକ୍ତିକରଣରେ, ଆମେ ବିଶ୍ବର ଅଗ୍ରଣୀ ଦେଶମାନଙ୍କ ମଧ୍ୟରେ ସାମିଲ ହୋଇଛେ, ଏହା କଣ କେବେ ସମ୍ଭବ ହୋଇ ପାରିଥାଆନ୍ତା ? ଆଜିର ଭାରତ ସମସ୍ୟାର ସମାଧାନ ପାଇଁ ପରୀକ୍ଷଣକୁ ଭୟ କରେ ନାହିଁ ଏବଂ ଏକ ବ୍ୟାପକ ସ୍ତରରେ କାର୍ଯ୍ୟ କରିବାକୁ ମଧ୍ୟ ପଛକୁ ହଟି ଯାଏ ନାହିଁ। ସବୁଠାରୁ ବଡ଼ ବ୍ୟାଙ୍କିଙ୍ଗ୍ ଅନ୍ତର୍ଭୁକ୍ତୀକରଣ ଅଭିଯାନ ଭାରତରେ ହିଁ ହେଉଛି, ଶୌଚାଳୟ ନିର୍ମାଣର ସବୁଠାରୁ ବଡ ଅଭିଯାନ ଭାରତରେ, ପ୍ରତ୍ୟେକ ପରିବାରକୁ ବାସଗୃହ ଦେବା ଅଭିଯାନ ଭାରତରେ , ପ୍ରତ୍ୟେକ ଘରକୁ ଜଳ ଯୋଗାଇବା ପାଇଁ ସବୁଠାରୁ ବଡ଼ ଅଭିଯାନ ଭାରତରେ। ସବୁଠାରୁ ବଡ଼ ସ୍ୱାସ୍ଥ୍ୟ ବୀମା ଯୋଜନା ଭାରତର ଏବଂ ବର୍ତ୍ତମାନ ସବୁଠାରୁ ବଡ ଟୀକାକରଣ ଅଭିଯାନ ମଧ୍ୟ ଭାରତରେ ଚାଲିଛି। ଏହି ସବୁର ବହୁତ ବଡ଼ ଲାଭ ଉତ୍ତର ପୂର୍ବକୁ ହୋଇଛି, ଆସାମର ଲୋକଙ୍କୁ ମଧ୍ୟ ହୋଇଛି । ଏଭଳି କାର୍ଯ୍ୟ ସେତେବେଳେ ଚାଲିପାରୁଛି, ଯେତେବେଳେ ଦେଶ ଏବଂ ସମାଜ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ, ଦେଶ ନୂତନତ୍ୱ, ପୂର୍ବ ସ୍ଥିତିକୁ ପରିବର୍ତ୍ତନ କରିବା ପାଇଁ, ନବସୃଜନ କରିବା ପାଇଁ ସଂପୂର୍ଣ୍ଣ ଶକ୍ତି ପ୍ରୟୋଗ କରୁଛି।

ସଥୀଗଣ,

ଆଜି ଯେଉଁଭଳି ଭାବେ ବିଶ୍ବରେ, ଭାରତରେ ନୂତନ ବୈଷୟିକଜ୍ଞାନର ପ୍ରସାର ହେଉଛି, ତାହା ଦ୍ବାରା ପ୍ରତ୍ୟେକ କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି ହେଉଛି । ଆଜି ଆମେ ବିନା ଶାଖାରେ ବ୍ୟାଙ୍କ, ବିନା ଶୋ’ରୁମରେ ଖୁଚୁରା ବ୍ୟବସାୟ, ଡାଇନିଂ ହଲ୍ ବିନା କ୍ଲାଉଡ୍ ରୋଷେଇ ଘର, ଏଭଳି ଅନେକ ପ୍ରକାରର ପ୍ରୟୋଗକୁ ଦୈନନ୍ଦିନ ଜୀବନରେ ଦେଖୁଛୁ । ଏପରି ପରିସ୍ଥିତିରେ, ଏହା ମଧ୍ୟ ସମ୍ଭବ ଯେ ଭବିଷ୍ୟତର ବିଶ୍ୱବିଦ୍ୟାଳୟଗୁଡ଼ିକ ସଂପୂର୍ଣ୍ଣ ଭର୍ଚୁଆଲ୍ ହେଉ ଏବଂ ବିଶ୍ବର ବିଭିନ୍ନ ସ୍ଥାନରୁ ଛାତ୍ର ଏବଂ ଅଧ୍ୟାପକମାନେ ଯେ କୌଣସି ବିଶ୍ୱବିଦ୍ୟାଳୟର ଅଂଶ ହୋଇପାରିବେ। ଏହି ପ୍ରକାର ପରିବର୍ତ୍ତନ ପାଇଁ ଆମ ପାଇଁ ଏକ ଆବଶ୍ୟକୀୟ ନିୟାମକ ଢାଞ୍ଚା ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ନୂତନ ଜାତୀୟ ଶିକ୍ଷା ନୀତି ମାଧ୍ୟମରେ କ୍ରମାଗତ ଭାବେ ଏହା ଚେଷ୍ଟା କରାଯାଉଛି। ଏହି ନୀତିରେ ଅଧିକରୁ ଅଧିକ ଟେକ୍ନୋଲୋଜିର ବ୍ୟବହାର, ବହୁମୁଖୀ ଶିକ୍ଷା ଏବଂ ନମନୀୟତାକୁ ପ୍ରୋତ୍ସାହିତ କରାଯାଉଛି। ନୂତନ ଜାତୀୟ ଶିକ୍ଷା ନୀତିରେ ଡାଟା ଏବଂ ଡାଟା ଆନାଲିଟିକ୍ସ ପାଇଁ ଆମର ଶିକ୍ଷା ବ୍ୟବସ୍ଥା ପ୍ରସ୍ତୁତ କରିବାକୁ ଗୁରୁତ୍ବ ଦେଉଛି। ଡାଟା ବିଶ୍ଳେଷଣ ସାହାୟତାରେ ନାମଲେଖା ଠାରୁ ଆରମ୍ଭ କରି ଶିକ୍ଷାଦାନ ଏବଂ ମୂଲ୍ୟାଙ୍କନ ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟା ବହୁତ ଉନ୍ନତ ହୋଇଯିବ।

ମୋର ବିଶ୍ବାସ ଯେ ତେଜପୁର ବିଶ୍ୱବିଦ୍ୟାଳୟ, ଜାତୀୟ ଶିକ୍ଷା ନୀତିର ଏହି ଲକ୍ଷ୍ୟ ଗୁଡିକ ସିଦ୍ଧ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ । ମୋର ତେଜପୁର ବିଶ୍ୱବିଦ୍ୟାଳୟର ଟ୍ରାକ୍ ରେକର୍ଡ ଏବଂ ଏହାର ସାମର୍ଥ୍ୟ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଅଛି। ଆଉ ମୁଁ ବିଶେଷ ଭାବରେ ମୋର ଛାତ୍ର ସାଥୀମାନଙ୍କୁ ଏହି କଥା ବିଶେଷ ଭାବେ କହିବି ଯେ ଯେତେବେଳେ ଆପଣଙ୍କ ଆନୁଷ୍ଠାନିକ ଶିକ୍ଷା ସମାପ୍ତ ହେବ, ସେତେବେଳେ ଆପଣ କେବଳ ନିଜର ଭବିଷ୍ୟତ ପାଇଁ ନୁହେଁ, ବରଂ ରାଷ୍ଟ୍ରର ଭବିଷ୍ୟତ ପାଇଁ ମଧ୍ୟ କାର୍ଯ୍ୟ କରିବେ। ଆପଣ କେବଳ ଗୋଟିଏ କଥା ମନେରଖନ୍ତୁ, ଯଦି ଆପଣର ଲକ୍ଷ୍ୟ ଉଚ୍ଚ ହେବ ତେବେ ଆପଣଙ୍କ ଜୀବନରେ ଉତ୍ଥାନ-ପତନର ସେତେ ପ୍ରଭାବ ପଡିବ ନାହିଁ। ଆପଣଙ୍କ ଜୀବନର ଆଗାମୀ ୨୫-୨୬ ବର୍ଷ ଆପଣଙ୍କ କ୍ୟାରିୟର ସହିତ ଦେଶର ଭାଗ୍ୟକୁ ସ୍ଥିର କରିବାକୁ ଯାଉଛି।

ମୋର ବିଶ୍ବାସ ଯେ ଆପଣ ସମସ୍ତେ ଦେଶକୁ ନୂତନ ଶିଖରକୁ ନେଇଯିବେ । ୨୦୪୭, ଯେତେବେଳେ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପାଳନ କରିବ, ତେବେ ଏହି ୨୫-୩୦ ବର୍ଷ ସମୟ ମଧ୍ୟରେ ଆପଣଙ୍କ ଯୋଗଦାନ ଦ୍ବାରା, ଆପଣଙ୍କ ପୁରୁଷାର୍ଥରେ, ଆପଣଙ୍କ ସ୍ୱପ୍ନରେ ପରିପୂର୍ଣ୍ଣ ହେବ। କଳ୍ପନା କରନ୍ତୁ, ସ୍ୱାଧୀନତାର ଶତାବ୍ଦୀରେ ଆପଣଙ୍କ ୨୫ ବର୍ଷ କେତେ ବଡ଼ ଭୂମିକା ଗ୍ରହଣ କରିବାକୁ ଯାଉଛି। ଆସନ୍ତୁ, ସାଥୀଗଣ, ଆପଣ ନିଜକୁ ନିଜେ ସେହି ସ୍ୱପ୍ନଗୁଡ଼ିକ ପାଇଁ ସଚେତନ କରନ୍ତୁ, ଚାଲିବା ଆରମ୍ଭ କରନ୍ତୁ, ସଂକଳ୍ପ ସହିତ ଚାଲନ୍ତୁ, ସ୍ୱପ୍ନକୁ ନେଇ ଚାଲନ୍ତୁ, ସିଦ୍ଧି ପ୍ରାପ୍ତି ଉଦ୍ଦେଶ୍ୟରେ ବାହାରି ପଡନ୍ତୁ। ଦେଖନ୍ତୁ, ଜୀବନ ସଫଳତାର ଗୋଟିଏ-ଗୋଟିଏ ଶିଖରକୁ ଅତିକ୍ରମ କରି ପାରିବେ। ଆଜିର ଏହି ପବିତ୍ର ଅବସରରେ ଆପଣଙ୍କ ପରିଜନକୁ, ଆପଣଙ୍କ ଶିକ୍ଷକ ଜଗତକୁ, ଆପଣଙ୍କ ସମସ୍ତ ଅଧ୍ୟାପକଙ୍କୁ, ଆପଣଙ୍କ ସ୍ୱପ୍ନକୁ, ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି, ଅନନ୍ତ ଅନନ୍ତ ଶୁଭକାମନା ଜଣାଉଛି ! 

ବହୁତ ବହୁତ କୃତଜ୍ଞତା!!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India a ‘front-runner’ market, plans to deepen AI and manufacturing presence: Ericsson CEO

Media Coverage

India a ‘front-runner’ market, plans to deepen AI and manufacturing presence: Ericsson CEO
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with Amir of Qatar
March 03, 2026

The Prime Minister, Shri Narendra Modi spoke with H.H. Sheikh Tamim bin Hamad Al Thani, the Amir of Qatar.

During the conversation, the Prime Minister conveyed that India stands firmly in solidarity with Qatar and strongly condemns any violation of its sovereignty and territorial integrity.

The two leaders emphasized the urgent need to restore peace and stability in the region through dialogue and diplomacy.

The Prime Minister also conveyed his appreciation for the continued support and care extended by the Qatari leadership to the Indian community in Qatar during this challenging time.

The Prime Minister wrote on X;

“Spoke with my brother, H.H. Sheikh Tamim bin Hamad Al Thani, the Amir of Qatar. We stand firmly in solidarity with Qatar and strongly condemn any violation of its sovereignty and territorial integrity. We emphasized the urgent need to restore peace and stability in the region through dialogue and diplomacy. I also conveyed my appreciation for his continued support and care for the Indian community in Qatar during this challenging time.

@TamimBinHamad”